Tamil Nadu: ମାଛ ଜାଲରେ ପଡ଼ିଲା ଡଲଫିନ, ଜୀବନ ବଞ୍ଚାଇଲେ ମତ୍ସ୍ୟଜୀବୀ
Advertisement
Article Detail0/zeeodisha/odisha1466591

Tamil Nadu: ମାଛ ଜାଲରେ ପଡ଼ିଲା ଡଲଫିନ, ଜୀବନ ବଞ୍ଚାଇଲେ ମତ୍ସ୍ୟଜୀବୀ

Dolphin Trapped in Fishing Net:  କିଛି ମତ୍ସ୍ୟଜୀବୀ ମାନେ ଜାଲରେ ଫସି ରହିଥିବା ଡଲଫିନଙ୍କୁ ବାହାର କରୁଛନ୍ତି। ଡଲଫିନଙ୍କୁ ଜାଲରୁ ବାହାର କରିବା ପରେ ସେମାନେ  ଯଥାଶୀଘ୍ର ଏହାକୁ ପାଣି ଭିତରକୁ ନେଇଯାଉଛନ୍ତି। ପରେ ଦେଖିବାକୁ ମିଳୁଛି ଯେ ଡଲଫିନ୍ କିପରି ପାଣିରେ ପହଁରିବା ପାଇଁ ସଂଘର୍ଷ କରୁଛି। କିଛି ସମୟ ପରେ ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ଡଲଫିନ ଗଭୀର ସମୁଦ୍ର ମଧ୍ୟକୁ ଚାଲି ଯାଉଛନ୍ତି।

Tamil Nadu: ମାଛ ଜାଲରେ ପଡ଼ିଲା ଡଲଫିନ, ଜୀବନ ବଞ୍ଚାଇଲେ ମତ୍ସ୍ୟଜୀବୀ

Fisherman Save Dolphin: ମାଛ ଜାଲରେ ପଡି଼ଥିବା ଡଲଫିନର ଜୀବନ ବଞ୍ଚାଇ ଦେଇଛନ୍ତି ମତ୍ସ୍ୟଜୀବୀ। ତାମିଲନାଡୁ ରାମନାଥପୁରମ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯାହାର ଭିଡ଼ିଓ ସେୟାର କରିଛନ୍ତି ତାମିଲନାଡୁ ସରକାରଙ୍କ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ସଚିବ ସୁପ୍ରିୟା ସାହୁ। ନିକଟରେ ସେ ଏହି ଭିଡିଓ ସେୟାର କରିଛନ୍ତି। ଯାହାକୁ ସୋସିଆଲ ମିଡିଆ ଜଗତରେ ବହୁତ ପ୍ରଶଂସା କରାଯାଉଛି।

ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ (IAS Supriya Sahu) ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ। ଏନେଇ ସେ ନିରନ୍ତର ସକ୍ରିୟ ରହିଥାନ୍ତି। ନିକଟରେ ସେ ଡଲଫିନର (Dolphin) ଏପରି ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ସୋସିଆଲ ମିଡିଆରେ (Social Media) ବହୁତ ପ୍ରଶଂସା କରାଯାଉଛି। 

ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି। ଏହି ଭିଡିଓ ତାମିଲନାଡୁ (Tamil Nadu) ରାମନାଥପୁରମ୍ (Ramanathapuram) ଅଞ୍ଚଳର ହୋଇଥିବା କୁହାଯାଉଛି। ଯେଉଁଥିରେ ଦେଖିବାକୁ ମିଳେ ଯେ ଦୁଇଟି ବିରଳ ପ୍ରଜାତିର ଡଲଫିନ୍ ମତ୍ସ୍ୟଜୀବୀଙ୍କ ଜାଲରେ ଫସି (Dolphin Trapped in Fishing Net) ରହିଛନ୍ତି। ଏହା ପରେ ମତ୍ସ୍ୟଜୀବୀ ମାଛ ଜାଲରେ ଫସି ଯାଇଥିବା ଡଲଫିନଙ୍କୁ ସମୁଦ୍ର ମଧ୍ୟରେ ଛାଡି ଦେଇଛନ୍ତି।

Also Read: ବାତ୍ୟା ବେଳେ ସମୁଦ୍ରରେ ଭାସିଆସିଲା ସୁନାର ରଥ

ଭିଡିଓରେ ଦେଖିବାକୁ ମିଳୁଛି କିଛି ମତ୍ସ୍ୟଜୀବୀ ମାନେ ଜାଲରେ ଫସି ରହିଥିବା ଡଲଫିନଙ୍କୁ ବାହାର କରୁଛନ୍ତି। ଡଲଫିନଙ୍କୁ ଜାଲରୁ ବାହାର କରିବା ପରେ ସେମାନେ  ଯଥାଶୀଘ୍ର ଏହାକୁ ପାଣି ଭିତରକୁ ନେଇଯାଉଛନ୍ତି। ପରେ ଦେଖିବାକୁ ମିଳୁଛି ଯେ ଡଲଫିନ୍ କିପରି ପାଣିରେ ପହଁରିବା ପାଇଁ ସଂଘର୍ଷ କରୁଛି। କିଛି ସମୟ ପରେ ମତ୍ସ୍ୟଜୀବୀଙ୍କ ସାହାଯ୍ୟରେ ଡଲଫିନ ଗଭୀର ସମୁଦ୍ର ମଧ୍ୟକୁ ଚାଲି ଯାଉଛନ୍ତି।

Also Read: Penthakata ନାଁ Pentakota; କେଉଁଠୁ ଧରାହୋଇଥିଲା ମାଛ ମାଳ?

 

ଏହି ଭିଡିଓ ପୋଷ୍ଟ କରି ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ଲେଖିଛନ୍ତି ଯେ ତାମିଲନାଡୁ ଫରେଷ୍ଟ ବନ ଦଳ ତଥା ସ୍ଥାନୀୟ ମତ୍ସ୍ୟଜୀବୀ ଗୁରୁବାର ରାମନାଥପୁରମ୍ ଜିଲ୍ଲାର କୀଲକାରାଇ ରେଞ୍ଜ ଠାରେ ମାଛ ଧରିବା ସମୟରେ ଜାଲରେ ଫସି ରହିଥିବା ଦୁଇଟି ଡଲଫିନକୁ ଉଦ୍ଧାର କରି ମୁକ୍ତ କରି ଦେଇଛନ୍ତି। ଆମେ ଏହି ପ୍ରକୃତ ନାୟକଙ୍କୁ ସମ୍ମାନ ଜଣାଉଛୁ।

Also Read:  ସମୁଦ୍ର ଉପକୂଳରୁ ଧରାହେଲା ମାଛ ମାଳ

 

ନଭେମ୍ବର ୩୦ ତାରିଖରେ ଏହି ଭିଡ଼ିଓ ଟ୍ୱିଟ କରିଛନ୍ତି ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଟ୍ୱିଟରରେ ପ୍ରାୟ ୩୬ ହଜାର ଥରରୁ ଅଧିକ ଥର ଦେଖାଯାଇ ସାରିଛି। ଟ୍ୱିଚର ୟୁଜର ଏହି ଭିଡିଓକୁ ବହୁତ ପ୍ରସନ୍ଦ କରୁଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଡଲଫିନଙ୍କୁ ଉଦ୍ଧାର ଏବଂ ମୁକ୍ତ କରିଥିବାରୁ ଉଭୟ ବନ ବିଭାଗ ଏବଂ ମତ୍ସ୍ୟଜୀବୀଙ୍କୁ ଅଭିନନ୍ଦନ ଜଣାଉଛୁ। ଏହା ସହିତ ଅନ୍ୟ ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି ଯେ ବହୁତ ଭଲ। ଏହି ମତ୍ସ୍ୟଜୀବୀଙ୍କୁ ପୁରସ୍କୃତ କରାଯିବା ଆବଶ୍ୟକ।