Top five 7 seater car: ସର୍ବାଧିକ ବିକ୍ରି ହେଉଥିବା ଏହି ୭ ସିଟର କାର
Advertisement
Article Detail0/zeeodisha/odisha2552061

Top five 7 seater car: ସର୍ବାଧିକ ବିକ୍ରି ହେଉଥିବା ଏହି ୭ ସିଟର କାର

ସର୍ବାଧିକ ବିକ୍ରି ହେଉଥିବା ତଥା ବଜେଟ ଫ୍ରେଣ୍ଡଲି ଏହି ୫ଟି 7 ସିଟର କାର

Top five 7 seater car: ସର୍ବାଧିକ ବିକ୍ରି ହେଉଥିବା ଏହି ୭ ସିଟର କାର

Top five 7 seater car: ନୂଆଦିଲ୍ଲୀ: ଦେଶରେ 7 ସିଟର କାରର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ନୂତନ ମଡେଲଗୁଡିକ କ୍ରମାଗତ ଭାବରେ କାର ଗ୍ରାହକଙ୍କ ପସନ୍ଦ ପାଲଟୁଥିବା ବେଳେ ସେମାନଙ୍କ ନିକଟରେ ଅନେକ କାରର ବିକଳ୍ପ ମଧ୍ୟ ଉପଲବ୍ଧ ହେଉଛି। ମାରୁତି ସୁଜୁକି ଠାରୁ ଟୟୋଟା ପର୍ଯ୍ୟନ୍ତ ୭ ସିଟର କାରର ଅନେକ ବିକଳ୍ପ ବର୍ତ୍ତମାନ ବଜାରରେ ଉପଲବ୍ଧ। ଗତ ମାସରେ ଭାରତରେ ସର୍ବାଧିକ ବିକ୍ରି ହେଉଥିବା କାରଗୁଡିକର ରିପୋର୍ଟ ସାମ୍ନାକୁ ଆସିଛି। ଆସନ୍ତୁ ଜାଣିବା ଏଥର କିଏ ଆଗରେ ଅଛି ଏବଂ କିଏ ପଞ୍ଚମ ସ୍ଥାନରେ ଅଛି। ଯଦି ଆପଣ ଆଜିକାଲି ଏକ ନୂଆ 7 ସିଟ୍ କାର କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ।

ଟୋୟୋଟା ଇନୋଭା
ଟୟୋଟା ଇନୋଭା ପଞ୍ଚମ ସ୍ଥାନରେ ସ୍ଥାନ ପାଇଛି, ଗତ ମାସ (ନଭେମ୍ବର ୨୦୨୪) ଏହା ୭୮୬୭ ୟୁନିଟ୍ ବିକ୍ରି କରିଥିଲାବେଳେ ଗତ ବର୍ଷ ସମାନ ସମୟ ମଧ୍ୟରେ (ନଭେମ୍ବର ୨୦୨୩) ଏହି ସଂଖ୍ୟା ୬୯୧୦ ୟୁନିଟ୍ ଥିଲା। ଏହି ଯାନର ମୂଲ୍ୟ ୧୯.୯୯ ଲକ୍ଷରୁ ଆରମ୍ଭ ହେଉଛି।

ମହିନ୍ଦ୍ରା ବୋଲେରୋ
ମହିନ୍ଦ୍ରା ବୋଲେରୋ ଚତୁର୍ଥ ସ୍ଥାନରେ ନିଜର ସ୍ଥାନ ହାସଲ କରିଛି। ଗ୍ରାହକମାନେ ଏହି ଗାଡିକୁ ଲଗାତାର ବହୁଳ ଭାବେ ପସନ୍ଦ କରି ଆସୁଛନ୍ତି। ବିକ୍ରୟ ବିଷୟରେ କହିବାକୁ ଗଲେ, ଗତ ନଭେମ୍ବର-୨୦୨୪ ମାସରେ ଏହା ୭୦୪୫ ୟୁନିଟ୍ ବିକ୍ରି କରିଥିଲାବେଳେ ଗତ ବର୍ଷ ସମାନ ଏହି ସମୟ ମଧ୍ୟରେ ନଭେମ୍ବର ୨୦୨୩ରେ ଏହି ସଂଖ୍ୟା ୯୩୩୩ ୟୁନିଟ୍ ଥିଲା | ଏହି ଗାଡ଼ିର ମୂଲ୍ୟ ୯.୭୯ ଲକ୍ଷରୁ ଆରମ୍ଭ ହୋଇଛି।

ମହିନ୍ଦ୍ରା XUV700
ମହିନ୍ଦ୍ରା XUV700 ହେଉଛି SUV ବିଭାଗରେ ଏକ ବହୁତ ଲୋକପ୍ରିୟ ଯାନ। ବିକ୍ରୟ ଦୃଷ୍ଟିରୁ ଏହା ମଧ୍ୟ ଭଲ। ବିକ୍ରୟ ବିଷୟରେ କହିବାକୁ ଗଲେ, ଗତ ନଭେମ୍ବର ୨୦୨୪ରେ ଏହା ୯୧୦୦ ୟୁନିଟ୍ ବିକ୍ରି କରିଥିଲାବେଳେ ଗତ ବର୍ଷ ସମାନ ସମୟରେ ନଭେମ୍ବର ୨୦୨୩ରେ ଏହି ସଂଖ୍ୟା ୯୧୦୦ ୟୁନିଟ୍ ଥିଲା | XUV700 ର ମୂଲ୍ୟ ୧୩.୯୯ ଲକ୍ଷରୁ ଆରମ୍ଭ ହେଉଛି। ବର୍ତ୍ତମାନ ଏହା ଦେଶର ତୃତୀୟ ସର୍ବଶ୍ରେଷ୍ଠ ବିକ୍ରି ହେଉଥିବା SUV ଅଟେ।

ମହିନ୍ଦ୍ରା ସ୍କର୍ପିଓ
ସ୍କର୍ପିଓ ବହୁ ବର୍ଷ ପରେ ବି ଭାରତରେ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛି। ଏଥିରେ ଅନେକ ପରିବର୍ତ୍ତନ କରାଯାଇଛି। କିନ୍ତୁ ଏହା ପରେ ମଧ୍ୟ ଏହି ଯାନର ବିକ୍ରିରେ କୌଣସି ପାର୍ଥକ୍ୟ ଦେଖିବାକୁ ମିଳିନାହିଁ। ବିକ୍ରୟ ବିଷୟରେ କହିବାକୁ ଗଲେ, ଗତ ନଭେମ୍ବର 2024 ୧୨୭୦୪ ୟୁନିଟ୍ ବିକ୍ରି ହୋଇଥିଲାବେଳେ ଗତ ବର୍ଷ ସମାନ ସମୟରେ ନଭେମ୍ବର 2023ରେ ଏହି ସଂଖ୍ୟା ୧୨୧୮୫ ୟୁନିଟ୍ ଥିଲା। ବର୍ତ୍ତମାନ ବିକ୍ରୟ ଦୃଷ୍ଟିରୁ ଏହା ଦ୍ୱିତୀୟ ସ୍ଥାନରେ ଅଛି।

ମାରୁତି ଏର୍ଟିଗା
ମାରୁତି ସୁଜୁକିର ୭ ସିଟର କାର ଗତ ନଭେମ୍ବର 2024 ମାସରେ ୧୫୧୫୦ ୟୁନିଟ୍ ବିକ୍ରି କରିଥିଲାବେଳେ ଗତ ବର୍ଷ ସମାନ ସମୟ ନଭେମ୍ବର ୨୦୨୩ରେ ଏହି ସଂଖ୍ୟା ୧୨୮୫୭ ୟୁନିଟ୍ ଥିଲା। ବର୍ତ୍ତମାନ ଏହା ଦେଶର ସର୍ବୋତ୍ତମ ବିକ୍ରି ହେଉଥିବା MPV ଅଟେ। ଏଥିରେ ୭ ଜଣଙ୍କ ପାଇଁ ଆସନ ଅଛି। ଏର୍ଟିଗା ମୂଲ୍ୟ ୯.୭୩ ଲକ୍ଷରୁ ଆରମ୍ଭ ହୋଇଛି। ନିରାପତ୍ତା ପାଇଁ, ଏଥିରେ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ ସହିତ EBD ଏବଂ ଏୟାରବ୍ୟାଗ ସୁବିଧା ରହିଛି।