Top 10 news Head Lines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1847415

Top 10 news Head Lines: ସକାଳର ୧୦ ପ୍ରମୁଖ ଖବର

ଚୁଟକିରେ ପଢି ନିଅନ୍ତୁ ସକାଳର ୧୦ ପ୍ରମୁଖ ଖବର। ଆଜିର ଖବରରେ ଗ୍ୟାସ ଦର କମ ଠାରୁ ମାଟ୍ରିକ ପରୀକ୍ଷା ସମ୍ପର୍କିତ ସୂଚନା ରହିଛି।  1.

Top 10 news Head Lines:  ସକାଳର ୧୦ ପ୍ରମୁଖ ଖବର

ଚୁଟକିରେ ପଢି ନିଅନ୍ତୁ ସକାଳର ୧୦ ପ୍ରମୁଖ ଖବର। ଆଜିର ଖବରରେ ଗ୍ୟାସ ଦର କମ ଠାରୁ ମାଟ୍ରିକ ପରୀକ୍ଷା ସମ୍ପର୍କିତ ସୂଚନା ରହିଛି। 

1. LPG Price Cut: ଏଲପିଜି ଦାମ୍‍ ୨୦୦ ଟଙ୍କା କମିଲା
ରନ୍ଧନ ଗ୍ୟାସ୍‍ ସିଲିଣ୍ଡର ପିଛା ଦରକୁ ୨୦୦ ଟଙ୍କା କମାଇବାକୁ ସରକାର ନିଷ୍ପତ୍ତି ନିଇଛନ୍ତି। ଏଇ ସବ୍ସିiଡି ଗ୍ରାହକଙ୍କ ବ୍ୟାଙ୍କ ଖାତାକୁ ସବ୍ସିMଡି ଆକାରରେ ପ୍ରଦାନ କରାଯିବ। ଯେଉଁମାନେ ଉଜ୍ଜଳା ଯୋଜନା ଅଧୀନରେ ଗ୍ୟାସ ସଂଯୋଗ ପାଉଛନ୍ତି ସେମାନଙ୍କ ଲାଗି ଏହି ସବ୍ସିଙଡି ୪୦୦ ଟଙ୍କା ହେବ ବୋଲି କେନ୍ଦ୍ର କ୍ୟାବିନେଟ୍ର  ନିଷ୍ପତ୍ତିକୁ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ୨୦୧୪ ମସିହାରେ ଗ୍ୟାସ୍‍ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା। ଏବେ ଏହି ଦାମ ୯୨୯ ଟଙ୍କାକୁ ପହଞ୍ଚିଛି। ସବ୍ସି୍ଡି ପରେ ଏହି ଦର ୭୨୯ ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯଇଛି।

2.  Oxygen on Moon:  ଚନ୍ଦ୍ରରେ ମିଳିଲା ଅମ୍ଳଜାନ
ଭାରତର ଚନ୍ଦ୍ର ଅଭିଯାନକୁ ସାରା ବିଶ୍ୱ ଗୁରୁତ୍ୱ ଦେଉଛି। ଏହିକ୍ରମରେ ଭାରତର ନିଜସ୍ୱ ପ୍ରସ୍ତୁତି ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଅମ୍ଳଜାନର ସନ୍ଧାନ କରିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏହାସହ ଦକ୍ଷିଣ ମେରୁରେ ଗନ୍ଧକ ସନ୍ଧାନ ମଧ୍ୟ କରାଯାଇଛି। ବୈଜ୍ଞାନିକମାନଙ୍କ ପକ୍ଷରୁ ପ୍ରଥମଥର ପାଇଁ ଚନ୍ଦ୍ର ପୃଷ୍ଠର ଦକ୍ଷିଣମେରୁରେ ଏହିପରି ସନ୍ଧାନ କରାଯାଉଛି। ଏହା ବିଶ୍ୱ ମହାକାଶ ବିଜ୍ଞାନ ପାଇଁ ଏକ ମାଇଲ୍‍ ଷ୍ଟୋନ୍‍ ହେବ ବୋଲି ଆଶା କରାଯାଉଛି। ଗନ୍ଧକ ସହ ରୋଭର ପକ୍ଷରୁ ଆଲୁମିନିୟମ, କ୍ୟାଲସିୟମ, ଆଇରନ, ମାଙ୍ଗାନିଜ୍‍, ସିଲିକନ, କ୍ରୋମିୟମ୍‍, ଟାଇଟାନିୟମ ଭଳି ମୂଲ୍ୟବାନ ଖଣିଜ ଦ୍ରବ୍ୟ ମଧ୍ୟ ମିଳିପାରିଛି।

3.  Hottest Place Puri: ୧୩୧ ବର୍ଷର ରେକର୍ଡ ଭାଙ୍ଗିଲା ମୌସୁମୀ, ମଙ୍ଗଳବାର ସବୁଠୁ ଉତ୍ତପ୍ତ ଦିନ
୧୮୯୨ ପରେ ପୁରୀ ଅଗଷ୍ଟରେ ଏତେ ତାତି ନଥିଲା। ମଙ୍ଗଳବାରର ତାପମାତ୍ରା ୧୩୧ ବର୍ଷର ରେକର୍ଡ ଭାଙ୍ଗିଛି। ଏହିଦିନ ପୁରୀ ସହରରେ ତାପମାତ୍ରା ୩୬ ଡିଗ୍ରୀ ପାର କରିଛି। ଏହା ଏକ ବ୍ୟତିକ୍ରମ ଏବଂ ଏଲ୍ନିତନୋ ପ୍ରଭାବରେ ଏହି ବ୍ୟତିକ୍ରମ ଦେଖବିବାକୁ ମିଳିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଅଗଷ୍ଟରେ ସାଧାରଣତଃ ଦିନର ତାପମାତ୍ରା ୩୨ ଡିଗ୍ରୀ ସେଲ୍ସିିୟସ୍‍ ରହିଥାଏ। କିନ୍ତୁ ଏବର୍ଷ ହାରାହାରି ତାପମାତ୍ରା ୩୫ ଡିଗ୍ରୀ ପାର କରିଥିଲା।   ପୁରୀ ସମେତ ରାଜ୍ୟର ୯ଟି ସହରରେ ତାପମାତ୍ରା ୩୫ ପାର କରିଥିଲା। ଏପଟେ ରାଜ୍ୟରେ ମେୌସୁମୀ ଦୁର୍ବଳ ହୋଇଛି।

4.  Prafulla Samantra Abducted and Released: ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ପରେ ମୁକ୍ତି: 
ଅଜ୍ଞାତ ଗୋଷ୍ଠୀ ପକ୍ଷରୁ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ପରେ ମୁକ୍ତ କରାଯାଇଛି। ଅପହରଣର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ପ୍ରଫୁଲ୍ଲ ସାମନ୍ତରା ଏଥିରେ ପୁଲିସ ସମ୍ପର୍କ ଥିବା ମଧ୍ୟ ସନ୍ଦେହ କରିଛନ୍ତି। ରାୟଗଡ଼ାର ଏକ ହୋଟେଲ୍‍ ଭିତରୁ ଶ୍ରୀ ସାମନ୍ତରାଙ୍କୁ ଅପହରଣ କରାଯାଇଥିଲା। ସନ୍ଧ୍ୟା ସମୟରେ ତାଙ୍କୁ ବ୍ରହ୍ମପୁରଠାରେ ଛାଡ଼ି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

5.  OAS Prelim in Oct 15 ଅକ୍ଟୋବର ୧୫ରେ ଓଏଏସ୍‍ ପ୍ରିଲିମ୍‍:  
ଓପିଏସସି ପକ୍ଷରୁ ପରିଚାଳିତ  ଓଡ଼ିଶା ସିଭିଲ୍‍ ସର୍ଭିସ୍‍ ୨୦୨୨ର ତାରିଖ ଘୋଷଣା କରାଯାଇଛି। ଏହି ଅନୁସାରେ ଅକ୍ଟୋବର ୧୫ ତାରିଖରେ ପ୍ରଥମିକ ପରୀକ୍ଷା ବା ପ୍ରିଲିମ୍‍ ଅନୁଷ୍ଠିତ ହେବ। ଏହାର ସବିଶେଷ ବିବରଣୀ ଓପିଏସ୍ସିା ଓ୍ବେବ୍‍ ସାଇଟ୍ରେ  ପ୍ରକାଶ ପାଇବ।

6. Now BSKY to cover 5-18 years children:  ୫ରୁ ୧୮ ବର୍ଷ ପିଲାଙ୍କୁ ମିଳିବ ବିଜୁ ସ୍ୱାସ୍ଥ୍ୟ ଯୋଜନା ସୁବିଧା: 
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ରାଜ୍ୟ ସରକାରଙ୍କ ପ୍ରାେୟାଜିତ ବୀମା ଯୋଜନାକୁ ସରକାର ଆହୁରି ଉନ୍ମୁକ୍ତ କରିଛନ୍ତି। ଏଣିକି ୫ ବର୍ଷରୁ ୧୮ ବର୍ଷର ବିଲାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ୍‍ କରାଯାଇଛି। ଏହାଦ୍ୱାରା ପରିବାରର ପ୍ରତ୍ୟେକ ବ୍ୟକ୍ତି ଏହି ଯୋଜନାରେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା ଯାଞ୍ଚ କରିପାରିବେ।

7.  Raksha Bandhan: ଆଜି ରକ୍ଷାବନ୍ଧନ: 
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଉଛି। ତେବେ ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣମୀ ପର୍ବ ଆସନ୍ତା କାଲି ପାଳନ କରାଯିବ। ଏନେଇ ଥିବା ବିବାଦକୁ ଦୂର କରାଯାଇଛି।

8.  Naveen will not engage in Raksha Bandhan Festival:  ମୁଖ୍ୟମନ୍ତ୍ରୀ ବାନ୍ଧିବେନି ରାକ୍ଷୀ: 
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ରକ୍ଷାବନ୍ଧନ ପର୍ବରେ ଯୋଗ ଦେବେ ନାହିଁ। ସରକାରୀ ବ୍ୟସ୍ତତା କାରଣରୁ ଏହି ନିଷ୍ପତ୍ତି ନେଇଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ସ୍କୁଲ୍‍ ପିଲାଙ୍କ ଗହଣରେ ଏହି ପର୍ବ ପାଳନ କରିଥାଆନ୍ତି। ସେପଟେ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଏହି ପର୍ବଟିକୁ ଭାରତର ପ୍ରତିଟି କୋଣରେ ଯୋଡ଼ିହେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ଓଡ଼ିଶାର ଦୁଇ ମହିଳା ମଧ୍ୟ ରାକ୍ଷୀ ବାନ୍ଧିବା ଲାଗି ଦିଲ୍ଲୀ ଗସ୍ତରେ ଯିବେ। ଖାଲି ସେତିକି ନୁହେଁ ଓଡ଼ିଶାରୁ ପ୍ରସ୍ତୁତ ରାଖିକୁ ମଧ୍ୟ ସେ ପିନ୍ଧିବାର କାର୍ଯ୍ୟକ୍ରମ ରହିଛି।

9. 50% more Stipend to Odisha House sergions: ହାଉସ୍‍ ସର୍ଜନଙ୍କୁ ନୂଆ ଷ୍ଟାଇପେଣ୍ଡ: 
ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ୍‍ କଲେଜ୍ରେତ  ହାଉସ୍‍ ସର୍ଜନ ଭାବେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ଲାଗି ସରକାର ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ତାଙ୍କୁ ମିଳିଥିବା ଷ୍ଟାଇପେଣ୍ଡର ୫୦ ପ୍ରତିଶତ ଅଧିକ ହେବ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

 

10. Matriculation exam registration date extended ମାଟ୍ରିକ୍‍ ପଞ୍ଜିକରଣ ଅବଧି ବଢ଼ିଲା: 
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ୟୁଲେସନ୍‍ ପରୀକ୍ଷା ଲାଗି ନବମ ଶ୍ରଣୀର ଛାତ୍ରଛାତ୍ରୀମାନେ ସେପ୍ଟମ୍ବର ୨ ତାରିଖ ଯାଏ ପଞ୍ଜିକରଣ କରିପାରିବେ। ସମସ୍ତ ସ୍କୁଲ୍ରି ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀମାନେ ଏନେଇ ପଦକ୍ଷେପ ନେବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Also Read: LPG Price Cut: ୪୦୦ ଟଙ୍କାରେ ଶସ୍ତାରେ ମିଳିବ ଘରୋଇ ଗ୍ୟାସ !

Also Read: Horoscope Today: ୪ ରାଶିଙ୍କ ପାଇଁ ବଢିପାରେ ସମସ୍ୟା! ଜାଣନ୍ତୁ ଆଜି କମିତି କଟିବ ଆପଣଙ୍କ ଦିନ

Also Read: Raksha Bandhan 2023: କାହିଁକି ପାଳନ କରାଯାଏ ରାକ୍ଷୀପୂର୍ଣ୍ଣିମା? ଜାଣନ୍ତୁ ଏହା ପଛର ପୌରାଣିକ କଥା