T 72 tanks:ଭାରତର ଟି-72 ଟ୍ୟାଙ୍କ୍ ,ଯାହାକୁ ଡରୁଥିଲେ ଭାରତର ଶତ୍ରୁ
Advertisement
Article Detail0/zeeodisha/odisha2118675

T 72 tanks:ଭାରତର ଟି-72 ଟ୍ୟାଙ୍କ୍ ,ଯାହାକୁ ଡରୁଥିଲେ ଭାରତର ଶତ୍ରୁ

ଯୁଦ୍ଧର ବଦଳୁଥିବା ସ୍ୱରୂପ କାରଣରୁ  ଭାରତୀୟ ସେନା ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଉଛି।  ସେନା ନୂଆ ଟେକ୍ନୋଲୋଜିକୁ ନେଇ ବହୁତ ସଚେତନ ଏବଂ ଏଥିପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ର ସହାୟତା ଯୋଗାଇ ଦିଆଯାଉଛି । ୧୨ ଲକ୍ଷ ସୈନିକଙ୍କୁ ନେଇ ଗଠିତ ଭାରତୀୟ ସେନା ଏବେ ଆଧୁନିକୀକରଣ ପର୍ଯ୍ୟାୟ ଦେଇ ଗତି କରୁଛି। ଭବିଷ୍ୟତ ଯୁଦ୍ଧକୁ ଆଖି

SOCIAL MEDIA

T 72 tanks:

ଯୁଦ୍ଧର ବଦଳୁଥିବା ସ୍ୱରୂପ କାରଣରୁ  ଭାରତୀୟ ସେନା ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଉଛି।  ସେନା ନୂଆ ଟେକ୍ନୋଲୋଜିକୁ ନେଇ ବହୁତ ସଚେତନ ଏବଂ ଏଥିପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ର ସହାୟତା ଯୋଗାଇ ଦିଆଯାଉଛି । ୧୨ ଲକ୍ଷ ସୈନିକଙ୍କୁ ନେଇ ଗଠିତ ଭାରତୀୟ ସେନା ଏବେ ଆଧୁନିକୀକରଣ ପର୍ଯ୍ୟାୟ ଦେଇ ଗତି କରୁଛି। ଭବିଷ୍ୟତ ଯୁଦ୍ଧକୁ ଆଖି ଆଗରେ ରଖି ସେନା ଏବେ ନୂଆ ପିଢ଼ିର ଅସ୍ତ୍ରଶସ୍ତ୍ର କୁ ସାମିଲ କରୁଛି। ଏହି କ୍ରମରେ ଟି-୭୨ ଟ୍ୟାଙ୍କ ପରିବର୍ତ୍ତେ ସେନା ଏବେ ନୂଆ ଲଢୁଆ ଯାନ କିଣିବାକୁ ଯାଉଛି । ଦୀର୍ଘ ଦିନ ଧରି ସେନାରେ କାର୍ଯ୍ୟ କରୁଥିବା ଟି-୭୨ ଟ୍ୟାଙ୍କକୁ ଏବେ ହଟାଇବାକୁ ଯାଉଛି। ଆସନ୍ତୁ ଜାଣିବା ଟି-୭୨ ଟ୍ୟାଙ୍କର କାହାଣୀ । ଜାଣିବା କେମିତି ଟି-72 ଟ୍ୟାଙ୍କ୍ ଅତୀତରେ ଯୁଦ୍ଧର ଗତିପଥ ବଦଳାଇ ଦେଇଥିଲା।

ସେନାର ଯୋଜନା କ'ଣ?

ପୁରୁଣା ରୁଷୀୟ ଟି-୭୨ ଟ୍ୟାଙ୍କକୁ ବଦଳାଇବା ପାଇଁ ଭାରତୀୟ ସେନା ପ୍ରସ୍ତୁତି ଚଳାଇଛି । ଭାରତୀୟ ସେନା ୧୭୭୦ଟି ଯୁଦ୍ଧ ଯାନ (ଏଫଆରସିଭି) ଉତ୍ପାଦନ ପାଇଁ ଚଳିତ ବର୍ଷ ୫୭,୦ କୋଟି ଟଙ୍କାର ଏକ ମେଗା ପ୍ରକଳ୍ପ ପାଇଁ ପ୍ରସ୍ତାବ ଜାରି କରିବାକୁ ଯୋଜନା କରୁଛି। ଏହି ପ୍ରକଳ୍ପ ୨୦୩୦ରୁ ଆରମ୍ଭ ହେବ ଏବଂ ଏହି ନୂତନ ଯାନଗୁଡିକ ପୁରୁଣା ଟ୍ୟାଙ୍କର ସ୍ଥାନ ନେବ।

ଅପରାଜେୟ ଟି-୭୨ ଟ୍ୟାଙ୍କ

ଟି-୭୨ ଟ୍ୟାଙ୍କ ହେଉଛି ଏକ ମଧ୍ୟମ ଆକାରର ଯୁଦ୍ଧ ଟ୍ୟାଙ୍କ ଯାହା ସହଜରେ ସ୍ଥଳଭାଗରେ ଗତି କରିପାରିବ । ଏହାକୁ ଶତ୍ରୁ ଟ୍ୟାଙ୍କ ଓ ସାଂଜୁଆ ଯାନ ନଷ୍ଟ କରିବା ପାଇଁ ଡିଜାଇନ୍ କରାଯାଇଛି। ଏଥିରେ ୧୨୫ ମିଲିମିଟର ର ତୋପ ରହିଛି ଯାହା ୪୫୦୦ ମିଟର ଦୂରରେ ଥିବା ଲକ୍ଷ୍ୟଭେଦ କରିପାରିବ।  ଏହା ସହିତ ୧୨.୭ ମିଲିମିଟର ମେସିନ୍ ଗନ୍ ଆକାଶରେ ଉଡ଼ୁଥିବା ଛୋଟ ଛୋଟ ଟାର୍ଗେଟକୁ ମଧ୍ୟ ନିପାତ କରିପାରିବ। ଏଥିରେ ବନ୍ଧୁକ ସହିତ ଆଉ ଏକ ୭.୬୨ ମିଲିମିଟର ମେସିନ୍ ଗନ୍ ରହିଛି। ଆଣବିକ, ଜୈବିକ ଏବଂ ରାସାୟନିକ ଅସ୍ତ୍ରର ପ୍ରଭାବରୁ କ୍ରୁମାନଙ୍କୁ ରକ୍ଷା କରିବା ପାଇଁ ଏହି ଟ୍ୟାଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ।

୭୦ ଦଶକରେ ଭାରତୀୟ ସେନାରେ ସାମିଲ ହୋଇଥିଲା

ଟି-୭୨କୁ ଭାରତରେ 'ଅପରାଜେୟ' ବୋଲି କୁହାଯାଏ। ୟୁରୋପ ବାହାରେ ଭାରତ ପ୍ରଥମ ଦେଶ ଭାବେ ରୁଷିଆଠାରୁ ଟି-୭୨ ଟ୍ୟାଙ୍କ କିଣିଥିଲା। ବର୍ତମାନ ଭାରତରେ ଟି-୭୨ ଟ୍ୟାଙ୍କର ତିନୋଟି ଭାରିଆଣ୍ଟରେ ୨୦ରୁ ଅଧିକ ୟୁନିଟ୍ ରହିଛି। ଏହା ଏକ ଅତି ହାଲୁକା ଟାଙ୍କ୍ ଯାହା ୭୮୦ ହର୍ସପାୱାର ସୃଷ୍ଟି କରେ । ଏହା ପରମାଣୁ, ଜୈବିକ ଏବଂ ରାସାୟନିକ ଆକ୍ରମଣର ମୁକାବିଲା  ପାଇଁ ମଧ୍ୟ ସକ୍ଷମ। ୧୯୭୦ ଦଶକରେ ଏହା ଭାରତୀୟ ସେନାର ଅଂଶ ହୋଇଥିଲା । ଏହି 'ଅପରାଜେୟ' ଟ୍ୟାଙ୍କରେ ୧୨୫ ମିଲିମିଟର ବନ୍ଧୁକ ରହିଛି। ଏଥିରେ ସମ୍ପୂର୍ଣ୍ଣ ବିସ୍ଫୋରକ ପ୍ରତିକ୍ରିୟାଶୀଳ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି।

ଟି-୭୨ର ବିଶେଷତ୍ୱ

ଏହି ଟ୍ୟାଙ୍କର ଓଜନ ୪୧ ହଜାର କିଲୋଗ୍ରାମ ।

ଟି-୭୨ ଟ୍ୟାଙ୍କରେ ତିନି ଜଣ ସୈନିକ (କ୍ରୁ) ବସିବାର କ୍ଷମତା ରହିଛି।

ଟି-୭୨ ଟାଙ୍କିର ତୋପର ଦୈର୍ଘ୍ୟ ୯,୫୩୦ ମିଲିମିଟର।

ଏହି ଟ୍ୟାଙ୍କର ଉଚ୍ଚତା ୨,୧୯୦ ମିଲିମିଟର ।

ଟି-୭୨ ଟାଙ୍କିର ପ୍ରସ୍ଥ ୩୪୬୦ ମିଲିମିଟର ।

• ଏହି ଟ୍ୟାଙ୍କ ରାସ୍ତାରେ ଘଣ୍ଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଚାଲିପାରିବ ।

କଚା ରାସ୍ତାରେ ଟି-୭୨ ଟ୍ୟାଙ୍କ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ଚାଲିପାରିବ।

ଏକାସାଙ୍ଗରେ ୧୫୯୦ ଲିଟର ଇନ୍ଧନ ଭର୍ତ୍ତି ହୋଇପାରିବ ।

ରାସ୍ତାରେ ଟି-୭୨ ଟ୍ୟାଙ୍କ ୪୨୦ରୁ ୬୦୦ କିଲୋମିଟର ପର୍ଯ୍ୟନ୍ତ ଅଭିଯାନ ଚଳାଇପାରିବ।

ଭାରତୀୟ ସେନାରେ କେତେ ଟି-୭୨ ଟ୍ୟାଙ୍କ ରହିଛି?

ବର୍ତ୍ତମାନ ଭାରତୀୟ ସେନାରେ ୨୪୦୦ରୁ ଅଧିକ ଟି-୭୨ ଟ୍ୟାଙ୍କ ରହିଛି। ଏହି ଟ୍ୟାଙ୍କଗୁଡ଼ିକର ଉନ୍ନତିକରଣ ପାଇଁ ଫ୍ରାନ୍ସ, ପୋଲାଣ୍ଡ ଓ ରୁଷିଆକୁ ପଠାଇବାକୁ ପଡ଼ିବ। ଯାହା କି ବହୁତ ମହଙ୍ଗା କାମ । ୧୯୬୦ ଦଶକରେ ରୁଷିଆରେ ଏହି ଟ୍ୟାଙ୍କ ତିଆରି କରାଯାଇଥିଲା । ୧୯୭୩ ରେ ଏହା ସୋଭିଏତ ସେନାରେ ଅନ୍ତର୍ଭୁକ୍ତ ହୋଇଥିଲା ।

ଟି-୭୨ ଟାଙ୍କିର ଉନ୍ନତିକରଣ ପାଇଁ ପ୍ରସ୍ତୁତି

ଟି-୭୨ ଟ୍ୟାଙ୍କର ଉନ୍ନତିକରଣ ପାଇଁ ମଧ୍ୟ ସେନା ପ୍ରସ୍ତୁତି ଚଳାଇଛି। ସେନାକୁ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଅନୁମୋଦନ ମିଳିଛି ଯେ ବର୍ତ୍ତମାନର ୭୮୦ ହର୍ସପାୱାର ଇଞ୍ଜିନବଦଳରେ ଟି-୭୨ ଟ୍ୟାଙ୍କ ପାଇଁ ୧ ହଜାର ହର୍ସପାୱାର ଇଞ୍ଜିନ ଲଗାଯିବ । ୨୩୦୦ କୋଟି ଟଙ୍କାର ଏହି ଯୋଜନାରେ ୨୦୦ ଇଞ୍ଜିନ ସିଧାସଳଖ ଆମଦାନୀ କରାଯିବ ଏବଂ ୮୦୦ ଇଞ୍ଜିନ ଭାରତରେ ଉତ୍ପାଦନ କରାଯିବ । ଜଣେ ଅଧିକାରୀ କହିଛନ୍ତି ଯେ ଟି-୭୨ରେ ଥର୍ମାଲ ସାଇଟ୍, ଅଗ୍ନି ଚିହ୍ନଟ ଓ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ରହିଛି।

ୟୁକ୍ରେନ ଯୁଦ୍ଧରେ ବିଫଳ ହେଲା ଟି-୭୨ ଟ୍ୟାଙ୍କ

ତେବେ ୟୁକ୍ରେନ-ରୁଷିଆ ଯୁଦ୍ଧ ସମୟରେ ଟି-୭୨ ଟ୍ୟାଙ୍କ ବିଶେଷ ସଫଳ ହୋଇନଥିଲା। ଏଥିରେ ଅନେକ ତ୍ରୁଟି ରହିଥିଲା। ଏପରିକି ୟୁକ୍ରେନର ସୈନିକମାନେ ଏହି ଟ୍ୟାଙ୍କ ନିର୍ମାଣ କରିଥିବା ରୁଷୀୟ ନିର୍ମାତାଙ୍କ ସହ କଥା ବାର୍ତ୍ତା କରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ୟୁକ୍ରେନର ସୈନିକମାନେ ଏହି ଟ୍ୟାଙ୍କ ନିର୍ମାଣ କରିଥିବା କମ୍ପାନୀଠାରୁ ବୈଷୟିକ ସହାୟତା ଲୋଡ଼ିଥିଲେ।