Yogi Murder UP: ଉତ୍ତର ପ୍ରଦେଶର ଦ୍ୱିତୀୟ ଯୋଗୀଙ୍କୁ ପିଟିପିଟି ହତ୍ୟା, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1822003

Yogi Murder UP: ଉତ୍ତର ପ୍ରଦେଶର ଦ୍ୱିତୀୟ ଯୋଗୀଙ୍କୁ ପିଟିପିଟି ହତ୍ୟା, ଜାଣନ୍ତୁ ପୁରା ଘଟଣାକ୍ରମ

Samajwadi Party Worker Murder Case:  ଉତ୍ତର ପ୍ରଦେଶର ଦ୍ୱିତୀୟ ଯୋଗୀ କୁହାଯାଉଥିବା ସୁରେଶ ଠାକୁରଙ୍କୁ ପିଟି ପିଟି ହତ୍ୟା କରି ଦିଆଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମାଜବାଦୀ ପାର୍ଟି କର୍ମକର୍ତ୍ତା ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ।

 Yogi Murder UP: ଉତ୍ତର ପ୍ରଦେଶର ଦ୍ୱିତୀୟ ଯୋଗୀଙ୍କୁ ପିଟିପିଟି ହତ୍ୟା, ଜାଣନ୍ତୁ ପୁରା ଘଟଣାକ୍ରମ

SP Worker Suresh Thakur Murder: ଉତ୍ତର ପ୍ରଦେଶ ଉନ୍ନାୱ ଜିଲ୍ଲାରେ ଘଟିଯାଇଛି ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶଭୂଷାରେ ରହୁଥିବା ସମାଜବାଦୀ ପାର୍ଟି ପ୍ରଚାରକ ସୁରେଶ ଠାକୁରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଘରୋଇ ବିବାଦକୁ ନେଇ ସମାଜବାଦୀ ପାର୍ଟି ପ୍ରଚାରକଙ୍କୁ ତାଙ୍କ ଭାଇ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଅବିକଳ ନକଲ କୁହାଯାଉଥିବା ସୁରେଶ ଠାକୁର ଉନ୍ନାଓ ଜିଲ୍ଲାର ବାସିନ୍ଦା ଥିଲେ। 

ସମାଜବାଦୀ ପାର୍ଟି ପ୍ରଚାରକ ସୁରେଶ ଠାକୁରଙ୍କୁ (Samajwadi Party Campaigner Suresh Thakur) ଦଳର ମୁଖ୍ୟ ଅଖିଳେଶ ଯାଦବଙ୍କ (Samajwadi Party Chief Akhilesh Yadav) ନିକଟତମ ସହଯୋଗୀ (Akhilesh Yadavs Close Associate) ଭାବେ ବିବେଚନ କରାଯାଉଥିଲା। ଦଳୀୟ ପ୍ରଚାରକଙ୍କ (Samajwadi Party Campaigner) ମୃତ୍ୟୁରେ ସମାଜବାଦୀ ପାର୍ଟି ମୁଖ୍ୟ (Samajwadi Party Chief) ଅଖିଲେଶ ଯାଦବ (Akhilesh Yadav) ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଦାବି ରଖିଲେ ଅଖିଳେଶ ଯାଦବ 
ସୁରେଶ ଠାକୁରଙ୍କ ହତ୍ୟା ଘଟଣାରେ (Suresh Thakur Murder Case) ଟ୍ୱିଟ କରି ପ୍ରତିକ୍ରିୟା ରଖିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ। ଏନେଇ ଅଖିଲେଶ ଯାଦବ ଟ୍ୱିଟ କରି ଲେଖିଛନ୍ତି, "ସମାଜବାଦୀ ପାର୍ଟି ପ୍ରଚାରକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁରେଶ ଠାକୁରଙ୍କ ହତ୍ୟା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ଅପରାଧୀଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ନିବେଦନ କରାଯାଇଛି। ହୃଦୟରୁ ଶ୍ରଦ୍ଧାଞ୍ଜଳି। "

ପାରିବାରିକ କଳହକୁ ନେଇ ଭାଇ କରିଥିଲେ ଆକ୍ରମଣ
ରିପୋର୍ଟ ଅନୁଯାୟୀ, ସୁରେଶ ଠାକୁର (Samajwadi Party Worker Suresh Thakur) ଉନ୍ନାଓ ଜିଲ୍ଲାର (Unnao District) ଚୌପାଇ ଗ୍ରାମର (Chaupai Village) ବାସିନ୍ଦା ଥିଲେ। ତାଙ୍କ ପତ୍ନୀ କହିଛନ୍ତି ଯେ ଗତ ଜୁଲାଇ ୨୮ ତାରିଖରେ ପାରବାରିକ କଳହକୁ ସୁରେଶ ଠାକୁରଙ୍କ ସହ ତାଙ୍କ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ହୋଇଥିଲା। ବିବାଦ ସମୟରେ ତାଙ୍କର ଦୁଇ ଭାଇ ତାଙ୍କୁ ଅତି ନିର୍ମମ ଭାବରେ ପିଟିଥିଲେ। ଯେଉଁଥିପାଇଁ ସେ ଗୁରୁତର ଆହତ ହୋଇଥିଲେ। ସୁରେଶଙ୍କୁ ମାଡ଼ ମାରିବା ପରେ ତାଙ୍କର ଦୁଇ ଭାଇ ସେଠାରୁ ପଳାଇ ଯାଇଥିଲେ। ଏହି ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ସମୟରେ ଅଗଷ୍ଟ ୧୧ ତାରିଖ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା। 

ହଙ୍ଗାମା କରିଥିଲେ ସମାଜବାଦୀ ପାର୍ଟି କର୍ମକର୍ତ୍ତା
ମୃତକ ସୁରେଶ ଠାକୁରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ ନିକଟରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ଅଭିଯୋଗ ଉପରେ କୌଣସି ଶୁଣାଣି କରାଯାଇ ନଥିଲା।  ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ତାଙ୍କୁ ଥାନାରୁ ଫେରାଇ ଦିଆଯାଇଥିଲା। ଏହି ଖବର ଜାଣିବା ମାତ୍ରେ ସମାଜବାଦୀ ପାର୍ଟି କର୍ମକର୍ତ୍ତା (Samajwadi Party Worker) ଡାକ୍ତରଖାନା ବାହାରେ ପହଞ୍ଚିଥିଲେ। ଯେଉଁଠାରେ ସୁରେଶ ଠାକୁରଙ୍କ ମୃତଦେହ ରଖାଯାଇଥିଲା। ସେମାନେ ପୋଲିସ-ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ। ପରେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାରାବାଜି କରୁଥିବା ସମାଜବାଦୀ ପାର୍ଟି କର୍ମକର୍ତ୍ତାଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଶ୍ୱାସନା ଦେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ଅଖିଳେଶ ଯାଦବଙ୍କ ନିକଟତମ ସହଯୋଗା ଥିଲେ ସୁରେଶ ଠାକୁର
ଆପଣଙ୍କୁ କହି ରଖୁଛୁ ଯେ  ସମାଜବାଦୀ ପାର୍ଟି ପ୍ରଚାରକ ସୁରେଶ ଠାକୁର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ (UP CM Yogi Adityanath) ଭଳି ପୋଷାକ ପିନ୍ଧୁଥିଲେ। ଏହି କାରଣରୁ ଅନେକ ଲୋକ ତାଙ୍କୁ ଦ୍ୱିତୀୟ ଯୋଗୀ (Second Yogi Adityanath of Uttar Pradesh) ବୋଲି କହୁଥିଲେ। ଗତ ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ (Uttar Pradesh Assembly Election 2022) ତାଙ୍କୁ ଅଖିଲେଶ ଯାଦବଙ୍କ ସହ ଅନେକ ଥର ଏକାଠି ଦେଖିବାକୁ ମିଳୁଥିଲା। ଏପରିକି ସେ ଅନେକ ଥର ଅଖିଳେଶ ଯାଦବଙ୍କ ହେଲିକପ୍ଟରର ଏବଂ ବିମାନ ଯୋଗେ ଯାତ୍ରା କରିଥିଲେ। ସୁରେଶ ଠାକୁରଙ୍କୁ ଅଖିଳେଶ ଯାଦବଙ୍କ ନିକଟତମ ସହଯୋଗୀ ବୋଲି ବିବେଚନା କରାଯାଉଥିଲା।