Teddy Day 2023: ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ହୋଇଥାଏ, ଜାଣନ୍ତୁ ?
Advertisement
Article Detail0/zeeodisha/odisha1565401

Teddy Day 2023: ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ କ’ଣ ହୋଇଥାଏ, ଜାଣନ୍ତୁ ?

Teddy Day 2023: ଫେବ୍ରୁଆରୀ ୭ରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଓ୍ବିକ୍‌ । ଏହି ସପ୍ତାହକୁ ଖୁବ ଉତ୍ସାହର ସହ ପାଳନ କରୁଛନ୍ତି ପ୍ରେମୀ ଯୁଗଳ । ପ୍ରଥମ ଦିନରେ ଗୋଲାପ ଫୁଲ ଦିଆନିଆ ଆଉ ତା’ପରଦିନ ସାଥୀକୁ କହିଲେ ମନକଥା। ଆଉ ତା ପରଦିନ ଅର୍ଥାତ ଫେବୃଆରୀ ୯ରେ ଚକୋଲେଟ୍ ଦେଇ ସାଥୀର ମନ କିଣିଲେ । ଆଉ ଆଜି ହେଉଛି ଟେଡି ଡେ’। ଏହି ଦିନଟିକୁ ଖାସ୍‌ କରିବା ପାଇଁ ପ୍ରେମୀଯୁଗଳ ଟେଡି ଡେ’ ପାଳନ କରିଥାନ୍ତି।

ସୌଜନ୍ୟ- ସୋସିଆଲ ମିଡିଆ

Teddy Day 2023: ଫେବ୍ରୁଆରୀ ୭ରୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଓ୍ବିକ୍‌ । ଏହି ସପ୍ତାହକୁ ଖୁବ ଉତ୍ସାହର ସହ ପାଳନ କରୁଛନ୍ତି ପ୍ରେମୀ ଯୁଗଳ ।  ପ୍ରଥମ ଦିନରେ ଗୋଲାପ ଫୁଲ ଦିଆନିଆ ଆଉ ତା’ପରଦିନ ସାଥୀକୁ କହିଲେ ମନକଥା। ଆଉ ତା ପରଦିନ ଅର୍ଥାତ ଫେବୃଆରୀ ୯ରେ ଚକୋଲେଟ୍ ଦେଇ ସାଥୀର ମନ କିଣିଲେ । ଆଉ ଆଜି ହେଉଛି ଟେଡି ଡେ’।  ଏହି ଦିନଟିକୁ ଖାସ୍‌ କରିବା ପାଇଁ ପ୍ରେମୀଯୁଗଳ ଟେଡି ଡେ’ ପାଳନ କରିଥାନ୍ତି। ଟେଡି ଜରିଆରେ ମନର ଭାବନା ପରିପ୍ରକାଶ କରିବା ସତେ ଯେମିତି ଏକ ମାଧ୍ୟମ ହୋଇଥାଏ। ପରସ୍ପରକୁ ଟେଡି ଉପହାର ଦେଇ ପ୍ରେମସମ୍ପର୍କକୁ ଆହୁରି ସୁଦୃଢ଼ କରିଥାନ୍ତି। ଦିନଟିକୁ ସ୍ମରଣୀୟ ତଥା ଆହୁରି ରୋମାଞ୍ଚକର କରିବା ପାଇଁ ଟେଡି ଉପହାର ଦିଆଯାଇଥାଏ।

କପଲଙ୍କ ଚାହିଦାକୁ ଦେଖି ଆଜିକାଲି ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ଟେଡି ବିକ୍ରି ହେଉଛି। ସାଥୀଙ୍କୁ ଆକର୍ଷିତ କଲା ପରି ଟେଡି ବିୟର, ହାର୍ଟ ଶେପ୍‌ ଟେଡି, ଫ୍ରି ଟେଡି ଷ୍ଟିକ୍‌, ଟେଡି ବ୍ଲାକ୍ସ, ଟେଡି ରୋଜ୍‌, ଟେଡି ବୁକେ ଆଦି ଉପଲବ୍ଧ। ଏହାକୁ କିଣି ଏଥିରେ କିଛି ସାଥୀଙ୍କ ମନକୁ ଛୁଇଁଲା ପରି ବାର୍ତ୍ତା ଲେଖି ପଠାଇ ଦେଖନ୍ତୁ ସମ୍ପର୍କର ଗାଡ଼ି ଆଗକୁ ଆଗକୁ ମାଡ଼ି ଚାଲିବ।

Also Read : Rose Day 2023: ଜାଣନ୍ତୁ କେଉଁ ରଙ୍ଗର ଗୋଲାପ କାହା ପାଇଁ ?

Also Read : Chocolate Day: ଆପଣଙ୍କ ପ୍ରିୟର ଚକୋଲେଟକୁ ନେଇ ଜାଣନ୍ତୁ କିଛି ଅଜଣା କଥା

ସାଥୀଙ୍କୁ କେଉଁ ରଙ୍ଗର ଟେଡି ଦେଲେ ଏହା କ’ଣ ସୂଚାଇଥାଏ ତାହା ମଧ୍ୟ ଜାଣି ରଖନ୍ତୁ। ଲାଲ୍‌ ରଙ୍ଗ ହେଉଛି ପ୍ରେମର ପ୍ରତୀକ। ଲାଲ୍‌ ରଙ୍ଗର ଟେଡି ଦେଲେ ପ୍ରେମ ସମ୍ପର୍କ ମଜଭୁତ ହୋଇଥାଏ। ବ୍ଲୁ ରଙ୍ଗର ଟେଡି ଦେଲେ ଆପଣଙ୍କ ପ୍ରେମ ଆହୁରି ଗଭୀର ହୋଇଥାଏ। ଜଣଙ୍କ ବିନା ଅନ୍ୟ ଜଣଙ୍କ ଜୀବନ ଯେମିତି ଅଧୁରା ହୋଇଥାଏ। ଅରେଞ୍ଜ ରଙ୍ଗର ଟେଡି ଦେଲେ ସାଥୀଙ୍କୁ ଆପଣ ବହୁତ ଭଲ ପାଉଛନ୍ତି ବୋଲି ସୂଚାଇଥାଏ।

ଆପଣ ଜାଣନ୍ତି କି କାହିଁକି ପାଳନ କରାଯାଏ ଟେଡି ଡେ’ । ଜାଣନ୍ତୁ ଏହା ପଛରେ କ’ଣ ରହିଛି ଇତିହାସ । ଟେଡି ଡେ’ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ତୁମର ସାଥୀ ଆଗରେ ତୁମର ଭାବନା ପ୍ରକାଶ କରିବା । ତେବେ ଟେଡି ଡେ’ ପଛରେ ଥିବା କାରଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଥିଓଡୋର ‘ଟେଡି’ ରୁଜଭେଲ୍ଟ ବୋଲି ବିଶ୍ୱାସ କରାଯାଏ । ରୁଜଭେଲ୍ଟ ଥରେ ଜଙ୍ଗଲରେ ଶିକାର କରିବାକୁ ଯାଇଥିଲେ ଯେଉଁଠାରେ ତାଙ୍କ ସହାୟକ ଭାଲୁ ଶିକାର କରିବା ପାଇଁ ରାଷ୍ଟ୍ରପତିଙ୍କୁ ଗୁଳି ଚଳାଇବାକୁ କହିଥିଲେ । ରାଷ୍ଟ୍ରପତି ଭାଲୁକୁ ଗୁଳି ମାରିବାକୁ ମନା କରିଦେଇଥିଲେ । ଏଥିରୁ ଅନୁପ୍ରାଣିତ ହୋଇ ତାଙ୍କ ସହାୟକ ତାଙ୍କୁ ଏକ ଟେଡି ଗିପ୍ଟ କରିଥିଲେ । ଯାହା ପରବର୍ତ୍ତି ସମୟରେ ଟେଡି ଡେ’ ନାମରେ ନାମିତ ହୋଇଥିଲା ।