TOP 10 NEWS TODAY: ବିଧାନସଭା-ଲୋକସଭା ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2187856

TOP 10 NEWS TODAY: ବିଧାନସଭା-ଲୋକସଭା ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

TOP 10 NEWS TODAY: ବିଧାନସଭା-ଲୋକସଭା ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 3 April | Evening

1.BJD MLA Candidate List 2024: ଚଳିତ ବର୍ଷ ରାଜ୍ୟରେ ହେବାକୁ ଯାଉଥିବା ଉଭୟ ବିଧାନସଭା-ଲୋକସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ବିଧାୟକ ଏବଂ ତୃତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଜାରି କରିଛି ବିଜୁ ଜନତା ଦଶ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ବିଭିନ୍ନ ଆସନରୁ ନିର୍ବାଚନ ଲଢିବାକୁ ଯାଉଥିବା ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବୁଧବାର ବିଜେଡ଼ି ୨୭ ବିଧାନସଭା ଏବଂ ୫ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଜେଡ଼ି ମୋଟ ୯୯ ବିଧାନସଭା ଏବଂ ୨୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡ଼ି। 

2.RBI Clean Note Policy: ଆରମ୍ଭ ହୋଇସାରିଛି ୨୦୨୪ ଆର୍ଥିକ ବର୍ଷ। ନୂତନ ଆର୍ଥିକ ବର୍ଷ ଅବସରରେ ୨୦୦୦ ଟଙ୍କିଆ ନୋଟ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ମିଳିଛି ଏକ ବଡ଼ ଖବର। ଗତ ବର୍ଷ ମେ ୧୯ ତାରିଖରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ହଟାଇ ଦେଇଥିଲା ଆରବିଆଇ। ପ୍ରାୟ ୧୧ ମାସ ପ୍ରଚଳନରୁ ବାହାରିବା ପରେ ମଧ୍ୟ ହଜାର ହଜାର କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ବଜାରରେ ମହଜୁଦ ରହିଥିବାର କୁହାଯାଉଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଫେରସ୍ତ ହୋଇନାହିଁ। ଏନେଇ ଦେଶର ସର୍ବୋଚ୍ଚ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଏବେ ମଧ୍ୟ ଲୋକଙ୍କ ପାଖରେ ୮୨୦୨ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ରହିଛି।

3.Rae Bareli Lok Sabha Seat: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଲାଣି ସମଗ୍ର ଦେଶର ରାଜନୀତି। ଏହି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଯାଉଥିବା ଦଳ ସେମାନଙ୍କର ଦଳୀୟ ପ୍ରାର୍ଥୀ ଘୋଷଣା କରିବା ସହ ପ୍ରଚାର ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ଦେଶର ମୁଖ୍ୟ ବିରୋଧି ଦଳ କଂଗ୍ରେସ ମଧ୍ୟ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିଦେଇଛି।  ଏଥର ଦଳର ପାରମ୍ପରିକ ଆସନ କୁହାଯାଉଥିବା ଉତ୍ତର ପ୍ରଦେଶର ରାଏବରେଲି ଆସନରୁ କିଏ କଂଗ୍ରେସ ପ୍ରାର୍ଥୀ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଏବରେଲି ଆସନରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀଙ୍କୁ କଂଗ୍ରେସ ପ୍ରସ୍ତୁତ ହେଉଛି। ଦଳୀୟ ବୈଠକରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇ ସାରିଛି। ରାଏବରେଲି ଆସନରୁ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଆସନ୍ତା ୧୫ ତାରିଖ ପରେ ଔପଚାରିକ ଭାବେ ଘୋଷଣା କରାଯିବ।

4.BJD Mishrana Parba: ବୁଧବାର ବିଜୁ ଦନତା ଦଳରେ ଯୋଗ ଦେଇଛନ୍ତି ୨ ବିଜେପି ନେତା ଭୃଗୁ ବକ୍ସି ପାତ୍ର ଏବଂ ପ୍ରକାଶ ଚନ୍ଦ୍ର ବେହେରା। ବିଜେଡ଼ି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିବା ଦଳୀୟ ମିଶ୍ରଣ ପର୍ବରେ ଉଭୟେ ବିଜେଡି ହାତ ଧରିଥିଲେ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା, ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ବିଧାୟକ ପ୍ରଶାନ୍ତ ବେହେରା ଉପସ୍ଥିତ ରହିଥିଲେ। 

5. Anti Maoist Operation in Malkangiri: ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବଳକୁ ବଡ଼ ସଫଳତା। ଓଡ଼ିଶା-ଆନ୍ଧ୍ର ସୀମାରୁ ମାଓ କ୍ୟାମ୍ପ ଠାବ ସହ ବିପୁଳ ମାଓ ସାମଗ୍ରୀ ଏବଂ ବିସ୍ଫୋରକ ଜବତ କରିଛନ୍ତି ଡିଭିଏଫ୍ ଯବାନ। ଗୁଇନ୍ଦା ସୂଚନା ମିଳିବା ପରେ କାଲିମେଳା ଥାନା ଦୟାଲତୁଙ୍ଗ ଜଙ୍ଗଲରେ ଆରମ୍ଭ ହୋଇଥିଲା କୁମ୍ବିଂ ଅପରେସନ। ଏହି ସମୟରେ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଥିଲେ ଯବାନ। ଯେଉଁଠୁ ୧୨ ଲ୍ୟାଣ୍ଡମାଇନ୍ ସହ ୧୯୦ଟି ଜିଲୋଟିନ ଷ୍ଟିକ୍ ଏବଂ ବିପୁଳ ପରିମାରଣର ବିସ୍ଫୋରକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଯବାନଙ୍କୁ ଦେଖି କ୍ୟାମ୍ପ ଛାଡି ଫେରାର ହୋଇଯାଇଥିଲେ ମାଓବାଦୀ।

6. Heatwave Alert: ଖରାଦିନ ଆରମ୍ଭ ହେବା ସହିତ ଓଡ଼ିଶା ଏବେ ତତଲା କଡ଼େଇ ପାଲଟିଛି। ଗତ ମଙ୍ଗଳବାର ରାଜ୍ୟର ୭ ସହରର ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ଥିବାବେଳେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ୨-୩ ଡିଗ୍ରୀ ବୃଦ୍ଧି ହୋଇପାରେ। ଏପରି ହେଲେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିପାରେ ବୋଲି ପାଣିପାଗ ବିଭାଗ ଆକଳନ କହିଛି। ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ସରକାର ତଥା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହିତ ଜନସାଧାରଣଙ୍କ ପାଇଁ ସତର୍କତା ଜାରି କରାଯାଇଛି।

7. Prasanna Acharya Discharged from Hospital: ଆକସ୍ମିକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ଠାରେ ଚିକିତ୍ସିତ ହେଉଥ‌ିବା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଡାକ୍ତରଖାନାରୁ ବୁଧବାର ଡିସ୍‌ଚାର୍ଜ ହୋଇଛନ୍ତି। ଗତ ମାର୍ଚ୍ଚ ୧୪ ତାରିଖରେ ବିଜୁ ଜନତା ଦଳର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଭୁବନେଶ୍ବରରୁ ବରଗଡ଼କୁ ଫେରୁଥିବାବେଳେ ରାତି ପ୍ରାୟ ସମୟରେ ରେଢ଼ାଖୋଲ ଲୁହାପଙ୍କ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ତାଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ଯେଉଁଥିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଗାଡ଼ିରେ ରହିଥିବା ତାଙ୍କ ପିଏସ୍‌ଓ ଗୁରୁତର ଆହତ ହୋଇଥିଲେ। ଗୁରୁତର ହେବାରୁ ଉଭୟଙ୍କ ସମ୍ବଲପୁର ସ୍ଥିତ ଏକ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। 

8. Ban on fishing from the sea was imposed for 2 months: ସମୁଦ୍ରରୁ ମାଛ ମାରିବା ଉପରେ ୨ ମାସ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି। ଏପ୍ରିଲ ୧୫ ତାରିଖରୁ ଜୁନ ୧୪ ପର୍ଯ୍ୟନ୍ତ ଏହି ଦୁଇ ମାସ ସମୁଦ୍ରରେ ମାଛ ମାରିବା ନିଷେଧ। ଓଡିଶା ଉପକୂଳରେ ମାଛ ମାରିବା ଉପରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କଟକଣା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପାରାଦୀପରେ ଥିବା ସମସ୍ତ ମତ୍ସ୍ୟଜୀବୀ ଏବଂ ଟ୍ରଲର ମାଲିକଙ୍କ ଅବଗତି ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜୀ ଯନ୍ତ୍ର ଦ୍ବାରା ସଚେତନ କରାଯାଉଛି। ଏହି ଦୁଇମାସ ମାଛ ବଂଶ ବୃଦ୍ଧି ନିମନ୍ତେ ସରକାର ଏହି ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଯେଉଁ ମାନେ ଉକ୍ତ ଆଇନକୁ ନ ମାନିବେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ନେଇ ମତ୍ସ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। 

9.Strong Earthquake Jolts Taiwan: ବୁଧବାର ସକାଳେ ଶକ୍ତିଶାଳୀ ଭୂକମ୍ପ ଝଟକାରେ କମ୍ପି ଉଠିଛି ତାଇୱାନ। ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ରହିଥିବାର ଆକଳନ କରାଯାଇଛି। ତାଇୱାନ ଠାରେ ହୋଇଥିବା ଭୂକମ୍ପ କାରଣରୁ ଦକ୍ଷିଣ ଜାପାନରେ ସୁନାମି ହେବାର ସମ୍ଭାବନା ରହିଛି। ଜାପାନ ପ୍ରଶାସନ ସୁନାମି ଚେତାବନୀ ଦେଇଛି। ଜାପାନ କହିଛି ଯେ ସୁନାମିର ପ୍ରଥମ ତରଙ୍ଗ ଏହାର ଦୁଇଟି ଦକ୍ଷିଣ ଦ୍ୱୀପକୁ ଆସିଛି।

10. Manmohan Singh Take Retirement From Rajya Sabha: ରାଜ୍ୟସଭାରୁ ୪୯ ସାଂସଦଙ୍କ କାର୍ଯ୍ୟକାଳ ୨ ତାରିଖ ମଙ୍ଗଳବାର ଶେଷ ହୋଇଛି। ଏହା ସହିତ ୩ ତାରିଖ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଆଉ ୫ ଜଣ ସାଂସଦ ଅବସର ନେବେ। ମୋଟ ୫୪ ସାଂସଦ ରାଜ୍ୟସଭାରୁ ଅବସର ଗ୍ରହଣ କରିବେ। କହିବାକୁ ଗଲେ ମନମୋହନ ସିଂ ରାଜ୍ୟସଭାରେ ୩୩ ବର୍ଷର ଏକ ଲମ୍ବା ଇନିଂସ ଖେଳିଛନ୍ତି। ସେ ୧୯୯୧ ମସିହାରେ ପ୍ରଥମ ଥର ପାଇଁ ରାଜ୍ୟସଭା ସଦସ୍ୟ ହୋଇଥିଲେ। ୨୦୦୪ ଠାରୁ ୨୦୧୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। କିଛି ଅବସରପ୍ରାପ୍ତ ସାଂସଦ ୨୦୨୪ ମସିହାରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଅନେକ ସାଂସଦ ମଧ୍ୟ ରାଜ୍ୟସଭାକୁ ଫେରିବେ ବୋଲି ଜଣାପଡ଼ିଛି।