Gujarat Bridge Tragedy: ଗୁଜରାଟରେ ଟ୍ରାଜେଡି,ଓଡ଼ିଶାରେ ଛନକା !
Advertisement

Gujarat Bridge Tragedy: ଗୁଜରାଟରେ ଟ୍ରାଜେଡି,ଓଡ଼ିଶାରେ ଛନକା !

Gujarat Bridge Tragedy:  ଘୁଜୁରାଟର ମୋରବୀ ଅଘଟଣ ପରେ ସଜାଗ ହୋଇଛି କଟକ ଜିଲ୍ଲା ପ୍ରଶାସନ । ଟ୍ରାଜେଡିର ଭୟାବହତା କୁ ଦେଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଆଠଗଡ଼ ଉପ-ଜିଲ୍ଲାପାଳ । ସ୍ଥିତିକୁ ନଜରରେ ରଖି ଧବଳେଶ୍ୱର ପୀଠରେ ଜାରି ହୋଇଛି ୧୪୪ ଧାରା ।

Gujarat Bridge Tragedy: ଗୁଜରାଟରେ ଟ୍ରାଜେଡି,ଓଡ଼ିଶାରେ ଛନକା !

Gujarat Bridge Tragedy: କଟକ : ଧବଳେଶ୍ୱର ପୀଠରେ ଲାଗୁହେଲା ୧୪୪ ଧାରା (Article 144) । ଗୁଜରାଟ ଅଘଟଣ (Gujarat Tragedy) ପରେ ଚେଇଁ ଉଠିଛି ପ୍ରଶାସନ। ଝୁଲାପୋଲର ନିରାପତ୍ତା ତଦନ୍ତ ପାଇଁ ଆଠଗଡ଼ ପ୍ରଶାସନ (Athagarh administration) ଏପରି ପଦକ୍ଷେପ ନେଇଛି ବୋଲି ଜଣାପଡ଼ିଛି। ନିଷ୍ପତ୍ତି ଅନୁଯାୟୀ ଆଠଗଡ଼ ଉପଜିଲ୍ଲାପାଳ (Athagarh Sub-collector ) ହେମନ୍ତ କୁମାର ସ୍ବାଇଁ (Hemant Kumar Swain) ୧୪୪ ଧାରା ଜାରି କରିଛନ୍ତି।

ଗୁଜରାଟର ମୋରବି (Morbi, Gujarat) ରେ ଝୁଲାପୋଲ ଦୁର୍ଘଟଣାରେ ଏବେ ଶତାଧିକ ଲୋକଙ୍କର ଜୀବନ ଯାଇଥିବା ରିପୋର୍ଟ ଆସିବାପରେ ଆଖି ଖୋଲିଛି କଟକ ଜିଲ୍ଲା ପ୍ରଶାସନ (Cuttack district administration)। କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର (famous Shiv Peeth Dhabaleswar) ଠାରେ ଥିବା ଝୁଲା ପୋଲରେ ଅଧିକ ଲୋକ ଯାତାୟାତ ଉପରେ କଟକଣା ଲଗାଯାଇଛି। ଧବଳେଶ୍ୱର ପୀଠରେ ଜାରି ହୋଇଛି ୧୪୪ ଧାରା। ଝୁଲାପୋଲର ମରାମତି ପାଇଁ ୧୪୪ ଧାରା ଜାରି ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି। ଆଜି ପୂର୍ବାହ୍ନରେ ଝୁଲାପୋଲରେ ଯାତ୍ରୀ କଟକଣା ନେଇ ସୂଚନା ଜାରି କରାଯାଇଥିଲା।

ଝୁଲାପୋଲ ମରାମତି ହେବା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହୋଇଥିବା ବେଳେ ମରାମତି ସରିବା ପର୍ଯ୍ୟନ୍ତ ଡଙ୍ଗା ମାଧ୍ୟମରେ ଦର୍ଶନ ପାଇଁ ଯାଇପାରିବେ ଶ୍ରଦ୍ଧାଳୁ । ପ୍ରଶାସନ ସତର୍କ ହୋଇଥିବା ବେଳେ ଆଜି ଧବଳେଶ୍ୱର ଝୁଲା ପୋଲରେ ଯାତାୟତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ ଅଧାରୁ ଅଧିକ ଖସାଇ ଦିଆଯାଇଛି । ଝୁଲା ପୋଲର କ୍ଷମତା ୬ଶହ ରହିଥିବାବେଳେ, ଏହାକୁ  ୨ଶହକୁ କମ୍  କରାଯାଇଛି। 

ଆସନ୍ତାକାଲି ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ ଝୁଲା ପୋଲ । ପୋଲର ନିରାପତ୍ତା ଯାଞ୍ଚ କରିବ ଟେକନିକାଲ ଟିମ୍‌। ଯଦି ଦରକାର ପଡ଼େ ତେବେ ସୁରକ୍ଷା ପାଇଁ ଝୁଲା ପୋଲକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇପାରେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ଅନ୍ୟପଟେ ଯାତ୍ରୀଙ୍କ ସୁରକ୍ଷା ପ୍ରଥମେ ଗୁରୂତ୍ୱ ଦେଇ ପ୍ରଭୂଙ୍କ ଦର୍ଶନ ପରେ ବୋଲି କହିଛି ପ୍ରଶାସନ ।

ସେପଟେ ଗୁଜୁରାଟ ଘଟଣା ପୂର୍ବରୁ ଏକ ବୈଷୟିକ ଟିମ୍‌ ଝୁଲା ପୋଲର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ଅନୁସାରେ କିଛି ତ୍ରୁଟି ନଜରକୁ ଆସିଥିଲା ।  ଆଜି ଇଞ୍ଜିନିୟରିଂ ଚିଫ୍‌ଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗର ଗୋଟିଏ ଟେକ୍ନିକାଲ ଟିମ୍‌ ଧବଳେଶ୍ୱର ସ୍ଥିତ ଝୁଲନ୍ତା ବ୍ରିଜ୍‌ରେ ସ୍ଥିତି ଅନୁଧ୍ୟାନ କରିଥିଲେ । ପୋଲ ଦୁର୍ବଳ ଥିବାରୁ କେବଳ ବଡ଼ଓଷା ବ୍ରତଧାରୀ ମାନେ ଦର୍ଶନ ପାଇଁ ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଝୁଲନ୍ତା ପୋଲ ନିକଟରେ ଅଗ୍ନିଶମ ଏବଂ ଓଡ୍ରାଫ୍‌ ଟିମ୍‌ ମୁତୟନ ରହିବ ।  ଏହା ସହିତ ଝୁଲା ପୋଲକୁ ଲାଗି ଚାଲିଥିବା କଂକ୍ରିଟ ପୋଲ ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଶେଷ କରାଯିବା ନେଇ ସୂଟନା ପ୍ରଦାନ କରିଛି ଆଠଗଡ଼ ପ୍ରଶାସନ ।