Unverified Mobile Number: ୧୦ ଅଙ୍କ ବିଶିଷ୍ଟ ଏସବୁ ମୋବାଇଲ୍ ନମ୍ବର ୩୦ ଦିନ ମଧ୍ୟରେ ହୋଇଯିବ ବନ୍ଦ, TRAI ନେଲା ବଡ଼ ନିଷ୍ପତ୍ତି; ଆପଣଙ୍କର ନମ୍ବର ବି କରିନିଅନ୍ତୁ ଚେକ୍
Advertisement
Article Detail0/zeeodisha/odisha1582434

Unverified Mobile Number: ୧୦ ଅଙ୍କ ବିଶିଷ୍ଟ ଏସବୁ ମୋବାଇଲ୍ ନମ୍ବର ୩୦ ଦିନ ମଧ୍ୟରେ ହୋଇଯିବ ବନ୍ଦ, TRAI ନେଲା ବଡ଼ ନିଷ୍ପତ୍ତି; ଆପଣଙ୍କର ନମ୍ବର ବି କରିନିଅନ୍ତୁ ଚେକ୍

Unverified Mobile Number: ଏକ ରିପୋର୍ଟ ଅନୁଯାୟୀ, TRAI ବର୍ତ୍ତମାନ ସେହି ପ୍ରମୋସନାଲ ମେସେଜ ବିରୁଦ୍ଧରେ କଟକଣା ଜାରି କରିବାକୁ ଯାଉଛି ଯାହା ମୋବାଇଲ୍ ବ୍ୟବହାରକାରୀଙ୍କୁ ବିନା ଅନୁମତିରେ କଲ୍ କିମ୍ବା ମେସେଜ୍ ପଠାଉଛି । TRAI ଟେଲିକମ୍ କମ୍ପାନୀଗୁଡିକୁ ସ୍ପଷ୍ଟ କରିଛି ଯେ, ପ୍ରଚାର ପାଇଁ ସେମାନେ ପଞ୍ଜୀକୃତ ହୋଇ ନଥିବା ନମ୍ବର ବ୍ୟବହାର କରିବା ଉଚିତ୍ ନୁହେଁ ।

Unverified Mobile Number: ୧୦ ଅଙ୍କ ବିଶିଷ୍ଟ ଏସବୁ ମୋବାଇଲ୍ ନମ୍ବର ୩୦ ଦିନ ମଧ୍ୟରେ ହୋଇଯିବ ବନ୍ଦ, TRAI ନେଲା ବଡ଼ ନିଷ୍ପତ୍ତି; ଆପଣଙ୍କର ନମ୍ବର ବି କରିନିଅନ୍ତୁ ଚେକ୍

TRAI Blocked Unverified Mobile Number: TRAI ଅର୍ଥାତ ଟେଲିକମ୍ ନିୟାମକ ପ୍ରାଧିକରଣ ଏକ ବହୁତ ବଡ଼ ନିଷ୍ପତ୍ତି ନେଇଛି । TRAI ର ଏହି ନିଷ୍ପତ୍ତି ଯୋଗୁଁ ଟେଲି ମାର୍କେଟିଂ କମ୍ପାନୀଗୁଡିକ (Telecom Companies) କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । ଏକ ରିପୋର୍ଟ ଅନୁଯାୟୀ, TRAI ବର୍ତ୍ତମାନ ସେହି ପ୍ରମୋସନାଲ ମେସେଜ ବିରୁଦ୍ଧରେ କଟକଣା ଜାରି କରିବାକୁ ଯାଉଛି ଯାହା ମୋବାଇଲ୍ ବ୍ୟବହାରକାରୀଙ୍କୁ ବିନା ଅନୁମତିରେ କଲ୍ କିମ୍ବା ମେସେଜ୍ ପଠାଉଛି । TRAI ଟେଲିକମ୍ କମ୍ପାନୀଗୁଡିକୁ ସ୍ପଷ୍ଟ କରିଛି ଯେ, ପ୍ରଚାର ପାଇଁ ସେମାନେ ପଞ୍ଜୀକୃତ ହୋଇ ନଥିବା ନମ୍ବର (Unregistered Numbers) ବ୍ୟବହାର କରିବା ଉଚିତ୍ ନୁହେଁ । ବର୍ତ୍ତମାନ TRAI ଏହା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ।

ଆପଣଙ୍କୁ କହି ରଖୁଛୁ ଯେ, ଟେଲି ମାର୍କେଟିଂ କମ୍ପାନୀଗୁଡିକ (Telecom Companies) ପାଇଁ ଏକ ସ୍ୱତନ୍ତ୍ର ନମ୍ବର ଦିଆଯାଇଥାଏ ଯାହା ସାଧାରଣ ନମ୍ୱର ଠାରୁ ସାମାନ୍ୟ ଭିନ୍ନ ହୋଇଥାଏ । ଟେଲିକମ୍ କମ୍ପାନୀଗୁଡିକ ପ୍ରମୋସନାଲ୍ କଲ୍ ପାଇଁ ସ୍ୱତନ୍ତ୍ର ନମ୍ବର ପାଆନ୍ତି ଯାହା ଦ୍ୱାରା ମୋବାଇଲ୍ ବ୍ୟବହାରକାରୀମାନେ ସାଧାରଣ କଲ୍ ଓ ପ୍ରମୋସନାଲ୍ କଲ୍ ମଧ୍ୟରେ ପାର୍ଥକ୍ୟ ବୁଝିପାରିବେ । ତଥାପି, ନିୟମକୁ ଅଣଦେଖା କରି ଅନେକ କମ୍ପାନୀ ମୋବାଇଲ୍ ବ୍ୟବହାରକାରୀଙ୍କୁ କେବଳ ନର୍ମାଲ ୧୦ ଅଙ୍କ ନମ୍ବର (10 Digit Number) ରୁ କଲ୍ କରୁଛନ୍ତି ।

ମୋବାଇଲ୍ ୟୁଜର୍ସଙ୍କୁ ଜୋରଜବରଦସ୍ତି କଲ ବା ମେସେଜ କରି ହଇରାଣ କରିବାର ଏହି ପଦକ୍ଷେପ ବିରୋଧରେ TRAI ବର୍ତ୍ତମାନ କଠୋର ହୋଇଛି । TRAI ଦ୍ୱାରା ଏକ ନିର୍ଦ୍ଦେଶ ଜାରି କରାଯାଇଛି ଯେ, ଟେଲି ମାର୍କେଟିଂ କମ୍ପାନୀଗୁଡିକ ୩୦ ଦିନ ମଧ୍ୟରେ ପ୍ରମୋସନାଲ କଲ୍ କିମ୍ବା ମେସେଜ ପାଇଁ ନର୍ମଲ ୧୦ ଅଙ୍କ ନମ୍ୱର ବନ୍ଦ କରିବା ଉଚିତ୍ । ଏହା ସତ୍ତ୍ୱେ, ଯଦି କେହି ପ୍ରମୋସନାଲ କଲ୍ ପାଇଁ ସାଧାରଣ ନମ୍ବର ବ୍ୟବହାର କରନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅଧିକ ପଢ଼ନ୍ତୁ:-ଜେମ୍ସ ଆଣ୍ଡରସନ୍ ରଚିଲେ ଇତିହାସ, ଭାଙ୍ଗିଲେ ୮୭ ବର୍ଷ ପୁରୁଣା ରେକର୍ଡ; ୪୦ ବର୍ଷ ବୟସରେ ସମସ୍ତଙ୍କୁ ପଛରେ ପକାଇ ହେଲେ ବିଶ୍ୱର ନମ୍ୱର 1

ଅଧିକ ପଢ଼ନ୍ତୁ:-ହୋଲି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଖୁସି ଖବର! ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ, ଯୁବତୀ କହିଲେ- ସେ ମୋର ପ୍ରାଇଭେଟ୍ ପାର୍ଟକୁ ଛୁଇଁଛନ୍ତି ଓ ମାରିଛନ୍ତି ଚାପୁଡ଼ା

 

TRAI ସମସ୍ତ ଟେଲିକମ୍ କମ୍ପାନୀଗୁଡିକୁ ନୋଟିସ୍ ଦେଇଛି ଓ ୩୦ ଦିନ ମଧ୍ୟରେ ପ୍ରମୋସନାଲ କଲ୍ ପାଇଁ ବ୍ୟବହୃତ ପଞ୍ଜୀକୃତ ହୋଇ ନଥିବା ନମ୍ବରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆପଣ ପ୍ରଚାର ପାଇଁ କୌଣସି ନର୍ମାଲ ନମ୍ବର ବ୍ୟବହାର କରନ୍ତି, ତେବେ ତୁରନ୍ତ ତାହା ବ୍ୟବହାର କରିବା ବନ୍ଦ କରନ୍ତୁ, ନଚେତ୍ ଆପଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।