Atiq Ahmed Murder Case: କାହିଁକି ସ୍ୱତନ୍ତ୍ର ଏହି Zigana ପିସ୍ତଲ, ଯାହା ମାଧ୍ୟମରେ ଅତିକ୍-ଆଶରଫଙ୍କୁ କରାଯାଇଛି ହତ୍ୟା? ଜାଣନ୍ତୁ ଏହା ବିଷୟରେ
Advertisement
Article Detail0/zeeodisha/odisha1655293

Atiq Ahmed Murder Case: କାହିଁକି ସ୍ୱତନ୍ତ୍ର ଏହି Zigana ପିସ୍ତଲ, ଯାହା ମାଧ୍ୟମରେ ଅତିକ୍-ଆଶରଫଙ୍କୁ କରାଯାଇଛି ହତ୍ୟା? ଜାଣନ୍ତୁ ଏହା ବିଷୟରେ

Atiq Ahmed Murder Case News In Odia: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ(Atiq Ahmed) ଓ ତାର ଭାଇ ଅସରଫ(Ashraf) କୁ ଗୁଳି କରି ହତ୍ୟା କରାଯାଇଛି (Atiq Ahmed Murder Case)। ଏହି ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାରେ ବିଷୟ ପାଲଟିଛି । ତେବେ, କୁଖ୍ୟାତ ମାଫିଆ ଡନ୍ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କୁ (Zigana Pistols) ଜିଗାନା ପିସ୍ତଲରୁ ଗୁଳି କରାଯାଇଛି ବୋଲି ସୂଚନା ମିଳିଛି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Atiq Ahmed Murder Case News In Odia: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ(Atiq Ahmed) ଓ ତାର ଭାଇ ଅସରଫ(Ashraf) କୁ ଗୁଳି କରି ହତ୍ୟା କରାଯାଇଛି (Atiq Ahmed Murder Case)।  ଏହି ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାରେ ବିଷୟ ପାଲଟିଛି । ତେବେ, କୁଖ୍ୟାତ ମାଫିଆ ଡନ୍ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କୁ (Zigana Pistols) ଜିଗାନା ପିସ୍ତଲରୁ ଗୁଳି କରାଯାଇଛି ବୋଲି ସୂଚନା ମିଳିଛି। ତେବେ, ଏତେ ଦାମିକିଆ ପିସ୍ତଲ ଅଭିଯୁକ୍ତଙ୍କ ପାଖରୁ କେଉଁଠୁ ଆସିଲା ବୋଲି ବିଭିନ୍ନ ମହଳରେ ଚର୍ଚ୍ଚା ହେଉଛି । ଉତ୍ତରପ୍ରଦେଶର ପୂର୍ବତନ ଡିଜିପି ବିକ୍ରମ ସିଂ ପ୍ରଶ୍ନ କରିଛନ୍ତି ଯେ,  ଅତ୍ୟଧିକ ଗରିବ ପୃଷ୍ଠଭୂମିରୁ ଆସିଥିବା ଅତିକର ହତ୍ୟାକାରୀମାନେ ଏହି ମହଙ୍ଗା ପିସ୍ତଲ କେଉଁଠୁ ପାଇଲେ? ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ପୋଲିସ ପାଇନାହିଁ। 

ତିନି ହତ୍ୟାକାରୀମାନେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ(Atiq Ahmed) ଓ ତାର ଭାଇ ଅସରଫକୁ ଗୁଳି କରିବା ପାଇଁ ଜିଗାନା ଏଫ୍ ପିସ୍ତଲ (Zigana F ,Automatic)  ଓ ଜର୍ସନ୍ ୯ଏମଏମ୍ ପାରାବେଲ୍ ( Gerson 9mm Parabellum ,Regard MC pistol) ପିସ୍ତଲ ବ୍ୟବହାର କରିଛନ୍ତି  ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ତେବେ, କଂଗ୍ରେସ ନେତା ତଥା ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟାରେ ମଧ୍ୟ ଏହି ପିସ୍ତଲରେ ବ୍ୟବହାର କରାଯାଇଥିଲା । 

fallback

Also Read : Atiq Ahmed Murder Case: ସାମ୍ବାଦିକ ରୂପରେ ଆସି ମାରିଦେଲେ, ଏବେ ରିପୋର୍ଟରଙ୍କ ପାଇଁ ଗୃହମନ୍ତ୍ରାଳୟ ଜାରି କରିବ SOP

Also Read : Atiq Ahmed Murder Case: ଅତିକକୁ ମାରିଥିବା ଅଭିଯୁକ୍ତର ବାପା କଲେ ବଡ଼ ଖୁଲାସା, କହିଲେ ମୋ ପୁଅ...

ଜିଗାନା ପିସ୍ତଲ (TISAS ) ଟିଆଇଏସ୍ଏଏସ୍ ଦ୍ୱାରା ନିର୍ମିତ । ଏହା ଏକ ବନ୍ଧୁକ ଉତ୍ପାଦନକାରୀ କମ୍ପାନୀ ଯାହା ସ୍ୱୟଂଚାଳିତ ଅସ୍ତ୍ର ଉତ୍ପାଦନ କରେ । ୨୦୦୧ ରେ ଏହି ପିସ୍ତଲ ତିଆରି ଆରମ୍ଭ ହୋଇଥିଲା (Turkish pistols)। ଏହାର ମୂଳ ଡିଜାଇନ୍ ସହିତ ତୁର୍କୀର (Turkish-made Zigana pistols)ଏହା ପ୍ରଥମ ପିସ୍ତଲ ମଧ୍ୟରୁ ଗୋଟିଏ । (Zigana F ) ଜିଗାନା ପିସ୍ତଲରେ ଏକ ଲକ୍-ସ୍ଲାଇଡ୍ ସର୍ଟ ରିକୋଏଲ୍ ଅପରେଟିଂ ସିଷ୍ଟମ୍ ସହିତ ବ୍ରାଉନିଙ୍ଗ୍ ପ୍ରକାରର ଲକିଂ ସିଷ୍ଟମ୍ ଅଛି ।

ଜାଣନ୍ତୁ ଏହି ପିସ୍ତଲର ଦାମ୍ କେତେ?
ତେବେ,ଏହି ପିସ୍ତଲ ଭାରତରେ ନିଷେଧ । ଏହାର ମୂଲ୍ୟ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କା । ଶନିବାର ରାତିରେ ୟୁପିର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଆଶରଫଙ୍କୁ ତିନି ଜଣ ଗୁଳି କରି ହତ୍ୟା କରିଥିଲେ। ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ସମୟରେ ଟଳିପଡିଥିଲେ ଦୁଇ ଭାଇ । ଉମେଶ ପାଲ ହତ୍ୟା ମାମଲା ପରେ ଅତିକ୍ ଅହମ୍ମଦ ଚର୍ଚ୍ଚାକୁ ଆସିଥିଲା । 

ପୋଲିସ ନିକଟରେ ଦିଆଯାଇଥିବା ଏଫ୍ଆଇଆର୍ ଅନୁଯାୟୀ, ଆତିକ୍ ଅହମ୍ମଦ ଏବଂ ଆସରଫ ଶନିବାର ରାତିରେ ଡାକ୍ତରୀ ପରୀକ୍ଷା ପରେ ଡାକ୍ତରଖାନାରୁ ବାହାରକୁ ଆସୁଥିଲେ, ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ସେମାନଙ୍କୁ ଘେରି ରହିଥିଲା। ହଠାତ୍ ଦୁଇ ଜଣ ସାମ୍ବାଦିକ କ୍ୟାମେରା ଓ ବୁମ୍ ଛାଡି  ଆତିକ୍ ଏବଂ ଅସରଫକୁ ଉପରକୁ ଗୁଳି କରିଥିଲେ। ତେବେ, ଏହି ଫାୟାରିଂରେ ଜଣେ ପୋଲିସ୍ କର୍ମଚାରୀଙ୍କ  ସମେତ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି।  ମିଡିଆ ରିପୋର୍ଟ ଅନୁଯାୟୀ, ୫ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିବା ଫାୟାରିଂ ରେ ୨୪ ରାଉଣ୍ତ ଗୁଳି ହୋଇଥିବା ଜଣାପଡିଛି । ତିନି ଜଣ ଅଭିଯୁକ୍ତ ନକଲି ସାମ୍ବାଦିକ ରୂପରେ ଆସି ଗୁଳିମାଡ କରିଥିଲେ । ସେହି ତିନି ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ତିନି ଅଭିଯୁକ୍ତ ହେଉଛନ୍ତି ଲୋଭଲେସ ତିଓ୍ବାରୀ(Lavlesh Tiwari), ସନି ଓ ଅରୁଣ ମୋର୍ଯ୍ୟ । ପୋଲିସ ସୂତ୍ର ଅନୁଯାୟୀ, ଏହି ତିନି ଜଣଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ଚାଲିଛି ଏବଂ ସେମାନେ କେତେକ ମାମଲାରେ ଜେଲରେ ସଜା କାଟି ଫେରିଛନ୍ତି । 

ସେପଟେ, ଏହି ଗୁଳିକାଣ୍ତ ଘଟଣା ପରେ  ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୩ ଜଣିଆ ବିଚାର ବିଭାଗୟୀ କମିଶନ ମଧ୍ୟ ଗଠନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସେହିପରି ୟୁପିର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପୋଲିସ ଉପସ୍ଥିତିରେ ଏଭଳି ହତ୍ୟାକାଣ୍ଡ ପୋଲିସର ଚରମ ଅବହେଳାକୁ ସ୍ପଷ୍ଟ କରିଛି । ଗତ ୧୩ ତାରିଖରେ ଅତିକର ପୁଅକୁ ଏନକାଉଣ୍ଟର କରି ହତ୍ୟା କରାଯାଇଥିଲା । ଅତିକ ଅହମ୍ମଦର ସ୍ତ୍ରୀ ଏବେ ବି ଫେରାର ଅଛନ୍ତି । ଅତିକ ଅହମ୍ମଦ ରାଜନେତାରୁ ଗ୍ୟାଙ୍ଗଷ୍ଟାର ପାଲଟିଥିଲା  । ଗତ ୪୦ ବର୍ଷ ହେଲା ଅପରାଧ ଦୁନିଆରେ ରାଜ କରୁଥିଲା ଅତିକ । କିନ୍ତୁ ପୋଲିସ ହେପାଜତରେ ଥାଇ ବି କିପରି ଅତିକକୁ ହତ୍ୟା କରାଗଲା ତାକୁ ନେଇ ପୋଲିସ ପ୍ରଶାସନ ଉପରେ ସନ୍ଦେହ ସୃଷ୍ଟି କରିଛି ।

Also Read : Solar Eclipse 2023: ୪ ଦିନ ପରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ