Train Cancelled List Today: ରେଲୱେ ବାତିଲ କଲା ପୁଣି ୨୭୧ ଟ୍ରେନ୍, ଆପଣଙ୍କର ଟ୍ରେନ୍ ନାହିଁ ତ ଏଥିରେ! ଦେଖି ନିଅନ୍ତୁ ପୂରା ଲିଷ୍ଟ୍
Advertisement
Article Detail0/zeeodisha/odisha1486379

Train Cancelled List Today: ରେଲୱେ ବାତିଲ କଲା ପୁଣି ୨୭୧ ଟ୍ରେନ୍, ଆପଣଙ୍କର ଟ୍ରେନ୍ ନାହିଁ ତ ଏଥିରେ! ଦେଖି ନିଅନ୍ତୁ ପୂରା ଲିଷ୍ଟ୍

Train Cancelled List Today: ବିଭିନ୍ନ କାରଣରୁ କେତେକ ଟ୍ରେନ୍ ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ୍ କରିବାକୁ ପଡେ । ଏହି କାରଣରୁ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । 

Train Cancelled List Today: ରେଲୱେ ବାତିଲ କଲା ପୁଣି ୨୭୧ ଟ୍ରେନ୍, ଆପଣଙ୍କର ଟ୍ରେନ୍ ନାହିଁ ତ ଏଥିରେ! ଦେଖି ନିଅନ୍ତୁ ପୂରା ଲିଷ୍ଟ୍

Train Cancelled List 15 December 2022: ଦେଶରେ ପ୍ରତିଦିନ ଟ୍ରେନ୍ ଯୋଗେ ଲକ୍ଷ ଲକ୍ଷ ଲୋକ ଯାତ୍ରା କରନ୍ତି । ଏପରି ପରିସ୍ଥିତିରେ ଯାତ୍ରା ପାଇଁ ଘରୁ ବାହାରିବା ପୂର୍ବରୁ ଜାଣିବା ଜରୁରୀ ଯେ ଆପଣଙ୍କର ଟ୍ରେନ୍ ବାତିଲ, ଡାଇଭର୍ଟ କିମ୍ବା ରିଶିଡ୍ୟୁଲ୍ ହୋଇନାହିଁ ତ । ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ଅନେକ କାରଣରୁ ଭାରତୀୟ ରେଳବାଇ ଆଜି ଅନେକ ଟ୍ରେନ୍ ବାତିଲ କରିଦେଇଛି । ବାସ୍ତବରେ ଏହାର ସୂଚନା ଭାରତୀୟ ରେଳବାଇ ଦ୍ୱାରା ପ୍ରତିଦିନ ସେୟାର କରାଯାଇଥାଏ । ଯାହାକୁ ରେଲବାଇର ୱେବସାଇଟ୍ ଆପଣ ଯାଇ ଦେଖିପାରିବେ ।

ଏଠାରେ କହି ରଖୁଛୁ ଯେ, ବିଭିନ୍ନ କାରଣରୁ କେତେକ ଟ୍ରେନ୍ ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ୍ କରିବାକୁ ପଡେ । ଏହି କାରଣରୁ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ ନଭେମ୍ୱର ୬ରେ ରେଲୱେ ୧୦୦ରୁ ଉର୍ଦ୍ଧ୍ୱ ଟ୍ରେନ୍ ବାତିଲ (Cancel Train List of 15 December 2022) କରିଛି । ତେଣୁ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ନାହିଁ ତାହା ଜାଣି ନିଅନ୍ତୁ । ଆଜି ରେଲୱେ ମୋଟ ୨୭୧ ଟ୍ରେନ୍ ସଂପୂର୍ଣ୍ଣ ବା ଆଂଶିକ ଭାବେ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏହାସହ ୧୯ଟି ଟ୍ରେନର ରୁଟ୍ ଡାଇଭର୍ଟ କରାଯାଇଛି । ଏହାସହ ୧୮ଟି ଟ୍ରେନକୁ ରିଶିଡ୍ୟୁଲ କରାଯାଇଛି । 
 
 ଏଠାରେ କହି ରଖୁଛୁ ଯେ, ଏହି ତାଲିକା ରେଳବାଇ ଦ୍ୱାରା କ୍ରମାଗତ ଭାବରେ ଅପଡେଟ୍ ହେଉଛି । ଏଭଳି ପରିସ୍ଥିତିରେ ଟ୍ରେନ୍ ବାତିଲ୍, ଡାଇଭର୍ଟ ଏବଂ ରିଶିଡ୍ୟୁଲ ସଂଖ୍ୟା ବୃଦ୍ଧି ହେବାର ସମ୍ଭବ ଅଛି । ତେଣୁ ଏହା ଜରୁରୀ ଯେ ଆପଣ ଏହି ବିଷୟରେ ସର୍ବଶେଷ ସୂଚନା ପାଇବା ପାଇଁ ୱେବସାଇଟ୍ ବ୍ୟବହାର କରନ୍ତୁ । ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।

ଏହା ବି ପଢ଼ନ୍ତୁ:-ବାହାଘର ପାଇଁ ଚାପ ପକାଇଲେ ବୋଲି ଗର୍ଲଫ୍ରେଣ୍ଡକୁ ଭୁବନେଶ୍ୱରରୁ ନେଇଗଲା ସୁରତ, ୪୯ ଥର ଛୁରୀ ଭୁଷି କଲା ହତ୍ୟା

ଏହା ବି ପଢ଼ନ୍ତୁ:-ମୋରୋକ୍କୋର ସ୍ୱପ୍ନ ଭାଙ୍ଗିଲା ଫ୍ରାନ୍ସ, ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ; ଆର୍ଜେଣ୍ଟିନା ସହ ହେବ ଟକ୍କର

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇପାରନ୍ତି ନାହିଁ, ତଥାପି ସେମାନଙ୍କ ଛାତିରେ କାହିଁକି ଥାଏ ନିପ୍ପେଲ୍ସ? ଜାଣନ୍ତୁ ଏହାର କାରଣ

 

ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।