US President Joe Biden: ଡ୍ରୋନ ଆକ୍ରମଣକୁ ତାତି ଉଠିଲେ ଆମେରିକା ରାଷ୍ଟ୍ରପତି
Advertisement
Article Detail0/zeeodisha/odisha2083535

US President Joe Biden: ଡ୍ରୋନ ଆକ୍ରମଣକୁ ତାତି ଉଠିଲେ ଆମେରିକା ରାଷ୍ଟ୍ରପତି

Jordan Drone Attack:  ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ ସିରିଆ ସୀମା ନିକଟରେ ଡ୍ରୋନ ଆକ୍ରମଣ ହୋଇଥିବା ନେଇ ନିଶ୍ଟିତ କରିଛି।

 

US President Joe Biden: ଡ୍ରୋନ ଆକ୍ରମଣକୁ ତାତି ଉଠିଲେ ଆମେରିକା ରାଷ୍ଟ୍ରପତି

US Soldiers Killed in Drone Attack in Jordan: ଜାନୁଆରୀ ୨୮ ତାରିଖ ରବିବାର ହୋଇଥିବା ଡ୍ରୋନ ଆକ୍ରମଣରେ କମ୍ପି ଉଠିଛି ଜୋର୍ଡାନ ସ୍ଥିତ ଆମେରିକୀୟ ସୈନ୍ୟ ଘାଟିରେ। ଏହି ଆକ୍ରମଣରେ ୩ ଜଣ ଆମେରିକୀୟ ସୈନିକ ନିହତ ହୋଇଥିଲେ ପ୍ରାୟ ୨୫ ଜଣ ସୈନ୍ୟ ଆହତ ହୋଇଛନ୍ତି। ଗତ ବର୍ଷ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ୍-ହାମାସ୍ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆମେରିକୀୟ ସୈନ୍ୟଙ୍କୁ ମଧ୍ୟ ପୂର୍ବରେ ଟାର୍ଗେଟ କରିଛନ୍ତି ଶତ୍ରୁ ପକ୍ଷ।

ଆମେରିକୀୟ ସେଣ୍ଟ୍ରାଲ୍ କମାଣ୍ଡ (United States Central Command) ନିଶ୍ଚିତ କରିଛି ଯେ ଉତ୍ତର-ପୂର୍ବ ଜୋର୍ଡାନ ଠାର ଅବସ୍ଥିତ ଏକ ସେନା ଘାଟିକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ (Drone Attack in Jordan) କରାଯାଇଛି। ଏହି ଆକ୍ରମଣରେ ୩ ଜଣ ସୈନିକଙ୍କ (US Soldiers Killed in Drone Attack in Jordan) ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଜୋର୍ଡାନ ସ୍ଥିତ ସେନା ଘାଟିରେ (Drone Attack in US Military Base at Jordan) ଡ୍ରୋନ ଆକ୍ରମଣ ପରେ ସ୍ଥିତି ବିଗିଡ଼ି ଯାଇଛି। ପରିସ୍ଥିତିକୁ ନଜରରେ ସେଠାରେ ଆମେରିକା ସେନା ପରାମର୍ଶ ଏବଂ ସହାୟତା ଅଭିଯାନକୁ ସେଠାରେ ନିୟୋଜିତ କରାଯାଇଛି। ରବିବାର ହୋଇଥିବା ଡ୍ରୋନ ଆକ୍ରମଣ ସିରିଆ ସୀମା ନିକଟ ଜୋର୍ଡାନ ଟାୱାର ୨୨ (Drone Attack in Jordan Near Syria Tower 22) ଠାରେ ହୋଇଥିଲା। ଏହି ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନା ତକାର ପରିସ୍ଥିତି ଆହୁରି ଖରାପ ହୋଇଯାଇଛି।

ଜୋର୍ଡାନ ସ୍ଥିତ ସୈନ୍ୟ ଘାଟିରେ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden)। ଏନେଇ ରାଷ୍ଟ୍ରପତି ବାଇଡେନ କହିଛନ୍ତି ଏହି ଆକ୍ରମଣ ସିରିଆ-ଇରାକ ଠାରେ ସକ୍ରିୟ ରହିଥିବା ଇରାନ ସମର୍ଥିତ ମୌଳବାଦୀ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା କରାଯାଇଛି। ଜୋର୍ଡାନ ଠାରେ ଆମେରିକୀୟ ସୈନିକଙ୍କ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣାରେ ସମ୍ପୃକ୍ତ ରହିଥିବା ଆକ୍ରମଣକାରୀଙ୍କୁ ଛଡ଼ା ଯିବ ନାହିଁ। ଆମେରିକା ଏହାର ଉପଯୁକ୍ତ ଜବାବ ଦେବ। 

ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଆହୁରି କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଲଢେଇ କରିବା ପାଇଁ ଆମେ ସେମାନଙ୍କ ପ୍ରତିବଦ୍ଧତାକୁ ଆଗକୁ ବଢାଇବୁ। ଏଥିରେ କୌଣସି ସନ୍ଦେହ ନାହିଁ। ଆମେ ସେମାନଙ୍କୁ ଠିକ୍ ସମୟରେ ଉତ୍ତରଦାୟୀ କରିବୁ ଯେଉଁମାନେ ଏଭଳି ଆକ୍ରମଣ କରିଛନ୍ତି। 

ଅନ୍ୟପଟେ ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡ ସିରିଆ ସୀମା ନିକଟରେ ହୋଇଥିବା ଡ୍ରୋନ ଆକ୍ରମଣକୁ ନିଶ୍ଟିତ (US Central Command Confirmed Drone Attack in Jordan) କରିବା ସହ ପ୍ରାୟ  ୨୫ ଜଣ ଆହତ ହୋଇଥିବା ନେଇ କହିଛି। ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ନଦେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଗୁପ୍ତ ରଖାଯିବ ବୋଲି କୁହାୟାଏ। ଆମେରିକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ (US Defense Headquarters Pentagon) ଅନୁଯାୟୀ ଗତ ବର୍ଷ ଅକ୍ଟୋବର ମଧ୍ୟଭାଗରୁ ଇରାକ-ସିରିଆ ଠାରେ ଆମେରିକୀୟ ସୈନ୍ୟଘାଟି (Attacks on US Military Bases in Iraq-Syria) ଉପରେ ୧୫୦ ଥରରୁ ଅଧିକ ଆକ୍ରମଣ ହୋଇସାରିଛି। ଇରାକ-ସିରିଆ ଠାରେ ହୋଇଥିବା ଆକ୍ରମଣର ଜବାବ ଦେବା ଆମେରିକା ଜାରି ରଖିଛି। 

ଇରାକ ଠାରେ ଇସଲାମିକ ରେଜିଷ୍ଟାନ୍ସ ଦ୍ୱାରା ଆମେରିକୀୟ ସେନା କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଦାବି କରାଯାଇଛି। ଯିଏ ଇରାନ ସହ ଜଡିତ ସଶସ୍ତ୍ର ଗୋଷ୍ଠୀର ମିଳିତ ବାହିନୀ। ଏହି ସଙ୍ଗଠନ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଚାଲିଥିବା ହମାସ ବିରୋଧି ଯୁଦ୍ଧରେ ଇସ୍ରାଏଲ ସେନାକୁ ଆମେରିକା ଦ୍ୱାାର ଦିଆଯାଉଥିବା ସମର୍ଥନକୁ ବିରୋଧ କରିଆସୁଛି।