ଦୁନିଆର ସବୁଠୁ ବଡ଼ ଘରୋଇ ଜେଟ୍ 'ଫ୍ଲାଇଙ୍ଗ୍ ପ୍ୟାଲେସ', ରହିଛି ବିଳାସପୂର୍ଣ୍ଣ ସୁବିଧା
Advertisement
Article Detail0/zeeodisha/odisha2001415

ଦୁନିଆର ସବୁଠୁ ବଡ଼ ଘରୋଇ ଜେଟ୍ 'ଫ୍ଲାଇଙ୍ଗ୍ ପ୍ୟାଲେସ', ରହିଛି ବିଳାସପୂର୍ଣ୍ଣ ସୁବିଧା

World’s Biggest Private Jet: ଆଜି ଆପଣଙ୍କୁ ବିଶ୍ୱର ସର୍ବବୃହତ ଘରୋଇ ବିମାନ ବିଷୟରେ କହିବାକୁ ଯାଉଛୁ । ବୋଇଙ୍ଗ ୭୪୭-୮ (Boeing 747-8) ଯାହାକୁ 'ଫ୍ଲାଇଙ୍ଗ ପ୍ୟାଲେସ' କୁହାଯାଏ। ଯାହାର ମାଲିକ ହେଉଛନ୍ତି ରିଏଲ୍ ଇଷ୍ଟେଟ୍ ଟାଇକନ୍ ଜୋସେଫ୍ ଲା ।

ଦୁନିଆର ସବୁଠୁ ବଡ଼ ଘରୋଇ ଜେଟ୍ 'ଫ୍ଲାଇଙ୍ଗ୍ ପ୍ୟାଲେସ', ରହିଛି ବିଳାସପୂର୍ଣ୍ଣ ସୁବିଧା

World’s Biggest Private Jet: ଆପଣ ଅନେକ ଛୋଟ ବଡ ବିମାନ ଦେଖିଛନ୍ତି । ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଉଙ୍କି ମାରିଥିବ ଯେ, ବିଶ୍ୱର ସର୍ବବୃହତ୍ତ ବିମାନ କେତେ ବଡ଼ ଓ କିପରି । ଆଜି ଆପଣଙ୍କୁ ଆମେ ସେ ବିଷୟରେ ସବିଶେଷ ତଥ୍ୟ ଦେବାକୁ ଯାଉଛୁ । ବୋଇଙ୍ଗ ୭୪୭-୮  ହେଉଛି ବିଶ୍ୱର ସର୍ବବୃହତ ଘରୋଇ ବିମାନ । ଯାହାକୁ 'ଫ୍ଲାଇଙ୍ଗ ପ୍ୟାଲେସ' କୁହାଯାଏ । ଏଥିରେ ସବୁକିଛି ସୁବିଧା ରହିଛି ଯେଉଁଥିରେ ଯାତ୍ରା କଲେ ଆପଣଙ୍କୁ ଆରାମଦାୟକ ଅନୁଭୂତି ମିଳିବ । ଏଥିରେ ସୁନେଲିର ଶୟନ କକ୍ଷ ଏବଂ ବିଳାସପୂର୍ଣ୍ଣ ବାଥରୁମ ସୁବିଧା ଅଛି । ଏହିପରି ବିଳାସପୂର୍ଣ୍ଣ ବିମାନ ଦେଖିଲେ ଯେକେହି ବି ନିଜ ଆଖିକୁ ବିଶ୍ୱାସ କରିବା ଅସହଜ ମନେ କରିବେ ।

ଡେଲିଷ୍ଟାରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ବିମାନଟି ଅତ୍ୟନ୍ତ ଭଲ ବିମାନ। ଏଥିରେ ମିଟିଂ ହଲ୍, ଡାଇନିଂ ରୁମ୍ ଏବଂ ଅନେକ ଶୟନ କକ୍ଷ ରହିଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି । ବିମାନରେ ନିର୍ମିତ କୋଠରୀଗୁଡ଼ିକର ସୌନ୍ଦର୍ଯ୍ୟ ଦେଖିବା ପରି । ଆପଣ ଥରୁଟିଏ ପରିଦର୍ଶନ କଲେ ଆପଣଙ୍କ ହୃଦୟକୁ ଏହା ଛୁଇଁଯିବ ।

ଯାତ୍ରୀମାନେ ଏହି ଫ୍ଲାଇଙ୍ଗ୍ ପ୍ୟାଲେସରେ ଯାତ୍ରା କଲେ ଏକ ଅନନ୍ୟ ଅନୁଭୂତି ପାଇବେ । ଯାତ୍ରୀଙ୍କ ନିଦ ଯେପରି ଭଲ ହେବ ସେଥିପାଇଁ ବିମାନରେ ବିଶେଷ ସୁବିଧା କରାଯାଇଛି । ଏହା ବ୍ୟତୀତ ବିମାନରେ ଷ୍ଟୋରେଜ୍ ପାଇଁ ଯଥେଷ୍ଟ ଅଧିକ ସ୍ଥାନ ରହିଛି । ତେଣୁ ଯାତ୍ରୀମାନେ  ଏହି ବିମାନରେ ଯାତ୍ରା କଲେ ଅଧିକ ଲଗେଜ୍ ନେଇପାରିବେ । ବିମାନରେ ଥିବା ଶୟନ କକ୍ଷ ଓ ବାଥରୁମରେ ଦର୍ପଣ ଏବଂ ସୁବର୍ଣ୍ଣ ସାଜସଜ୍ଜା ରହିଛି । ଯାହା ଯାତ୍ରାକୁ ଆକର୍ଷଣୀୟ କରିଥାଏ ।

ସୁବର୍ଣ୍ଣ ରଙ୍ଗର ପାହାଚରେ ମାଷ୍ଟର ବେଡରୁମରୁ ବସିବା ସ୍ଥାନକୁ ରାସ୍ତା ରହିଛି । କାନ୍ଥରେ ବିଭିନ୍ନ ପ୍ରକାରର ଚିତ୍ରକଳା ଯାତ୍ରୀଙ୍କୁ ଆକୃଷ୍ଟ କରିଥାଏ । ଏଥିସହିତ ବିମାନରେ ଆରାମ ପାଇଁ ବଡ଼ ବଡ଼ ସୋଫା ରହିଛି । ଏକ ଭିନ୍ନ ସ୍ଥାନରେ ଥିବା ମିଟିଂ ହଲରେ ୩ ଟି ସୋଫା ମଧ୍ୟ ରହିଛି । ଖେଳିବା ପାଇଁ ଏବଂ ଖଟି କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି ।

Post- 

ବିମାନର ପ୍ରଥମ ଉଡାଣ କେବେ ହୋଇଥିଲା ?

ବିଳାଶପୂର୍ଣ୍ଣ ତଥା ବିଶ୍ୱର ବଡ଼ ଘରୋଇ ଜେଟ୍ ବୋଇଙ୍ଗ ୭୪୭-୮ର ପ୍ରଥମ ଉଡାଣ ନଭେମ୍ବର ୨୦୦୫ରେ ହୋଇଥିଲା । ୨୨୪ ଫୁଟର ଡେଣା ବିଶିଷ୍ଟ ଏହି ବିଶାଳ ଜେଟ୍ ଏକାଥରକେ ୪୬୭ ଯାତ୍ରୀଙ୍କୁ ନେଇ ଉଡିବାର ସକ୍ଷମ ରଖିଛି । ଯାହା ରିଆନେୟାର ବିମାନର କ୍ଷମତାଠାରୁ ଦୁଇଗୁଣ ଅଧିକ । କିନ୍ତୁ ଏହି ବିମାନରେ ଯାତ୍ରା କରିବା ପାଇଁ ଆପଣଙ୍କୁ ବହୁତ ପରିମାଣର ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।  Simpleflying.com ତଥ୍ୟ ଅନୁଯାୟୀ, ବୋଇଙ୍ଗ ୭୪୭-୮ ବିମାନ ରିଅଲ ଇଷ୍ଟେଟ ଟାଇକନ ଜୋସେଫ ଲାଙ୍କଙ୍କ ମାଲିକାନାରେ ରହିଛି । ଏହି ବିମାନର ମୂଲ୍ୟ ୧୦.୩ ବିଲିୟନରୁ ଅଧିକ ବୋଲି ସୂଚନା ରହିଛି ।

Also Read- ଜୁନିଅର ମେହମୁଦଙ୍କ ସଂଘର୍ଷ ଓ ସଫଳତାର କାହାଣୀ, ୯ ବର୍ଷ ବୟସରୁ କ୍ୟାରିୟର ଆରମ୍ଭ

Also Read- Goddess Lakshmi: ଶୁକ୍ରବାର ଭୁଲରେ କରନ୍ତୁନି ଏହି କାମ, କ୍ରୋଧିତ ହେବେ ମାଆ ଲକ୍ଷ୍ମୀ