Train Cancelled List: ଘରୁ ବାହାରିବା ପୂର୍ବରୁ ଚେକ୍ କରିନିଅନ୍ତୁ ଲିଷ୍ଟ୍; ରେଲୱେ ବାତିଲ କଲା ଆହୁରି ୮୭ ଟ୍ରେନ୍, ଦେଖନ୍ତୁ ଓଡ଼ିଶାର କେତେ ଟ୍ରେନ ଅଛି ସାମିଲ
Advertisement
Article Detail0/zeeodisha/odisha1418112

Train Cancelled List: ଘରୁ ବାହାରିବା ପୂର୍ବରୁ ଚେକ୍ କରିନିଅନ୍ତୁ ଲିଷ୍ଟ୍; ରେଲୱେ ବାତିଲ କଲା ଆହୁରି ୮୭ ଟ୍ରେନ୍, ଦେଖନ୍ତୁ ଓଡ଼ିଶାର କେତେ ଟ୍ରେନ ଅଛି ସାମିଲ

Train Cancelled List: ଏହି ତାଲିକା ରେଳବାଇ ଦ୍ୱାରା କ୍ରମାଗତ ଭାବରେ ଅପଡେଟ୍ ହେଉଛି । ଏଭଳି ପରିସ୍ଥିତିରେ ଟ୍ରେନ୍ ବାତିଲ୍, ଡାଇଭର୍ଟ ଏବଂ ରିଶିଡ୍ୟୁଲ ସଂଖ୍ୟା ବୃଦ୍ଧି ହେବାର ସମ୍ଭବ ଅଛି । ତେଣୁ ଏହା ଜରୁରୀ ଯେ ଆପଣ ଏହି ବିଷୟରେ ସର୍ବଶେଷ ସୂଚନା ପାଇବା ପାଇଁ ୱେବସାଇଟ୍ ବ୍ୟବହାର କରନ୍ତୁ ।

Train Cancelled List: ଘରୁ ବାହାରିବା ପୂର୍ବରୁ ଚେକ୍ କରିନିଅନ୍ତୁ ଲିଷ୍ଟ୍; ରେଲୱେ ବାତିଲ କଲା ଆହୁରି ୮୭ ଟ୍ରେନ୍, ଦେଖନ୍ତୁ ଓଡ଼ିଶାର କେତେ ଟ୍ରେନ ଅଛି ସାମିଲ

Train Cancelled List 31 October 2022: ଭାରତୀୟ ରେଳ (Indian Railways) ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହା ଦୁନିଆର ସବୁଠୁ ବଡ଼ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ । ଏପରି ପରିସ୍ଥିତିରେ ଲୋକମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ପ୍ରତିଦିନ ହଜାର ହଜାର ଟ୍ରେନ୍ (Trains) ଚଳାଯାଉଛି । ଏହି କାରଣରୁ ଏହାକୁ ଭାରତର ଲାଇଫ୍ ଲାଇନ୍ କୁହାଯାଏ । ବେଳେବେଳେ ବିଭିନ୍ନ କାରଣରୁ କେତେକ ଟ୍ରେନ୍ ଡାଇଭର୍ଟ, ରିଶିଡ୍ୟୁଲ  ଏବଂ ବାତିଲ୍ କରିବାକୁ ପଡେ । ଏହି କାରଣରୁ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ ଅକ୍ଟୋବର ୩୧ରେ ରେଲୱେ ୮୦ରୁ ଉର୍ଦ୍ଧ୍ୱ ଟ୍ରେନ୍ ବାତିଲ (Cancel Train List of 31 October 2022) କରିଛି । ତେଣୁ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ପ୍ରଥମେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ନାହିଁ ତାହା ଜାଣି ନିଅନ୍ତୁ । 

ଆଜି ଅର୍ଥାତ୍ ଅକ୍ଟୋବର ୩୧ରେ ରେଲୱେ ମୋଟ ୮୭ ଟ୍ରେନ୍ ସଂପୂର୍ଣ୍ଣ ବା ଆଂଶିକ ଭାବେ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏହାସହ ୧୩ଟି ଟ୍ରେନର ରୁଟ୍ ଡାଇଭର୍ଟ କରାଯାଇଛି । ଏହାସହ ୪ଟି ଟ୍ରେନକୁ ରିଶିଡ୍ୟୁଲ କରାଯାଇଛି । ସୂଚନାଯୋଗ୍ୟ, ଏହି ତାଲିକା ରେଳବାଇ ଦ୍ୱାରା କ୍ରମାଗତ ଭାବରେ ଅପଡେଟ୍ ହେଉଛି । ଏଭଳି ପରିସ୍ଥିତିରେ ଟ୍ରେନ୍ ବାତିଲ୍, ଡାଇଭର୍ଟ ଏବଂ ରିଶିଡ୍ୟୁଲ ସଂଖ୍ୟା ବୃଦ୍ଧି ହେବାର ସମ୍ଭବ ଅଛି । ତେଣୁ ଏହା ଜରୁରୀ ଯେ ଆପଣ ଏହି ବିଷୟରେ ସର୍ବଶେଷ ସୂଚନା ପାଇବା ପାଇଁ ୱେବସାଇଟ୍ ବ୍ୟବହାର କରନ୍ତୁ ।

ଆପଣଙ୍କୁ କହି ରଖୁଛୁ ଯେ ଟ୍ରେନ୍ ବାତିଲ୍ ପଛରେ ଅନେକ ଭିନ୍ନ କାରଣ ଅଛି । ଏହାର ମୁଖ୍ୟ କାରଣ ହେଉଛି ଖରାପ ପାଗ । ଏଭଳି ପରିସ୍ଥିତିରେ ଅନେକ ଟ୍ରେନକୁ ବାତିଲ କରିବାକୁ ପଡିଛି କିମ୍ବା ଏହାର ସମୟ ଓ ମାର୍ଗ ପରିବର୍ତ୍ତନ କରିବାକୁ ପଡ଼ିଛି । ଏହା ବ୍ୟତୀତ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅନେକ ଥର ଟ୍ରେନକୁ ବାତିଲ କରିବାକୁ ପଡ଼ିଥାଏ । ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।

ଅଧିକ ପଢ଼ନ୍ତୁ:-୬୦ ହଜାର ଦର୍ଶକ...ଆଉ ପର୍ଥ ଷ୍ଟାଡିୟମରେ ଦେଖାଦେଲା ନୀରବତା...ବିରାଟ କୋହଲିଙ୍କ ଦ୍ୱାରା ହୋଇଗଲା ଏକ ବଡ଼ ଭୁଲ

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମା ଟି-20 ବିଶ୍ୱକପରେ କଲେ ବିଶ୍ୱ ରେକର୍ଡ, ଅନେକ ଦିଗଜକୁ ପଛରେ ପକାଇ ରଚିଲେ ଇତିହାସ

ଅଧିକ ପଢ଼ନ୍ତୁ:-ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ଏବେ ପାକିସ୍ତାନର କ'ଣ ହେବ; ଜାଣନ୍ତୁ ସେମିଫାଇନାଲ ରେସର ନୂଆ ସମୀକରଣ

 

ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।