Twitter: ପୁନର୍ବାର ଆରମ୍ଭ ହେବ ଟ୍ୱିଟର ବ୍ଲୁ ଟିକ୍ ସବସ୍କ୍ରିପସନ୍ ସର୍ଭିସ, ତାରିଖ ଘୋଷଣା କଲେ ଏଲୋନ୍ ମସ୍କ
Advertisement
Article Detail0/zeeodisha/odisha1443712

Twitter: ପୁନର୍ବାର ଆରମ୍ଭ ହେବ ଟ୍ୱିଟର ବ୍ଲୁ ଟିକ୍ ସବସ୍କ୍ରିପସନ୍ ସର୍ଭିସ, ତାରିଖ ଘୋଷଣା କଲେ ଏଲୋନ୍ ମସ୍କ

Twitter Blue Tick: ଅନେକ ନକଲି ଟ୍ୱିଟର ଆକାଉଣ୍ଟ ପ୍ରଥମେ ୮ ଡ଼ଲାର ଦେଇ ବ୍ଲୁ ଟିକ୍ ପାଇଥିଲେ ଓ ଏହା ପରେ ସେମାନେ ଫେକ୍ ଟ୍ୱିଟ୍ ପୋଷ୍ଟ କରିଥିଲେ  ।

ସୌ: ସୋସିଆଲ ମିଡିଆ

Twitter Subscription Launch: ଆମେରିକାର (America) ଅନେକ ନକଲି ଟ୍ୱିଟର ଆକାଉଣ୍ଟ ୮ ଡ଼ଲାର ଦେଇ ବ୍ଲୁ ଟିକ୍ (Blue Tick) ହାସଲ କରି ନେଇଥିଲେ । ଏହି ସମସ୍ୟା ଯୋଗୁଁ ଟ୍ୱିଟର ଏହାର ବ୍ଲୁ ଟିକ୍ ସବସ୍କ୍ରିପସନ୍ ସର୍ଭିସକୁ (Twitter Blue Tick Subscription Service)ସ୍ଥଗିତ ରଖିଥିଲା । ଯଦିଓ, ଏହା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ସ୍ଥଗିତ ଥିବା ଟ୍ୱିଟର ବ୍ଲୁ ଟିକ୍ ସବସ୍କ୍ରିପସନ ସର୍ଭିସ ନଭେମ୍ବର ୨୯ ରୁ ପୁନଃ ଆରମ୍ଭ ହେବ ବୋଲି ଟ୍ୱିଟର ମାଲିକ ଏଲୋନ୍ ମସ୍କ (Elon Musk) କହିଛନ୍ତି ।

ମସ୍କ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ରକ ସଲିଡ଼ ହୋଇଛି କି ନାହିଁ ନିଶ୍ଚିତ କରିବାକୁ ନଭେମ୍ବର ୨୯ ରେ ପୁଣିଥରେ ବ୍ଲୁ ଭେରିଫାଏଡ୍ କାର୍ଯ୍ୟକ୍ଷମ ହେଉଛି । ବାସ୍ତବରେ, ଏଲୋନ୍ ମସ୍କ ଖୁବ୍ ଶୀଘ୍ର ବ୍ଲୁ ଟିକ୍ ସବସ୍କ୍ରିପସନ ସର୍ଭିସ ଆରମ୍ଭ କରିବା ବିଷୟରେ କହିଥିଲେ । ଅନେକ ନକଲି ଟ୍ୱିଟର ଆକାଉଣ୍ଟ ପୂର୍ବରୁ ୮ ଡ଼ଲାର ଦେଇ ବ୍ଲୁ ଟିକ୍ ହାସଲ କରିଥିଲେ ଓ ଏହା ପରେ ଏହି ଆକାଉଣ୍ଟରୁ ନକଲି ଟ୍ୱିଟ୍ ପୋଷ୍ଟ କରାଯାଇଥିଲା । ଏହି କାରଣରୁ ଟ୍ୱିଟର ବ୍ଲୁ ଟିକ୍ ସବସ୍କ୍ରିପସନ ସର୍ଭସି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ।

ଏଲୋନ୍ ମସ୍କ ଏହା ବିଷୟରେ ସୂଚିତ କରିସାରିଛନ୍ତି । ସେ ଜଣେ ୟୁଜର୍ସଙ୍କ ଟ୍ୱିଟକୁ ଜବାବ ଦେଇ କହିଛନ୍ତି ଯେ ଟ୍ୱିଟର ବ୍ଲୁ ବୋଧହୁଏ “ଆସନ୍ତା ସପ୍ତାହ ଶେଷରେ ଫେରି ଆସିବ”, ଯାହା ଦ୍ୱାରା ବ୍ଲୁ ଟିକ୍ ସବସ୍କ୍ରିପସନ ସର୍ଭିସ ଶୀଘ୍ର ଫେରି ଆସିପାରେ ବୋଲି କଳ୍ପନା ଜଳ୍ପନାର କାରଣ ହୋଇଥିଲା । ନଭେମ୍ବର ୨୯ ରୁ ଏହା ପୂର୍ବ ପରି ଆରମ୍ଭ ହେବ, କିନ୍ତୁ ଏଥର ଅନେକ ଜିନିଷର ଯତ୍ନ ନିଆଯିବ ଓ ବ୍ଲୁ ଟିକ୍ ଦେବା ପୂର୍ବରୁ ସତର୍କତା ଅବଲମ୍ବନ କରାଯିବ ।

ଏଲୋନ୍ ମସ୍କଙ୍କ ହାତରେ ଟ୍ୱିଟର କମାଣ୍ଡ ଆସିବା ପରେ ସେ ଅନେକ ପରିବର୍ତ୍ତନ କରିଛନ୍ତି । ସେ ମାଲିକାନା ଅଧିକାର ପାଇବା ମାତ୍ରେ ସେ ପ୍ରଥମେ କମ୍ପାନୀର ସିଇଓଙ୍କ ସମେତ ଅନେକ ଅଧିକାରୀଙ୍କୁ ଛଟେଇ କରିଥିଲେ । ଏହା ପରେ ସେ ଅନେକ କର୍ମଚାରୀଙ୍କୁ ମଧ୍ୟ ଛଟେଇ କରିଥିଲେ । ତା’ପରେ ଟ୍ୱିଟର ସବସ୍କ୍ରିପସନ୍ ଆଧାରରେ ବ୍ଲୁ ଟିକ୍ ସର୍ଭିସ ଆରମ୍ଭ କରିଥିଲା । ଏହିପରି ସମସ୍ତ ପରିବର୍ତ୍ତନ ଯୋଗୁଁ ଏଲୋନ୍ ମସ୍କ ବିବାଦରେ ଛନ୍ଦି ହୋଇପଡିଛନ୍ତି ।

ଏହା ବି ପଢ଼ନ୍ତୁ: US President Election: ରାଷ୍ଟ୍ରପତି ହେବା ପାଇଁ ତୃତୀୟ ଥର ନିର୍ବାଚନ ଲଢ଼ିବେ ଡୋନାଲ୍ଡ ଟ୍ରମ୍ପ, ହ୍ୱାଇଟ ହାଉସରେ ଦାଖଲ କଲେ ଡକ୍ୟୁମେଣ୍ଟ

ଏହା ବି ପଢ଼ନ୍ତୁ: Space Programme: ଆସନ୍ତା ୨୦୩୫ ସୁଦ୍ଧା ସ୍ପେସ୍ ଷ୍ଟେସନ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ଭାରତ, ଜାଣନ୍ତୁ କ'ଣ ରହିଛି ଯୋଜନା