Uttar Pradesh: ଅଗ୍ନିପଥ ନିଯୁକ୍ତି ପାଇଁ ଆସିଥିବା ଏନକାଉଣ୍ଟର କଲା ପୋଲିସ! ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ
Advertisement

Uttar Pradesh: ଅଗ୍ନିପଥ ନିଯୁକ୍ତି ପାଇଁ ଆସିଥିବା ଏନକାଉଣ୍ଟର କଲା ପୋଲିସ! ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

Uttar Pradesh Police News: ଅଗ୍ନିପଥ ନିଯୁକ୍ତି ପରୀକ୍ଷା ପାଇଁ ଆଗ୍ରା ଆସିଥିବା ଜଣେ ଯୁବକଙ୍କୁ ପୋଲିସ ଏନକାଉଣ୍ଟର କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ କରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। 

 Uttar Pradesh: ଅଗ୍ନିପଥ ନିଯୁକ୍ତି ପାଇଁ ଆସିଥିବା ଏନକାଉଣ୍ଟର କଲା ପୋଲିସ! ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

Uttar Pradesh Police: ସଦ୍ୟ ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ମଧ୍ୟ ପ୍ରଦେଶର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ଅଗ୍ନିପଥ ନିଯୁକ୍ତି ପରୀକ୍ଷା ପାଇଁ ଆଗ୍ରା ଆସିଥିବା ତାଙ୍କ ପୁଅକୁ ପୋଲିସ ମିଥ୍ୟା ଏନକାଉଣ୍ଟର କରି ହତ୍ୟା କରିଛି। ଏହି ଘଟଣାରେ ଆଗ୍ରାସ୍ଥିତ କୋର୍ଟ ଜଣେ ୨୦ ବର୍ଷୀୟ ବୟସ୍କ ଯୁବକଙ୍କ ମାଆଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ଯାଞ୍ଚ କରିବାକୁ ନଗର ପୋଲିସ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ତାଙ୍କ ଓକିଲ ଏ ସମ୍ପର୍କରେ ଜଣାଇଛନ୍ତି।

ପୀଡିତ ଯୁବକଙ୍କ ମାଆଙ୍କ ଓକିଲ ଭରତେନ୍ଦ୍ର ସିଂହ କହିଛନ୍ତି ଯେ ଆଗ୍ରା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କୋର୍ଟ (Agra Chief Judicial Magistrate Court) ଅଭିଯୋଗ ଦାଖଲ କରିବାକୁ ଆଗ୍ରା ପୋଲିସକୁ (Agra Police) ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ନିରପେକ୍ଷ ତଦନ୍ତ କରିବାକୁ ଆଗ୍ରା ପୋଲିସ କମିଶନରଙ୍କୁ (Agra Commissioner Police) କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ପଚରାଯିବାରୁ ପୋଲିସ ଡେପୁଟି କମିଶନର ପଶ୍ଚିମ (Agra West Deputy Commissioner Police) ସୋନମ କୁମାର କହିଛନ୍ତି ଯେ, ଏଫଆଇଆର ଏ ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହିଁ। ପ୍ରଥମ କଥା ହେଉଛି ଯେ, ଯେଉଁ ଏନକାଉଣ୍ଟର (Police Encounter) କଥା କୁହାଯାଉଛି ତାହା ନକଲି ନୁହେଁ। ଆମେ ଏହି ପ୍ରସଙ୍ଗରେ ଆଇନଗତ ପରାମର୍ଶ ଗ୍ରହଣ କରିବୁ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ପୀଡିତଙ୍କ ଓକିଲ କହିଛନ୍ତି ଯେ ମୃତକ ଆକାଶ ଗୁର୍ଜର ମଧ୍ୟ ପ୍ରଦେଶ (Madhya Pradesh) ମୁରୈନା ଜିଲ୍ଲାର (Morena District) ଗଢୌରା ଅଞ୍ଚଳର ବାସିନ୍ଦା। ଓକିଲଙ୍କ କହିବା ଅନୁଯାୟୀ ଆକାଶ ଗୁର୍ଜର ଅଗ୍ନିପଥ ନିଯୁକ୍ତି (Agneepath Appointment) ପାଇଁ ପ୍ରସ୍ତୁତ ହେଉଥିଲେ। ଗତ ବର୍ଷ ୨୬ ସେପ୍ଟେମ୍ବର ସନ୍ଧ୍ୟାରେ ସେ ଆଗ୍ରାସ୍ଥିତ କେନ୍ଦ୍ରୀୟ ଅସ୍ତ୍ରାଗାର (Agra Central Ordnance Depot) ଠାରେ କାମ କରୁଥିବା ଭାଇ ବିଷ୍ଣୁଙ୍କ ସହ ରହିବାକୁ ଘରୁ ବାହାରିଥିଲେ। ହେଲେ ଗତ ବର୍ଷ ୨୭ ସେପ୍ଟେମ୍ବରରେ ଆଗ୍ରା ଇରାଦ ନଗର ପୋଲିସ (Iradatnagar Police) ତାଙ୍କୁ ଏନକାଉଣ୍ଟର କରି ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଥିଲା।

ସେ ଅଭିଯୋଗ କରିଛନ୍ତି ଯେ ପୋଷ୍ଟମର୍ଟମ ରିପୋର୍ଟ ଦର୍ଶାଇଛି ଯେ ଆକାଶ ଗୁର୍ଜରଙ୍କୁ ଅତି ନିକଟରୁ ଗୁଳି କରାଯାଇଥିଲା। ହେଲେ ପ୍ରାଥମିକ ଅଭିଯୋଗରେ ପୋଲିସ ଦାବି କରିଛି ଯେ ସେ ଟ୍ରାକ୍ଟର ଛାଡି ଦେଇ ସେମାନଙ୍କ ଉପରକୁ ଗୁଳି ଚଳାଇବା ଭଳି ଢଙ୍ଗରେ ପଳାୟନ କରିଥିଲେ। ହେଲେ ଘଟଣାସ୍ଥଳର ଦୃଶ୍ୟ ସ୍ପଷ୍ଟ କରୁଛି ଯେ ଟ୍ରାକ୍ଟର ଚାଳକଙ୍କ ଆସନର ଉଭୟ ପାର୍ଶ୍ୱରେ ରକ୍ତ ଲାଗିଥିଲା।  ସେ କହିଛନ୍ତି ଯେ ମୃତକଙ୍କ ମାତା ମମତା ଦେବୀଙ୍କ ଆବେଦନ ଉପରେ କୋର୍ଟ ଏହି ଆଦେଶ ଦେଇଛନ୍ତି।

ମୃତକ ଆକାଶ ଗୁର୍ଜରଙ୍କ ମାଆ ମମତା ଦେବୀ ଦାବି କରିଛନ୍ତି ଯେ ତାଙ୍କ ପୁଅ ବସ୍ ଯୋଗେ ଆଗ୍ରା ଅଭିମୁଖେ ଆସୁଥିଲେ। ଯେତେବେଳେ ସେ ଶୌଚାଳୟକୁ ଯିବାକୁ ଓହ୍ଲାଇଥିଲେ, ସେତେବେଳେ ତାଙ୍କୁ ଜଣେ ପୋଲିସ କର୍ମଚାରୀ ଅପହରଣ କରି ଗୁଳି ମାରି ଦେଇଥିଲେ। ବେଆଇନ ବାଲି ଖନନରେ ଆକାଶ ସମ୍ପୃକ୍ତ ରହିଥିବା ପୋଲିସ ଦାବି କରିଛି। ଏହି ପରିପ୍ରେକ୍ଷୀରେ ଆଗ୍ରାସ୍ଥିତ ଇରାଦନାଗର ଥାନାରେ (Iradatnagar Police Station) ଦୁଇଟି ଏଫଆଇଆର ମଧ୍ୟ ପଞ୍ଜୀକୃତ ହୋଇଥିଲା।