Tamil Nadu Police: ଯାତ୍ରା କରିବା ବେଳେ ରାସ୍ତାରେ ଅଚାନକ ଅଟକିଲା ଟ୍ରକ, ରାସ୍ତାରେ ଜମା ହେଲେ ଲୋକେ, ଜାଣନ୍ତୁ ପୁରା ଘଟଣା
Advertisement
Article Detail0/zeeodisha/odisha1701576

Tamil Nadu Police: ଯାତ୍ରା କରିବା ବେଳେ ରାସ୍ତାରେ ଅଚାନକ ଅଟକିଲା ଟ୍ରକ, ରାସ୍ତାରେ ଜମା ହେଲେ ଲୋକେ, ଜାଣନ୍ତୁ ପୁରା ଘଟଣା

RBI Regional Office Chennai: ଯାତ୍ରା କରିବା କରିବା ବେଳେ ଏକ ଟ୍ରକ ରାଜ୍ୟର ବିଲ୍ଲୁପୁରମ୍ ଅଟକି ଯାଇଥିଲା। ଏ ଘଟଣା ସମ୍ପର୍କରେ ଜାଣିବା ପରେ ତାମିଲନାଡ଼ୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା। 

Tamil Nadu Police: ଯାତ୍ରା କରିବା ବେଳେ ରାସ୍ତାରେ ଅଚାନକ ଅଟକିଲା ଟ୍ରକ, ରାସ୍ତାରେ ଜମା ହେଲେ ଲୋକେ, ଜାଣନ୍ତୁ ପୁରା ଘଟଣା

RBI Cash Container Truck: ସଦ୍ୟ ତାମିଲନାଡୁ ଠାରେ ଦେଖିବାକୁ ମିଳିଛି ଏକ ଚମକାଇବା ଭଳି ଘଟଣା। ରାଜଧାନୀ ଚେନ୍ନାଇ ଯିବା ବାଟରେ ଏକ ଟ୍ରକ ଖରାପ ହୋଇଯାଇଥିଲା। ଯେଉଁଥିରେ ନଗଦ ୫୩୫ କୋଟି ଟଙ୍କା ରହିଥିଲା। ବୁଧବାର କ୍ରୋମପେଟ ପୋଲିସ ଏହି ଘଟଣା ସମ୍ପର୍କରେ ଖବର ପାଇଥିଲା। ଖବର ପାଇବା ପରେ ତୁରନ୍ତ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ପାଖକୁ ଆସିଥିବା ଫୋନ କଲ ଅନୁଯାୟୀ ପ୍ରାୟ ୫୩୫ କୋଟି ଟଙ୍କା ନେଇ ଯାତ୍ରା କରୁଥିବା ବେଳେ ଏକ ଟ୍ରକ ବିଲ୍ଲୁପୁରମ୍ ଠାରେ ଖରାପ ହୋଇଯାଇଥିଲା। ଏଥିପାଇଁ ପୋଲିସର ସୁରକ୍ଷା ଆବଶ୍ୟକ। 

ଏହି ଘଟଣା ସମ୍ପର୍କରେ ଖବର ପାଇବା ପରେ କ୍ରୋମପେଟ ପୋଲିସ (Tamil Nadu Chromepet Police) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ଏକ ଟ୍ରକ୍ ଠିଆ ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା। ଏହି ସମୟରେ ପୋଲିସ ଘଟଣାର ତଦନ୍ତ କରି ଗାଡିରେ ଉପସ୍ଥିତ ଥିବା ଲୋକଙ୍କ ଠାରୁ ପୁରା ଘଟଣା ସମ୍ପର୍କରେ ସୂଚନା ନେଇଥିଲା। ଯେତେବେଳେ ଟ୍ରକ୍ ଚାରିପାଖରେ ପୋଲିସ ପହଞ୍ଚିଲା, ସେତେବେଳେ ଲୋକ ମଧ୍ୟ ନିଜର ଅନୁମାନ କରିବା ଆରମ୍ଭ କରି ଦେଇଥିଲେ। ଧିରେ ଧିରେ ରାସ୍ତାରେ ଭିଡ଼ ଜମିବାରେ ଲାଗିଥିଲା।

Also Read: Income Tax Rule: ଘରେ କେତେ ପରିମାଣରେ ରଖାଯାଇ ପାରିବ ନଗଦ ଟଙ୍କା? ଜାଣନ୍ତୁ କ'ଣ କହୁଛି ଆୟକର ନିୟମ

ଘଟଣାସ୍ଥଳରେ ପୋଲିସ (Tamil Nadu Police) ଟିମ୍ ସହିତ ତାମ୍ବରମ ସହକାରୀ କମିଶନର (Tambaram Assistant Police Commissioner) ଶ୍ରୀନିବାସନ୍ ମଧ୍ୟ ପହଞ୍ଚିଥିଲେ। ସେମାନଙ୍କୁ କୁହାଯାଇଥିଲା ଯେ ଦୁଇଟି ଟ୍ରକ ଚେନ୍ନାଇସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI Regional Office Chennai) ଠାରୁ ନଗଦ ଟଙ୍କା ନେଇ ଆସୁଥିଲା। ଏହି ସମୟରେ ରାସ୍ତାରେ ଟ୍ରକ ଇଞ୍ଜିନ ଖରାପ ହୋଇଯାଇଥିଲା। ଏକଥା ଜାଣିବା ପରେ ଲୋକ ଏକାଠି ହେବାରେ ଲାଗିଥିଲା। ଦେଖୁ ଦେଖୁ ଲୋକଙ୍କ ଭିଡ଼ ବଢିବାରେ ଲାଗିଥିଲା। ଏହି ସମୟରେ ରାସ୍ତାରେ ଯାତାୟାତ ବହୁତ ଧୀରେ ଧୀରେ ଚାଲୁ ରହିଥିଲା। କୁହାଯାଉଛି ଯେ ନଗଦ ଟଙ୍କା ନେଇ ଯାଉଥିବା ଟ୍ରକ ମଧ୍ୟରୁ ହଠାତ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା। ଏହା ପରେ ଇଞ୍ଜିନ ମଧ୍ୟରେ ତ୍ରୁଟି ରହିଥିବାର ଜଣାପଡିଥିଲା। 

Also Read: Unclaimed Deposits In Bank: ଅନାବଶ୍ୟକ ଅବସ୍ଥାରେ ପଡ଼ିରହିଛି ୩୫ ହଜାର କୋଟି ଟଙ୍କା, କ'ଣ କରିବେ ଭାରତ ସରକାର?

 

ଭିଡ଼ ବଢିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ 
ଉଭୟ ଟ୍ରକ୍ ଚାରିପାଖରେ ଏକ ବିରାଟ ଭିଡ଼ର ଉପସ୍ଥିତି ଦେଖି ପୋଲିସ ତୁରନ୍ତ ଉଭୟ ଟ୍ରକ ରାସ୍ତାରୁ ହଟାଇ ଏହାକୁ ନିକଟରେ ରହିଥିବା ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲା। ଏହି ସମୟରେ ଟ୍ରକ ଇଞ୍ଜିନ ମରାମତି ପାଇଁ ଜଣେ ମେକାନିକ ଡକାଯାଇଥିଲା। ହେଲେ ଟ୍ରକ ମରାମତି ହୋଇପାରି ନଥିଲା। ଶେଷରେ, ଅନ୍ୟ ଟ୍ରକ୍ ସାହାଯ୍ୟରେ ଉଭୟ ଟ୍ରକ କୁ ଟାଣି ନେଇ ଆରବିଆଇ ଶାଖାକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଥିଲା।