Tomato Price Today: ସିସିଟିଭି ନଜରରେ ରହୁଥିଲା ଟମାଟୋ; ହେଲେ ଏବେ ଏତିକି ଟଙ୍କାରେ ହେଉଛି ବିକ୍ରି, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1868298

Tomato Price Today: ସିସିଟିଭି ନଜରରେ ରହୁଥିଲା ଟମାଟୋ; ହେଲେ ଏବେ ଏତିକି ଟଙ୍କାରେ ହେଉଛି ବିକ୍ରି, ଜାଣନ୍ତୁ କାରଣ

Tomato Price News:  କେବେ ମୂଲ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଟମାଟୋ ମୂଲ୍ୟର ଭାଉ ଏବେ ବଜାରରେ ଦେଖିବାକୁ ମିଳୁନାହିଁ।

Tomato Price Today: ସିସିଟିଭି ନଜରରେ ରହୁଥିଲା ଟମାଟୋ; ହେଲେ ଏବେ ଏତିକି ଟଙ୍କାରେ ହେଉଛି ବିକ୍ରି, ଜାଣନ୍ତୁ କାରଣ

Tomato Price Update: ଟମାଟୋ ମୂଲ୍ୟକୁ ନେଇ ଆସିଛି ଏକ ବଡ଼ ଖବର। ପ୍ରାୟ ଏକ ମାସ ପୂର୍ବେ ଟମାଟୋ କିଲୋଗ୍ରାମ ପିଛା ୨୫୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ଏପରିକି ଯେଉଁ ଜମିରେ ଟମାଟୋ ଚାଷ ହେଉଥିଲା ତାହାର ସୁରକ୍ଷା ପାଇଁ କୃଷକ ସିସିଟିଭି କ୍ୟାମେରା ଲଗାଇବାକୁ ପଛାଉନଥିଲେ। ହେଲେ ଏବେ ବଜାରରେ ଟମାଟୋ ମୂଲ୍ୟର ଭାଉ ଆଉ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ ଟମାଟୋ ପ୍ରତ୍ୟେକ ସହରରେ ୩୦ ଟଙ୍କାରୁ ୪୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। କେବେ ମୂଲ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଟମାଟୋ ଚାଷୀଙ୍କୁ କନ୍ଦାଉଛି।

ମହାରାଷ୍ଟ୍ରରେ କେହି କୃଷକଙ୍କ Maharashtra Tomato Farmer) ଠାରୁ କିଲୋଗ୍ରାମ ପିଛା ୮୦ ପଇସା ମୂଲ୍ୟରେ ମଧ୍ୟ ଟମାଟୋ (Maharashtra Tomato Price) କିଣିବାକୁ ପ୍ରସ୍ତୁତ ନୁହଁନ୍ତି। ଟମାଟୋ ମୂଲ୍ୟ ହ୍ରାସ (Tomato Prices Fall in Maharashtra) ପାଇବା କାରଣରୁ ଏବେ କୃଷକଙ୍କ ଲାଗି ଅସୁବିଧା ବଢିଯାଇଛି। ରାଜ୍ୟର ଲାଟୁର ଜିଲ୍ଲାରେ (Latur District Maharashtra) କୃଷକ ଟମାଟୋ ଭଳି ପରିବାକୁ ଅଳିଆ ବୋଲି ଭାବି ଜମିରେ ଫିଙ୍ଗି ଦେଇଥିଲେ। ଏନେଇ ଚାଷୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ଯଦି ଆମେ ୮୦ ପଇସା ମୂଲ୍ୟରେ ଟମାଟୋ ବିକ୍ରି କରୁ ତାହେଲ ପରିବାରକୁ କ'ଣ ଖାଇବାକୁ ଦେବୁ?

ଅସୁବିଧାରେ ପଡ଼ିଯାଇଛନ୍ତି ଟମାଟୋ ଚାଷୀ 
ଜଣେ କୃଷକ କହିଛନ୍ତି ଯେ ସେ ବହୁତ କ୍ଷତି ସହିଛନ୍ତି। ପୂର୍ବରୁ ବର୍ଷା ହୋଇନଥିଲା। ବର୍ତ୍ତମାନ ବର୍ଷା ହେତୁ ମଧ୍ୟ କ୍ଷତି ହୋଇଛି। ମୁଁ ଚାହୁଁଛି ଯେ ଟମାଟୋ ମୂଲ୍ୟ ବଢୁ। ଯାହା ଦ୍ୱାରା ମୁଁ କିଛି କ୍ଷତିପୂରଣ ପାଇପାରିବି। ଅନ୍ୟ ଜଣେ କୃଷକ କହିଛନ୍ତି ଯେ ଗୋଟିଏ ଏକର ଟମାଟୋ ଚାଷ ପାଇଁ ମୋତେ ଦେଢ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଟମାଟୋ ଚାଷ କରି ମୋତେ ମୋଟ ୧ ଲକ୍ଷ ଟଙ୍କା ମିଳିଛି। ଏଭଳି ପରିସ୍ଥିତିରେ ଚାଷୀ କିପରି ବଞ୍ଚିବ? 

କାହିଁକି ହ୍ରାସ ପାଇଲା ଟମାଟୋ ମୂଲ୍ୟ?
କାହିଁକି ଶାଗ ମାଛ ଦରରେ ବିକ୍ରି ହେଉଛି ଟମାଟୋ? ଏପରି କ'ଣ ହେଲା ଯେ କେହି ଏକ କିଲୋଗ୍ରାମ ଟମାଟୋ ପାଇଁ ଚାଷୀଙ୍କୁ ଗୋଟିଏ ଟଙ୍କା ମଧ୍ୟ ଦେଉ ନାହାଁନ୍ତି। ଏହା ପଛରେ ରହିଥିବା କାରଣ ହେଉଛି ଅନିୟନ୍ତ୍ରିତ ଟମାଟୋ ଉତ୍ପାଦନ। ଦ୍ୱିତୀୟତ ବିଗତ କିଛି ବର୍ଷ ମଧ୍ୟରେ ଟମାଟୋ ଚାଷର ପରିସର ଦ୍ରୁତ ଗତିରେ ବୃଦ୍ଧି ପାଇଛି। କାରଣ ଏହାର ବ୍ୟବହାର କ୍ରମାଗତ ଭାବରେ ବୃଦ୍ଧି ପାଉଛି।

କ'ଣ କହୁଛି ତଥ୍ୟ?
କୃଷି ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ୨୦୦୫ ଏବଂ ୨୦୦୬ ବର୍ଷରେ କେବଳ ୫ ଲକ୍ଷ ୪୭ ହଜାର ହେକ୍ଟର ଜମିରେ ଟମାଟୋ ଚାଷ କରାଯାଇଥିଲା ଏବଂ ଉତ୍ପାଦନ ୯୯ ଲକ୍ଷ ୬୮ ହଜାର ଟନ୍ ରହିଥିଲା। ହେଲେ ୨୦୨୨-୨୩ ବର୍ଷରେ ଟମାଟୋ ଚାଷ କ୍ଷେତ୍ର ବୃଦ୍ଧି ହୋଇ ୮ ଲକ୍ଷ ୬୪ ହଜାର ହେକ୍ଟର ହୋଇଥିଲା। ଏହି କାରଣରୁ ଉତ୍ପାଦନ ଦ୍ୱିଗୁଣିତ ହୋଇ ୨୦୬ ଲକ୍ଷ ୨୦ ହଜାର ଟନ୍ ହୋଇଥିଲା। ଏହା ସହିତ ଟମାଟୋ ଚାଷ କ୍ଷେତ୍ର ୨୦୨୩-୨୪ ବର୍ଷରେ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଏ। ଅର୍ଥାତ୍ ଟମାଟୋ ଉତ୍ପାଦନ ଆହୁରି ବୃଦ୍ଧି ପାଇବ।