Top 10 News Headlines: ଅପରାହ୍ଣର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1853863

Top 10 News Headlines: ଅପରାହ୍ଣର ୧୦ ବଡ଼ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଅନେକ ଛୋଟ ବଡ଼ ଘଟଣା ଘଟିଯାଇଛି । ଆସନ୍ତୁ ସକ୍ଷିପ୍ତରେ ସେସବୁ ବିଷୟରେ ଜାଣିବା ।

Top 10 News Headlines: ଅପରାହ୍ଣର ୧୦ ବଡ଼ ଖବର

Top 10 News Headlines Odisha: 

1. Committee to study ONOE
ଏକକ ସମୟରେ ନିର୍ବାଚନ ବାବଦରେ ଚର୍ଚା ପାଇଁ ୮ ଜଣିଆ କମିଟି 
ଏକ ଦେଶ-ଏକ ନିର୍ବାଚନ ପାଇଁ ଭାରତ ପ୍ରସ୍ତୁତ କି? ଏ ବିଷୟରେ କି ପଦକ୍ଷେପ ନିଆଯିବ ସେ ନେଇ ତର୍ଜମା କରିବା ଲାଗି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ କମିଟି ଘୋଷଣା କରାଯାଇଛି। ଯେଉଁଥିରେ ଶ୍ରୀ କୋବିନ୍ଦଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ, ବିରୋଧୀ ଦଳ ନେତା ଅଧିର ରଞ୍ଜନ ଚୌଧରୀ, ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଗୁଲାବ ନବୀ ଆଜାଦ, ଅର୍ଥ କମିଶନଙ୍କ ପୂର୍ବତନ ସଦସ୍ୟ ଏନ୍‍କେ ସିଂହ, ଲୋକସଭାର ପୂର୍ବତନ ମହାସଚିବ ଡ. ସୁଭାଷ କାଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲ୍‍ଭେ ଏବଂ ପୂର୍ବତନ ମୁଖ୍ୟ ଜିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ସଦସ୍ୟ ରହିଛନ୍ତି। ୧୯୫୨ରୁ ୧୯୬୭ ଯାଏ ଦେଶରେ ଏକସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିଲା। କିନ୍ତୁ ଏହିପ୍ରଥା କାଳକ୍ରମେ ବ୍ୟାଘାତ ହେବାରୁ ଏବେ ବର୍ଷର ବିଭିନ୍ନ ସମୟରେ ନିର୍ବାଚନ ହେଉଛି। ଏହା ସମୟ ଓ ବ୍ୟୟସାପେକ୍ଷ ବୋଲି ବିଭିନ୍ନ ସମୟରେ ସଂସଦୀୟ ବ୍ୟାପାର କମିଟି ମତ ଦେଇଛି। ଏହା ସହ ବିଧି କମିଶନ ମଧ୍‍ୟ ଏ ବିଷୟରେ ଉଦ୍‍ବେଗ ପ୍ରକାଶ କରିଛନ୍ତି। ଏଣୁ କମିଟି ଏ ବିଷୟକୁ ତର୍ଜମା କରି ରିପୋର୍ଟ ରଖିବେ 

2. Misleading Facts on Pandian’s visit
ପାଣ୍ଡିଆନ୍‍ଙ୍କ ହେଲିକପ୍ଟର ଚଢ଼ା ବିବାଦ, ମନ୍ତ୍ରୀ କହିଲେ ବିଭ୍ରାନ୍ତିକର ତଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବାବଦରେ ଯେଉଁମାନେ କଟୁ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ ମୁଣ୍ଡ ଖରାପ ହୋଇଛି। ଏପରିକି ଏପରି ବୟାନ କୁଚକ୍ରୀଙ୍କ ବିୀଭ୍ରାନ୍ତିମୂଳକ ତଥ୍ୟ ପ୍ରଦାନର ଏକ ଧାରା ବୋଲି କହିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ରାଜ୍ୟ ସରକାରଙ୍କ ଏଯାଏ ବିମାନ ଖର୍ଚ୍ଚକୁ ସେ ନିଜର ଟ୍ୱିଟର ହ୍ୟାଣ୍ଡଲରେ ଜଣାଇବା ସହ ବିଧାନସଭା ଅଧିବେଶନରେ ସବୁ ସ୍ପଷ୍ଟ କରିବେ ବୋଲି କହିଛନ୍ତି। 

3. Agri production may decrease
କମିପାରେ କୃଷି ଉତ୍ପାଦନ: 
ବୃଷ୍ଟିପାତରେ ଅନିୟମିତତା ଓତାପମାତ୍ରାରେ ବିଭ୍ରାଟ ଯୋଗୁ ଚଳିତବର୍ଷ ଓଡ଼ିଶାରେ କୃଷି ଉତ୍ପାଦନ କମିବା ଆଶଙ୍କା ରହିଛି । କେବଳ ଧାନ ନୁହେଁ ଡାଲି , ତୈଳବୀଜ ସମେତ ଅନ୍ୟାନ୍ୟ ପନିପରିବା ଉତ୍ପାଦନ ମଧ୍ୟ କମିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଓଡ଼ିଶାରେ ୨୦୨୦ - ୨୧ ବର୍ଷରେ ୧୬୬ ଲକ୍ଷ ମେଟ୍ରିକ୍ ଟନ୍‌ରୁ ଅଧିକ ଧାନ ଉତ୍ପାଦନ ହୋଇଥିଲା । 

4. Sonia Gandhi Hospitalisedହସ୍‍ପିଟାଲରେ ସୋନିଆ ଗାନ୍ଧି : କଂଗ୍ରେସ ଦଳର ଅଧ୍ୟକ୍ଷା ଶ୍ରୀମତି ସୋନିଆ ଗାନ୍ଧୀ ଦିଲ୍ଲୀସ୍ଥିତ ‘ସାର୍‌ ଗଙ୍ଗାରାମ ହସ୍ପିଟାଲ୍‌’ରେ  ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁଯାୟୀ ସୋନିଆ ଗାନ୍ଧୀଙ୍କୁ ସାମାନ୍ୟ ଜ୍ବର ହୋଇଛି। ସମ୍ପ୍ରତି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। 

5.  3 Vehicles Burned
ଗୋଚାଲାଣ କରୁଥିବା ୩ ଗାଡ଼ି ଜାଳିଦେଲେ: ବାଲେଶ୍ୱରର କମର୍ଦ୍ଦା  ଅଭିମୁଖେ ଯାଉଥିବା ୩ଟି ଗୋରୁ ଚାଲାଣ ଗାଡ଼ିକୁ ଜାଳିଦେଇଛନ୍ତି ଉତ୍ୟକ୍ତ ଲୋକେ । ରାତି ପ୍ରାୟ ୨:୩୦ ବେଳେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ବାଲେଶ୍ୱର ଅଞ୍ଚଳରୁ ଏପରି ବାରମ୍ବାର ଗୋରୁଚାଲାଣ ହେଉଥିବା ବେଳେ ଗତ କାଲି ରାତିରେ ଗ୍ରାମବାସୀ ଏକତ୍ର ହୋଇ ଗୋରୁ ଗାଡ଼ି ଜାଳି ଦେଇଛନ୍ତି।ଗାଡ଼ିରୁ ପ୍ରଥମେ ଗୋରୁଙ୍କୁ ମୁକ୍ତ କରିବା ପରେ ଗାଡ଼ି ଚାଳକ ଓ ହେଲପରଙ୍କୁ ବାନ୍ଧି ଗାଡ଼ିରେ ନିଆଁ ଲଗାଯାଇଥିବା ନାମ୍ଫୋ ଫାଣ୍ଡିରେ ଅଭିଯୋଗ ହୋଇଛି।  ଏ ନେଇ ପୁଲିସ ଏକ ମାମଲା  ରୁଜୁ କରି ତଦନ୍ତ କରୁଛି।

6. Funeral of Surya Patra
ସୂର୍ଯ୍ୟଙ୍କ ଶେଷକୃତ୍ୟ:
ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଜେଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶେଷକୃତ୍ୟ ଆଜି ସମ୍ପନ୍ନ ହେବ। ଏଥିଲାଗି ଦିଗ ପହଣ୍ଡିକୁ ଏକ ଶୋଯାତ୍ରାରେ ମୃତ ଦେହ ନିଆଯିବ। ଏହା ପୂର୍ବରୁ ଭୁବନେଶ୍ୱରଠାରେ ତାଙ୍କୁ ତାଙ୍କ ବାସଭବନଠାରେ ଅନେକ ମାଣ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି। ପରେ ତାଙ୍କ ମୃତ ଦେହକୁ ବିଧାନସଭା ଓ ବିଜେଡି କାର୍ଯ୍ୟାଳୟ ନିଆଯାଇଥିଲା। ଗତକାଲି ସନ୍ଧ୍ୟାରେ ୭୫ ବର୍ଷ ବୟସରେ ହସ୍‍ପିଟାଲ୍‍ରେ ତାଙ୍କ ମୃତ୍ୟୁ ହୋଇଥିଲା। 

7. Warning in 22 Districts
୨୨ ଜିଲ୍ଲାରେ ବର୍ଷା ଆଶଙ୍କା
: ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଅପରାହ୍ନ ସୁଦ୍ଧା ରାଜ୍ୟର ୨୨ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବାର ଆଶଙ୍କା ରହିଛି। ଗତକାଲି ଭୁବନେଶ୍ୱରରେ ୩ ଘଣ୍ଟ ଭିତରେ ୨୫୬୭୩ଟି ବଜ୍ରପାତ ଅର୍ଥାତ୍‍ ବିଜୁଳି ଓ ଘଡ଼ଘଡ଼ି ମାରିବା ସହ ୧୨୬ ମିଲିମିଟର ବର୍ଷା ହୋଇଥିଲା। 

8. 2 New Judges For Odisha HC
ହାଇକୋର୍ଟରେ ୨ ନୂଆ ବିଚାରପତି: 

ଓଡ଼ିଶା ହାଇକୋର୍ଟରେ ଦୁଇଜଣ ଓଡ଼ିଆଙ୍କୁ ବିଜଚାରପତି ଭାବେ ନିଯୁକ୍ତି ମିଳିଛି। ସେମାନେ ହେଲେ ବରିଷ୍ଠ ଆଇନଜୀବୀ ଶିବଶଙ୍କର ମିଶ୍ର ଏବଂ ବରିଷ୍ଠ ବିଚାରବିଭାଗୀୟ ଅଧିକରୀ ଆନନ୍ଦ ଚନ୍ଦ୍ର ବେହେରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁପ୍ରିମ୍‍ କୋର୍ଟଙ୍କ କଲିଜିଅମ୍‍ ସୁପାରିଶ୍‍ ଆଧାରରେ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଆସନ୍ତା ସପ୍ତାହରେ ସେମାନେ ଶପଥ ଗ୍ରହଣ କରିବେ। ସେମାନଙ୍କ ଯୋଗଦାନ ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ ରେ ପହଞ୍ଚିବ।  ତଥାପି ଆହୁରି ୧୧ ପଦବୀ ଖାଲି ରହିବ। କାରଣ ଏବେ ସମୁଦାୟ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ହେଉଛି ୩୩। 

9. 1449 Families to get land rights after 50 years.
ହୀରାକୁଦ ବିସ୍ଥାପିତଙ୍କୁ ମିଳିବ ପଟ୍ଟା: 
୫୦ ବର୍ଷର ଅପେକ୍ଷା ପରେ ହୀରାକୁଦ ବନ୍ଧ  ନିର୍ମାଣ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ନିଜ ବାସସ୍ଥାନ ପଟ୍ଟା ମିଳିବ। ଏଥିରେ ଝାରସୁଗୁଡ଼ା ଜିଲ୍ଲାର ୧୯ଟି ଗାଁର ୧୪୪୯ ପରିବାର ଉପକୃତ ହେବେ। ସେମାନଙ୍କୁ ୩୨୩୧ ଏକର ଜମି ଉପରେ ଅଧିକାର ପ୍ରଦାନ କରାଯିବ ବୋଲିମ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। 

10. CB probe Order for OPSC Question leak scam
ଆଜି ଜୁନିୟର ଇଞ୍ଜିନିୟର ପରୀକ୍ଷା,  ବାତିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‍ର ହେବ  କ୍ରାଇମ୍‍ ବ୍ରାଞ୍ଚ ତଦନ୍ତ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ଜୁନିୟର ଇଞ୍ଜିନିୟର ପରୀକ୍ଷାରେ ହୋଇଥିବା ତ୍ରୁଟି ତଥା ପ୍ରଶ୍ନପତ୍ର ଲିକ୍‍ ମାମଲାର କ୍ରାଇମ୍‍ ବ୍ରାଞ୍ଚ ତଦନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରୁ ଏହି ଦୁର୍ନୀତିର ଚେର ଲମ୍ବିଛି। ଏବଂ ଏହାର ଆବଶ୍ୟକତା ଥିବା କୋର୍ଟ ଅନୁଭବ କରିଛନ୍ତି। ଅପରପକ୍ଷେ ଆଜି ବାତିଲ କରାଯାଇଥିବା ଏହି ପରୀକ୍ଷାକୁ ପୁଣିଥରେ ସାବଧାନତାର ସହ ଅନୁଷ୍ଠିତ କରାଯାଉଛି।

Also Read- Success Story: ବାପାଙ୍କ ଦେହାନ୍ତ ପରେ ଛାଡିଲେ ଚାକିରୀ, ମାଛ ଚାଷ କରି ଲାଭ କରୁଛନ୍ତି ଲକ୍ଷ ଲକ୍ଷ