Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1862518

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଚୁଟକିରେ ଜାଣି ନିଅନ୍ତୁ ବର୍ତ୍ତମାନର 10 ବଡ଼ ଖବର

ସୌଜନ୍ୟ- ସୋସିଆଲ ମିଡି଼ଆ
1. ଆଜିଠୁ ଜି-୨୦ ସମ୍ମିଳନୀ: ଆଜିଠାରୁ ନୂଆଦିଲ୍ଲୀଠାରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ଆରମ୍ଭ ହେବ। ଭାରତ ଅଧ୍ୟକ୍ଷତାରେ ଏହି ଶିଖର ସମ୍ମିଳନୀ ଆାୟୋଜନ ହେବାକୁ ଯାଉଛି। ଏହା ସମ୍ମିଳିନୀ ୧୮ତମ ବାର୍ଷିକୀ ସମାବେଶ। ଏଥିରେ ସଦସ୍ୟ ରାଷ୍ଟ୍ର ତଥା ନିମନ୍ତ୍ରିତ ରାଷ୍ଟ୍ରମୁଖ୍ୟ ଏବଂ ସେମାନଙ୍କ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଥିଲାଗି ନୂଆଦିଲ୍ଲୀକୁ ବିଭିନ୍ନ ଦେଶର ମୁଖ୍ୟମାନେ ଆସି ପହଞ୍ଚିଛନ୍ତି। ଆମେରିକାର ରାଷ୍ଟ୍ରୟପତି ଜୋ ବାଇଡେନ୍‍, ବ୍ରିଟେନ୍‍ ପ୍ରଧାନମନ୍ତ୍ରୀଋଷି ସେନକ, ଜାପାନ ପ୍ରଧାନମନ୍ତ୍ର୍ରୀ ପୁମିଓ କିସିଦା, ଚୀନ ପ୍ରଧାନମନ୍ତ୍ରୀ ଲି ଲିଆଙ୍ଗ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡୁ, ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବାନିଜ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲି ରାମାଫୋସା, ଓମାନ ଉପ ପ୍ରଧାନମନ୍ତ୍ରୀ ଆସାଦ ବିନ୍‍ ତାରିକ, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ୟୁଏଇ ରାଷ୍ଟ୍ରପତି ସେଖ ମହମ୍ମଦ ବିନ୍‍ ଜାୟଦ ଅଲ୍‍ ନହୟାନ, ଜର୍ମାନ ଚାନ୍ସେଲର ଓଲାଫ ସ୍କଲ୍‍ଜ, ଋଷ ପ୍ରଧାନମନ୍ତ୍ରୀ ସେର୍ଗି ଲାବୋରୋବ ଏବଂ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‍ ପ୍ରମୁଖଙ୍କୁ ଭାରତ ଗତ ସନ୍ଧ୍ୟାରେ ସ୍ୱାଗତ କରିଛି। 
 
2. ୧୫ରୁ ଅଧିକ ଦ୍ୱିପାକ୍ଷିକ ଆଲୋଚନା: ଜି-୨୦ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ ୧୫ରୁ ଅଧିକ ରାଷ୍ଟ୍ର ପ୍ରତିନିଧିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଥିଲାଗି ଭାରତ ମଣ୍ଡପମ୍‍ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜି-୨୦  ସେରପା ଅମିତାଭ୍‍ କାନ୍ତ କହିଛନ୍ତି, ଜି-୨୦ ଦିଲ୍ଲୀ ଘୋଷଣା ପାଇଁ ସମସ୍ତଙ୍କ ଅପେକ୍ଷା  ରହିଛି। ଏହା ପ୍ରସ୍ତୁତ ରହିଛି। ପ୍ରତିଟି ଦେଶର ସହମତିରେ ନିର୍ଦ୍ଧାରିତ ଢଙ୍ଗରେ ସମାପନ ହେବ। 
 
3. ଜି-୨୦କୁ ନ ଯାଇପାରନ୍ତି ନବୀନ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିକ ଡିନର ( ନୈଶ ଭୋଜି)କୁ ନିମନ୍ତ୍ରଣ କରାଯାଇଛି। ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ସେଠାରେ ଯୋଗ ଦେଇ ନପାରନ୍ତି। ଯଦିଓ ଏଥିନେଇ ସରକାରୀ ସୂଚନା ଦିଆଯାଇ ନାହିଁ ତଥାପି ନବୀନ ଏଯାଏ ଦିଲ୍ଲୀଗସ୍ତ କରି ନଥିବା ସୂଚନା ମିଳିଛି। 
 
4. ପାଇକ ଏକାଡେମୀ: ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏ ନେଇ ଅନୁମୋଦନ କରିଛନ୍ତି ।  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର  ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ  ଏହା ପ୍ରତିଷ୍ଠା ହେବ । ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ଗଡ଼ ଖୋର୍ଦ୍ଧାରେ ଏହି ଅନୁଷତଠାନ ପ୍ରାଥମିକ ଭାବେ ଆରମ୍ଭ କରାଯିବ। ପରେ ସ୍ଥାୟୀ ପରିସର ପାଇଁ ଜମି ଚିହ୍ନଟ କରାଯିବ। 
 
5. ପ୍ରାଣୀ ଚିକିତ୍ସା ପାଇଁ  ୧୮୧ ଗାଡ଼ି: ପ୍ରାଣୀ ଚିକିତ୍ସା କେନ୍ଦ୍ରଠାରୁ ଦୂରରେ ଥିବା ଗାଁ ଗୁଡ଼ିକରେ ପ୍ର୍ରାଣୀମାନଙ୍କୁ ଚିକିତ୍ସା ଯେଗାଇଦେବା ଉଦ୍ଦଶ୍ୟରେ ମୁଖ୍ୟମନ୍ତ୍ରୀ ୧୮୧ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କେନ୍ଦ୍ର ଉଦ୍‍ଘାଟନ କରିଛନ୍ତି। ଏଥିପାଇଁ ୧୮୧ଟି ଗାଡ଼ିକୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଇଛି। କଳିଙ୍ଗ ଷ୍ଟାଡିୟମ୍‍ଠାରେ ଏହି ଗାଡ଼ିଗୁଡ଼ିକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିଥିଲେ। 
 
6. ଦୃଷ୍ଟିବାଧିତ କ୍ରିକେଟରଙ୍କୁ ଆର୍ଥିକ ପୁରସ୍କାର: ଇଂଲଣ୍ଡର ବର୍ମିଂହାମଠାରେ ନିକଟରେ ଶେଷ ହୋଇଥିବା ଆନ୍ତର୍ଜାତିକ ଦୃଷ୍ଟି ବାଧିତ କ୍ରୀଡ଼ା ମହାସଂଘ  ପ୍ରତିଯେଗୀତା-୨୦୨୩ରେ ଓଡ଼ିଶାର ୭ ଜଣ କ୍ରିକେଟର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହି  ଖଳାଳିଙ୍କୁ  ଭେଟି ସମ୍ମାନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।    ଏହି କ୍ରୀଡ଼ା ପ୍ରତିଯେଗୀତାରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ଜିତିଥିବାବେଳେ ପୁରୁଷ ଦଳ ରୌପ୍ୟ ପଦକ ଜିତିଛି। ସ୍ୱର୍ଣ୍ଣ ଜିତିଥିବା ମହିଳା ଦଳରେ ୪ ଜଣ ଓଡ଼ିଶା ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ୨୦ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ସେହିପରି ରୌପ୍ୟ ଜିତିଥିବା ୩ ପୁରୁଷ ଖଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। 
 
7. ପାଗ ମେଘୁଆ, ୧୧ରୁ ପୁଣି ବର୍ଷା: ମୌସୁମୀ ସକ୍ରିୟ ରହିବା କାରଣରୁ ଓଡ଼ିଶା ଆକାଶ ମେଘୁଆ ରହିବ। ଆସନ୍ତା ୧୧ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୁଣି ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ଆଶଙ୍କା ରହିଛି। ଏହା ସହ ୧୨ ତାରିଖରୁ ପୁଣିଥରେ ଲଗାଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି। ଏଥିନେଇ ପୀତ ସତର୍କତା ( ୟେଲୋ ଓ୍ବାର୍ଣ୍ଣିଂ) ଜାରି କରାଯାଇଛି। 
 
8. ୫ ବେଳାଭୂମିରେ ୧୫ ବିଚ୍‍ ସ୍ୟାକ୍‍: ରାଜ୍ୟର ବିସ୍ତୃତ ବେଳାଭୂମିର ଉନ୍ନତୀକରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ୫ଟି ବେଳାଭୂମିରେ ୧୫ଟି ବିଚ୍‍ ସ୍ୟାକ୍‍ ନିର୍ତମାଣ କରାଯିବ। ଏହି ସ୍ୟାକ ରେ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି  ବିକାଶ କରାଯିବ। ଏଥିରା ବସିବାକୁ ଜାଗା ସହ ଶୌଚାଳୟ, ମାର୍କେଟ କଂପ୍ଲେକ୍ସ, ପାର୍କିଂ ଆଦି ସୁବିଧା ସୃଷ୍ଟି କରାଯିବ। 
 
9. ଉପ ନିର୍ବାଚନରେ ବିଜେପିକୁ ୩, ବିରୋଧୀଙ୍କୁ ୪: ଗତକାଲି ପ୍ରକାଶିତ ୬ ରାଜ୍ୟର ୭ ଆସନ ପାଇଁ ହୋଇଥିବା ବିଧାନସଭା ଉପନିର୍ବାଚନରେ ବିଜେପିକୁ ୩ ଆସନ ମିଳିଛ। ବିରୋଧୀଙ୍କୁ ୪ଟି ଆସନ ମିଳିଛି। ତ୍ରିପୁରେର ବକ୍ସ ନଗର ଓ ଧାନପୁର,  ଉତ୍ତରାଖଣ୍ଡର ବାଗେଶ୍ୱରରେ ବିଜେପି ବିଜୟ ହୋଇଛି। ପଶ୍ଚିମବଙ୍ଗର ଧୁପଗୁଡ଼ିବ ବିଧାନସଭା ମଣ୍ଡଳୀରେ ଟିଏମ୍‍ସି ବିଜୟ ହୋଇଛି। ଏହାଦ୍ୱାରା  ବିଜେପି ଏକ ଆସନ ହରାଇଛି। ଉତ୍ତରପ୍ରଦେଶର ଘୋସିରେ ସମାଜବାଦୀ ପାର୍ଟି, ଝାଡ଼ଖଣ୍ଡର ଡୁମୁରୀରୁ ଜେଏମ୍‍ଏମ୍‍ ପ୍ରାର୍ଥୀ  ଏବଂ କେରଳର ପୁଥୁପଲ୍ଲୀରେ ୟୁଡିଏଫ୍‍ ବିଜୟ ହୋଇଛି। 
 
 
10.   ନନ୍ଦନକାନନରେ ନୂଆ ଅତିଥି: ଶରତ ଆସିଲେ ନନ୍ଦନକାନନ ପୁଣି ଗୁଞ୍ଜରିତ ହେବ। ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୂଆ ଜୀବଜନ୍ତୁଙ୍କୁ ଅଣାଯାଇଛି। ମିଜୋରାମରୁ ଏହି ୫ ଅତିଥି ଆସିଛନ୍ତି। ଏଥିରେ ରହିଛନ୍ତି ୪ ବର୍ଷର ଏକ ଅଣ୍ଡିରା ହୁଲକ ଗିବନ, ୧୩ ବର୍ଷର ମାଇ ଗିବନ, ୭ ବର୍ଷର ହଳେ ଘୁଷୁରୀ ଲାଞ୍ଜ ମକାକ, ୧୧ ବର୍ଷର ମାଇ କଳା ଭାଲୁ। ଏହାର ପ୍ରତିବଦଳରେ ନନ୍ଦନକାନନ କର୍ତ୍ତୃପକ୍ଷ ଅଣ୍ଡିରା ବାଘ କୁନ୍ଦନ, ମାଇ ବାଘ ଆଦ୍ୟାଶାକୁ ପଠାଇଛନ୍ତି।