Syria Drone Attack: ସାମରିକ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଆକ୍ରମଣ; ୧୦୦ ରୁ ଅଧିକ ମୃତ, ୨୦୦ ରୁ ଅଧିକ ଆହତ
Advertisement
Article Detail0/zeeodisha/odisha1903199

Syria Drone Attack: ସାମରିକ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଆକ୍ରମଣ; ୧୦୦ ରୁ ଅଧିକ ମୃତ, ୨୦୦ ରୁ ଅଧିକ ଆହତ

Syrian Military Academy Drone Attack: ବିସ୍ଫୋରକ ଭର୍ତ୍ତି ଡ୍ରୋନ ଆକ୍ରମଣରେ କମ୍ପି ଉଠିଛି ସିରିଆ ସାମରିକ ପ୍ରତିଷ୍ଠାନ।  ଦେଶର ହୋମ୍ସ ସହରରେ ହୋଇଥିବା ଏହି ଆକ୍ରମଣରେ ୧୦୦ ଜଣରୁ ଅଧିକ ଲୋକ ପ୍ରାଣ ହରାଇ ଥିବା ବେଳେ ୨ ଶହରୁ ଅଧିକ ଆହତ ହୋଇଛନ୍ତି। 

 

Syria Drone Attack: ସାମରିକ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଆକ୍ରମଣ; ୧୦୦ ରୁ ଅଧିକ ମୃତ, ୨୦୦ ରୁ ଅଧିକ ଆହତ

Drone Attack on Syrian Military Academy: ଅକ୍ଟୋବର ୬ ତାରିଖ ଗୁରୁବାର ଦିନ ଡ୍ରୋନ୍ ଆକ୍ରମଣରେ କମ୍ପି ଉଠିଛି ସିରିଆ ମିଲିଟାରୀ ଏକାଡେମୀ। ଏହି ଆକ୍ରମଣରେ ୧୦୦ ଜଣରୁ ଅଧିକ ଲୋକ ପ୍ରାଣ ହରାଇ ଥିବା ବେଳେ ୨ ଶହରୁ ଆହତ ହୋଇଛନ୍ତି। ସ୍ଥାନୀୟ ସରକାରୀ ଗଣମାଧ୍ୟମ ଅନୁସାରେ ସିରିଆ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୋମ୍ସ ଠାରେ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣ ପାଇଁ ଆତଙ୍କବାଦୀ ସଙ୍ଗଠନକୁ ଦାୟୀ କରାଯାଇଛି। ସିରିଆ ସେନା ଦେଶର ସରକାରୀ ନ୍ୟୁଜ୍ ଏଜେନ୍ସି ସାନା ସହ କଥାବାର୍ତ୍ତା କରିବା ବେଳେ କହିଛି ଯେ ଦେଶର କେନ୍ଦ୍ର ଭାଗରେ ଅବସ୍ଥିତ ହୋମ୍ସ ସହରରେ ସଶସ୍ତ୍ର ଆତଙ୍କବାଦୀ ସଙ୍ଗଠନ ସାମରିକ ଏକାଡେମୀ ଅଧିକାରୀଙ୍କ ସ୍ନାତକୋତ୍ତର ସମାରୋହକୁ ଟାର୍ଗେଟ କରିଛି।

ମୃତକଙ୍କ ମଧ୍ୟରେ ଅଛନ୍ତି ମିଲିଟାରୀ ଗ୍ରାଜୁଏଟ ଏବଂ ସାଧାରଣ ନାଗରିକ 
ବ୍ରିଟେନ ଭିତ୍ତିକ ମନିଟର ସିରିଆନ୍ ଅବଜରଭେଟରୀ ଫର ହ୍ୟୁମାନ୍ ରାଇଟ୍ସ ପୂର୍ବ ଆକଳନକୁ ସଂଶୋଧନ କରି କହିଛି ଯେ ସିରିଆର ହୋମ୍ସ ସହରରେ (Homs‎ City in Syria) ହୋଇଥିବା ହୋଇଥିବା ଡ୍ରୋନ ଆକ୍ରମଣରେ (Drone Attack in Syria) ୧୦୦ ଜଣରୁ ଅଧିକ ଲୋକ ପ୍ରାଣ ହରାଇ ଥିବା ବେଳେ ୧୨୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ପ୍ରାୟ ଅର୍ଦ୍ଧେକ ମିଲିଟାରୀ ଗ୍ରାଜୁଏଟ (Syrian Military Graduate) ଏବଂ ୧୪ ଜଣ ସାଧାରଣ ନାଗରିକ ଅଛନ୍ତି। ଏନେଇ ସେନା (Syrian Armed Force) ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ଏହି ଆକ୍ରମଣ ଏକ ବିସ୍ଫୋରକ ଭର୍ତ୍ତି ହୋଇଥିବା ଡ୍ରୋନ୍ ଦ୍ୱାରା କରାଯାଇଥିଲା। ଏହି ଆକ୍ରମଣରେ ଜବାବ ଦିଆଯିବା ନେଇ ସ୍ପଷ୍ଟ ଭାବରେ କୁହାଯାଇଛି। ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରକାର ଶୁକ୍ରବାର ଠାରୁ ୩ ଦିନ ଶୋକ ଦିବସ ଘୋଷଣା କରିଛନ୍ତି।

ବିଦ୍ରୋହୀ ନିୟନ୍ତ୍ରିତ ଅଞ୍ଚଳରେ ଅଧିନରେ ହୋଇଥିଲା ବୋମା ମାଡ଼ 
ପରେ ଗୁରୁବାର ବିଦ୍ରୋହୀ ବିଦ୍ରୋହୀ ନିୟନ୍ତ୍ରିତ ଅଞ୍ଚଳ ଇଦଲିବ ଅଞ୍ଚଳର (Idlib Province Syria) ବାସିନ୍ଦା ବ୍ୟାପକ ତଥା ଭାରୀ ମାତ୍ରାରେ ବୋମା ମାଡ଼ ହୋଇଥିବାର ଖବର ଦେଇଥିଲେ। ଏନେଇ କୁହାଯାଇଛି ଯେ ଉତ୍ତର-ପଶ୍ଚିମ ବିରୋଧି ଗଡ଼ର ଅନେକ ସହର ଉପରେ ହୋଇଥିବା ଆକ୍ରମଣରେ ୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି। ଉଦ୍ଧାରକାରୀ ଦଳ ଏବଂ ଏକ ପର୍ଯ୍ୟବେକ୍ଷକ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଆଲେପ୍ପୋ ପ୍ରଦେଶର (Aleppo Province Syria) ଏକ ବିଦ୍ରୋହୀ ଅଞ୍ଚଳରେ ସିରିଆ ସେନା ଦ୍ୱାରା ହୋଇଥିବା ଗୁଳି ମାଡ଼ କାରଣରୁ ଜଣେ ବୃଦ୍ଧ ମହିଳା ଏବଂ ତାଙ୍କର ୪ ଜଣ ପିଲାଙ୍କ ମୃତ୍ୟୁ ହୋଇଛି।

ଆକ୍ରମଣ ପାଇଁ ନିଜକୁ କେହି ଦାୟୀ କରିନାହାଁନ୍ତି
ଏହି ଆକ୍ରମଣ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାଁନ୍ତି। ଇଦଲିବ ପ୍ରଦେଶର ସ୍ୱାଥୋ ଅଞ୍ଚଳ (Swathi Area Aleppo Syria) ସ୍ଥାନୀୟ ଅଲ-କାଏଦା ଶାଖାର (Al Qaeda) ନେତୃତ୍ୱରେ ହୟାତ୍ ତହିରୀର ଅଲ-ଶାମ (Hayat Tahrir Al-Sham) ଦ୍ୱାରା ନିୟନ୍ତ୍ରିତ। ଏହି ଜିହାଦୀ ଗୋଷ୍ଠୀ ଅତୀତରେ ସରକାରୀ ଅଧିନରେ ରହିଥିବା ଅଞ୍ଚଳରେ ଆକ୍ରମଣ ପାଇଁ ଡ୍ରୋନ୍ ବ୍ୟବହାର କରିଥିଲେ।