Republic Day 2023: ଖୁସି ଖବର: ପ୍ରତି ମାସକୁ ମିଳିବ ବେକାରୀ ଭତ୍ତା, ସାଧାରଣତନ୍ତ୍ର ଦିବସ ଅବସରରେ ସରକାର କଲେ ଘୋଷଣା, ଜାଣନ୍ତୁ କେତେ ପାଇବେ ଟଙ୍କା
Advertisement

Republic Day 2023: ଖୁସି ଖବର: ପ୍ରତି ମାସକୁ ମିଳିବ ବେକାରୀ ଭତ୍ତା, ସାଧାରଣତନ୍ତ୍ର ଦିବସ ଅବସରରେ ସରକାର କଲେ ଘୋଷଣା, ଜାଣନ୍ତୁ କେତେ ପାଇବେ ଟଙ୍କା

Unemployment Allowance: ଆଗାମୀ ଆର୍ଥିକ ବର୍ଷରୁ ଯୁବକମାନଙ୍କୁ ପ୍ରତି ମାସରେ ବେକାରୀ ଭତ୍ତା ଦିଆଯିବ । ଏହା ବ୍ୟତୀତ ଆଦିବାସୀ ସମାଜର ସର୍ବୋତ୍ତମ ପର୍ବ ଆୟୋଜନ ପାଇଁ ବସ୍ତର ଡିଭିଜନ୍, ସୁରଗୁଜା ଡିଭିଜନ୍ ତଥା ରାଜ୍ୟର ନିର୍ଦ୍ଧାରିତ ଅଞ୍ଚଳରେ ଆସନ୍ତା ଆର୍ଥିକ ବର୍ଷରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ବାର୍ଷିକ ୧୦,୦୦୦ ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଘୋଷଣା କରିଛନ୍ତି ।

Republic Day 2023: ଖୁସି ଖବର: ପ୍ରତି ମାସକୁ ମିଳିବ ବେକାରୀ ଭତ୍ତା, ସାଧାରଣତନ୍ତ୍ର ଦିବସ ଅବସରରେ ସରକାର କଲେ ଘୋଷଣା, ଜାଣନ୍ତୁ କେତେ ପାଇବେ ଟଙ୍କା

Unemployment Allowance, Republic Day 2023: ଛତିଶଗଡ଼ ମୁଖ୍ୟମନ୍ତ୍ରୀ (Chhattisgarh CM) ଭୂପେଶ ବଘେଲ (Bhupesh Baghel) ଆଜି ଅର୍ଥାତ ସାଧାରଣତନ୍ତ୍ର ଦିବସ (Republic Day 2023) ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ବେକାର ଯୁବକଯୁବତୀଙ୍କୁ ବେରୋଜଗାର ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଘୋଷଣା କରିଛନ୍ତି । ଏହି ବେକାରୀ ଭତ୍ତା ଆସନ୍ତା ଆର୍ଥିକ ବର୍ଷରୁ ମିଳିବା ଆରମ୍ଭ ହେବ । ସାଧାରଣତନ୍ତ୍ର ଦିବସ (Republic Day 2023) ରେ ଶିକ୍ଷିତ ବେକାରଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଏକ ବଡ଼ ଉପହାର ଦେଇଛନ୍ତି । ଆଗାମୀ ଆର୍ଥିକ ବର୍ଷରୁ ଯୁବକମାନଙ୍କୁ ପ୍ରତି ମାସରେ ବେକାରୀ ଭତ୍ତା (Unemployment Allowance) ଦିଆଯିବ । ଏହା ବ୍ୟତୀତ ଆଦିବାସୀ ସମାଜର ସର୍ବୋତ୍ତମ ପର୍ବ ଆୟୋଜନ ପାଇଁ ବସ୍ତର ଡିଭିଜନ୍, ସୁରଗୁଜା ଡିଭିଜନ୍ ତଥା ରାଜ୍ୟର ନିର୍ଦ୍ଧାରିତ ଅଞ୍ଚଳରେ ଆସନ୍ତା ଆର୍ଥିକ ବର୍ଷରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ବାର୍ଷିକ ୧୦,୦୦୦ ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଘୋଷଣା କରିଛନ୍ତି ।

ସେପଟେ ଛତିଶଗଡର ସରକାରୀ କର୍ମଚାରୀ (Chhattisgarh Government Employees) ଓ ପେନସନଭୋଗୀ (Pensioners) ଙ୍କ ପାଇଁ ବଡ଼ ଖୁସି ଖବର ଅଛି । ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କାର୍ଯ୍ୟକାରୀ କରିବାକୁ ରାସ୍ତା ସଫା ହୋଇଯାଇଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ (Bhupesh Baghel) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଅର୍ଥ ବିଭାଗ ଛତିଶଗଡ ଓପିଏସ୍ (Chhattisgarh OPS) ପାଇଁ ଆଦେଶ ଓ ନିର୍ଦ୍ଦେଶ ଜାରି କରିଛି । ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର; ଆଉ ଏକ ରାଜ୍ୟରେ ଲାଗୁ ହେଲା ପୁରୁଣା ପେନସନ ସ୍କିମ୍, ଅର୍ଥ ବିଭାଗ ଜାରି କଲା ନିର୍ଦ୍ଦେଶ

ଅଧିକ ପଢ଼ନ୍ତୁ:-ହତ୍ୟା ପରେ ମୃତଦେହ ଖରାପ ନହେବା ପର୍ଯ୍ୟନ୍ତ ରଖୁଥିଲା ଶାରୀରିକ ସମ୍ପର୍କ, କଟା ମୁଣ୍ଡକୁ ଶୋ'କେସରେ ରଖିବାକୁ ପାଉଥିଲା ଭଲ; ଜାଣନ୍ତୁ ଏହି ଖତରନାକ୍ ସିରିଏଲ କିଲରର କାହାଣୀ

ଅଧିକ ପଢ଼ନ୍ତୁ:-୬ ଜଣ ଯୁବକ ମିଶି ଯୁବତୀଙ୍କ ସହ କଲେ ଗଣଦୁଷ୍କର୍ମ, ଜଙ୍ଗଲରେ ଗଛରେ ବାନ୍ଧି ଘଟାଇଲେ ଏହି ବର୍ବର କାଣ୍ଡ

ଏହା ଅଧୀନରେ ସରକାରୀ କର୍ମଚାରୀମାନେ (Government Employees) ଦୁଇଟି ବିକଳ୍ପ ପାଇବେ ଓ ସେଥି ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ । ଏଥିରେ କର୍ମଚାରୀମାନେ ପୁରୁଣା ପେନସନ ସ୍କିମ୍ (OPS) କିମ୍ବା ନୂତନ ପେନସନ ସ୍କିମ୍ (NPS) ରେ ରହିବାକୁ ଚାହୁଁଛନ୍ତି କି ନାହିଁ ତାହା ବାଛିବାକୁ ପଡିବ । କର୍ମଚାରୀମାନେ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରିବା ପରେ ଏକ ଆଫିଡେଭିଟ୍ ଦେବାକୁ ପଡିବ । OPS ଚୟନ କରୁଥିବା ସରକାରୀ କର୍ମଚାରୀମାନେ ଏପ୍ରିଲ୍ ୧, ୨୦୨୨ରୁ CGPF ର ସଦସ୍ୟ ହେବେ । 

ଏହାସହ ଜେନେରାଲ୍ ପ୍ରୋଭିଡେଣ୍ଟ୍ ଫଣ୍ଡ ନିୟମ ଦ୍ୱାରା ପରିଚାଳିତ ହେବ । ନଭେମ୍ବର ୧, ୨୦୦୪ରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ NPS ଆକାଉଣ୍ଟରେ ଜମା ହୋଇଥିବା କର୍ମଚାରୀଙ୍କ ଯୋଗଦାନ ଓ ଏଥିରେ ଅର୍ଜନ ହୋଇଥିବା ଡିଭିଡେଣ୍ଡ ସରକାରୀ କର୍ମଚାରୀଙ୍କୁ NPS ନିୟମ ଅନୁଯାୟୀ ପ୍ରଦାନ କରାଯିବ । ଥରେ କର୍ମଚାରୀ ବିକଳ୍ପ ପ୍ରଦାନ କଲେ, କର୍ମଚାରୀ ଏଥିରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ । ଦୁଇଟି ଯୋଜନା ମଧ୍ୟରୁ ଗୋଟିଏ ବାଛିବା ପରେ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ।