Top 10 News Headlines: ଅପରାହ୍ଣର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1852313

Top 10 News Headlines: ଅପରାହ୍ଣର ୧୦ ବଡ଼ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଅନେକ ଛୋଟ ବଡ଼ ଘଟଣା ଘଟିଯାଇଛି । ଆସନ୍ତୁ ସକ୍ଷିପ୍ତରେ ସେସବୁ ବିଷୟରେ ଜାଣିବା ।

Top 10 News Headlines: ଅପରାହ୍ଣର ୧୦ ବଡ଼ ଖବର

Top 10 News Headlines Odisha:
1. Adidya L1 successfully Launched: ସୂର୍ଯ୍ୟକୁ ଗଲା ଭାରତ: ଶ୍ରୀହରିକୋଟାରୁ ଉତ୍‍କ୍ଷପଣ ହେଲା ଆଦିତ୍ୟ 
 ଶନିବାରଦିନ ନିର୍ଦ୍ଧାରିତ ସମୟରେ  ISRO  ପକ୍ଷରୁ  ଶ୍ରୀହାରିକୋଟା ଠାରୁ ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ- L1 କୁ ସଫଳତାର ସହ ଆରମ୍ଭ କରାଯାଇଛି।  ଆଦିତ୍ୟ- L1 ହେଉଛି ପ୍ରଥମ ସ୍ପେସ୍ ଆଧାରିତ ପର୍ଯ୍ୟବେକ୍ଷଣକାରୀ  ଉପକରଣ ଯାହାକି ସୂର୍ଯ୍ୟଙ୍କୁ ଅଧ୍ୟୟନ କରିବ। ଏହାଦ୍ୱାରା ଭାରତ ବିଶ୍ୱ ମହାକାଶ ଇତିହାସରେ ନିଜ ସ୍ଥାନକୁ ଆହୁରି ମଜଭୁତ କରିପାରିଛି। ଏହା ପୂର୍ବରୁ କେବଳ ନାସା ଏବଂ ଏସା ହିଁ ସୌର ଅଧ୍ୟନ ଲାଗି ମହାକାଶର ଏଲ୍‍ ଓ୍ୱାନ୍‍କୁ ନିଜର ମହାକାଶ ଯାନ ପଠାଇବାରେ ସଫଳ ହୋଇପାରିଛନ୍ତି। ଜର୍ମାନ ଯଦିଓ ନିଜର ଉପକରଣ ସୌର ଅଧ୍ୟୟନ ଲାଗି ସ୍ଥାପନ କରିଛି କିନ୍ତୁ ତାହା ନାସା ସହାୟତାରେ ହିଁ ହୋଇପାରିଛି। 

2.  PM Congratulates ISRO ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ: ଚନ୍ଦ୍ରାୟନ ୩ ପରେ ସଫଳତା ପୂର୍ବକ ଆଦିତ୍ୟ ଏଲ୍‍-୧ ର ଉତକ୍ଷେପଣ ଭାରତୀୟ ବେୈଜ୍ଞାନିକଙ୍କ ନିଷ୍ଠାକୁ ପ୍ରମାଣିତ କରିଛି। ଏହାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ନିଜର ବାର୍ତ୍ତା ପ୍ରଦାନ କରିଛନ୍ତି। ସମଗ୍ର ମାନବଜାତିର କଲ୍ୟାଣ ପାଇଁ ବିଶ୍ବବ୍ରହ୍ମାଣ୍ଡକୁ ଭଲ ରୂପେ ଜାଣିବା ପାଇଁ ଆମର ବୈଜ୍ଞାନିକ ପ୍ରଚେଷ୍ଟା ଚାଲିବ ବୋଲି କହିଛନ୍ତି।

3. Heavy Rain and Thunderstorn in Bhubaneswar: ପ୍ରବଳ ବର୍ଷା: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କାରଣରୁ ଭୁବେନଶ୍ୱର ଏବଂ ଆଖପାଖରେ ବର୍ଷା ଆରମ୍ଭ ହୋଇଛି। ଅପରାହ୍ଣରୁ ଭୁବନେଶ୍ୱରରର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବିଜୁଳି ସହ ପ୍ରବଳ ବର୍ଷା ହୋଇଛି। ଆସନ୍ତା କାଲି ଲଘୁଚାପ ଘନୀଭୂତ ହୋଇ ଲଗାଣ ବର୍ଷା ହେବ ବୋଲି ଆଶଙ୍କା ରହିଛି।

4.  North and South Block Offices to be transferred: ରାଷ୍ଟ୍ରପତି ଭବନରେ ଥିବା ସରକାରୀ ଅଫିସ ହେବ ସ୍ଥାନାନ୍ତର: ଉତ୍ତର ଓ ଦକ୍ଷିଣ ବ୍ଲକ୍‍ରେ ଥିବା ସମସ୍ତ କେନ୍ଦ୍ର ସରକାରଙ୍କ ଅଫିସକୁ ସ୍ଥାନାନ୍ତର କରାଯିବ। ଏହିସ୍ଥାନକୁ   ଏକ ମ୍ୟୁଜିୟମ୍‍ରେ ପରିଣତ କରାଯିବ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଏହି ମ୍ୟୁଜିୟମ୍‍ର ପ୍ରଥମ ପର୍ଯ୍ୟାୟ କାମ ୨୦୨୪ଜୁଲାଇ ସୁଦ୍ଧା ଶେଷ ହେବା ସମ୍ଭାବନା ରହିଛି।  ସମସ୍ତ ଅଫିସକୁ କେନ୍ଦ୍ରୀୟ ସଚିବାଳୟର ନୂଆ କୋଠାକୁ ସ୍ଥାନାନ୍ତର କରାଯିବ। କର୍ତ୍ତବ୍ୟପଥରେ ଏହି କୋଠା କମନ ସେଣ୍ଟ୍ରାଲ୍‍ ସେକ୍ରଟାରିଏଟ୍‍ ଭାବେ ପରିଚିତ ହେବ। 

5.  Loot in Bhubaneswar: ରାଜଧାନୀର ସୁନା ଦୋକାନରୁ ଲୁଟ୍‍:  ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ନିକଟରେ ଥିବା କଳାରାହାଙ୍ଗ ମା ମଙ୍ଗଳା ଜୁଏଲାରୀରୁ ଲୁଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା। ଦୋକାନର ସଟର ତାଡ଼ିବା ପୂର୍ବରୁ ଲାଗିଥିବା ସିସିଟିଭିକୁ ବୁଲାଇ ଦେଇଥିବା ଅଭିଯୋଗ ହୋଇଛି। 

6.  40 Laksha Fake notes ceased in Sonepur: ସୋନପୁରରେ ଜାଲ୍‍ ନୋଟ୍‍ : ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ କରିଛି ରାଜ୍ୟ କ୍ରାଇମ୍‍ ବ୍ରାଞ୍ଚର ସ୍ୱତନ୍ତ୍ର ଦଳ ବା ଏସଟିଏଫ । ଏହାସହ ଜାଲ ନୋଟ୍ ପ୍ରସ୍ତୁତ ସରଞ୍ଜାମ ସହ ୩ଜଣଙ୍କୁ ଗିରଫ କରାଯାଇଛି।  ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି।

7. India takes to Bat first ଭାରତର ବ୍ୟାଟିଂ:  ଏସିଆ କପ୍‌ର ଶନିବାର ମ୍ୟାଚରେ ଭାରତ-ପାକିସ୍ତାନ ମୁକାବିଲା ହେଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଭ। ଆଜିର ମ୍ୟାଚ୍‌ରେ ପାକିସ୍ତାନର ବୋଲିଂ ଓ ଭାରତର ବ୍ୟାଟିଂ ମଧ୍ୟରେ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ। ତିନି ପ୍ରାରମ୍ଭିକ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କୁ ଭେଦ କରିବା ପାଇଁ ଆଫ୍ରିଦି, ହାରିସ୍‌ ଓ ନସିମ ଶାହ ପ୍ରସ୍ତୁତ ରହିଛନ୍ତି। 

8. Pragyan to Go on Sleeping Mode: ଚନ୍ଦ୍ରରେ ରାତି ହେବ, ପ୍ରଜ୍ଞାନ ଶୋଇବ:  ଚନ୍ଦ୍ର ପୃଷ୍ଠରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ସ୍ଲିପ୍‍ ମୋଡ୍‍କୁ ଯିବ ଅର୍ଥାତ୍‍ ଶୋଇବ। ଚନ୍ଦ୍ର ପୃଷ୍ଠରେ ରାତି ହେଉଥିବାରୁ ଏହା କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।   ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ଚନ୍ଦ୍ରଯାନ ୩ ମିଶନ ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି। ଏହାସହ ପ୍ରଜ୍ଞାନ ଲ୍ୟାଣ୍ଡର୍‌ ଠାରୁ ପ୍ରାୟ ୧୦୦ ମିଟର ଦୂରତା ଅତିକ୍ରମ କରି ସାରିଛି ବୋଲି ସେ ସୂଚନା ଦେଇଛନ୍ତି। 

9. Nitish says on INDIA move ଗାନ୍ଧୀ ଜୟନ୍ତୀରୁ ଇଣ୍ଡିଆ ମେଣ୍ଟର ଭାରତ ଯାତ୍ରା:  ମୁମ୍ବାଇରେ ଇଣ୍ଡିଆ ମେଣ୍ଟର ବୈଠକ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଅକ୍ଟୋବର ୨ ତାରିଖରୁ ସାରା ଦେଶରେ ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ନୀତୀଶ କହିଛନ୍ତି।

10. World Coconut Day 2023: ଆଜି ବିଶ୍ୱ ନଡ଼ିଆ ଦିବସ । ଏହି ଅବସରରେ ଅନେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଅନେକ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ଗୁଡିକ ନଡ଼ିଆ ଚାରା ରୋପଣ ଓ ନଡ଼ିଆର ଲାଭ ବିଷୟରେ ଲୋକଙ୍କୁ ବୁଝାଇବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Also Read- କମ ଖର୍ଚ୍ଚରେ ହୋଇପାରିବ ଷ୍ଟାର୍ଟଅପ କମ୍ପାନୀ; ପଢ଼ନ୍ତୁ ପୂରା ଖବର