Traffic Rules: ରାସ୍ତାରେ ଅଟକିବା ପରେ ଏସବୁ କାମ କରିପାରିବ ନାହିଁ ଟ୍ରାଫିକ ପୋଲିସ, ଜାଣନ୍ତୁ ଆପଣଙ୍କ ଅଧିକାର
Advertisement
Article Detail0/zeeodisha/odisha1399133

Traffic Rules: ରାସ୍ତାରେ ଅଟକିବା ପରେ ଏସବୁ କାମ କରିପାରିବ ନାହିଁ ଟ୍ରାଫିକ ପୋଲିସ, ଜାଣନ୍ତୁ ଆପଣଙ୍କ ଅଧିକାର

Traffic Rules: ଲୋକଙ୍କୁ ଅଟକାଇ ଟ୍ରାଫିକ ପୋଲିସ ତାଙ୍କ ଗାଡିରୁ ଚାବି କାଢିନେବା ଘଟଣା ମଧ୍ୟ ଅନେକ ସମୟରେ ସାମ୍ନାକୁ ଆସିଥାଏ । କିନ୍ତୁ ଏହା କରିବା କେତେ ଠିକ୍? ଓ ସେମାନଙ୍କର ଏପରି କରିବାର ଅଧିକାର ଅଛି କି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 

ସୌ: ସୋସିଆଲ ମିଡିଆ

Motor Vehicle Act Rules: ରାସ୍ତାରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଟ୍ରାଫିକ ନିୟମ (Traffic Rules) ପାଳନ କରିବା ବାଧ୍ୟତାମୂଳକ ଅଟେ । ଏହି ନିୟମକୁ ଉଲ୍ଲଂଘନ କରୁଥିବା ଲୋକଙ୍କୁ ମଧ୍ୟ ଭାରୀ ଚାଲାଣ ଦେବାକୁ ପଡିଥାଏ । ଲୋକମାନଙ୍କୁ ଟ୍ରାଫିକ ନିୟମ ଭାଙ୍ଗୁଥିବା ଦେଖିବାକୁ ପାଇଲେ ଟ୍ରାଫିକ ପୋଲିସ (Traffic Police) ସେମାନଙ୍କୁ ଅଟକାଇ ଥାନ୍ତି । ଏପରି ପରିସ୍ଥିତିରେ ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କୁ ଅଟକାଇବା ସ୍ଵତ୍ତ୍ୱେ ମଧ୍ୟ ସେମାନେ ଖସି ପଳାଇବାକୁ ଚେଷ୍ଟା କରିଥାନ୍ତି । ଏପରି ଲୋକଙ୍କୁ ଅଟକାଇ ରଖିବା ପାଇଁ ଟ୍ରାଫିକ ପୋଲିସ ଦ୍ୱାରା ଗାଡିରୁ ଚାବି କାଢିନେବା ଘଟଣା ମଧ୍ୟ ଅନେକ ସମୟରେ ସାମ୍ନାକୁ ଆସିଥାଏ । କିନ୍ତୁ ଏହା କରିବା କେତେ ଠିକ୍? ଓ ସେମାନଙ୍କର ଏପରି କରିବାର ଅଧିକାର ଅଛି କି? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଟ୍ରାଫିକ ପୋଲିସ ଦ୍ୱାରା ଗାଡିରୁ ଚାବି ହଟାଇବା ସମ୍ବନ୍ଧରେ ଟ୍ରାଫିକ ନିୟମ କ’ଣ ରହିଛି ଜାଣନ୍ତୁ ।

କିଏ ଲଗାଇପାରିବ ଜରିମାନା?
ଭାରତୀୟ ମୋଟର ଯାନ ଅଧିନିୟମ ୧୯୩୨ ଅନୁଯାୟୀ, ଟ୍ରାଫିକ ନିୟମ ଭାଙ୍ଗିବାକୁ ନେଇ ଜରିମାନା ଲଗାଇବା ପାଇଁ ଜଣେ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ଅତି କମରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ରାଙ୍କ୍ ହେବା ଆବଶ୍ୟକ । ଏହା ବ୍ୟତୀତ, ନିୟମ ଭାଙ୍ଗିବାରେ ଧରାପଡିଲେ ASI, ସବ୍-ଇନ୍ସପେକ୍ଟର ଓ ଇନ୍ସପେକ୍ଟର ଜରିମାନା ଆଦାୟ କରିବାର ଅଧିକାର ପାଇଛନ୍ତି । ଏହା ବ୍ୟତୀତ ଉପସ୍ଥିତ ଟ୍ରାଫିକ୍ କନଷ୍ଟେବଳମାନେ କେବଳ ଉପରୋକ୍ତ ଅଧିକାରୀମାନଙ୍କୁ ସାହାଯ୍ୟ କରିପାରିବେ, କିନ୍ତୁ ସେମାନେ ଗାଡିରୁ ଚାବି କାଢି ପାରିବେ ନାହିଁ ।

ଏହି କଥା ଗୁଡ଼ିକୁ ମନେରଖନ୍ତୁ

>> ଯେତେବେଳେ ଆପଣ ନିୟମ ଉଲ୍ଲଂଘନ କରି ଟ୍ରାଫିକ୍ ପୋଲିସ୍ ଦ୍ୱାରା ଅଟକିଥାନ୍ତି, ସେତେବେଳେ ସେମାନଙ୍କ ପାଖରେ ଚାଲାଣ ବୁକ୍ କିମ୍ବା ଇ-ଚାଲାଣ ମେସିନ୍ ରହିବା ବାଧ୍ୟତାମୂଳକ, ଏହା ବିନା ଆପଣ ଚାଲାଣ କଟାଯାଇ ପାରିବେ ନାହିଁ ।

>>  ଚାଲାଣ କାଟିବା ପାଇଁ ଟ୍ରାଫିକ ପୋଲିସ ୟୁନିଫର୍ମରେ ରହିବା ବାଧ୍ୟତାମୂଳକ ଓ ଏଥି ସହିତ ତାଙ୍କ ୟୁନିଫର୍ମରେ ନେମ ପ୍ଲେଟ ରହିବା ମଧ୍ୟ ବାଧ୍ୟତାମୂଳକ ଅଟେ । ଯଦି ଏସବୁ ନଥାଏ ତେବେ ତାଙ୍କୁ ତାଙ୍କର ପରିଚୟ ପତ୍ର ମାଗିବାର ଅଧିକାର ମଧ୍ୟ ରହିଛି ।

>> ଯଦି ଟ୍ରାଫିକ ପୋଲିସର ଜଣେ ହେଡ କନଷ୍ଟେବଳଙ୍କ ଦ୍ୱାରା ଏହି ଚାଲାଣ କଟାଯାଇଥାଏ, ତେବେ ସର୍ବାଧିକ ପରିମାଣ ୧୦୦ ଟଙ୍କା ହୋଇପାରେ, ତାହାଠାରୁ ଅଧିକ ନୁହେଁ ।

>> ଯଦି କୌଣସି ପୋଲିସ୍ ଆପଣଙ୍କ କାରର ଚାବି କାଢିନିଏ, ତେବେ ଆପଣ ଏହାର ଏକ ଭିଡିଓ କରିନେବା ଉଚିତ୍ ଓ ଆପଣ ଏହା ବିଷୟରେ ନିକଟସ୍ଥ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିପାରିବେ ।

>> ଯଦି ଟ୍ରାଫିକ୍ ପୋଲିସ୍ ଆପଣଙ୍କୁ ଅଟକାଇ ଆପଣଙ୍କ ସହ ଦୁର୍ବ୍ୟବହାର କିମ୍ବା ଖରାପ ଶବ୍ଦ ବ୍ୟବହାର କରେ, ତେବେ ଆପଣ ତୁରନ୍ତ ସେମାନଙ୍କ ଉଚ୍ଚ ଅଧିକାରୀଙ୍କ ନିକଟରେ ଏହାକୁ ନେଇ ଅଭିଯୋଗ କରିପାରିବେ ।

>> ଯଦି ଆପଣଙ୍କର ଚାଲାଣ କଟାଯାଇଛି ଓ ତୁରନ୍ତ ଜରିମାନା ରାଶି ଦେବାକୁ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ, ତେବେ ଆପଣଙ୍କ ପାଖରେ ସମାନ ଅର୍ଥରାଶିକୁ ପରେ ଦେବାର ଅଧିକାର ମଧ୍ୟ ଅଛି । ଏହି ପରିସ୍ଥିତିରେ ଟ୍ରାଫିକ୍ ପୋଲିସ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରିପାରିବେ । 

ଏହା ବି ପଢ଼ନ୍ତୁ: Monkeys: ଏହି ଗାଁରେ ୩୨ ଏକର ଜମିର ମାଲିକ ଅଟନ୍ତି ମାଙ୍କଡ, ଲୋକମାନେ ମଧ୍ୟ ଦିଅନ୍ତି ବିଶେଷ ସମ୍ମାନ