Onion Price: ଆଉ କନ୍ଦାଇବ ନାହିଁ ପିଆଜ; ମୂଲ୍ୟ ହ୍ରାସ କରିବାକୁ ସରକାର ନେଲେ ବଡ଼ ନିଷ୍ପତ୍ତି
Advertisement
Article Detail0/zeeodisha/odisha2003949

Onion Price: ଆଉ କନ୍ଦାଇବ ନାହିଁ ପିଆଜ; ମୂଲ୍ୟ ହ୍ରାସ କରିବାକୁ ସରକାର ନେଲେ ବଡ଼ ନିଷ୍ପତ୍ତି

Onion Price Rise: ଦେଶରେ ହୁ ହୁ ହୋଇ ବଢୁଥିବା ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି।

Onion Price: ଆଉ କନ୍ଦାଇବ ନାହିଁ ପିଆଜ; ମୂଲ୍ୟ ହ୍ରାସ କରିବାକୁ ସରକାର ନେଲେ ବଡ଼ ନିଷ୍ପତ୍ତି

Onion Price Hike: ସମୟ ସମୟରେ ହୁ ହୁ ହୋଇଥିବା ବଢୁଥିବା ପିଆଜ ମୂଲ୍ୟରୁ ମିଳିବ ଆଶ୍ୱସ୍ତି। ଘରୋଇ ଉପଲବ୍ଧତା ବୃଦ୍ଧି ପାଇଁ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯାହା ଦ୍ୱାରା ପିଆଜ ମୂଲ୍ୟ ନିୟନ୍ତ୍ରଣ ବାହାରକୁ ଯିବ ନାହିଁ। ଏନେଇ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପିଆଜ ପାଇଁ ରପ୍ତାନି ନୀତି ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ନିଷେଧ କରାଯାଇଛି। ହେଲେ ଅନ୍ୟ ଦେଶର ଅନୁରୋଧକୁ ଆଧାର କରି ସରକାର ଦେଇଥିବା ଅନୁମତି ଅନୁଯାୟୀ ପିଆଜ ରପ୍ତାନି ଅନୁମତି ଦିଆଯିବ ବୋଲି ଡିଜିଟିଏଫ ପକ୍ଷରୁ କୁହାଯାଇଛି।

କ'ଣ ରହିଛି ସରକାରଙ୍କ ଯୋଜନା?
ବିଦେଶକୁ ପିଆଜ ଯୋଗାଣ (Onion Export to Abroad from India) ଯାହା ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (Directorate General of Foreign Trade) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ପୂର୍ବରୁ ଆରମ୍ଭ ହୋଇଥିଲା, ତାହାକୁ ରପ୍ତାନି କରିବାକୁ ଅନୁମତି ଦିଆଯାଇଛି। ଯେଉଁ କ୍ଷେତ୍ରରେ ସିପିଂ ବିଲ୍ ଦାଖଲ ହୋଇଛି ଏବଂ ପିଆଜ ଲୋଡିଂ ପାଇଁ ଜାହାଜ ଭାରତୀୟ ବନ୍ଦରରେ ପହଞ୍ଚି ସାରିଛନ୍ତି ତାହାକୁ ରପ୍ତାନି ପାଇଁ ପଠାଇବାକୁ ମଧ୍ୟ ଅନୁମତି ଦିଆଯାଇଛି। ବଢୁଥିବା ପିଆଜ ମୂଲ୍ୟକୁ (Onion Price Hike) ରୋକିବା ପାଇଁ ରପ୍ତାନୀକୁ ନିରୁତ୍ସାହିତ କରିବା ପାଇଁ ସରକାର ପୂର୍ବରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ମେଟ୍ରିକ୍ ଟନ୍ ପିଛା ସର୍ବନିମ୍ନ ରପ୍ତାନୀ ମୂଲ୍ୟ ୮୦୦ ଡଲାର ଧାର୍ଯ୍ୟ କରିଥିଲେ।

Also Read: Onion Price Hike: ଦିୱାଲି ପୂର୍ବରୁ କାହିଁକି କନ୍ଦାଉଛି ପିଆଜ? ଜାଣନ୍ତୁ କାରଣ

ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ
ସାମ୍ପ୍ରତିକ ସମୟରେ ଦେଖାଯାଇଛି ଯେ ପିଆଜ ମୂଲ୍ୟ (Onion Price Rise) ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ ପିଆଜ ମୂଲ୍ୟ ବୃଦ୍ଧି ପଛରେ କେଉଁ କାରଣ ରହିଛି? ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଖୁଚୁରା ବଜାରରେ ପିଆଜ କିଲୋଗ୍ରାମ ପିଛା (Onion Price per kg in Retail Market) ୩୦-୪୦ ଟଙ୍କାରେ ବିକ୍ରି ହେଉଥିଲା। ଯାହା ବର୍ତ୍ତମାନ ୬୦-୭୦ ଟଙ୍କାକୁ ବୃଦ୍ଧି ପାଇଛି। ବିଶେଷଜ୍ଞ କହିଛନ୍ତି ଜମା କରି ରଖିବା କାରଣରୁ ପିଆଜ ମୂଲ୍ୟ ପାଇଛି। ଅର୍ଥାତ ବଜାରରେ ସ୍ୱାଭାବିକ ବିକ୍ରୟ ହେବା ପରିବର୍ତ୍ତେ ପିଆଜ ଗଚ୍ଛିତ କରି ରଖାଯାଉଛି। ଯାହା ଦ୍ୱାରା ପିଆଜ ଅଭାବ ଦେଖାଯିବା ସହ ଏହାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। 

ପିଆଜ ମୂଲ୍ୟ ବୃଦ୍ଧିରୁ କିପରି ମିଳିବ ଆଶ୍ୱସ୍ତି?
ଏହା ମଧ୍ୟ କୁହାଯାଇଛି ଯେ ଯଦି ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଏ ନାହିଁ ତାହେଲେ ଆଗାମୀ ଦିନରେ ସ୍ଥିତି ବିଗିଡ଼ି ଯାଇପାରେ। ଅର୍ଥାତ ପିଆଜ ମୂଲ୍ୟ ବଜାରରେ ଆହୁରି ବଢିପାରେ। ପୂର୍ବରୁ ଖରିଫ ଫସଲରେ ବିଳମ୍ବ ଏବଂ କମ୍ ବୁଣିବା କାରଣରୁ ମୂଲ୍ୟ ବୃଦ୍ଧି ଆରମ୍ଭ ହେବାପରେ ଅଗଷ୍ଟ ୨୫ ତାରିଖରେ ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ୪୦% ଶୁଳ୍କ ଲାଗୁ (Govt of India Tariff on Onion Exports) କରିଥିଲେ। ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା  ପାଇଁ ସରକାର ହୋଲସେଲ ବଜାରରେ ରାଷ୍ଟ୍ରୀୟ କୃଷି ସହକାରୀ ବିପଣନ ସଂଘ କିଣିଥିବା ପିଆଜକୁ ବର୍ତ୍ତମାନର ବଜାର ଦର ଠାରୁ କମ୍ ମୂଲ୍ୟରେ ବିକ୍ରି କରିବା ଆରମ୍ଭ କରିଥିଲେ।