Tomato Price Hike: ଚିନ୍ତା ବଢାଇଛି ମୂଲ୍ୟ; ସେବାରୁ ଟମାଟୋ ହଟାଇଦେଲେ ସବ୍ ୱେ ଆଉଟଲେଟ୍ ଇଣ୍ଡିଆ
Advertisement
Article Detail0/zeeodisha/odisha1791069

Tomato Price Hike: ଚିନ୍ତା ବଢାଇଛି ମୂଲ୍ୟ; ସେବାରୁ ଟମାଟୋ ହଟାଇଦେଲେ ସବ୍ ୱେ ଆଉଟଲେଟ୍ ଇଣ୍ଡିଆ

Tomato Price Update: ମୂଲ୍ୟ ବୃଦ୍ଧି ହେତୁ ଅନେକ ରେସ୍ତୁରାଁ ଗୁଣାତ୍ମକ ସମସ୍ୟା ହେତୁ ସେମାନଙ୍କ ଦ୍ୱାରା ପରିବେଷିତ ହେଉଥିବା ସାଲାଡ ଏବଂ ସାଣ୍ଡୱିଚ ଭଳି ଖାଦ୍ୟରେ ଟମାଟୋ ପରିବେଷଣ ବନ୍ଦ କରିଛନ୍ତି। ଦେଶରେ ଟମାଟୋ ମୂଲ୍ୟ ହୁ ହୁ ହୋଇ ବଢିଚାଲିଛି।

 

Tomato Price Hike: ଚିନ୍ତା ବଢାଇଛି ମୂଲ୍ୟ; ସେବାରୁ ଟମାଟୋ ହଟାଇଦେଲେ ସବ୍ ୱେ ଆଉଟଲେଟ୍ ଇଣ୍ଡିଆ

Tomato Price Rise: ଖାଉଟିଙ୍କ ପରେ ହୋଟେଲ ତଥା ରେସ୍ତୁରାଁ ଲାଗି ଚିନ୍ତା ବଢାଇ ଦେଇଛି ଟମାଟୋ ମୂଲ୍ୟ ବୃଦ୍ଧି। ସ୍ଥିତି ଏପରି ହୋଇଛି ଯେ ଅନେକ ହୋଟେଲ ତଥା ରେସ୍ତାରୋଁ ଗୁଣାତ୍ମକ ସମସ୍ୟା ହେତୁ ସେମାନଙ୍କ ଦ୍ୱାରା ପରିବେଷିତ ହେଉଥିବା ସାଲାଡ ଏବଂ ସାଣ୍ଡୱିଚ ଭଳି ଖାଦ୍ୟରେ ଟମାଟୋ ପରିବେଷଣ କରିବା ବନ୍ଦ କରି ଦେଇଛନ୍ତି। ଦେଶରେ ଟମାଟୋ ମୂଲ୍ୟ ପ୍ରାୟ ୪୦୦ ପ୍ରତିଶତ ବୃଦ୍ଧି ପାଇ ସାରିଛି। 

ଯାହା ପରେ କିଛି ଭୋଜନାଳୟରୁ ଟମାଟୋ (Tomato) ବାଦ ପଡ଼ିଯାଇଛି। ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ (Delhi Airport Terminal) ଠାରେ ଥିବା ଏକ ସବ ୱେ ଆଉଟଲେଟ୍ (Subway India Outlets) ଟମାଟୋ ଭଳି ପରିବାକୁ ବାଦ ଦେଇଛି। ଏହି ସବ୍ ୱେ ଆଉଟଲେଟ୍ ଇଣ୍ଡିଆ ପକ୍ଷରୁ ମିଳିଥିବା ସଙ୍କେତ ଅନୁସାରେ ରେସ୍ତୁରାଁ (Subway Restaurant) ଏହାର ଗୁଣାତ୍ମକ ଯାଞ୍ଚ ପାଇଁ ପର୍ଯ୍ୟାପ୍ତ ସାମଗ୍ରୀ ପାଇପାରିବ ନାହିଁ। ଏନେଇ ଏହି ସବ ୱେ ଆଉଟଲେଟ୍ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଟମାଟୋ ବିନା ବିଭିନ୍ନ ଉତ୍ପାଦକୁ ସେବା କରିବାକୁ ବାଧ୍ୟ ହେଉଛୁ। ଟମାଟୋ ଯୋଗାଣ ଫେରାଇ ଆଣିବାକୁ ଆମେ କାର୍ଯ୍ୟ କରୁଛୁ। 

ଏଭରଷ୍ଟୋନ୍ ଗ୍ରୁପ୍  କୁଲିନାରୀ ବ୍ରାଣ୍ଡ (Everstone Group Culinary Brands), ଯାହାର ସମ୍ରଗ୍ର ଦେଶରେ ୮୦୦ ସବ ୱେ ଆଉଟଲେଟ୍ (Subway Outlets) ମଧ୍ୟରୁ ପ୍ରାୟ ୨୦୦ ପାଇଁ ମାଷ୍ଟର ଫ୍ରାଞ୍ଚାଇଜ୍ ରହିଛି ଏବଂ ଯିଏ ସମସ୍ତଙ୍କ ପାଇଁ ଯୋଗାଣ ଶୃଙ୍ଖଳା ପରିଚାଳନା କରିଥାଏ, ସେ ଏହି ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଏହା ଦ୍ୱାରା କେତେ ଆଉଟଲେଟ୍ ପ୍ରଭାବିତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଖାଦ୍ୟ ଅର୍ଡର ଆପ୍ (Online Food Ordering App) ଏବଂ ଦୋକାନକୁ ଆସୁଥିବା ଫୋନ କଲ୍‌ ଅନୁଯାୟୀ, ଅନେକ ଭାରତୀୟ ଆଉଟଲେଟ୍ ଟମାଟୋ ପ୍ରଦାନ କରୁଥିଲେ। ହେଲେ ନୂଆଦିଲ୍ଲୀରେ ଅତି କମରେ ଦୁଇଟି, ଉତ୍ତରପ୍ରଦେଶରେ ଏବଂ ଦକ୍ଷିଣରେ ଚେନ୍ନାଇ ଠାରେ ଗୋଟିଏ ଆଉଟଲେଟ ଟମାଟୋ ଯୋଗାଇବା ବନ୍ଦ କରି ଦେଇଥିଲା।

ଏନେଇ ଜଣେ ସବୱେ ଷ୍ଟୋର୍‌ କର୍ମଚାରୀ କହିଛନ୍ତି ଯେ ଟମାଟୋ ମୂଲ୍ୟ (Tomato Price) ବହୁତ ମହଙ୍ଗା ହୋଇଛି। ଦୁଇ ସପ୍ତାହ ପୂର୍ବେ, ଦେଶର ବିଭିନ୍ନ ସ୍ଥାନରେ ଅବସ୍ଥିତ ମ୍ୟାକଡୋନାଲ୍ଡ ରେସ୍ତୁରାଁ (McDonalds Restaurant in India) ଗୁଣାତ୍ମକ ସମସ୍ୟା ହେତୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ବର୍ଗର (McDonalds Burger) ସମେତ ଅନ୍ୟାନ୍ୟ ଖାଦ୍ୟରୁ ଟମାଟ ବାଦ ଦେଇ ଦେଇଥିଲେ। ଶନିବାର ରାଜଧାନୀ ନୂଆଦିଲ୍ଲୀରେ ଟମାଟୋ କିଲୋଗ୍ରାମ ପିଛା ପ୍ରାୟ ୧୬୮ ଟଙ୍କାରେ ବିକ୍ରି ହେଉଥିଲା। ଉତ୍ପାଦନ କମ ହେତୁ ଟମାଟୋ ମୂଲ୍ୟ ବୃଦ୍ଧି ପାଉଥିବା ସରକାର କହୁଛନ୍ତି। କାରଣ ମୌସୁମୀ ବର୍ଷା (Monsoon Rain) କାରଣରୁ ଟମାଟୋ ପରିବହନ ଏବଂ ବଣ୍ଟନରେ (Tomato Supply in India) ବାଧା ସୃଷ୍ଟି ହେଉଛି।  

ଶସ୍ତା ଦରରେ ଟମାଟୋ ଯୋଗାଇବା ପାଇଁ ସରକାର ଗତ ସପ୍ତାହରେ ମୋବାଇଲ୍ ଭ୍ୟାନ୍ (Tomato Mobile Van in India) ଆୟୋଜନ କରିଥିଲେ। ପ୍ରତିଦିନ ଶହ ଶହ ଲୋକ ଧାଡିରେ ଆସି ମୋବାଇଲ୍ ଭ୍ୟାନ୍ ପାଖରୁ ଟମାଟୋ ନେଉଥିଲେ। ଡୋମିନୋ (Dominos Restaurant) ଏବଂ କେଏଫସି (KFC Restaurant) ଭଳି ବିଶ୍ୱସ୍ତରୀୟ ରେସ୍ତୁରାଁ ମଧ୍ୟ ଭାରତରେ (World Class Restaurants in India) କମ୍ ମୂଲ୍ୟର ଉତ୍ପାଦ ଆଣୁଛନ୍ତି। ଯେଉଁଠାରେ ଗ୍ରାହକ ଅଧିକ ମୁଦ୍ରାସ୍ଫୀତି ହେତୁ ଖର୍ଚ୍ଚ ହ୍ରାସ କରିଛନ୍ତି। ଡୋମିନୋ ଆକ୍ରମଣାତ୍ମକ ଭାବରେ ଏହାର ସାତ-ଇଞ୍ଚ ଲମ୍ବା ପିଜା ବ୍ରାଣ୍ଡ (Dominos Pizza Brand) ପ୍ରଚାର କରିବାରେ ଲାଗିଛି। ଯାହା ବିଶ୍ୱର ସବୁଠାରୁ ଶସ୍ତା ବ୍ରାଣ୍ଡ।