Top 10 News Headlines Odisha: ଶୁଭ ସକାଳର ପ୍ରମୁଖ ୧୦ ଖବର
Advertisement
Article Detail0/zeeodisha/odisha1850045

Top 10 News Headlines Odisha: ଶୁଭ ସକାଳର ପ୍ରମୁଖ ୧୦ ଖବର

ଚୁଟକିରେ ଜାଣି ନିଅନ୍ତୁ ବର୍ତ୍ତମାନର 10 ବଡ଼ ଖବର

Top 10 News Headlines Odisha: ଶୁଭ ସକାଳର ପ୍ରମୁଖ ୧୦ ଖବର

1.Railway Board gets 1st woman chief: ରେଳବାଇ ବୋର୍ଡରେ ମହିଳା ମୁଖ୍ୟ:  
୧୯୦୫ରେ ପ୍ରତିଷ୍ଠା ପରଠାରୁ କେବେ ମହିଳା ମୁଖିଆ ପାଇନଥିବା ରେଳବାଇ ବୋର୍ଡ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜୟା ବର୍ମା ସିହ୍ନା ଦେଶର ପ୍ରଥମ ମହିଳା ଭାବେ ଆଜି ରେଳବାଇ ବୋର୍ଡର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ସେ ଅଗଷ୍ଟ ୩୧ ଯାଏ ଦାୟିତ୍ୱରେ ରହିବେ। 

2. Preponement of General Election: ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା: 
ମୌସୁମୀ ଅଧିବେଶନର ମାତ୍ର ୩୩ ଦିନ ବ୍ୟବଧାନରେ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ରାଜନୀତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହି ଅବସରରେ ସରକାର ଭଙ୍ଗ ଘୋଷଣା କରି ନିର୍ବାଚନ ଆଡ଼କୁ ମୁହାଁଇପାରେ ବୋଲି ଆାଲୋଚନା ହେଉଛି। ଯେହେତୁ ଡିସେମ୍ବର ଏବଂ ଜାନୁୟାରୀରେ 5 ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି ଏହି ସମୟରେ ବିଜେପି ମଧ୍ୟ କେନ୍ଦ୍ର ସରକାର ପାଇଁ ନିର୍ବାଚନ କରାଇବାକୁ ଘୋଷଣା କରିପାରେ।

3. Odisha Assembly Monsoon session: ୨୨ରୁ ଓଡ଼ିଶାରେ ବିଧାନସଭା ଅଧିବେଶନ: 
ଯେଉଁଦିନ କେନ୍ଦ୍ରରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଶେଷ ହେବ ସୋହିଦିନ ଅର୍ଥାତ୍‍ ୨୨ ସେପ୍ଟେମ୍ବରରୁ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ଆଗୁଆ ନିର୍ବାଚନ ଘୋଷଣା ହେଲେ ରାଜ୍ୟ ମଧ୍ୟ ସେଥିରେ ଯୋଗ ଦେଇପାରେ ବୋଲି ଚର୍ଚ୍ଚା ଲାଗି ରହିଛି। 

4. New Speaker for OLA: ୨୧ରେ ବାଚସ୍ପତି ନିର୍ବାଚନ: 
ରାଜ୍ୟରେ ଆସନ୍ତା ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ବିକ୍ରମ ଆରୁଖ ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପଦବୀରୁ ଇସ୍ତଫା ଦେବା ପରେ ଏହି ପଦବୀ ୩ ମାସ ହେଲା ଖାଲି ପଡ଼ିଛି। ବିଧାନସଭା ପକ୍ଷରୁ ବାଚସ୍ପତିଙ୍କ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପରେ ବିଜେଡିର କେଉଁ ତୁଙ୍ଗ ନେତା ବାଚସ୍ପତି ହେବେ ତାହାକୁ ନେଇ ଗଣମାଧ୍ୟମ ଆଲୋଚନା କରିଛି। ଦେବୀ ପ୍ରସାଦ ମିଶ୍ରଙ୍କ ନାଁ ସର୍ବାଗ୍ରେ ରହିଛି। 

5. India opens its biggest nuclear power plant: ଭାରତର ସର୍ବବୃହତ୍‍ ଆଣବିକ ବିଜୁଳି ଶକ୍ତି କେନ୍ଦ୍ର ଉଦ୍‍ଘାଟିତ:  
ଭାରତ ନିର୍ମିତ ପ୍ରଥମ ସର୍ବବୃହତ୍‍ ଆଣବିକ ବିଦ୍ୟୁତ୍‍ ପ୍ରକଳ୍ପ ଗୁରୁବାରଦିନ କାର୍ଯ୍ୟକ୍ଷମ ହୋଇଛି। ୭୦୦ ମେଗାଓ୍ୱାଟ୍‍ ବିଜୁଳି ଉତ୍ପାଦନ କ୍ଷମତା ରଖିଥିବା ଏହି ପ୍ଲାଣ୍ଟ ଗୁଜରାଟରେ ଅବସ୍ଥିତ। ଏହାଦ୍ୱାରା ଦେଶ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

6. Nutrition week:  ଆଜିଠୁ ଆରମ୍ଭ ପୋଷଣ ସପ୍ତାହ: 
ଆଜିଠାରୁ ରାଷ୍ଟ୍ରୀୟ ପୋଷଣ ସପ୍ତାହ ଆରମ୍ଭ ହେଉଛି। ମାନବିକ ମବିକାଶ କ୍ଷେତ୍ରରେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଏବଂ ବିଶ୍ୱସମୁଦାୟର ଏଥିପ୍ରତି ଧ୍ୟାନ ଆକର୍ଷଣ କରିବା  ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 

7. Dengue in Odisha: ଆହୁରି ଏକମାସ ଡେଙ୍ଗୁ ପ୍ରଭାବ: 
ରାଜ୍ୟର ୬ ଜିଲ୍ଲା ଡେଙ୍ଗୁ କଳବରେ ରହିଛନ୍ତି। ଯେତିକି ରୋଗୀ ଏଯାଏ ଚିହ୍ନଟ ହୋଇଛନ୍ତି ସେମାନଙ୍କ  ମଧ୍ୟରୁ ୮୨ ପ୍ରତିଶତ ହେଉଛନ୍ତି ଏହି ୬ ଜିଲ୍ଲାର। ଏହି ୬ ଜିଲ୍ଲା ଭିତରୁ ଭୁବନେଶ୍ୱର ହଟ୍‍ସ୍ପଟ ସାଜିଛି। 

8. Rain From tomorrow:  କାଲିଠୁ ବର୍ଷା: 
ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବା କରଣରୁ ଆସନ୍ତା କାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାବେଳେ ୩ ତାରିଖରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହେବାର ଆଶଙ୍କା ରହିଛି। 

9. New guests to Nandankanan:  ନନ୍ଦନକାନନରେ ଗୁଣ୍ଡୁଚି ମାଙ୍କଡ଼:  
ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନୂଆ ଅତିଥି ଆସିଛନ୍ତି। ହାଇଦ୍ରାବାଦରୁ ଏମାନଙ୍କୁ ଅଣାଯାଇଛି।  ସେଥିରେ ରହିଛନ୍ତି ଦୁଇଟି ଗୋଲ୍ଡେନ୍‍ ହ୍ୟାଣ୍ଡ ତାମରିନ୍‍ ଏବଂ ୨ଟି ଗୁଣ୍ଡୁଚି ମାଙ୍କଡ଼। ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗୁରୁବାର ସେମାନଙ୍କୁ ସ୍ୱାଗତ କରାଯାଇଛି। 

10. Jailed for irregularities: ସମବାୟସଂସ୍ଥା ଅର୍ଥ ହେରଫେର ମାମଲାରେ ୫ଜଣଙ୍କୁ କାରାଦଣ୍ଡ: 
ମୟୂରଭଞ୍ଜର ବୈଶିଙ୍ଗା ଲ୍ୟାମ୍ପସ ରେ ୧ କୋଟି ୮୨ ଲକ୍ଷ ଟଙ୍କାର ହୋଫେର ମାମଲାରେ  ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡବିଧାନ କରାଯାଇଛି। ୨୦୦୮ମସିହାରେ ବୈଶିଙ୍ଗା ଲ୍ୟାମ୍ପ୍ସରେ ଚାଷୀଙ୍କ ନିମନ୍ତେ ଡିଡବ୍ଳୁ ଓ ଡିଆର୍ ଯୋଜନା ଋଣ ପ୍ରଦାନ ନାଁରେ ହୋଇଥିବା ଦୁର୍ନୀତିର ବିଚାର କରି   ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୩ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି।