Love Story: ପ୍ରେମ ପାଇଁ ସନା ପାଲଟିଲେ ସୁହେଲ, ପ୍ରେମିକାଙ୍କୁ ମିଳିଗଲା ପ୍ରକୃତ ପ୍ରେମିକ, ଆଉ ତାପରେ...
Advertisement

Love Story: ପ୍ରେମ ପାଇଁ ସନା ପାଲଟିଲେ ସୁହେଲ, ପ୍ରେମିକାଙ୍କୁ ମିଳିଗଲା ପ୍ରକୃତ ପ୍ରେମିକ, ଆଉ ତାପରେ...

Love Affair Of Two Girls in Jhansi: ଯିଏ ଏହି ଦୁଇ ଜଣ ଝିଅଙ୍କ ପ୍ରେମ କାହାଣୀ ଶୁଣୁଛନ୍ତି, ସେ ଆଶ୍ଚର୍ଯ୍ୟ ଚକିତ ହୋଇ ୟାଇଛନ୍ତି। କାରଣ କୌଣସି ପ୍ରେମ କାହାଣୀ ଦୁଇ ଯୁବକ-ଯୁବତୀ ମଧ୍ୟରେ ହୋଇଥାଏ। ହେଲ ଏହା ଏକ ଏପରି ପ୍ରେମ କାହାଣୀ, ଯେଉଁଥିରେ ପୁରୁଷ ପ୍ରେମୀ ନଥିଲେ। ଏହା ଏକ ଝିଅର ଏକପାଖିଆ ପ୍ରେମ ଥିଲା ଯେଉଁଥିରେ ସେ ନିଜ ପ୍ରେମିକା ପାଇଁ ସବୁକିଛି କରିଥିଲେ ଯାହା ଆଜିର ସମୟରେ କେହି କରିବାକୁ ପ୍ରସ୍ତୁତ ନୁହଁନ୍ତି। 

Love Story: ପ୍ରେମ ପାଇଁ ସନା ପାଲଟିଲେ ସୁହେଲ, ପ୍ରେମିକାଙ୍କୁ ମିଳିଗଲା ପ୍ରକୃତ ପ୍ରେମିକ, ଆଉ ତାପରେ...

Jhansi Two Girls Love Affairs: ସଦ୍ୟ ଉତ୍ତର ପ୍ରଦେଶ ଝାନ୍ସି ଜିଲ୍ଲାରୁ ଆସିଛି ଏକ ନିଆରା ପ୍ରେମ କାହାଣୀ। ଏହି କାହାଣୀରେ ଯେତେ ଅଧିକ ପ୍ରେମ ଜିତିଛି ବିଶ୍ୱାସଘାତକତା ତାହା ଠାରୁ ଅଧିକ ବଡ ହୋଇଯାଇଛି। ପ୍ରାୟ ୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ସାନା ଏବଂ ସୋନାଲଙ୍କ ପ୍ରେମ କାହାଣୀ ବର୍ତ୍ତମାନ ଅଦାଲତରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପ୍ରେମ କାହାଣୀ ୨ ଜଣ ଯୁବତୀଙ୍କ ମଧ୍ୟରେ ଗଢି ଉଠିଥିଲା। ସାନା ଏବଂ ସୋନାଲ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ପ୍ରେମ ପାଇଁ ସାନା ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଅପରେସନ୍ ମାଧ୍ୟମରେ ନିଜର ଲିଙ୍ଗ ପରିବର୍ତ୍ତନ କରିଥିଲେ। ଲିଙ୍ଗ ପରିବର୍ତ୍ତନ ପରେ ସାନା, ସୋହେଲ ପାଲଟି ଯାଇଥିଲେ। ହେଲେ ବର୍ତ୍ତମାନ ତାଙ୍କ ପ୍ରେମିକା ସୋନାଲ ଜଣେ ପ୍ରକୃତ ପୁଅକୁ ଭଲ ପାଉଛନ୍ତି।  ପ୍ରେମିକା ସୋନାଲ ତାଙ୍କ ପ୍ରେମିକ ସୋହେଲଙ୍କୁ ଛାଡି ସେହି ପୁଅକୁ ବିବାହ କରିବାକୁ ଚାହୁଁଛନ୍ତି।

କିଛି ବର୍ଷ ପୂର୍ବେ ଏକାଠି ରହୁଥିଲେ ସାନା ଏବଂ ସୋନାଲ ନାମକ ଦୁଇ ଜଣ ଯୁବତୀ। ଯେତେବେଳେ ସେମାନେ ଏକାଠି ରହୁଥିଲେ ସେତେବେଳେ ଉଭୟେ ପରସ୍ପରକୁ ଭଲ ପାଉଥିଲେ। ଜୀବନରେ ଉଭୟେ ଏକାଠି ରହିବାକୁ ପ୍ରତିଜ୍ଞା କରିଥିଲେ। ଯଦିଓ ସୋନାଲଙ୍କ ପରିବାର ସଦସ୍ୟ ତାଙ୍କ ପ୍ରେମ କାହାଣୀକୁ ନେଇ ଆପତ୍ତି ଉଠାଇଥିଲେ, ହେଲେ ତଥାପି ସୋନାଲ ସାନାଙ୍କ ସହ ରହିବାକୁ ଲାଗିଲେ। ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ଏକାଠି ରହିବା ଆରମ୍ଭ କରିଥିଲେ। ପ୍ରେମ କାହାଣୀ ଚାଲିବା ସମୟରେ ସାନାଙ୍କର ବହୁତ ପରିମାଣର ରୋଜଗାର ହେଉଥିଲା। ସ୍ୱାମୀର କର୍ତ୍ତବ୍ୟ ପାଳନ କରିବାକୁ ଯାଇ ସୋନାଲଙ୍କ ଲାଗି ବେଶ ମୋଟା ଆଙ୍କର ଅର୍ଥ ଖର୍ଚ୍ଚ କରୁଥିଲେ ସାନା। ଓକିଲ ଦେଇଥିବା ତଥ୍ୟ  ଅନୁସାରେ ସୋନାଲଙ୍କ ଅଧ୍ୟୟନ ଖର୍ଚ୍ଚ ସାନା ବହନ କରିଥିଲେ। କେବଳ ଏତିକି ନୁହେଁ ସୋନାଲଙ୍କ ଜନ୍ମଦିନରେ ପାର୍ଟି କରିବା, ହିଲ ଷ୍ଟେସନ ପରିଦର୍ଶନ କରିବା, ସପିଂ ଏବଂ ଏପରି ଅନ୍ୟ ସମସ୍ତ ଖର୍ଚ୍ଚ ସାନା ବହନ କରୁଥିଲେ। ସୋନାଲଙ୍କ ସହ ପ୍ରେମ ସମ୍ପର୍କ ନିବିଡ଼ ହେବା ପରେ ଉଭୟଙ୍କ ସହମତି କ୍ରମେ ସାନା ତାଙ୍କ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହା ପରେ ସାନା ନିଜ ଜୀବନକୁ ବିପଦରେ ପକାଇ ଦିଲ୍ଲୀସ୍ଥିତ ଗଙ୍ଗାରାମ ହସ୍ପିଟାଲ ଠାରେ ନିଜର ଅପରେସନ୍ କରିଥିଲେ। ଅପରେସନ୍ ପରେ ସାନା ଝିଅରୁ ପୁଅ ଭଳି ଦେଖାଯିବା ଆରମ୍ଭ କରିଥିଲେ। ହେଲେ ଏହାର ପ୍ରଭାବ ସାନାଙ୍କ ଯକୃତ ଉପରେ ପଡିଥିଲା ସାନା ଅସୁସ୍ଥ ହୋଇପଡିଥିଲେ। ଯେଉଁଥିପାଇଁ ସେ ତାଙ୍କ ନିଜ କାମ ଉପରେ ଦେଇ ପାରିଲେ ନାହିଁ। ସେଥିପାଇଁ ସାନା ସୋନାଲଙ୍କୁ କହିଥିଲେ ଯେ ମୋର ସ୍ୱାସ୍ଥ୍ୟ ଭଲ ନହେବା ପର୍ଯ୍ୟନ୍ତ ସେ ଅନ୍ୟ ଏକ ଡାକ୍ତରଖାନାରେ ଚାକିରି କରିବା ଆବଶ୍ୟକ। ସାନାଙ୍କ ଏହି କଥାରେ ସୋନାଲ ରାଜି ହୋଇଯାଇଥିଲେ। ସୋହେଲଙ୍କୁ ସାନା ଏକ ଘରୋଇ ଡାକ୍ତରଖାନାରେ ଚାକିରି ଦେଇଥିଲେ। ହେଲେ ସେଠାରେ ହିଁ ପ୍ରକୃତ ଅସୁବିଧା ଆରମ୍ଭ ହୋଇଥିଲା। ଏଠାରେ ଚାକିରି କରିବା ସମୟରେ ସୋନାଲ ଏକ ପୁଅକୁ ଭେଟିଥିଲେ ଯିଏ ତାଙ୍କ ସହିତ ସେହି ଡାକ୍ତରଖାନାରେ କାମ କରୁଥିଲା। ସୋନାଲ ତାକୁ ଭଲ ପାଇ ବସିଲେ ଏବଂ ଉଭୟେ ପରସ୍ପରକୁ ବିବାହ କରିବାକୁ 
ଚାହୁଁଛନ୍ତି।

ଯେତେବେଳେ ସାନା ଏହି ବିଷୟରେ ଜାଣିଲେ, ସେତେବେଳେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏନେଇ ସାନାଙ୍କ କହିବା କଥା ଯେ ଯାହା ପାଇଁ ସେ ନିଜର ସ୍ତନ ଅପରେସନ୍ କରିଥିଲେ, ଏପରିକି ନିଜର ପରିଚୟ ମଧ୍ୟ ବଦଳାଇ ଥିଲେ, ସେହି ଝିଅ ଧୋକ୍କାବାଜ ବାହାରିଲା। ହେଲେ ଏହା ପରେ ମଧ୍ୟ ସାନା ହାର ମାନିନଥିଲେ ଏବଂ ସେ ତାଙ୍କ ପ୍ରେମିକା ସୋନାଲଙ୍କୁ ଭେଟିଥିଲେ ଏବଂ ତାଙ୍କୁ ଜୀବନସାରା ଏକାଠି ହେବାର ପ୍ରତିଜ୍ଞା ମନେ ପକାଇ ଦେଇଥଲେ। ସାନା କହିଥିଲେ ଯେ,  ମୁଁ ତୁମ ପ୍ରେମରେ ଝିଅର ପୁଅ ହୋଇଛି, ଆମ ପ୍ରେମ ପାଇଁ ମୁଁ ମୋର ସମ୍ପୂର୍ଣ୍ଣ ଜୀବନକୁ ବାଜିରେ ଲଗାଇ ଦେଇଛି। ହେଲେ ଏବେ ତମେ ମୋ ସହିତ ଏପରି କାମ କିପରି କରିପାରିବ?

ସାନାଙ୍କ ଏହି କଥା ସୋନାଲଙ୍କୁ ପ୍ରଭାବିତ କରି ନଥିଲା। ପ୍ରେମିକା ସୋନାଲଙ୍କୁ ପାଇବା ପାଇଁ ଅନେକ ଥର ନିବେଦନ କରିଥିଲେ ପ୍ରେମିକ ସାନା। ହେଲେ ପ୍ରେମିକ ସାନାଙ୍କ କଥା ଶୁଣି ପ୍ରେମିକାଙ୍କ ସୋଲାଙ୍କ ହୃଦୟ ତରଳି ନଥିଲା।  ସୋନାଲ, ସାନାଙ୍କୁ କହି ଦେଇଥିଲା ଯେ ସେ ତାଙ୍କ ସହ ରହି ପାରିବି ନାହିଁ। ଯଦି ତାଙ୍କୁ କଷ୍ଟ ହେଉଛି ତାହେଲେ ସେ ପୁଣି ଥରେ ପୁଅରୁ ଝିଅ ହୋଇଯାନ୍ତୁ। ଏକଥା ଶୁଣିବା ପରେ ସାନା ତାତି ଉଠିଥଲେ ଏବଂ ଶେଷରେ ସେ ଅଦାଲତର ଆଶ୍ରୟ ନେଇଥିଲେ। ଆଜି ଏହି ମାମଲାର ଶୁଣାଣି ହୋଇଥିଲା ଯେଉଁଥିରେ କୋର୍ଟ ସାନା ଛଦ୍ମନାମ ସୋହେଲ ଏବଂ ସୋନାଲଙ୍କ ପ୍ରେମ କାହାଣୀ ସହ ଜଡ଼ିତ ମାମଲାର ଶୁଣାଣି କରିଥିଲେ।
 
ଅପରେସନ କରି ଝିଅ ସାନାରୁ ପୁଅ ପାଲଟିଥିବା ସୋହେଲ ତାଙ୍କ ପ୍ରେମିକା ସୋନାଲଙ୍କ ପାଇବାକୁ ଚାହୁଁଛନ୍ତି। ଯେଉଁ ଲୋକ ପାଇଁ ସେ ତାଙ୍କ ଜୀବନରେ ଏତେ ବଡ଼ ନିଷ୍ପତ୍ତି ନେଇଛନ୍ତି ସେ ତାଙ୍କୁ ମିଳିବା ଦରକାର। ହେଲେ ବର୍ତ୍ତମାନ ନାଁ ପ୍ରେମିକା ସୋନାଲ ପ୍ରେମିକ ସୋହେଲଙ୍କ ସହ ରହିବାକୁ ଚାହୁଁଛନ୍ତି ନା ସୋନାଲଙ୍କ ପରିବାର ଏହି ବିବାହ ପାଇଁ ପ୍ରସ୍ତୁତ ଅଛନ୍ତି। ଓକିଲ ଏହା ମଧ୍ୟ କହିଛନ୍ତି ଯେ ପ୍ରେମିକ ସୋହେଲ ତାଙ୍କ ପ୍ରେମିକା ସୋନାଲ ପାଇଁ ସମସ୍ତ ଖର୍ଚ୍ଚ ବହନ କରୁଥିଲା। ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ଏକାଠି ରହୁଥିଲା। ଉଭୟେ ସୋସିଆଲ ମିଡିଆରେ ଲଭ୍ ରିଲ୍ ପୋଷ୍ଟ କରୁଥିଲେ। ହେଲେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି, ଯେଉଁ କାରଣରୁ ସେମାନଙ୍କ ପ୍ରେମ କାାହାଣୀ ସହ ଜଡ଼ିତ ମାମଲାର ଶୁଣାଣି ଅଦାଲତରେ ଚାଲିଛି। ହେଲେ ପ୍ରେମିକଙ୍କୁ କେବେ ନ୍ୟାୟ ମିଳିବ ତାହା ଉପରେ ରହିଛି ନଜର।

ଯିଏ ଏହି ଦୁଇ ଜଣ ଝିଅଙ୍କ ପ୍ରେମ କାହାଣୀ ଶୁଣୁଛନ୍ତି, ସେ ଆଶ୍ଚର୍ଯ୍ୟ ଚକିତ ହୋଇ ୟାଇଛନ୍ତି। କାରଣ କୌଣସି ପ୍ରେମ କାହାଣୀ ଦୁଇ ଯୁବକ-ଯୁବତୀ ମଧ୍ୟରେ ହୋଇଥାଏ। ହେଲ ଏହା ଏକ ଏପରି ପ୍ରେମ କାହାଣୀ, ଯେଉଁଥିରେ ପୁରୁଷ ପ୍ରେମୀ ନଥିଲେ। ଏହା ଏକ ଝିଅର ଏକପାଖିଆ ପ୍ରେମ ଥିଲା ଯେଉଁଥିରେ ସେ ନିଜ ପ୍ରେମିକା ପାଇଁ ସବୁକିଛି କରିଥିଲେ ଯାହା ଆଜିର ସମୟରେ କେହି କରିବାକୁ ପ୍ରସ୍ତୁତ ନୁହଁନ୍ତି।