Shocking News: ବିବାହ ପରେ କନ୍ୟାର ପିତା ରଖିଲେ ଅଜବ ସର୍ତ୍ତ, କହିଲେ ମୋ ଝିଅ ସହ....
Advertisement
Article Detail0/zeeodisha/odisha1730946

Shocking News: ବିବାହ ପରେ କନ୍ୟାର ପିତା ରଖିଲେ ଅଜବ ସର୍ତ୍ତ, କହିଲେ ମୋ ଝିଅ ସହ....

Shocking News: ବାହାଘର ପରେ ବିଦାୟ ସମୟରେ କନ୍ୟାର ପିତା ବର ଆଗରେ ତିନୋଟି ଅଜବ ସର୍ତ୍ତ ରଖିଥିଲେ । ଯାହା ଶୁଣି ସେଠାରେ ଥିବା ବର ପକ୍ଷ ଓ ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 

ସୌ(ସୋସିଆଲ ମିଡିଆ)

Shocking News: ଦୁନିଆରେ ଏମିତି ଅନେକ ଅଜବ ଘଟଣା ସବୁ ଘଟିଥାଏ ଯାହାକୁ ଆଖିରେ ନଦେଖିଲେ କା କାନରେ ନ ଶୁଣିଲେ ବିଶ୍ବାସ କରିହେବ ନାହିଁ । ସେହିପରି ବେଳେ ବେଳେ ଏମିତି ବି କିଛି ଘଟଣା ଘଟିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ନିକଟରେ ଉତ୍ତରପ୍ରଦେଶ ଝାନସୀ (Uttar Pradesh Jhansi) ଜିଲ୍ଲାରୁ ବିବାହ ସମୟରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯାହା ଶୁଣି ଆପଣଙ୍କ ହୋସ ଉଡ଼ିଯିବ । ବାହାଘର କାର୍ଯ୍ୟ ଚାଲୁଥିଲା । ହାତଗଣ୍ଠି ପରେ ଅଗ୍ନିକୁ ସାକ୍ଷୀ ରଖି ସାତ ଘେରା ନେଇ ଥିଲେ ବର ଓ କନ୍ୟା। ସମସ୍ତ ରୀତିନୀତି ଅନୁଯାୟୀ ବିବାହ ସଂପନ୍ନ ହୋଇଥିଲା । ବିଦାୟ ବେଳେ କନ୍ୟାଙ୍କ ପିତା ବର ଆଗରେ ତିନୋଟି ଅଜବ ସର୍ତ୍ତ ରଖିଥିଲେ । ଯାହା ଶୁଣି ସେଠାରେ ଥିବା ବର ପକ୍ଷ ଓ ଅତିଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତିନୋଟି ସର୍ତ୍ତ ମଧ୍ୟରୁ ଗୋଟିଏ ସର୍ତ୍ତ ଏହା ଥିଲା କି, ଉଭୟ ବର (Groom) ଓ କନ୍ୟା (Bride) ମଧ୍ଯରେ କୌଣସି ପ୍ରକାର ଶାରୀରିକ ସମ୍ପର୍କ ରହିବ ନାହିଁ । ବର ଶ୍ୱଶୁରଙ୍କ ଏହି ଅଜବ ସର୍ତ୍ତ ଶୁଣିବା ପରେ ଏହାକୁ ମାନିବାକୁ ବାରଣ କରିଦେଇଥିଲେ ।

ସୂଚନା ଅନୁଯାୟୀ, ଝାନସୀ ଜିଲ୍ଲା (Jhansi) ବାରୁଆସାଗର ପୋଲିସ ଷ୍ଟେସନ ଅନ୍ତର୍ଗତ ସେନୌରା ଅଞ୍ଚଳର ବାସିନ୍ଦା ମାନଭେନ୍ଦ୍ର ସେନଙ୍କ ସହ ଗୁରସରାଁୟ ବାସିନ୍ଦା ଜ୍ୟୋତିଙ୍କ ବିବାହ ଠିକ୍ ହୋଇଥିଲା। ଜୁନ୍ ୬ ତାରିଖରେ ଉଭୟଙ୍କ ବିବାହ ହେବା ନେଇ ସ୍ଥିର ହୋଇଥିଲା । ବିବାହ ଦିନ ବାଣ ଫୁଟାଇ, ବାଜ ବଜାଇ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ଜ୍ୟୋତିଙ୍କ ଘର ପହଁଞ୍ଚିଥିଲେ ବର ମାନଭେନ୍ଦ୍ର। ତାପରେ ଆରମ୍ଭ ହୋଇଥିଲା ବିବାହ କାର୍ଯ୍ୟ । ନାଚ, ଗୀତ ସହ ବେଶ ଧୁମଧାମ୍ ଚାଲିଥିଲା ବିବାହ (Marriage) । ସମସ୍ତ ରୀତିନୀତି ଅନୁଯାୟୀ ବିବାହ ସଂପନ୍ନ ହୋଇଥିଲା । ଏହାପରେ କନ୍ୟା ବିଦାୟ ସମୟ ଆସିବା ପରେ ବର ପକ୍ଷ ବିଦାୟୀ ନେଇ ପ୍ରସ୍ତୁତି କରୁଥିଲେ । ଠିକ୍ ଏହି ସମୟରେ କନିଁଆ ଶାଶୁ ଘରକୁ ଯିବେ ନାହିଁ ବୋଲି ମନା କରିଦେଇଥିଲେ । ଯାହା ଫଳରେ କାନମୁଣ୍ତା ଆଉଁସି ଘରକୁ ଫେରିଥିଲା ବର ।

Also Read-Largest Catfish: ଇଟାଲୀ ନଦୀରୁ ମିଳିଲା ସବୁଠାରୁ ବଡ଼ କ୍ୟାଟ ଫିସ୍; ଧରିବା ପରେ କାହିଁକି ଛାଡ଼ିଦେଲେ ମତ୍ସ୍ୟଜୀବୀ?

ବାସ୍ତବର, ଜ୍ୟୋତିଙ୍କ ପିତା ବର ଆଗରେ ତିନୋଟି ସର୍ତ୍ତ ରଖିଥିଲେ। ଯେଉଁଥିରେ ପ୍ରଥମ ସର୍ତ୍ତ (conditions) ଥିଲା ଯେ, ଉଭୟଙ୍କ ମଧ୍ଯରେ କୌଣସି ପ୍ରକାର ଶାରୀରିକ ସମ୍ପର୍କ (Physical Relationship) ରହିବ ନାହିଁ । ଦ୍ୱିତୀୟ ସର୍ତ୍ତ ଥିଲା ଯେ, ଜ୍ୟୋତିଙ୍କ ସାନ ଭଉଣୀ ତାଙ୍କ ସହ ତାଙ୍କ ଶାଶୁ ଘରେ ରହିବେ । ତୃତୀୟ ସର୍ତ୍ତ ଥିଲା ଯେ, ବାପା ଯେ କୌଣସି ସମୟରେ ତାଙ୍କ ଶାଶୁ ଘରକୁ ଯିବା ଆସିବା କରିପାରିବେ, ତାଙ୍କୁ ଏଥିଲାଗି କେହି ଅଟକାଇବେ ନାହିଁ । ବର ମାନବେନ୍ଦ୍ର ଶ୍ବଶୁରଙ୍କ ଏହି ଅଜବ ସର୍ତ୍ତ ଶୁଣି ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଏହା ଶୁଣି ଜ୍ୟୋତି ରାଗରେ ତମତମ ହୋଇ ଶାଶୁ ଘରକୁ ନଯାଇ ବାପା ଘରକୁ ଚାଲିଆସିଥିଲେ । ତେବେ ଜ୍ୟୋତିଙ୍କ ପିତା କେଉଁ କାରଣ ଲାଗି ଏଭଳି ଅଜବ ସର୍ତ୍ତ ରଖିଥିଲେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଏନେଇ ପୋଲିସ ନିକଟରେ କୌଣସି ମାମଲା ମଧ୍ଯ ରୁଜୁ କରାଯାଇନଥିବା ଜଣାପଡ଼ିଛି ।

Also Read-ମାଟ୍ରିକ୍ ପରୀକ୍ଷାରେ ୩୫% ମାର୍କ ରଖି ପାସ କଲା ପୁଅ: ଖୁସିରେ ମିଠା ବାଣ୍ଟିଲେ ବାପା