Top 10 News Headlines: ଅପରାହ୍ଣର ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha1850853

Top 10 News Headlines: ଅପରାହ୍ଣର ୧୦ଟି ବଡ଼ ଖବର

Top 10 News Headlines: ଅପରାହ୍ଣ ସମୟରେ ଚୁଟକିରେ ଜାଣନ୍ତୁ କଣ ରହିଛି ବର୍ତ୍ତମାନର ବଡ଼ ଖବର ।

Top 10 News Headlines: ଅପରାହ୍ଣର ୧୦ଟି ବଡ଼ ଖବର

1. Former Prez Kobind to Head One Nation-One Poll Panel:  କୋବିନ୍ଦ ଦେବେ ରିପୋର୍ଟ: ଏକ ସମୟରେ ରାଜ୍ୟ ଓ କେନ୍ଦ୍ର ନିର୍ବାଚନ  ବିଷୟକୁ ସମୀକ୍ଷା କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟିର ମୁଖ୍ୟ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ପ୍ରଧାନମନ୍ତ୍ରୀଙ୍କ ଏହି ଚିନ୍ତାଧାରା କେତେଦୂର ସମ୍ଭବ ସେନେଇ ରିପୋର୍ଟ ଦେବେ। ସମ୍ଭବତଃ ଏହି ରିପୋର୍ଟ ଆଗକୁ ଭାରତର ନିର୍ବାଚନ ପରିବେଶକୁ ବଦଳାଇପାରେ।

2. 2nd Special session in Modi Regime: ସ୍ୱାଧୀନତା ପରେ ଚତୁର୍ଥ ସ୍ୱତନ୍ତ୍ର ଅଧିବେଶନ:  ସେପ୍ଟମ୍ବର ୧୮-୨୨ ଯାଏ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି।  ‘ଅମୃତ କାଳ’ କୁ ଏହାର ବିଷୟ ଭାବେ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ମେଦୀଙ୍କ ନେତୃତ୍ୱରେ ଦ୍ୱିତୀୟଥର ପାଇଁ ଏମିତି ଅଧିବେଶନ ଡକାଯାଇଛି। ୨୦୧୭ ମସିହାରେ ଜିଏସ୍‍ଟି ସମ୍ବନ୍ଧରେ ଆଲୋଚନା ଲାଗି ପ୍ରଥମ ତଥା  ସ୍ୱାଧୀନତା ପରେ ତୃତୀୟ ବିଶେଷ ଅଧିବେଶନ ଡକାଯାଇଥିଲା। ଏହାପୂର୍ବରୁ ସ୍ୱାଧିନତାର ୫୦ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏପରି ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ୧୯୯୨ ମସିହାରେ ଭାରତ ଛାଡ଼ ଆାନ୍ଦାଳନର ୫୦ ବର୍ଷ ପୂର୍ତ୍ତି ଏବଂ ୧୯୭୨ରେ ଭାରତ ସ୍ୱାଧିନତାର ୨୫ ବର୍ଷ ପୂର୍ତ୍ତିକୁ ମନେ ପକାଇବାକୁ ଏପରି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। ସ୍ୱାଧୀନତା ପୂର୍ବରୁ ୧୯୪୭ ମସିହାରେ ମଧ୍‍ୟ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା। 

3. Election in 5 States may be extended:   ୫ ରାଜ୍ୟର ନିର୍ବାଚନ ଘୁଞ୍ଚିପାରେ: ଦେଶରେ ବିଜେପି ନେତୃତ୍ୱାଧୀନ ସରକାର ସମୟ ପୂର୍ବରୁ ଭଙ୍ଗ ହେବ କି? ଗୁରୁବାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଆଜି ସକାଳୁ ଏହି ଆଲୋଚନା ନୂଆ ମୋଡ଼ ନେଇଛି, ତାହା ହେଲା,  କେନ୍ଦ୍ର ସରକାର ଭାଙ୍ଗିବନି ବରଂ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ସରକାରଙ୍କ କ୍ଷମତାକୁ ଆହୁରି ୬ ମାସ ଯାଏ  ସମ୍ପ୍ରସାରିତ କରିବା। ଏହାଦ୍ୱାରା ‘ଏକଦେଶ-ଏକ ନିର୍ବାଚନ’ ବିଷୟରେ ଆଲୋଚନା ଲାଗି ଅଧିକ ସମୟ ମିଳିବ ବୋଲି ଆଶା କରାଯାଉଛି ।

4. Void children can claim right on Parental property:  ଅବୈଧ ସନ୍ତାନବି ପାଇବେ ସମ୍ପତ୍ତି ଅଧିକାର :  ଜାଲି ବିବାହରୁ  ଜାତ  ତଥା ଅବୈଧ ସନ୍ତାନ ବି ପିତାମାତାଙ୍କ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବେ। ସୁପ୍ରିମ୍ କୋର୍ଟ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହିନ୍ଦୁ ଉତ୍ତରାଧିକାର ନିୟମ ଅନୁସାରେ ଏହି ଦାବି ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି। 

5. BJD expels Bipin Jena: ବିଜେଡିରୁ ବିପିନ ବିତାଡ଼ିତ: ଦିଗପହଣ୍ଡି ଜିଲ୍ଲା ପରିଷଦ ସଦସ୍ୟ ବିପିନ କୁମାର ପ୍ରଧାନଙ୍କୁ ଦଳ ବହିଷ୍କାର କରିଛି। ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ବ୍ଲକ୍‍ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତାଦେଶକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା କନ୍ଦଳକୁ ଏଥିପାଇଁ ଦାୟୀ କରାଯାଉଛି। 

6. Scientists worship Tirumala:  ମିଶନ୍‍ ସୂର୍ଯ୍ୟ ପୂର୍ବରୁ ପୂଜାର୍ଚ୍ଚନା: ଆସନ୍ତା କାଲି ୧୧ଟା ୫୦ ମିନିଟ୍‍ ସମୟରେ ମିଶନ ସୂର୍ଯ୍ୟ ଆରମ୍ଭ ହେବ। PSLV-C57 ଜରିଆରେ ଆଦିତ୍ୟ ଏଲ୍‍-ଓ୍ୱାନ୍‍ ଉତ୍‍କ୍ଷପଣ ହେବ। ଏହାପୂର୍ବରୁ ଭଗବାନଙ୍କ ଆଶୀର୍ବାଦ ଲାଗି ଇସ୍ରୋ ବୈଜ୍ଞାନିକମାନେ ତିରୁପତିଠାରେ ଦେବ ଦର୍ଶନ କରି ପୂଜାରଚ୍ଚନା କରିଛନ୍ତି। 

7.  Vibration recorded by Chandrayaan3  ଚନ୍ଦ୍ରରେ ଭୂକମ୍ପ: ଚନ୍ଦ୍ରପୃଷ୍ତଠର ଦକ୍ଷିଣ ମେରୁରେ ଥିବା ରୋଭର ପ୍ରଜ୍ଞାନ କିଛି ଭୂକମ୍ପନ ରେକର୍ଡ କରିଛି। ଇସ୍ରୋ ତାହାକୁ ସବିଶେଷ ଅନୁଧ୍ୟାନ କରୁଛି ବୋଲି କହିଛି। 

8. Odisha gives more Power to Resident commissioner:  ଦିଲ୍ଲୀ ଆବାସିକ କମିଶନର  ଯିଏ କେବିକେ ପ୍ରଶାସକ ବି ସିଏ, ପୁଣି ରାଜସ୍ୱ ପାର୍ଷଦ ସଦସ୍ୟ ବି ସିଏ : ସରକାରଙ୍କ ଆଦେଶ ଅନୁସାରେ ଦିଲ୍ଲୀରେ ରହୁଥିବା ଓଡ଼ିଶା ସରକାରଙ୍କ ଆବାସିକ କମିଶନର ରାଜ୍ୟର ପଛୁଆ ଅଞ୍ଚଳ ଭାବେ ପରିଚିତ କେବିକେ ଅଞ୍ଚଳର ପ୍ରଶାସକ ସହିତ ଅତିରିକ୍ତ ଭାବେ କଟକ ରାଜସ୍ୱ ପାର୍ଷଦଙ୍କ ସଦସ୍ୟ  ଦାୟିତ୍ୱ ବି ବହନ କରିବେ। ଖାଲି ସେତିକି ନୁହେଁ, ଉନ୍ନୟନ ସଚିବଙ୍କ ଜଳସେଚନ ବିଭାଗର ଅତିରିକ୍ତ ଦାୟିତ୍ୱ ସହ ଏବେ ଗୋପବନ୍ଧୁ ପ୍ରଶାସନିକ ତାଲିମ ଅନୁଷ୍ଠାନର ଦାୟିତ୍ୱ ବି ବୁଝିବାକୁ ହେବ। 

9.  Tickets for Sri Jagannath Darshan: ଶ୍ରୀମନ୍ଦିରରେ ଆରମ୍ଭ ହେବ ଟିକେଟ୍‍ ଦର୍ଶନ: ସନାତନ ଧର୍ମର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀର ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ଲାଗି ଟିକେଟ୍‍ ଦେବାକୁ ପଡ଼ିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି।  ସାତବର୍ଷ ତଳେ ଏପରି ଟିକେଟ୍‍ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ଲାଗୁ କରିଥିଲା, କିନ୍ତୁ ଲୋକଙ୍କ ବିରୋଧ କାରଣରୁ ତାହାକୁ ରଦ୍ଦ କରାଯାଇଥିଲା। 

10. Railway Board gets 1st woman chief: ରେଳବାଇ ବୋର୍ଡରେ ମହିଳା ମୁଖ୍ୟ:  ୧୯୦୫ରେ ପ୍ରତିଷ୍ଠା ପରଠାରୁ କେବେ ମହିଳା ମୁଖିଆ ପାଇନଥିବା ରେଳବାଇ ବୋର୍ଡ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି।   ଜୟା ବର୍ମା ସିହ୍ନା  ଦେଶର ପ୍ରଥମ ମହିଳାଭାବେ ଆଜି ରେଳବାଇ ବୋର୍ଡର  ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ସେ ଅଗଷ୍ଟ ୩୧ ଯାଏ ଦାୟିତ୍ୱରେ ରହିବେ।

Also Read- Political News: ସରକାର ଭାଙ୍ଗିବ ନି, ୫ ରାଜ୍ୟର ନିର୍ବାଚନ ଘୁଞ୍ଚିବ !