Top 10 News Headlines Odisha: ଶୁଭ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1848807

Top 10 News Headlines Odisha: ଶୁଭ ସକାଳର ୧୦ ବଡ଼ ଖବର

ଚୁଟକିରେ ପଢି ନିଅନ୍ତୁ ସକାଳର ୧୦ ପ୍ରମୁଖ ଖବର। ଆଜିର ଖବରରେ ଗ୍ୟାସ ଦର କମ ଠାରୁ ମାଟ୍ରିକ ପରୀକ୍ଷା ସମ୍ପର୍କିତ ସୂଚନା ରହିଛି। 

Top 10 News Headlines Odisha: ଶୁଭ ସକାଳର ୧୦ ବଡ଼ ଖବର

1. World Sanskrit Day celebrated across:  ଆଜି ବିଶ୍ୱ ସଂସ୍କୃତ ଦିବସ: ଅନେକ ଭାରତୀୟ ଭାଷାର ଜନନୀ ତଥା ଆଦି ଭାଷା ଭାବେ ସଂସ୍କୃତ ପରିଚିତ। ଏହାକୁ ଚେତନାର ଭାଷା ବୋଲି ମଧ୍ୟ କୁହାଯାଏ। ଏହି ଭାଷାର ଗୁରୁତ୍ୱ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ  ବିଶ୍ୱବ୍ୟାପୀ ଭାରତ ସରକାରଙ୍କ ପକ୍ଷରୁ  ଅଗଷ୍ଟ ୩୧କୁ ସଂସ୍କୃତ ଦିବସ ଭାବେ ପାଳନ କରାଯାଉଛି।  ୧୯୬୯ ମସିହାରେ ଏହିପରି ନିଷ୍ପତ୍ତି ଭାରତ ସରକାର ଗ୍ରହଣ କରିଥିଲେ।

2. Goddess Subhadra to tie Rakhi on Lord Jagannath and Balabhadra in Sri Jagannath Temple today: ଆଜି ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣମୀ: 
ମୁକ୍ତିମଣ୍ଡପ ପଣ୍ଡିତ ସଭାର ପରାମର୍ଶ ଏବଂ ଶ୍ରୀମନ୍ଦିର ପ୍ରଶାସିନର ନିଷ୍ପତ୍ତି କ୍ରମେ  ଆଜି ଶ୍ରୀମନ୍ଦିରରେ ପବିତ୍ର ଗହ୍ମା ପୂର୍ଣମୀ  ଓ ବଳଭଦ୍ର ଜନ୍ମ ଉତ୍ସବ ପାଳନ କରାଯିବ। ଏହି ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ।  ଦେବୀ ସୁଭଦ୍ରା ଭାଇ ବଳଭଦ୍ର ଓ ଶ୍ରୀ ଜଗନ୍ନାଥଙ୍କ ହାତରେ ଗହ୍ମା ବାନ୍ଧିବେ। ଏହା ପାଟରା ବିଶୋଇ ସେବକଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ। ବାସୁଙ୍ଗା ପାଟରେ ଏହି ଗହ୍ମା ପ୍ରସ୍ତୁତ ହୋଇଛି। ବଳଭଦ୍ରଙ୍କ ପାଇଁ ସବୁଜ ଓ ବାଇଗଣି ରଙ୍ଗ, ଶ୍ରୀ ଜଗନ୍ନାଥଙ୍କ ଲାଗି ହଳଦିଆ ଓ ନାଲି ରଙ୍ଗର ରାକ୍ଷୀ ପ୍ରସ୍ତୁତ କରାଯାଇଛି। ମଧ୍ୟାହ୍ନ ଧୂପରେ ଏହି ନୀତି ସମ୍ପନ୍ନ ହେବ।

3.  ECoR confirms normal train services to Bhubaneswar from today:  ଆଜିଠୁ ସ୍ୱଭାବିକ ହେବ ଟ୍ରେନ୍‍ ସେବା: 
ଆଜିଠାରୁ ଭୁବନେଶ୍ୱରରେ ରେଳସେବା ସ୍ବଭାବିକ ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଅଗଷ୍ଟ ୧୨ରୁ ୩୦ ମଧ୍ୟରେ ନିରାପତ୍ତା ଏବଂ ପ୍ରମୁଖ ସେଙ୍କତିକ କାର୍ଯ୍ୟ ଚାଲୁଥିବାରୁ ଭୁବନେଶ୍ୱର ଦେଇ ଯାଉଥିବା ଟ୍ରେନ୍‍ ଗୁଡ଼ିକରେ ଅନେକ ଅନିୟମିତତା ଦେଖିବାକୁ ମିଳୁଥିଲା। ଏପରିକି ଗତକାଲିଯାଏ  ଅନେକ୍‍ ଟ୍ରେନ୍‍ର ଗତିପଥ ପରିବର୍ତ୍ତନ ଏବଂ ବାତିଲ ହେତୁ  ଯାତ୍ରୀ ହେଉଥିଲେ।

4.  Free Midday meal Ration to unwell and disable students in odisha: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚିବ ମଧ୍ୟାହ୍ନ ଭୋଜନ: 
ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଘରେ ଏଣିକି ମଧ୍ୟାହ୍ନ ଭୋଜନ ସାମଗ୍ରୀ ପହଞ୍ଚିବ। ଏହାସହ ସେମାନଙ୍କ ଆକାଉଣ୍ଟକୁ ଏ ବାବଦରେ ଟଙ୍କା ବି ପଠାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏମାନେ ସ୍କୁଲ୍‍ ନଆସିଲେ ମଧ୍ୟ ଉକ୍ତ ସୁବିଧା ପାଇପାରିବେ। ଏହାଦ୍ୱାରା ୩୬୯୪ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ।

5. New AirTraffic Control ( ATC) tower in Bhubaneswar Airport: ଭୁବନେଶ୍ୱରରେ ଆରମ୍ଭ ହେଲା ନୂଆ ବିମାନ ଟ୍ରାଫିକ୍‍ ଟାଓ୍ୱାର: 
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ନୂଆ ବିମାନ ଟ୍ରାଫିକ କେନ୍ଦ୍ର (ଏଟିସି) ଟାଓ୍ୱାରକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟରେ ଲଗାଯାଇଛି। ଏହିପରି ପରୀକ୍ଷା ୩୦ ଦିନ ଯାଏ ଚାଲିବ। ପରୀକ୍ଷଣ ସଫଳ ରହିଲେ ଏହିଠାରୁ ହିଁ ସେବା ନିୟନ୍ତ୍ରଣ ହେବ। ଏହି ଟାଓ୍ୱାରର ଉଚ୍ଚତା ୪୪.୨ ମିଟର ।ଏଥିରେ ଏରିଆ ଏବଂ ଆପ୍ରୋଚ ନିୟନ୍ତ୍ରଣ କକ୍ଷ ସହ ଅପହରଣ ନିରୋଧୀ କକ୍ଷ ମଧ୍ୟ ରହିଛି। ଏହା ଦେଶର ସବୁଠାରୁ ଉଚ୍ଚ ଏଟିସି ଟାଓ୍ୱାର ଭିତରୁ ଅନ୍ୟତମ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

6. Draught fear in 11 districts of Odisha:  11 ଜିଲ୍ଲାରେ ମରୁଡ଼ି ପରିସ୍ଥିତି: 
ସ୍ବଭାବିକଠାରୁ କମ୍‍ ବର୍ଷା ହେବାରୁ ଏବର୍ଷ ରାଜ୍ୟର 11ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଏବେସୁଦ୍ଧା ରାଜ୍ୟରେ ସ୍ବଭାବିକ ଭାବେ ୯୦୬.୫ ମିମି ବର୍ଷା ହେବାକୁଥିବାବେଳେ ମାତ୍ର  ୭୮୩.୧ ମିମି ବର୍ଷା  ରେକର୍ଡ ହୋଇଛି।

7. Odisha Notifies to recruit 1065 Lecturers:  ୧୦୬୫ ଅଧ୍ୟାପକ ନିଯୁକ୍ତି ପାଇଁ ବିଜ୍ଞପ୍ତି: 
ରାଜ୍ୟର ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁ଼ଡ଼ିକରେ ଖାଲିପଡ଼ିଥିବା ଅଧ୍ୟାପକ ପଦବୀ ଭିତରୁ ୧୦୬୫ଟି ପଦବୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ଜାରି କରାଯାଇଛି। ଆଶାୟୀମାନେ ଦିନ ୧୧ଟାରୁ ୧ଟା ସମୟ ଭିତରେ ଅନ୍‍ଲାଇନ୍‍ରେ ଏଥିଲାଗି ଆବେଦନ କରିପାରିବେ। ଆବେଦନ କରିବାର ଓ୍ବେବସାଇଟ୍‍ ହେଉଛି: www.ssbodisha.ac.in

8. First Flight to Kalahandi to Begin today under UDAAN:  ଆଜି କଳାହାଣ୍ଡିକୁ ବିମାନ ସେବା: 
ଆଞ୍ଚଳିକ ବିମାନ ଯୋଗାଯୋଗକୁ ଗୁରୁତ୍ୱ ଦେବାକୁ ଯାଇ ଆଜି ଭାରତ ସରକାର    ସକାଳ ୯ଟାବେଳେ କଳାହାଣ୍ଡିର ଉତ୍‍କେଲା ବିମାନବନ୍ଦରକୁ ବିମାନସେବା ଉଦ୍‍ଘାଟନ କରିବେ। ଏହାସହ ରାଉରକେଲା ବିମାନବନ୍ଦର  ମଧ୍ୟ ଉଦ୍‍ଘାଟନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଯୋଗଦେବେ।  

9. Bhubaneswar Police to take direct CCTV feed from shopping malls to control crime:  ରାଜଧାନୀରେ ସିସିଟିଭି ନିୟନ୍ତ୍ରଣ: 
ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ ଲାଗି ପୁଲି କମିଶନରେଟ୍‍ ପକ୍ଷରୁ ସ୍ୱତନ୍ତ୍ର ଭାବେ ସିସିଟିଭି ଫୁଟେଜ୍‍କୁ ଜଗୁରୁତ୍ୱ ଦିଆଯାଇଛି। ଏହିକ୍ରମରେ ସହରରେ ଥିବା ଶପିଂ ମଲ, ଦୋକାନ, ବଜାର ବିଶେଷକରି ସୁନା ଦୋକାନଗୁଡ଼ିକରେ ଲାଗିଥିବା ସିସିଟିଭି ଫୁଟେଜ୍‍କୁ ସିଦଧାସଳଖ କମିଶନରେଟ୍‍ ପୁଲିସ  ନିୟନ୍ତ୍ରଣ କକ୍ଷକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

10. Proposal to fix GPS system in Habitual offenders-  କଏଦୀଙ୍କ ଗୋଡ଼ରେ ଲାଗିବ ଜିପିଏସ୍‍: 
ଅଭ୍ୟାସଗତ କଏଦୀଙ୍କ ସଂଖ୍ୟା କମାଇବା ଲାଗି ରାଜ୍ୟ ଜେଲ୍‍ ଡିଜି ଏକ ସ୍ୱତନ୍ତ୍ର ପ୍ରସ୍ତାବ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର କମିଟିକୁ ପ୍ରସ୍ତାବ ଦେଇଛନ୍ତି। ଏହିକ୍ରମରେ ସେମାନଙ୍କ ଗାଡ଼ରେ ଜିପିଏସ୍‍ ଟ୍ରାକର ଲଗାଇବାକୁ କୁହାଯାଇଛି। ଏହି ପ୍ରସ୍ତାବକୁ କମିଟି ପ୍ରଶଂସା କରାଯାଇଥିବା ଜଣାପଡ଼ିଛି। ଏପରିକି କମିଟି ରାଜ୍ୟରୁ ଏହି ଅଭିନବ ପ୍ରକଳ୍ପ ଆରମ୍ଭ ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

Also Read: Astro tips: ୩ ଦିନ ପରେ ଘଟିବାକୁ ଯାଉଛି ମହାସଂଯୋଗ; ନୂତନ ନିଯୁକ୍ତି ସାଙ୍ଗକୁ ରହିଛି ଧନପ୍ରାପ୍ତିର ଯୋଗ!

Also Read: Cheap LPG: ଆପଣ ମଧ୍ୟ ପାଇ ପାରିବେ ୪୦୦ ଟଙ୍କା ଶସ୍ତାରେ ଏଲପିଜି ଗ୍ୟାସ ସିଲିଣ୍ଡର, କରିବାକୁ ହେବ ଏତିକି କାମ

Also Read: ISRO ଏହାର ସୂର୍ଯ୍ୟ ମିଶନ Aditya-L1 ର ଜାରି କଲା ଫଟୋ, ଏଠାରେ ଦେଖନ୍ତୁ ଏହାର ପ୍ରଥମ ଝଲକ