Cyclone Update: ବିଧାୟକ/ବିଧାୟିକାଙ୍କ ଛୁଟି ବାତିଲ୍
Advertisement
Article Detail0/zeeodisha/odisha2483920

Cyclone Update: ବିଧାୟକ/ବିଧାୟିକାଙ୍କ ଛୁଟି ବାତିଲ୍

ଧିରେ ଧିରେ ଉପକୂଳ ଆଡକୁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା 'ଦାନା'। କାଲି ବାତ୍ୟାର ରୂପ ନେବା ପରେ ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ। ପ୍ରଭାବରେ ରାଜ୍ୟ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି। ଏ ନେଇ ରାଜ୍ୟ ସରକାର ଘନ ଘନ ବୈଠକ ସହ ବିଭିନ୍ନ ନିଷ୍ପତ୍ତି ନେଇ ବାତ୍ୟା ପାଇଁ

Cyclone Update: ବିଧାୟକ/ବିଧାୟିକାଙ୍କ ଛୁଟି ବାତିଲ୍

Cyclone Update: ଧିରେ ଧିରେ ଉପକୂଳ ଆଡକୁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା 'ଦାନା'। କାଲି ବାତ୍ୟାର ରୂପ ନେବା ପରେ ୨୪ ତାରିଖ ରାତି ଏବଂ ୨୫ ତାରିଖ ସକାଳ ମଧ୍ୟରେ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ। ପ୍ରଭାବରେ ରାଜ୍ୟ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି। ଏ ନେଇ ରାଜ୍ୟ ସରକାର ଘନ ଘନ ବୈଠକ ସହ ବିଭିନ୍ନ ନିଷ୍ପତ୍ତି ନେଇ ବାତ୍ୟା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।
 

ବାତ୍ୟା ପରିସ୍ଥିତି ମୂକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତ ବିଧାୟକ/ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଦେବା ପାଇଁ ନିଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି 'ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱିତ ଭାବେ ବାତ୍ୟା ମୁକାବିଲା କରିବା ସହିତ ରିଲିଫ ଓ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଧାୟକ/ବିଧାୟିକାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଉପସ୍ଥିତ ରହିବା ଆବଶ୍ୟକ। ସମସ୍ତ ବିଧାୟକ/ବିଧାୟିକା ନିଜ ନିଜ ଅଞ୍ଚଳବାସୀଙ୍କ ସହିତ ରହି ସେମାନଙ୍କୁ ଆବଶ୍ୟକୀୟ ସହାୟତା ଦେବା ପାଇଁ ଯଥା ସମ୍ଭବ ଚେଷ୍ଟିତ ହୁଅନ୍ତୁ।'
ଏଥି ସହ ରାଜ୍ୟ ସରକାର ଜିରୋ କାଜୁଆଲିଟି ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ଜନସାଧାରଣଙ୍କୁ ସହଯୋଗ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ପୂର୍ବରୁ ଯଦି ଦେଖାଯାଏ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ବାତ୍ୟା ମୂକାବିଲା ଦେଶ ବିଦେଶରେ ନାଁ କରିଥିଲା ବିଜେଡି। ଜିରୋ କାଜୁଆଲିଟି ପାଇଁ ନବୀନ ସରକାରଙ୍କୁ ବିଭିନ୍ନ ଦଳ ପ୍ରଂଶସା କରିଥିବା ରେକର୍ଡ ରହିଛି। ମୋହନ ସରକାରର ଶାସନରେ 'ଦାନା' ପ୍ରଥମ ବାତ୍ୟା ଦେବାକୁ ଯାଉଛି, ଯାହାକୁ ନୂଆ ସରକାର କିପରି ମୂକାବିଲା କରିବେ ତାହା ଉପରେ ସମସ୍ତ ରାଜ୍ୟବାସୀ ନଜର ରଖିଛନ୍ତି।