TOP 10 NEWS TODAY: ତୃତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥ ତାଲିକା ଜାରି କଲା ବିଜେଡ଼ି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2190975

TOP 10 NEWS TODAY: ତୃତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥ ତାଲିକା ଜାରି କଲା ବିଜେଡ଼ି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।   

TOP 10 NEWS TODAY: ତୃତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥ ତାଲିକା ଜାରି କଲା ବିଜେଡ଼ି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 5 April | Evening

1.BJD MLA Candidate List 2024: ଶୁକ୍ରବାର ବିଜୁ ଜନତା ଦଳ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କରିଛି। ତୃତୀୟ ପର୍ଯ୍ୟାୟରେ ଦଳ ୯ ବିଧାନସଭା ଆସନ ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ବିଭିନ୍ନ ଆସନରୁ ନିର୍ବାଚନ ଲଢିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବିଜେଡ଼ି ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୦୮ ସିଟ୍ ପାଇଁ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି।

2. Congress Election Manifesto 2024: ୨୦୨୪ ଲୋକସଭା ନିର୍ବାଚନ ଲାଗି ଅପ୍ରେଲ ୫ ତାରିଖ ଶୁକ୍ରବାର କଂଗ୍ରେସ ଏହାର ଦଳୀୟ ଇସ୍ତାହାର ଘୋଷଣା କରିଛି। କଂଗ୍ରେସ ଏହାର ନାମ ‘ନ୍ୟାୟପତ୍ର ୨୦୨୪’ ରଖିଛି। ଏହି ଘୋଷଣାପତ୍ରରେ ଯୁବକ, କୃଷକ, ମହିଳା, ବୃଦ୍ଧ, ବ୍ୟବସାୟୀଙ୍କ ସମେତ ଅନ୍ୟାନ୍ୟ ବିଭାଗ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ‘ନ୍ୟାୟପତ୍ର ୨୦୨୪’  ମାଧ୍ୟମରେ ଅନେକ ପ୍ରକାରର ପ୍ରତିଶୃତି ଦେଇଛି କଂଗ୍ରେସ। ଦଳ ଜାତିଗତ ଜନଗଣନା, ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି କରିବା, କୃଷକଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଆଇନଗତ ଗ୍ୟାରେଣ୍ଟି ଯୋଗାଇ ଦେବା ଏବଂ ନୂତନ ଶିକ୍ଷା ନୀତିରେ ସଂଶୋଧନ କରିବା ଭଳି ପ୍ରସଙ୍ଗ ସ୍ଥାନ ପାଇଛି।  କଂଗ୍ରେସ ଏହାର ନିର୍ବାଚନ ପ୍ରତିଶୃତିକୁ ନ୍ୟାୟ ପତ୍ର ନାମରେ ନାମିତ କରିଛି। ଯେଉଁଥିରେ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ବିଷୟରେ ଆଲୋଚନା କରାଯାଇଛି। 

3. samajwadi party changed its mp candidate: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ରାଜନୀତିରେ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ। ରାଜ୍ୟର ମୁଖ୍ୟ ବିରୋଧି ଦଳ ସମାଜବାଦୀ ପାର୍ଟି ଲୋକସଭା ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ବଦଳାଇ ଚର୍ଚ୍ଚାରେ ରହିଛି। ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଦଳ ୯ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛି। ସମାଜବାଦୀ ପାର୍ଟି ଏହାର ସାଂସଦ ପ୍ରାର୍ଥୀ ବଦଳାଇବା ପଛରେ ରହିଥିବା କାରଣ ହେଉଛି ବିଏସପି ପ୍ରାର୍ଥୀ। କାରଣ ମାୟାବତୀଙ୍କ ନେତୃତ୍ୱାଧିନ ବହୁଜନ ସମାଜ ପାର୍ଟି ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏପରିକି ଦଳ ରାଜ୍ୟର ଅନେକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବିଏସପି ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ସଂସଦୀୟ କ୍ଷେତ୍ରରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଛି। ଏହି ସମୟରେ ସମାଜବାଦୀ ପାର୍ଟି ଅନେକ ଆସନରେ ଏହାର ସାଂସଦ ପ୍ରାର୍ଥୀ ବଦଳାଇ ଦେଇଛି। ସବୁଠାରୁ ଅଦ୍ଭୁତ ମାମଲା ମେରଠ ଲୋକସଭା ଆସନରେ ଦେଖିବାକୁ ମିଳିଥିଲା। ​​ଯେଉଁଠାରେ ଦଳ ୨ ଥର ପ୍ରାର୍ଥୀ ବଦଳାଇ ଦେଇଥିଲା।

4.Veg Thali Price: ପୁଣି ଥରେ ବୃଦ୍ଧି ପାଇଛି ନିରାମିଶ ଥାଳିର ମୂଲ୍ୟ। ଶାକାହାରୀ ଲୋକଙ୍କ ପାଇଁ ନିରାମିଶ ଥାଳି ମହଙ୍ଗା ହୋଇଯାଇଛି। ବଜାରରେ ପିଆଜ ଏବଂ ଟମାଟୋ ସମେତ ଅନେକ ପନିପରିବା ମୂଲ୍ୟ ବୃଦ୍ଧି ପାଇବା କାରଣରୁ ନିରାମିଶ ଥାଳି ମହଙ୍ଗା ହୋଇଯାଛି। ଅନ୍ୟପକ୍ଷରେ ଆମିଶ ଥାଳିର ମୂଲ୍ୟ ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଘରୋଇ ରେଟିଂ ଏଜେନ୍ସି "କ୍ରିସିଲ୍" (CRISIL) ପକ୍ଷରୁ କୁହାଯାଇଛି ଯେ ପିଆଜ, ଟମାଟୋ ଏବଂ ଆଳୁ ଆଦିର ମୂଲ୍ୟ ବୃଦ୍ଧି ହେତୁ ନିରାମିଶ ଥାଳିର ମୂଲ୍ୟ ୭ ପ୍ରତିଶତ ବୃଦ୍ଧି ପାଇଛି। କିସ୍ରିଲ ମାର୍କେଟ ଇଣ୍ଟେଲିଜେନ୍ସ ଏବଂ ଆନାଲିସିସ୍ ଏହାର ମାସିକ "ଭାତ ରୁଟି ମୂଲ୍ୟ" ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି ଯେ କୁକୁଡ଼ା ମୂଲ୍ୟରେ ହ୍ରାସ ହେତୁ ଆମିଶ ଥାଳିକ ମୂଲ୍ୟ ୭ ପ୍ରତିଶତ ହ୍ରାସ ପାଇଛି। 

5. IDF Lavender AI Program: ଗାଜା ଅଞ୍ଚଳରେ ନିର୍ଦ୍ଦିଷ୍ଟ ଆକ୍ରମଣ ପାଇଁ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (Israel Defense Forces) ଆଇଡିଏଫ (IDF) କୃତ୍ରିମ ବୁଦ୍ଧିମତା ଜ୍ଞାନକୌଶଳ (Artificial Intelligence Technology) ବ୍ୟବହାର କରୁଛି। ଏକ ରିପୋର୍ଟ ଅନୁଯାୟୀ, "ଲାଭେଣ୍ଡର" ନାମକ ଏକ ଏଆଇ ପ୍ରୋଗ୍ରାମ ସାହାଯ୍ୟରେ ଆଇଡ଼ିଏଫ (IDF Lavender AI Program), ହମାସ ସହ ଜଡ଼ିତ ପ୍ରାୟ ୩୭୦୦୦ ଟାର୍ଗେଟ ଚିହ୍ନଟ କରିଛି। କେବଳ ସେତିକି ନୁହେଁ ଆଇଡିଏଫ "ଲାଭେଣ୍ଡର" ଏଆଇ ପ୍ରୋଗ୍ରାମ ସହାୟତାରେ ହାମାସ୍ (Hamas) ଏବଂ ପାଲେଷ୍ଟାଇନ ଇସଲାମିକ୍ ଜିହାଦ୍ (Palestine Islamic Jihad) ପିଆଇଜେ (PIJ) ସଦସ୍ୟଙ୍କୁ ଖୋଜୁଛି। ଯାହା ଦ୍ୱାରା ସେମାନଙ୍କୁ ବୋମା ଦ୍ୱାରା ଟାର୍ଗେଟ କରାଯାଇ ପାରିବ। 

6. Railway Land Leasing Plan: ଏଣିକି କେବଳ ଟିକେଟ୍ ବିକ୍ରୟ କିମ୍ବା ମାଲ ପରିବହନରୁ ରୋଜଗାର କରିବ ନାହିଁ ରେଳବାଇ। ଅନ୍ୟ ଏକ ଉତ୍ସରୁ ଟଙ୍କା ରୋଜଗାର କରିବ ରେଳବାଇ। ଏନେଇ ଏକ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇସାରିଛି। ଆପଣ ଜାଣିଥିବେ ଯେ ଦେଶର ବିଭିନ୍ନ ସରକାରୀ ଅନୁଷ୍ଠାନ ମଧ୍ୟରୁ ରେଳବାଇ ପାଖରେ ସର୍ବାଧିକ ଜମି ରହିଛି। ବର୍ତ୍ତମାନ ଏହି ଜମିକୁ ଲିଜ୍ ଦେବା ପାଇଁ ରେଳବାଇ ଦ୍ୱାରା ପ୍ରସ୍ତୁତି ଚାଲିଛି। ଏହା ଦ୍ୱାରା ଉତ୍ପାଦିତ ଆୟ ରେଳବାଇ ଏହାର ଭିତ୍ତିଭୂମି ବିକାଶରେ ଖର୍ଚ୍ଚ କରିବ। ଏନେଇ ସମଗ୍ର ଦେଶରେ ରେଳବାଇ ଦ୍ୱାରା ୩୪୧.୯୩ ହେକ୍ଟର ଜମି ଚିହ୍ନଟ କରାଯାଇଛି। ରେଳବାଇ ଘରୋଇ ସଂସ୍ଥା ଏହାର ଜମି ଲିଜ୍ ଆକାରରେ ପ୍ରଦାନ କରିବ। ଯାହା ଦ୍ୱାରା ରେଳବାଇକୁ ୫୦୦୦ କୋଟି ଟଙ୍କା ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି।

7. Odisha Weather Update: ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ୧୪ ଜିଲ୍ଲା ପାଇଁ ଜାରି  ହିଟ୍ ୱେଭ୍ ୱାର୍ଣ୍ଣିଂ। ଆସନ୍ତାକାଲି ପର୍ଯ୍ୟନ୍ତ ଯେଉଁ ୧୪ ଜିଲ୍ଲା ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି ତାହା ହେଉଛି ଖୋର୍ଦ୍ଧା, କଟକ, ବୌଦ୍ଧ, ମାଲକାନଗିରି, କେନ୍ଦୁଝର, ନୟାଗଡ଼, ଅନୁଗୁଳ, ବଲାଙ୍ଗିର, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଝାରସୁଗୁଡ଼ା। ଆସନ୍ତା ୭-୮ ତାରିଖରେ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

8. National Maritime Day India:  ଆଜି ହେଉଛି ଜାତୀୟ ସମୁଦ୍ର ଦିବସ। ଦେଶର ନିଜସ୍ୱ ଜାହାଜ ଦ୍ୱାରା ପ୍ରଥମ ନୌବାଣିଜ୍ୟ ଯାତ୍ରା ଆରମ୍ଭର ଦିନ। ୧୯୧୯ ମସିହା ଅପ୍ରେଲ ୫ ତାରିଖରେ ପ୍ରଥମ ଭାରତୀୟ ଜାହାଜ ସେବେକାର ବମ୍ବେ (ଆଜିର ମୁମ୍ବାଇ) ଠାରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା। ସମୁଦ୍ରରେ ମାସ ମାସ ଧରି ଯାତ୍ରା କରି ଦେଶର ବାଣିଜ୍ୟ ବିକାଶରେ ସହାୟକ ହେଉଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଆଜିର ଦିନ ଉତ୍ସର୍ଗୀକୃତ ହୋଇଥାଏ। ଆଜି ମଧ୍ୟ ଭାରତ ମର୍ଚ୍ଚାଣ୍ଟ ନ୍ୟାଭି ଉଦ୍‍ଯାପନୀ ଦିବସ ପାଳନ କରୁଛି। ୧୯୬୪ ମସିହାରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। 

9. CBSE Syllabus Changed: ବାବ୍ରି ମସ୍‍ଜିଦ୍‍, ଗୁଜରାଟ  ଦଙ୍ଗା ଏବଂ ସଂଖ୍ୟା ଲଘୁଭଳି ସମ୍ବେଦନଶୀଳ ବିଷୟକୁ ଏନ୍‍ସିଇଆର୍‍ଟି ଏହାର ଦ୍ୱାଦଶ ଶ୍ରେଣୀ ପାଠ୍ୟ ପୁସ୍ତକରୁ ବାଦ ଦେଇଛି। ହିନ୍ଦୁତ୍ୱ ରାଜନୀତିକୁ ନେଇ ଯୋଡ଼ା ବିଷୟକୁ ମଧ୍ୟ ବାଦ ଦିଆଯାଇଛି। ଏନ୍‍ସିଇଆର୍‍ଟି ୱେବସାଇଟ ଠାରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସିବିଏସ୍‍ଇ ଦ୍ୱାରା ଅନୁବନ୍ଧିତ ସ୍କୁଲ୍ ଛାତ୍ରଛାତ୍ରୀ ଏନ୍‍ସିଇଆରଟି ପ୍ରକାଶିତ ପୁସ୍ତକ ପଠନ କରିଥାନ୍ତି। ଦେଶରେ ପ୍ରାୟ ୩୦ ହଜାର ସ୍କୁଲ୍‍ ସିବିଏସ୍‍ଇ ଦ୍ୱାରା ଅନୁପନ୍ଧିତ ହୋଇଛି। 

10. UPI New Facility: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର (ଅପ୍ରେଲ ୫) ମୁଦ୍ରା ନୀତିର ଫଳାଫଳ ଘୋଷଣା କରିଛନ୍ତି। ଏହା ସହିତ ସେ ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ସମ୍ବନ୍ଧରେ ଏକ ବଡ଼ ଘୋଷଣା ମଧ୍ୟ କରିଥିଲେ। କ୍ରମାଗତ ଭାବରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ଏକ ପ୍ରୟାସରେ ବର୍ତ୍ତମାନ UPI ଦେୟ ସୁବିଧାକୁ ଆହୁରି ବିସ୍ତାର କରାଯାଇଛି। ବର୍ତ୍ତମାନ UPI ବ୍ୟବହାରକାରୀ ଖୁବ୍ ଶୀଘ୍ର କ୍ୟାସ୍ ଡିପୋଜିଟ୍ ମେସିନ ଦ୍ୱାରା (Cash Deposit Machine) UPI ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବାକୁ ସମର୍ଥ ହେବେ।