Twitter Blue: ଭାରତ ପାଇଁ ସ୍ଥିର ହେଲା ଟ୍ୱିଟର ବ୍ଲୁ ଭେରିଫିକେସନ୍ ଦାମ୍, ଜାଣନ୍ତୁ କେତେ ଟଙ୍କାରେ ପାଇପାରିବେ ଆପଣ
Advertisement
Article Detail0/zeeodisha/odisha1564785

Twitter Blue: ଭାରତ ପାଇଁ ସ୍ଥିର ହେଲା ଟ୍ୱିଟର ବ୍ଲୁ ଭେରିଫିକେସନ୍ ଦାମ୍, ଜାଣନ୍ତୁ କେତେ ଟଙ୍କାରେ ପାଇପାରିବେ ଆପଣ

Twitter blue tick price: ଗତ ବର୍ଷ ଡିସେମ୍ବରରେ ଟ୍ୱିଟର ଏହାର ବ୍ଲୁ ଟିକ୍ ସବସ୍କ୍ରିପସନ୍ ମଡେଲ୍ ଆଣିଥିଲା । ଯାହାର ମୂଲ୍ୟ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ୮ ଡ଼ଲାର ଓ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ମାସକୁ ୧୧ ଡଲାର ରଖାଯାଇଛି ।

ସାଙ୍କେତିକ ଛବି

Twitter blue tick price in India: ଟ୍ୱିଟର ବର୍ତ୍ତମାନ ଭାରତରେ ନିଜର ୟୁଜର୍ସଙ୍କୁ ବ୍ଲୁ ଟିକ୍ ଭେରିଫିକେସନ ପାଇଁ ମୂଲ୍ୟ ସ୍ଥିର କରିଛି । ଆଜି ଏହି ମୂଲ୍ୟ ଭାରତ ପାଇଁ ଜାରି ହୋଇଛି । ଭାରତ ପାଇଁ ଏହି ପ୍ରକାରର ପେଡ୍ ସର୍ଭିସ ଆରମ୍ଭ କରିବା ପରେ ଟ୍ୱିଟର ବର୍ତ୍ତମାନ ଆମେରିକା, କାନାଡା, ଜାପାନ, ବ୍ରିଟେନ ଓ ସାଉଦି ଆରବ ସମେତ ବିଶ୍ୱର ୧୫ ପ୍ରମୁଖ ମାର୍କେଟରେ ପେଡ୍ ସର୍ଭିସ ସେବା ଲାଗୁ କରିଛି । ଗତ ବର୍ଷ ଡିସେମ୍ବରରେ ଟ୍ୱିଟର ଏହାର ବ୍ଲୁ ଟିକ୍ ସବସ୍କ୍ରିପସନ୍ ମଡେଲକୁ ଲଞ୍ଚ୍ କରିଥିଲା । ଯାହାର ମୂଲ୍ୟ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ୮ ଡ଼ଲାର ଓ ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ମାସକୁ ୧୧ ଡଲାର ରଖାଯାଇଛି ।

ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ମଧ୍ୟ ଏକ ନୂଆ ସର୍ଭିସ ଆରମ୍ଭ କରିଛି, ଯାହା ଟ୍ୱିଟରରେ ବ୍ୟବସାୟ ସଂସ୍ଥା ପାଇଁ ଏକ ସର୍ଭିସ, ଯାହା ସରକାରୀ ବ୍ୟବସାୟ ଆକାଉଣ୍ଟରେ ଏକ ଗୋଲ୍ଡ ଚେକ୍ ମାର୍କ ଆଡ୍ କରିଥାଏ ।

fallback

ଭାରତରେ ଟ୍ୱିଟର ବ୍ଲୁ ଟିକ୍ ଦାମ୍ ଏହା ରହିଛି

  • ଟ୍ୱିଟର ଭେରିଫିକେସନ ସହିତ ଏହାର ବ୍ଲୁ ସର୍ଭିସ ପାଇଁ ଟ୍ୱିଟର ମାସକୁ ୬୫୦ ଟଙ୍କା ଚାର୍ଜ କରିବ ।
  • ଭାରତରେ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ମୋବାଇଲ୍ ଡିଭାଇସ୍ ପାଇଁ ଟ୍ୱିଟର ବ୍ଲୁ ର ମୂଲ୍ୟ ୯୦୦ ଟଙ୍କା ରହିଛି ।
  • ଏଲୋନ୍ ମସ୍କ ଦ୍ୱାରା ପରିଚାଳିତ ଟ୍ୱିଟର ମଧ୍ୟ ଭାରତରେ ବାର୍ଷିକ ୬,୮୦୦ ଟଙ୍କା ରିହାତି ରିହାତି ପ୍ଲାନ ପ୍ରଦାନ କରୁଛି, ଏହାକୁ ମାସକରେ ରୂପାନ୍ତର କଲେ ପ୍ରାୟ ୫୬୬.୬୭ ଟଙ୍କା ହେବ ।

ଟ୍ୱିଟର ବ୍ଲୁରେ ଏହା ରହିଛି ଫିଚର୍ସ

  • ଟ୍ୱିଟର ବର୍ତ୍ତମାନ ଆମେରିକାର ବ୍ଲୁ ୟୁଜର୍ସଙ୍କୁ ୪,୦୦୦ ଅକ୍ଷର ପର୍ଯ୍ୟନ୍ତ ଟ୍ୱିଟ୍ ପୋଷ୍ଟ କରିବାକୁ ଅନୁମତି ଦେବା ଆରମ୍ଭ କରିଛି ।
  • ଟ୍ୱିଟର ବ୍ଲୁ ଗ୍ରାହକମାନେ ମଧ୍ୟ ସେମାନଙ୍କ ହୋମ୍ ଟାଇମଲାଇନରେ ୫୦ ପ୍ରତିଶତ କମ୍ ବିଜ୍ଞାପନ ଦେଖିବାକୁ ପାଇବେ ।
  • ବ୍ଲୁ ଚେକ୍ ମାର୍କ ସହିତ, ଟ୍ୱିଟର ବ୍ଲୁ ଫିଚର୍ ଗ୍ରାହକମାନଙ୍କୁ ସେମାନଙ୍କର ଟ୍ୱିଟର ଅଭିଜ୍ଞତାକୁ ବଢାଇବା ଓ କଷ୍ଟମାଇଜ୍ କରିବାର ଏକ ଉପାୟ ପ୍ରଦାନ କରେ । ଯେଉଁଥିରେ କଷ୍ଟମ୍ ଆପ୍ ଆଇକନ୍, କଷ୍ଟମ୍ ନେଭିଗେସନ୍, ହେଡର୍, ଟ୍ୱିଟ୍ ଅନଡୁ, ଲମ୍ବା ଭିଡିଓ ଅପଲୋଡ୍ ଓ ଆହୁରି ଅନେକ ସର୍ଭିସ ଦେଉଛି ।

 

ଏହା ବି ପଢ଼ନ୍ତୁ: Bard ଓ ChatGPT କେତେ ଅଲଗା, ସର୍ଚ୍ଚ ଇଞ୍ଜିନ୍ ପାଇଁ ଏଗୁଡିକ କେତେ ବିପଜ୍ଜନକ?

ଏହା ବି ପଢ଼ନ୍ତୁ: Earthqauke In India: ଭାରତର ଏହି ସହରଗୁଡିକରେ ବିନାଶ ଆଣିପାର ଭୂକମ୍ପ, ତାଲିକାରେ ଦେଖନ୍ତୁ ଓଡି଼ଶାର ଅଛି କେଉଁ ସବୁ ଅଞ୍ଚଳ?