Tomato Price: ଗ୍ରାହକଙ୍କ ପାଇଁ ଖୁସି ଖବର, ଏଠାରେ ୮୦ ଟଙ୍କାରେ ମିଳୁଛି କିଲେ ଟମୋଟ!
Advertisement
Article Detail0/zeeodisha/odisha1782127

Tomato Price: ଗ୍ରାହକଙ୍କ ପାଇଁ ଖୁସି ଖବର, ଏଠାରେ ୮୦ ଟଙ୍କାରେ ମିଳୁଛି କିଲେ ଟମୋଟ!

Tomato Price: ସାରା ଦେଶରେ ଟମାଟୋ ଦର (Tomato Price) ଆକାଶ ଛୁଆଁ ରହିଛି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ହେଲେ ଏହାରି ଭିତରେ ସରକାର ଏକ ବଡ ନିସ୍ପତି ନେଇଛନ୍ତି । କେତେକ ସ୍ଥାନରେ ଟମାଟୋ ଦର ହ୍ରାସ କରିଛନ୍ତି । ସେହି ସ୍ଥାନରେ ଟମାଟୋ କିଲୋ ୮୦ ଟଙ୍କାରେ ବିକ୍ରି ହେଉଛି । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Tomato Price: ସାରା ଦେଶରେ ଟମାଟୋ ଦର (Tomato Price) ଆକାଶ ଛୁଆଁ ରହିଛି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।  ରବିବାର ଠାରୁ  ଦିଲ୍ଲୀ-ଏନସିଆର ଓ ଅନ୍ୟାନ୍ୟ ଅଞ୍ଚଳରେ ଟମାଟୋ କିଲୋ (tomato) ପିଛା  ୮୦ ଟଙ୍କା ବିକ୍ରି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ବାସ୍ତବରେ ଟମାଟୋର ଅଧିକ ମୂଲ୍ୟ ସାଧାରଣ ଲୋକଙ୍କୁ ଆରମ ଦେବ ପାଇଁ ସରକାର ଏହି ନିସ୍ପତି ନେଇଛନ୍ତି । ପୂର୍ବରୁ ଟମାଟୋ ଦର, ୯୦ ଟଙ୍କାରେ ଏଠାରେ ବିକ୍ରି ହେଉଥିଲା ।  ସରକାର ଶୁକ୍ରବାର ଦିନ ଦିଲ୍ଲୀ-ଏନସିଆରରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ କିଲୋଗ୍ରାମ ପିଛା ୯୦ ଟଙ୍କା ସବସିଡି ହାରରେ (tomato price reduce)ଟମାଟୋ ବିକ୍ରି ଆରମ୍ଭ କରିଛନ୍ତି। ଶନିବାର ଦିନ ସରକାର ଅନ୍ୟ କେତେକ ସହରରେ ସବସିଡି ହାରରେ ଟମାଟୋ ବିକ୍ରି ଆରମ୍ଭ କରିଥିଲେ। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, “ସରକାରଙ୍କ ହସ୍ତକ୍ଷେପ ପରେ ଟମାଟୋର ହୋଲସେଲ ମୂଲ୍ୟ ହ୍ରାସ ପାଇଛି। ସରକାର ଦେଶର ଅନେକ ସ୍ଥାନରେ ୯୦ଟଙ୍କାରେ ଟମାଟୋ ବିକ୍ରି ଆରମ୍ଭ କରିଥିଲେ।

Also Read: Odisha News: ବାଣୀବିହାର ଷ୍ଟେସନରେ ଅଘଟଣ,ଦୁଇ ଖଣ୍ଡ ହୋଇ ଚାଲିଲା ଟ୍ରେନ

Also Read: Celebrity Kids Income : ନିଜର ପ୍ରଥମ ଇନକମକୁ ଏପରି ଖର୍ଚ୍ଚ କରିଛନ୍ତି ସେଲିବ୍ରିଟିଙ୍କ ସନ୍ତାନ

ବିବୃତ୍ତିରେ କୁହାଯାଇଛି ଯେ, ଦେଶର ୫୦୦ରୁ ଅଧିକ ସ୍ଥାନରୁ ମିଳିଥିବା ସୂଚନା ଆଧାରରେ ସରକାର ପରିସ୍ଥିତିର ଆକଳନ କରିଛନ୍ତି। ବର୍ତ୍ତମାନ ସରକାର ଜୁଲାଇ ୧୬ ରବିବାର ଠାରୁ କିଲୋଗ୍ରାମ ପିଛା ୮୦ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ, ନୋଏଡା, ଲକ୍ଷ୍ନୌ, କାନପୁର, ବାରାଣାସୀ, ପାଟନା ଓ ମୁଜାଫରପୁର ଟମାଟୋ ଦର ଖସିଛି । କିନ୍ତୁ ରବିବାର ଠାରୁ ଟମାଟୋ ବିକ୍ରି କିଲୋ ପିଛା ୮୦ ଟଙ୍କାରୁ ବିକ୍ରି ଆରମ୍ଭ ହୋଇଛି। ସୋମବାର ଠାରୁ ସବସିଡିଯୁକ୍ତ ହାରରେ ଟମାଟୋ ବିକ୍ରି ଆଉ କିଛି ସହରରେ ଆରମ୍ଭ ହେବ ।

Also Read: Horoscope Today 16 July 2023: ଆଜି ଏହି ୪ ରାଶି ଉପରେ ଧନ ବର୍ଷା କରିବେ ମାଆ ଲକ୍ଷ୍ମୀ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

ଅନେକ ସହରରେ ଟମାଟୋ କିଲୋ ପିଛା ମୂଲ୍ୟ ୨୫୦ ଟଙ୍କା ରହିଛି:

ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ଗ୍ରାହକଙ୍କୁ ଟମାଟୋରୁ ବଡ ଧରଣର ଆଶ୍ବସ୍ତି ଯୋଗାଇବା ପାଇଁ ଭାରତ ସରକାର ପ୍ରତିବଦ୍ଧ। ସେଥିପାଇଁ ଶୁକ୍ରବାର ସମବାୟ ସମିତିଗୁଡିକ ଏନସିସିଏଫ୍ ଏବଂ ନାଫେଡ୍ କେନ୍ଦ୍ର ତରଫରୁ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଟମାଟୋ ବିକ୍ରି କରୁଛନ୍ତି । ଚଳିତ ବର୍ଷର ମୌସୁମୀ ବର୍ଷା ଏବଂ ସ୍ୱଳ୍ପ ଉତ୍ପାଦନ ହେତୁ ଦେଶର ପ୍ରମୁଖ ସହରଗୁଡିକର ଖୁଚୁରା ବଜାରରେ ଟମାଟୋ ମୂଲ୍ୟ ବୃଦ୍ଧି ପାଇଛି। ଅନେକ ସହରରେ ଏହା କିଲୋଗ୍ରାମ ପିଛା ୨୫୦ରୁ ୩୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ସରକାରଙ୍କ କହିବାନୁସାରେ, ଶନିବାର ଦିନ ସାରା ଭାରତରେ ଟମାଟୋର ହାରାହାରି ମୂଲ୍ୟ କିଲୋଗ୍ରାମ ୧୧୭ ଟଙ୍କା ଥିଲା । ଉପଭୋକ୍ତା ବ୍ୟାପାର ବିଭାଗ ଦ୍ବାରା ସଂଗୃହିତ ତଥ୍ୟ ଅନୁଯାୟୀ ଶନିବାର ଦିନ ଟମାଟୋର ହାରାହାରି ଭାରତର ଖୁଚୁରା ମୂଲ୍ୟ  ୧୧୬.୮୬  ଟଙ୍କା ହୋଇଥିବାବେଳେ ସର୍ବାଧିକ ମୂଲ୍ୟ ୨୫୦ କିଲୋଗ୍ରାମ ଏବଂ ସର୍ବନିମ୍ନ ୨୫ କିଲୋଗ୍ରାମ ଥିଲା।  ଦିଲ୍ଲୀରେ ଟମାଟୋର ମୂଲ୍ୟ ୧୭୮ ଟଙ୍କା ଥିଲା। ଏହା ପରେ ମୁମ୍ବାଇରେ ୧୫୦  ଟଙ୍କା ଏବଂ ଚେନ୍ନାଇରେ ୧୩୨ ଟଙ୍କା ଥିଲା। କିଲୋଗ୍ରାମ ପିଛା ସର୍ବାଧିକ ୨୫୦ ଟଙ୍କା ହାପୁରରେ ଥିଲା ।