Video: ମୃତ୍ୟୁ ସହ ମୁହାଁମୁହିଁ! ଲୋକାଲ୍ ଟ୍ରେନ୍ ଆଗକୁ ଡେଇଁଲେ ମହିଳା, ଏହାପରେ ଯାହା ଘଟିଲା...
Advertisement
Article Detail0/zeeodisha/odisha1327002

Video: ମୃତ୍ୟୁ ସହ ମୁହାଁମୁହିଁ! ଲୋକାଲ୍ ଟ୍ରେନ୍ ଆଗକୁ ଡେଇଁଲେ ମହିଳା, ଏହାପରେ ଯାହା ଘଟିଲା...

Train Viral Video: ସୋସିଆଲ୍ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଜୋରଦାର ଭାଇରାଲ୍ ହେଉଛି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । କାରଣ, ଏହି ଭିଡିଓରେ ଜଣେ ମହିଳା ଟ୍ରେନ ଆଗରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି ।

ପ୍ରତୀକାତ୍ମକ ଛବି

Train Viral Video: ସୋସିଆଲ ମିଡିଆରେ (Social media) ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ପ୍ରାୟ ଲୋକମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି । ବୋଧହୁଏ ଏହି ଟ୍ରେଣ୍ଡିଂ ଭିଡିଓ (Trending video) ଦେଖିବା ପରେ, ଆପଣ ମଧ୍ୟ କିଛି କ୍ଷଣ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ, ଏହି ଭିଡିଓରେ ଜଣେ ମହିଳା ହଠାତ୍ ଭିନ୍ନ ଦିଗରୁ ଆସୁଥିବା ଏକ ଲୋକାଲ ଟ୍ରେନ୍ (Local Train) ଆଗକୁ ଯାଉଥିବା ନଜର ଆସୁଛନ୍ତି । ଏହା ଦେଖି ସେଠାରେ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । କିନ୍ତୁ ମହିଳା ଜଣକ କ୍ରମାଗତ ଭାବରେ ଟ୍ରେନ୍ ଆଡକୁ ଗତି କରନ୍ତି । ପରିଣାମ ସୂରପ ଶେଷରେ ସେ ଟ୍ରେନର ଅତି ନିକଟବର୍ତ୍ତୀ ହେଉଛନ୍ତି କିନ୍ତୁ, ମହିଳା ଜଣକ ସୌଭାଗ୍ୟବାନ୍ ଥିଲେ, ଏହି ସମୟରେ ତାଙ୍କୁ ଜଣେ ମୋଟରମ୍ୟାନ୍ ଓ ଆରପିଏଫ୍ ଯବାନ ଦୁର୍ଘଟଣା ପୂର୍ବରୁ ଉଦ୍ଧାର କରି ନେଇଥିଲେ ।

ଦାବି କରାଯାଉଛି ଯେ ଏହି ଭାଇରାଲ ଭିଡିଓ ଦକ୍ଷିଣ ମୁମ୍ବାଇର ଭାୟଖଲ୍ଲା ଷ୍ଟେସନର ଅଟେ । ଯେଉଁଠାରେ ଜଣେ ମହିଳା ସ୍ଥାନୀୟ ଟ୍ରେନ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । ଭାଇରାଲ୍ ଭିଡିଓରେ, ଆପଣ ଦେଖିପାରିବେ ଯେ କିପରି ମହିଳା ଜଣକ ନିର୍ଭୟରେ ଟ୍ରେନ୍ ଆଡକୁ ଯାଉଛନ୍ତି । ଲୋକମାନେ ମହିଳାଙ୍କୁ ପଛରୁ ଡାକୁଛନ୍ତି । କିନ୍ତୁ, ମହିଳା କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଡ୍ରାଇଭର ମଧ୍ୟ ହର୍ଣ୍ଣ ବଜାଉଛନ୍ତି । ତଥାପି ମହିଳା ଅଟକୁ ନାହାନ୍ତି ବରଂ ସେ ଆଗକୁ ବଢ଼ିବାରେ ଲାଗୁଛନ୍ତି । ମହିଳାଙ୍କୁ ଏହିପରି ଦେଖି ପ୍ଲାଟଫର୍ମରେ ଅନେକ ଲୋକ ଚିତ୍କାର କରୁଛନ୍ତି । ଏଥିସହିତ ଡ୍ରାଇଭର ଟ୍ରେନର ଗତି ହ୍ରାସ କରିବା ପାଇଁ ଜରୁରୀକାଳୀନ ବ୍ରେକ୍ ମଧ୍ୟ ପ୍ରୟୋଗ କରୁଛି । ତା’ପରେ ଏକ ଆରପିଏଫ୍ ଯବାନ ଓ ଜଣେ ମୋଟରମ୍ୟାନ୍ ଶୀଘ୍ର ସେଠାରେ ପହଞ୍ଚି ମହିଳାଙ୍କୁ ଅନ୍ୟ ପାର୍ଶ୍ୱକୁ ଟାଣି ନେଉଛନ୍ତି । ଏହିପରି ଭାବରେ ମହିଳାଙ୍କ ଜୀବନ ରକ୍ଷା ହୋଇ ଯାଉଛି । ଦେଖନ୍ତୁ ଭିଡିଓ...

ଭିଡିଓ ଦେଖିବା ପରେ ଆପଣ ନିଶ୍ଚୟ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଲୋକମାନେ ଏହି ଭିଡିଓକୁ ବିଭିନ୍ନ ପ୍ଲାଟଫର୍ମରେ ସେୟାର କରୁଛନ୍ତି । କେବଳ ଏତିକି ନୁହେଁ, ସୋସିଆଲ ମିଡ଼ିଆ ୟୁଜର୍ସ ଆରପିଏଫ୍ ଯବାନ ଓ ମୋଟରମେନକୁ ମଧ୍ୟ ପ୍ରଶଂସା କରୁଛନ୍ତି । ସୂଚନାଯୋଗ୍ୟ ଯେ ଅତୀତରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି ଓ ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ମଧ୍ୟ ହୋଇଥାଏ ।

ଏହା ବି ପଢ଼ନ୍ତୁ: Anna Hazare Letter: କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଆନ୍ନା ହଜାରେ; ଚିଠି ଲେଖି କହିଲେ ଏସବୁ କଥା

ଏହା ବି ପଢ଼ନ୍ତୁ: Shubman Gill-Sara Ali Khan: ପାଞ୍ଚ ବର୍ଷ ବଡ ଥିବା 'ସାରା'ଙ୍କୁ ଡେଟ୍ କରୁଛନ୍ତି ଶୁଭମନ ଗିଲ! ଦେଖନ୍ତୁ VIDEO