Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1871327

Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ଅପରାହ୍ନର ୧୦ଟି ପ୍ରମୁଖ ଖବର
1. Low Pressure Rain: ରାଜ୍ୟରେ ଲଘୁଚାପ ବର୍ଷା: ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଏବଂ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ବଙ୍ଗୋପସାଗରରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି। ପ୍ରଭାବରେ ରାଜ୍ୟର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ସର୍ବାଧିକ ବର୍ଷା ରକର୍ଡ କରାଯାଇଛି। ଏହି ଜିଲ୍ଲାରେ ବର୍ଷା ପରିମାଣ ୨୦୦ ମିଲିମିଟର ପାର୍‍ କରିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଲାଙ୍ଗୀରରେ ପ୍ରବଳ ବର୍ଷା ହେତୁ ଜିଲ୍ଲାର ସମସ୍ତ ସ୍କୁଲ୍‌କୁ ଛୁଟି ଘୋଷଣା କରାଯାଇଛି। ଏଥିରେ ସରକାରୀ, ଘରୋଇ ସ୍କୁଲ୍‍ ସହ ଅଙ୍ଗନବାଡ଼ି କେନ୍ଦ୍ର ସାମିଲ୍ ରହିଛି। 
 
2. Hirakud Opens 14 Gates: ହୀରାକୁଦର ୧୪ ଗେଟ୍‍ ଖୋଲା, ବନ୍ୟା ଆଶଙ୍କା ନାହିଁ: ହୀରାକୁଦ ନଦୀବନ୍ଧରେ ଜଳପତ୍ତନରେ ଭାରସାମ୍ୟ ରଖିବା ଲାଗି ୧୪ଟି ଗେଟ୍‍ ଖୋଲାଯାଇଛି। ଏହି ଗେଟ୍‍ ଦେଇ ବନ୍ୟାଜଳ ନିଷ୍କାଷିତ ହେଉଛି।  ଉପରମୁଣ୍ଡରେ ପ୍ରବଳ ବର୍ଷାକୁ ଆଖିରେ ରଖି ବନ୍ଧ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଆଜି ସକାଳେ ୮ଟି ଗେଟ୍‍ ଖୋଲାଯାଇଥିଲା। କିନ୍ତୁ ବନ୍ଧ ଭିତରକୁ ଜଳ ପ୍ରବାହ ବଢ଼ୁଥିବାରୁ ଆହୁରି ୪ଟି ଗେଟ୍‍ ଖୋଲା ଯାଇଛି।  ହେଲେ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି   ଜଳସମ୍ପଦ ପ୍ରମୁଖ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି। 
 
3. Congress to Boycott Speaker Election: ବାଚସ୍ପତିଙ୍କ ନିର୍ବାଚନକୁ କଂଗ୍ରେସର ବର୍ଜନ: ରାଜ୍ୟର ପଶ୍ଚିମାଞ୍ଚଳରେ ନୂଆଖାଇ ପର୍ବ ଚାଲିଥିଲାବେଳେ ରାଜ୍ୟ ସରକାର ବାଚସ୍ପତି ନିର୍ବାଚନ ଲାଗି ନିର୍ଘଣ୍ଟ କରିଛନ୍ତି। ଏହାକୁ କଂଗ୍ରସ ବିରୋଧ କରି ତାରିଖ ବଦଳାଇବାକୁ ଅନୁରୋଧ କରିଥିଲା କିନ୍ତୁ ତାହାକୁ କର୍ଣ୍ଣପାତ କରାଯାଇ ନାହିଁ ବୋଲି ବିଧାନସଭାରେ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର କହିଛନ୍ତି। ସେ କହିଛନ୍ତି, ‘ଏହା ଏକ ଦୁର୍ଭାଗ୍ୟର ବିଷୟ। ପ୍ରତିବାଦ କଲେ ବି ସରକାର କର୍ଣ୍ଣପାତ କରିନାହାନ୍ତି। ଏହା ନିଶ୍ଚିତଭାବେ ଉପହାସ ଓ ବୈମାତୃକ ମେନାଭାବର ଉଦାହରଣ।  ଜନତା ସରକାରଙ୍କୁ ଏହାର ଜବାବ ଦେବେ।’
 
4. Scrub typhus in Odisha: ରାଜ୍ୟରେ ସ୍କ୍ରବ୍‍ ଟାଇଫସ୍‍ ଆତଙ୍କ: ଘାସ ବୁଦା ତଥା ବିଲରେ ରହୁଥିବା ସାଧବାଣୀ ପୋକ କାମୁଡ଼ାରୁ ରାଜ୍ୟର  ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ  ପ୍ରତିକାର ଓ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ସିଡିଏମ୍‍ଓ ଓ ହସ୍ପିଟାଲ ନିର୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ମାମଲା ବଢ଼ୁଥିବାରୁ ପର୍ଯ୍ୟାପ୍ତ ପରୀକ୍ଷଣ କୀଟ୍‍ , ମେଡିସିନ୍‍ ଓ ଆଣ୍ଟିବାୟୋଟିକ୍‍  ଉପଲବ୍ଧ କରାଇବାକୁ ଏଥିରେ କୁହାଯାଇଛି।  ଶୀଘ୍ର ଚିହ୍ନଟ ଓ ଜନସାଧାରଣଙ୍କୁ ସଚେତନ କରାଯାଇପାରିଲେ ଏଥିରୁ ମୁକ୍ତି ମିଳିବ ବୋଲି ଆଶା କରାଯାଇଛି।  ଏହି ରୋଗ ସାଧବାଣୀ ପୋକରୁ ମୂଷା ଦେଇ ମଣିଷକୁ ସଂକ୍ରମଣ ହେଉଛି।  
 
5. Nipah in Kerla କେରଳରେ ନିପା ଆତଙ୍କ: କେରଳରେ ନିପା ସଂକ୍ରମଣ ଭୟ ଦିନକୁ ଦିନ ଅଧିକ ଘନୀଭୂତ ହେଉଛି। ସରକାର ପ୍ରତିଶେଧକ ମୂଳକ ପଦକ୍ଷେପ ନେଉଥିଲେ ମଧ୍ୟ ଏବେ  ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଥିବା ଜଣାଯାଇଛି। ଗତକାଲି ୪୦ଟି କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଥିଲା। ଆଜି କୋଝିକୋଡରେ ଦୁଇ ଦିନ ଲାଗି ସ୍କୁଲ କଲେଜ ବନ୍ଦ ରଖାଯାଇଛି । କୋଝିକୋଡର ଜଣେ ସ୍ବାସ୍ଥ୍ୟ କର୍ମୀ ନିପା ସଂକ୍ରମିତ ହୋଇଥିବା  ମଧ୍‍ୟ ସୂଚନା ମିଳିଛି। 
 
6. EoW to quiz Gobinda: ଗୋବିନ୍ଦାଙ୍କୁ ଜେରା କରିବ ରାଜ୍ୟ କ୍ରାଇମ୍‍ ବ୍ରାଞ୍ଚ: ବଲିଉଡ ସିନେ ଅଭିନେତା ଗୋବିନ୍ଦାଙ୍କୁ  କ୍ରାଇମ୍‍ବ୍ରାଞ୍ଚ ଜେରା କରିବ। ଅନଲାଇନ ପୋଞ୍ଜି ସ୍କିମ ସୋଲାର ଟେକ୍ନୋଲୋଜି ଆଲିଆନ୍ସ (ଏସଟିଏ)ରେ  ବିନିଯୋଗ ପାଇଁ ଗୋବିନ୍ଦା ସାଧାରଣ ଲୋକଙ୍କୁ ପ୍ରଭାବିତ କରିଥିବା ଅଭିଯୋଗ କରିଛି କ୍ରାଇମ୍‍ ବ୍ରାଞ୍ଚ। ଏହି କମ୍ପାନୀରେ ୨ଲକ୍ଷରୁ ଅଧିକ ଲୋକେ ପ୍ରାୟ ହଜାର କୋଟି ଟଙ୍କା ବିନିଯୋଗ କରି ଠକେଇର ଶିକାର ହୋଇଥିବା ଅଭିଯେଗ ହୋଇଛି। ଲୋକଙ୍କ ଠାରୁ ଏହି ଟଙ୍କା ଲୁଟ ମାମଲାରେ ଖୁବ ଶୀଘ୍ର କ୍ରାଇମବ୍ରାଞ୍ଚର ଓଡ଼ିଶା ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗୋବିନ୍ଦାଙ୍କୁ ଜେରା କରିବ ବୋଲି ଆଇଜି ଜେଏନ୍‍ ପଙ୍କଜ୍‍ ସୂଚନା ଦେଇଛନ୍ତି। 
 
7. Notice to Teachers ଏବେ ଆନ୍ଦାଳନ କଲେ ପରେ ଭରିବେ ଶିକ୍ଷକ:  ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷକୁ ୨୨୦ ଦିନ କାର୍ଯ୍ୟ ଦିବସ ପୂରଣ ନହେଲେ ପରବର୍ତ୍ତୀ ସମୟରେ ସମୂହ ଛୁଟିରେ ଥିବା ଶିକ୍ଷକମାନେ ତାହାକୁ ଭରଣା କରିବାକୁ ବାଧ୍ୟ ହେବେ ବୋଲି ଚିଠିରେ ଦର୍ଶାଯାଇଛି। ପ୍ରାଥମିକ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍ କମିଟି ଶିକ୍ଷକଙ୍କ ଦାବି ସମ୍ପର୍କରେ ଆଲୋଚନା ଜାରି ରଖିଛନ୍ତି।
 
8. Student election: ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଅଣ୍ଡାମାଡ଼: ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଆଜି ପ୍ରତିବାଦ ସ୍ୱରୂପ ଅଣ୍ଡାମାଡ଼ ହୋଇଛି। ଛାତ୍ର ସଂସଦ ନିର୍ତବାଚନକୁ ବାରମ୍ବାର ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ଛାତ୍ର କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି। ଆଜି ସକାଳୁ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା। କ୍ୟାମ୍ପସରେ ଅଶାନ୍ତି ରୋକିବା ଲାଗି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ହେଲେ ଏହାକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ଛାତ୍ରନେତା। 
 
9. Media Trial: ମିଡିଆ ଟ୍ରାଏଲ୍‍କୁ ସୁପ୍ରିମ୍‍ କୋର୍ଟ ଛାଟ: ମିଡିଆ ଟ୍ରାଏଲ୍‍କୁ ରୋକିବା ଲାଗି ସୁପ୍ରିମ୍ କୋର୍ଟ ଗୃହ ମନ୍ତ୍ରଣାଳୟକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ପୁଲିସ ଯେଉଁଭଳି ଭାବେ ମିଡିଆକୁ ଅପରାଧିକ ଘଟଣା ସମ୍ପର୍କରେ ସୂଚନା ଦେଉଛି ତାହା ଯେମିତି ପରବର୍ତ୍ତୀ ସମୟରେ ମିଡିଆ ଟ୍ରାଏଲ୍‍ ରେ ପରିଣତ ନହେବ ସେଥିନେଇ ପଦେକ୍ଷେପ ନେବାକୁ ଏଥିରେ କୁହାଯାଇଛି। ଏବେ ମିଡିଆ ବିଶେଷକରି ଇଲେକ୍ଟ୍ରୋନିକ୍‍ ଏବଂ ସୋଶାଲ୍‍ ମିଡିଆରେ ଯେଉଁଭଳି ଭାବେ ବିଭିନ୍ନ ଅପରାଧିକ ମାମଲାକୁ ପ୍ରସାରଣ କରୁଛି ତାହା ବିଚାର ପୂର୍ବରୁ ଜନତାଙ୍କ ସମବେଦନା ଲାଭ କରୁଛି। ଏହାଦ୍ୱାରା ବିଚାର ପ୍ରକ୍ରିୟା ପ୍ରଭାବିତ ହେଉଥିବା କୋର୍ଟ ଅନୁଭବ କରିଛି।  ଅପରପକ୍ଷେ ଏପ୍ରିଲ୍‍-୧, ୨୦୧୦ କେନ୍ଦ୍ର ସରକାର ପୁଲିସ କିପରି ଗଣମାଧ୍ୟମକୁ ତଥ୍ୟ ଦେବ ସେ ସମ୍ପର୍କରେ ଆଇନ ପ୍ରଣୟନ କରିଥିଲେ। ଏ ଭିତରେ ଏକ ଦଶନ୍ଧି ବିତିଯାଇଥିବାରୁ ସରକାର ଏ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସୁପ୍ରିମ୍‍ କୋର୍ଟ କହିଛନ୍ତି।
 
10. Exchange of Fire ଅନନ୍ତ ନାଗରେ ସେନା ଅପରେସନ: ଗତକାଲି ଅତଙ୍କୀଙ୍କ ଗୁଳିରେ ଦକ୍ଷିଣ କଶ୍ମୀରରେ ୨ ସେନାଧିକାରୀ, ୧ ପୁଲିସ ସହିଦପରେ ସେନା ପକ୍ଷରୁ ଅନନ୍ତନାଗଠାରେ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଦ୍ୱାରା ତିନଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏମାନଙ୍କ ଭିତରେ ଜଣେ ଆତଙ୍କୀ କମାଣ୍ଡର ରହିଛନ୍ତି। ଏବେବି ଗୁଳି ବର୍ଷଣ ଜାରି ରହିଥିବା ସୂଚନା ମିଳିଛି।   ଗତକାଲି ସହିଦ ହୋଇଥିବା ସେନାଧିକାରୀ ହେଲେ କର୍ଣ୍ଣେଲ ମନପ୍ରୀତ ସିଂହ, ବାଟାଲିୟନ୍‍ କମାଣ୍ଡର ମେଜର ଆଶୀଷ ଧୌନିକ, ଏବଂ ଜମ୍ମୁ କଶ୍ମୀର ପୁଲିସ ଡିଏସ୍‍ପି ହୁମାୟୁନ୍‍ ଭଟ୍ଟ।