Train Cancelled Today: ରେଲୱେ ବାତିଲ କଲା ପୁଣି ୩୦୦ ଟ୍ରେନ୍, ଦେଖନ୍ତୁ ଓଡ଼ିଶାର କେତେ ଟ୍ରେନ ଅଛି ସାମିଲ
Advertisement
Article Detail0/zeeodisha/odisha1490540

Train Cancelled Today: ରେଲୱେ ବାତିଲ କଲା ପୁଣି ୩୦୦ ଟ୍ରେନ୍, ଦେଖନ୍ତୁ ଓଡ଼ିଶାର କେତେ ଟ୍ରେନ ଅଛି ସାମିଲ

Train Cancelled List 18 December 2022: ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ଅନେକ କାରଣରୁ ଭାରତୀୟ ରେଳବାଇ ଆଜି ଅନେକ ଟ୍ରେନ୍ ବାତିଲ କରିଦେଇଛି । ବାସ୍ତବରେ ଏହାର ସୂଚନା ଭାରତୀୟ ରେଳବାଇ ଦ୍ୱାରା ପ୍ରତିଦିନ ସେୟାର କରାଯାଇଥାଏ । ଯାହାକୁ ରେଲବାଇର ୱେବସାଇଟ୍ ଆପଣ ଯାଇ ଦେଖିପାରିବେ ।

Train Cancelled Today: ରେଲୱେ ବାତିଲ କଲା ପୁଣି ୩୦୦ ଟ୍ରେନ୍, ଦେଖନ୍ତୁ ଓଡ଼ିଶାର କେତେ ଟ୍ରେନ ଅଛି ସାମିଲ

Train Cancelled List 18 December 2022: ଦେଶର ଅନେକ ରାଜ୍ୟରେ ପ୍ରବଳ କୁହୁଡି଼ ଦେଖାଦେଇଛି । ଏହା ଲୋକଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଛି । ଏହି କାରଣରୁ ପରିବହନ ସୁବିଧା ମଧ୍ୟ ପ୍ରଭାବିତ ହୋଇଛି । ଏହାସହ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ରେଳବାଇ (Indian Railways) କୁ ଆଜି ଅର୍ଥାତ ଡିସେମ୍ୱର ୧୮ରେ ମଧ୍ୟ ଅନେକ ଟ୍ରେନ୍ ବାତିଲ କରିବାକୁ ପଡିଛି । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏଭଳି ପରିସ୍ଥିତିରେ ଯାତ୍ରାକୁ କରିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି ନା ରିଶିଡ୍ୟୁଲ କରାଯାଇଛି । 

ଆଜି ଅନେକ ଟ୍ରେନ ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ କରାଯାଇଛି । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ୍ ଡିସେମ୍ୱର ୧୮ରେ ରେଲୱେ ମୋଟ ୩୦୦ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏଥିରୁ ୨୬୦ ଟ୍ରେନକୁ ସଂପୂର୍ଣ୍ଣ ଭାବେ ବାତିଲ କରାଯାଇଥିବା ବେଳେ ୪୦ଟି ଆଂଶିକ ଭାବେ ବାତି କରାଯାଇଛି । ଏଥି ସହିତ ମୋଟ ୧୮ଟି ଟ୍ରେନ୍ ରିଶିଡ୍ୟୁଲ କରିଛି ଓ ୧୮ଟି ଟ୍ରେନ୍ ଡାଇଭର୍ଟ ବା ସେମାନଙ୍କର ମାର୍ଗ ପରିବର୍ତ୍ତନ କରାଯାଇଛି । ତେଣୁ ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ଅନେକ କାରଣରୁ ଭାରତୀୟ ରେଳବାଇ ଆଜି ଅନେକ ଟ୍ରେନ୍ ବାତିଲ କରିଦେଇଛି । ବାସ୍ତବରେ ଏହାର ସୂଚନା ଭାରତୀୟ ରେଳବାଇ ଦ୍ୱାରା ପ୍ରତିଦିନ ସେୟାର କରାଯାଇଥାଏ । ଯାହାକୁ ରେଲବାଇର ୱେବସାଇଟ୍ ଆପଣ ଯାଇ ଦେଖିପାରିବେ ।
 
 ଏଠାରେ କହି ରଖୁଛୁ ଯେ, ଏହି ତାଲିକା ରେଳବାଇ ଦ୍ୱାରା କ୍ରମାଗତ ଭାବରେ ଅପଡେଟ୍ ହେଉଛି । ଏଭଳି ପରିସ୍ଥିତିରେ ଟ୍ରେନ୍ ବାତିଲ୍, ଡାଇଭର୍ଟ ଏବଂ ରିଶିଡ୍ୟୁଲ ସଂଖ୍ୟା ବୃଦ୍ଧି ହେବାର ସମ୍ଭବ ଅଛି । ତେଣୁ ଏହା ଜରୁରୀ ଯେ ଆପଣ ଏହି ବିଷୟରେ ସର୍ବଶେଷ ସୂଚନା ପାଇବା ପାଇଁ ୱେବସାଇଟ୍ ବ୍ୟବହାର କରନ୍ତୁ । ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।

ଏହା ବି ପଢ଼ନ୍ତୁ:-ଭାରତକୁ ଧମକ ଦେଇଥିବା ରମିଜ ରାଜାଙ୍କ ହେବ ଛୁଟି, ଏହି ବ୍ୟକ୍ତି ହେବେ ନୂଆ PCB ଅଧ୍ୟକ୍ଷ!

ଏହା ବି ପଢ଼ନ୍ତୁ:-ଯୌନ ସମସ୍ୟା ଯୋଗୁଁ ଚିନ୍ତାରେ ଥିବା ପୁରୁଷ ଏହି ୩ଟି ଜିନିଷ ସହିତ କରିନିଅନ୍ତୁ ବନ୍ଧୁତା, ମିଳିବ ଅନେକ ଆଶ୍ଚର୍ଯ୍ୟଜନକ ଲାଭ

ଏହା ବି ପଢ଼ନ୍ତୁ:-ଏହି ୬ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲରେ ବି ଖାଆନ୍ତୁ ନାହିଁ ଅଁଳା, ଲାଭ ବଦଳରେ ହେବ କ୍ଷତି

 

ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।