Top 10 News Headlines: ଅପରାହ୍ଣର ପ୍ରମୁଖ ୧୦ ଖବର
Advertisement
Article Detail0/zeeodisha/odisha1849426

Top 10 News Headlines: ଅପରାହ୍ଣର ପ୍ରମୁଖ ୧୦ ଖବର

News Headlines: ଅପରାହ୍ଣ ସମୟରେ ୧୦ଟି ପ୍ରମୁଖ ଖବର । ଚୁଟକିରେ ଖାସ୍ ଆପଣଙ୍କ ପାଇଁ

Top 10 News Headlines: ଅପରାହ୍ଣର ପ୍ରମୁଖ ୧୦ ଖବର

News Headlines

1. Special session of Parliament to Summon on 18th september  18ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ:  ସେପ୍ଟମ୍ବର ୧୮ରୁ ୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବ। ‘ଅମୃତ କାଳ’ରେ ସକରାତ୍ମକ ଆଲୋଚନାକୁ ନୂଆ ଦିଶା ଦେଖାଇବା ଲାଗି ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବା ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ଏହି ୫ ଦିନିଆ ଅଧିବେଶନ ନୂତନ ସଂସଦ ଭବନରେ ଅନୁଷ୍ଠିତ ହୋଇପାରେ। 

2..   Monsoon session of  Odisha Legislative Assemby to begin on 22 September:   ୨୨ରୁ ଓଡ଼ିଶା ବିଧାନସଭା: ବିଧାନସଭାର ମୌସୁମୀ ଅଧିବେଶନ ୨୨ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୧୮ ତାରିଖରେ ନାମାଙ୍କନ ଦାଖଲ କରାଯିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ଜଣାପଡ଼ିଛି। ଏହି ଅଧିବେଶନ ଅକ୍ଟାବର ୪ ତାରିଖଯାଏ ଚାଲିବ। ୩ ତାରିଖରେ ଅତିରିକ୍ତ ବଜେଟ୍‍ ଉପସ୍ଥାପନ ହେବାର ସମ୍ଭାବନା ରହିଛି। 

3. Serum Announces Dengue and Malaria Vaccine: ବର୍ଷକ ପରେ ଡେଙ୍ଗୁ, ମ୍ୟାଲେରିଆ ଟିକା, : କରୋନା ଟିକା ତିଆରି କରି ଚର୍ଚାରେ ଥିବା ଟିକା ନିର୍ମାତା ସିରିମ ଇନ୍‍ଷ୍ଟିଚ୍ୟୁଟ୍‍ ଆସନ୍ତା ବର୍ଷ ଡେଙ୍ଗୁ ଟିକା ତିଆରି କରିବାକୁ ଘୋଷଣା କରିଛି। ସଂସ୍ଥାର ଉପାଧ୍ୟକ୍ଷ  ସାଇରସ୍‍ ପୁନାଓ୍ୱାଲା କହିଛନ୍ତି, କୋଭିସିଲ୍ଡ ସଫଳତା ପରେ ଆାମେ ମ୍ୟାଲେରିଆ ଟିକା ଶୀଘ୍ର ଉପଲ୍ବଧ କରାଇବାକୁ ଯାଉଛି’। 

4. Suprecourt warns on fake website: ସୁପ୍ରିମ୍‍କୋର୍ଟଙ୍କ ନାଁରେ ଜାଲି ଓ୍ୱେବ୍‍ସାଇଟ୍‍: ସୁପ୍ରିମ୍‍ କୋର୍ଟଙ୍କ ନାଁରେ ଖୋଲିଛି  ଜାଲି ଓ୍ୱେବସାଇଟ୍‍। ଖାଲି ସେତିକି ନୁହେଁ, ଏହି ସାଇଟରେ ହ୍ୟାକର ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ମାଗୁଛି। ଆଉ ସେସବୁ ପାଇଲେ ସୁପ୍ରିମ୍‍ କୋର୍ଟଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ହେଉଛି ଗୋଲ୍‍। ଏଣୁ ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମ୍‍ କୋର୍ଟଙ୍କ କାର୍ଯ୍ୟାଳୟ।

5. Flight service under UDAAN Begins to Utkela: ଉତ୍‍କେଲାକୁ ବିମାନ ସେବା: କଳାହାଣ୍ଡି ଜିଲ୍ଲାର ଉତ୍‍ କେଲା ବିମାନବନ୍ଦରକୁ ପ୍ରଥମ ବିମାନ ଉଡ଼ାଣ କରିଛି। ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମ ଯାତ୍ରୀ ଭାବେ ପରିବହନମନ୍ତ୍ରୀ ଟୁକୁନି ସାହୁ ଯାତ୍ରା କରିଛନ୍ତି।  ଉଡାନ୍‍ ଯୋଜନା ଅଧୀନରେ ଏହି ବିମାନ ଚଳାଚଳ କରିବ। 

6. Now Twitter will facilitate Video call says Musk: ଟ୍ୱିଟରରେ ଭିଡିଓ କଲ୍‍: ଏଣିକି ବିନା ନମ୍ବରରେ ଭିଡିଓକଲ୍‍ କରିହେବ। ମାଇକ୍ରୋବ୍ଲଗିଂ ସାଇଟ୍‍ ଟ୍ୱିଟର ତଥା ଏକ୍ସ ଏହି ନିଷ୍ପତ୍ତି ନେଇଛି। ଏଲନ୍‍ ମସ୍କ ଏ ବାବଦରେ ସୂଚନା ରଖିଛନ୍ତି। 

7.  ISRO releases New Images of Chandrayaan-3: ଚନ୍ଦ୍ରପୃଷ୍ଠର ନୂଆ ଭିଡିଓ ଜାରି: ଆଉ ସାତଦିନ ବାକିଥିବା ଚନ୍ଦ୍ରଯାନ ୩ ମିଶନ ରେ ଦିନକୁ ଦିନ ନୂଆ ତଥ୍ୟ ସାମତନାକୁ ଆସୁଛି। ଇସ୍ରୋ ପକ୍ଷରୁ ଏକନୂଆ ଭିଡିଓ ଆଜି ଜାରି କରାଯାଇଛି। ଯେଉଥିରେ ଚନ୍ଦ୍ରପୃଷ୍ଠରେ ରୋଭର ଗରତ୍ତକରି ନମୁନା ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। 

8. Proposal to fix GPS system in Habitual offenders: କଏଦୀଙ୍କ ଦେହରେ ଲାଗିବ ଜିପିଏସ୍‍: ଅଭ୍ୟାସଗତ କଏଦୀଙ୍କ ସଂଖ୍ୟା କମାଇବା ଲାଗି ରାଜ୍ୟ ଜେଲ୍‍ ଡିଜି ଏକ ସ୍ୱତନ୍ତ୍ର ପ୍ରସ୍ତାବ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର କମିଟିକୁ ପ୍ରସ୍ତାବ ଦେଇଛନ୍ତି। ଏହିକ୍ରମରେ ସେମାନଙ୍କ ଗାଡ଼ରେ ଜିପିଏସ୍‍ ଟ୍ରାକର ଲଗାଇବାକୁ କୁହାଯାଇଛି। ଏହି ପ୍ରସ୍ତାବକୁ କମିଟି ପ୍ରଶଂସା କରାଯାଇଥିବା ଜଣାପଡ଼ିଛି। ଏପରିକି କମିଟି ରାଜ୍ୟରୁ ଏହି ଅଭିନବ ପ୍ରକଳ୍ପ ଆରମ୍ଭ ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। 

9. Crocodile fear in Odisha rises: ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ: ଆାଜି ପୁଣିଥରେ ରାଜ୍ୟରେ କୁମ୍ଭୀର ଜଣେ ମଇଁଷି ଚରାଳିଙ୍କୁ ଟାଣି ନେଇଥିବା ଜଣାପଡ଼ିଛି। ଏହି ବ୍ୟକ୍ତିଙ୍କ ନାମ ବ ଭାସ୍କର ରାଉତ। ତାଙ୍କ ବୟସ ୫୦। ସେ ନିଖୋଜ ରହିଛନ୍ତି। 

10.  MLA Debi Mishra may become next Speaker of OLA ଦେବୀ ହୋଇପାରନ୍ତି ବାଚସ୍ପତି: ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର ବାଚସ୍ପତି ଭାବେ ମେନାନୀତ ହୋଇପାରନ୍ତି। ଅଭିଜ୍ଞତା, ଲୋକପ୍ରିୟତାକୁ ଆଖିରେ ରଖି ତାଙ୍କୁ ଏହି ପଦବୀ ମିଳିପାରେ ବାଲି ଆଶା କରାଯାଉଛି। ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଏହି ପଦବୀ ଖାଲିପଡ଼ିଛି।

Also Read- Supreme Courtଙ୍କ ନାଁରେ ବି ଜାଲ୍‍ ଓ୍ୱେବସାଇଟ୍‍, ଏତଲା ସହ ସତର୍କ ରହିବାକୁ ପରାମର୍ଶ ଦେଲେ କୋର୍ଟ ଅଫିସ