Atiq Ahmed Murder Case: ଅତିକ୍- ଅସରଫ ହତ୍ୟାକାଣ୍ତରେ ଆସିଲା ସୁନ୍ଦର ଭାଟିଙ୍କ ନାଁ , ଜାଣନ୍ତୁ କିଏ ଏହି ଗ୍ୟାଙ୍ଗଷ୍ଟାର?
Advertisement

Atiq Ahmed Murder Case: ଅତିକ୍- ଅସରଫ ହତ୍ୟାକାଣ୍ତରେ ଆସିଲା ସୁନ୍ଦର ଭାଟିଙ୍କ ନାଁ , ଜାଣନ୍ତୁ କିଏ ଏହି ଗ୍ୟାଙ୍ଗଷ୍ଟାର?

Atiq Ahmed Murder Case News In Odia: ଅତିକ୍ -ଅସରଫ(ashraf ahmed encounter) ହତ୍ୟା କାଣ୍ଡ ମାମଲା ଯେତେ ଆଗକୁ ବଢୁଛି ସେତେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି(atique ahmed encounter) । ଅତିକ ଓ ଅସରଫ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟାର ସୁନ୍ଦର ଭାଟିଙ୍କ (Gangster Sundar Bhati) ଲିଙ୍କ ଥିବା କୁହାଯାଉଛି। ଦିଲ୍ଲୀ-ଏନସିଆର ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟାରଙ୍କା ନାଁ କହିଲେ ସୁନ୍ଦର ଭାଟିଙ୍କ (Gangster Sundar Bhati) ନାଁ ଆଗକୁ ଆସିଥାଏ। କଳା ସାମ୍ରାଜ୍ୟର ଅଧିକାରୀ ହୋଇବି ସେ ରାଜନେତାଙ୍କୁ ନିଜ ହାତମୁଠାରେ ରଖିଥିଲେ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Atiq Ahmed Murder Case News In Odia: ଅତିକ୍ -ଅସରଫ(ashraf ahmed encounter) ହତ୍ୟା କାଣ୍ଡ ମାମଲା ଯେତେ ଆଗକୁ ବଢୁଛି ସେତେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି(atique ahmed encounter) । ଅତିକ ଓ ଅସରଫ ହତ୍ୟା ମାମଲାରେ  ଗ୍ୟାଙ୍ଗଷ୍ଟାର ସୁନ୍ଦର ଭାଟିଙ୍କ (Gangster Sundar Bhati) ଲିଙ୍କ ଥିବା କୁହାଯାଉଛି। ଦିଲ୍ଲୀ-ଏନସିଆର ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟାରଙ୍କା ନାଁ କହିଲେ ସୁନ୍ଦର ଭାଟିଙ୍କ (Gangster Sundar Bhati)  ନାଁ ଆଗକୁ ଆସିଥାଏ। କଳା ସାମ୍ରାଜ୍ୟର ଅଧିକାରୀ ହୋଇବି ସେ ରାଜନେତାଙ୍କୁ ନିଜ ହାତମୁଠାରେ ରଖିଥିଲେ।  ୟୁପି ଗ୍ରେଟର ନୋଏଡାର ଗାଙ୍ଗୋଲା ଗାଁର ବାସିନ୍ଦା ହେଉଛନ୍ତି ଗ୍ୟାଙ୍ଗଷ୍ଟାର ସୁନ୍ଦର ଭାଟି (Gangster Sundar Bhati) ।  ସେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ସେ ଅପରାଧ ଜଗତ ସହ ଜଡିତ ଅଛନ୍ତି । ସବୁଠୁ ବଡ କଥା ହେଲା, ଜାନୁଆରୀ ୨୦୧୫ରେ ସେ ଜେଲରେ ଥିବା ସମୟରେ ଏକ କ୍ରୀଡା ଇଭେଣ୍ଟରେ ଆନ୍ତର୍ଜାତୀୟ କ୍ରିକେଟରଙ୍କ ସହ ପୁରସ୍କାର ବାଣ୍ଟିଥିଲେ ।  ସେ ଗୌତମ ବୁଦ୍ଧନଗର ଜିଲ୍ଲାର ଜେଲରୁ ତାଙ୍କ ଫଟୋ ଭାଇରାଲ ହୋଇଥିଲା,ଯାହାକୁ ଜଣେ ଜେଲ ଅଧିକାରୀ ପଠାଇଥିଲେ।

ଜିଗାନା ପିସ୍ତଲ ସୁନ୍ଦରଙ୍କ ଆଦେଶରେ ଅତିକର ହତ୍ୟାକାରୀଙ୍କ ନିକଟରେ ପହଞ୍ଚିଛି: 
ଉଲ୍ଲେଖଯୋଗ୍ୟ, ଶନିବାର ଦିନ ସନ୍ଧ୍ୟାରେ ମାଫିଆ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅସରଫଙ୍କୁ ପୋଲିସ ହେପାଜତରେ ଗୁଳି କରି ହତ୍ୟା କରାଯାଇଥିଲା। ଏବେ ସୁନ୍ଦର-ଭାଟିଙ୍କ ନାମ ଅତିକ୍-ଅସରଫଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସୁଛି । କୁହାଯାଉଛି ଯେ ସୁନ୍ଦର ଭାଟିଙ୍କ ନିର୍ଦ୍ଦେଶରେ ଜିଗାନା ପିସ୍ତଲ (Zigana Pistol )ଅତିକର ହତ୍ୟାକାରୀ ମାନଙ୍କୁ ଦିଆଯାଇଥିଲା।  ଏହି ପିସ୍ତଲ ଭାରତରେ ବ୍ୟାନ ଥିବା ସତ୍ତ୍ବ,ପାକିସ୍ତାନ ଦେଇ ଭାରତକୁ ଆସିଛି।  ଜିଗାନା ପିସ୍ତଲକୁ ଅତିକ୍  ଏବଂ ତାଙ୍କ ଭାଇ ଅସରଫ ହତ୍ୟାରେ ବ୍ୟବହାର କରାଯାଇଥିଲା।

Also Read: Atiq Ahmed Murder Case Update: ନିଜ ମୃତ୍ୟୁକୁ ନେଇ ଏମିତି ଭବିଷ୍ୟବାଣୀ କରିଥିଲା ଅସରଫ, ଯୋଗୀଙ୍କ ନାଁରେ ଲେଖିଥିଲା ଚିଠି

Also Read: Atiq Ahmed Murder Case: କାହିଁକି ସ୍ୱତନ୍ତ୍ର ଏହି Zigana ପିସ୍ତଲ, ଯାହା ମାଧ୍ୟମରେ ଅତିକ୍-ଆଶରଫଙ୍କୁ କରାଯାଇଛି ହତ୍ୟା? ଜାଣନ୍ତୁ ଏହା ବିଷୟରେ

Also Read: Atique Ahmed: ଅତିକଙ୍କୁ ହତ୍ୟା କରିବାକୁ ପୂର୍ବରୁ ହୋଇଥିଲା ଉଦ୍ୟମ, ପିଛା କରୁଥିଲେ ହତ୍ୟାକାରୀ: ପୋଲିସ

ସନିଙ୍କ ବିରୋଧରେ ୧୪ଟି ମାମଲା ରୁଜୁ ହୋଇଛି:

ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ତାର ଭାଇ ଅସରଫକୁ ତିନି ହତ୍ୟାକାରୀ ହେଉଛନ୍ତି ଲୋଭଲେସ ତିଓ୍ବାରୀ(Lavlesh Tiwari), ସନି ଓ ଅରୁଣ ମୋର୍ଯ୍ୟ ।  ରୋହିତ୍ ଓରଫ ସନି । ସନି ହମିରପୁରର ବାସିନ୍ଦା, ତା ବିରୋଧରେ କୁରାଇରା ପୋଲିସ ଷ୍ଟେସନରେ ୧୪ ଟି ମାମଲା ରୁଜୁ ହୋଇଛି। ସନି ସୁନ୍ଦର ଭାଟିଙ୍କ ସହ ୨୦୧୯ ମସିହାରେ ହମିରପୁର ଜେଲରେ ଏକ ମାମଲାରେ ସଜା କାଟିଥିଲେ। ସେବେଠାରୁ ସେ ସୁନ୍ଦର ଭାଟିଙ୍କ ସହ ଯୋଗାଯୋଗରେ ଥିଲେ। ଏବଂ ସେ ତାଙ୍କ ଖାସ୍ ସଦସ୍ୟ ବୋଲି କୁହାଯାଉଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ, ପଶ୍ଚିମ ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁନ୍ଦର ଭାଟିଙ୍କ ନିର୍ଦ୍ଦେଶରେ ଜିଗାନା ପିସ୍ତଲରେ ଅତିକ୍ ଅହମ୍ମଦଙ୍କ ହତ୍ୟାକାରୀଙ୍କ ନିକଟରେ ପହଞ୍ଚିଥିଲା। ତେବେ, କଂଗ୍ରେସ ନେତା ତଥା ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟାରେ ମଧ୍ୟ ଏହି ପିସ୍ତଲରେ (Zigana Pistol) ବ୍ୟବହାର କରାଯାଇଥିଲା । ତେବେ ଏ-ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ସୁନ୍ଦର ଭାଟି ଓ ଅତିକ୍ ସହ କେଉଁ ପ୍ରକାର ଶତ୍ରୃତା ରହିଥିଲା। 

ସୁନ୍ଦର ଭାଟିଙ୍କ ବିରୋଧରେ ୬୨ଟି ଅପରାଧିକ  ମାମଲା ପଞ୍ଜିକୃତ ହୋଇଛି: 
ସୁନ୍ଦର ଭଟି ଉପରେ ହତ୍ୟା, ରାହାଜାନି, ଲୁଟ୍, ମାରପିଟ୍ ପରି  ୬୦ରୁ ଅଧିକ ଅପରାଧିକ ମାମଲା ରହିଛି । । ନିକଟରେ ସେ ହରେନ୍ଦ୍ର ପ୍ରଧାନ ହତ୍ୟା ମାମଲାରେ ଗୌତମ ବୁଦ୍ଧ ନାଗର ଜିଲ୍ଲା କୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ସେ-ବେଠାରୁ ସେ ଜେଲରେ ଅଛନ୍ତି। ବର୍ତ୍ତମାନ ସୁନ୍ଦରଙ୍କୁ ସୋନଭଦ୍ର ଜିଲ୍ଲା ଜେଲରେ ରଖାଯାଇଛି।  ଭାରତରେ ବ୍ୟାନ ଥିବା ଏହି ବନ୍ଧୁକ କିଭଳି ଭାରତରେ ପହଞ୍ଚିଲା। କୁହାଯାଉଛି କି, ପାକିସ୍ତାନ ଦେଇ ପଞ୍ଜାବ ଏବଂ ପରେ ଅଭିଯୁକ୍ତ ଅଭିଯୁକ୍ତଙ୍କ ନିକଟକୁ ପଠାଯାଇଛି ଏହି ପିସ୍ତଲ। ବିଶେଷ ସୂତ୍ରରୁ ପ୍ରକାଶ ଯେ, କିଛି ଦିନ ପୂର୍ବରୁ ଅତିକ୍ ହତ୍ୟାକାଣ୍ଡର ଅଭିଯୁକ୍ତ ସନି ମଧ୍ୟ ସୁନ୍ଦରଙ୍କୁ ଜେଲରେ ଭେଟିଥିଲେ। 

ଜିଗାନା ପିସ୍ତଲ (TISAS ) ଟିଆଇଏସ୍ଏଏସ୍ ଦ୍ୱାରା ନିର୍ମିତ । ଏହା ଏକ ବନ୍ଧୁକ ଉତ୍ପାଦନକାରୀ କମ୍ପାନୀ ଯାହା ସ୍ୱୟଂଚାଳିତ ଅସ୍ତ୍ର ଉତ୍ପାଦନ କରେ । ୨୦୦୧ ରେ ଏହି ପିସ୍ତଲ ତିଆରି ଆରମ୍ଭ ହୋଇଥିଲା (Turkish pistols)। ଏହାର ମୂଳ ଡିଜାଇନ୍ ସହିତ ତୁର୍କୀର (Turkish-made Zigana pistols)ଏହା ପ୍ରଥମ ପିସ୍ତଲ ମଧ୍ୟରୁ ଗୋଟିଏ । (Zigana F ) ଜିଗାନା ପିସ୍ତଲରେ ଏକ ଲକ୍-ସ୍ଲାଇଡ୍ ସର୍ଟ ରିକୋଏଲ୍ ଅପରେଟିଂ ସିଷ୍ଟମ୍ ସହିତ ବ୍ରାଉନିଙ୍ଗ୍ ପ୍ରକାରର ଲକିଂ ସିଷ୍ଟମ୍ ଅଛି ।  ଜିଗାନା ପିସ୍ତଲର ମୂଲ୍ୟ ପାଞ୍ଚରୁ ସାତ ଲକ୍ଷ ଟଙ୍କା ବୋଲି  କୁହାଯାଉଛି । ମାଲେସିଆ ସମେତ ଅନେକ ଦେଶରେ ଏହା ସେନା କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ହୁଏ, ସାଧାରଣ ଲୋକଙ୍କୁ ଏହାର ବିକ୍ରୟ ସୀମିତ । 

ଅପରାଧ ଜଗତକୁ ଆସିବା ପୂର୍ବରୁ ସୁନ୍ଦର ଭାଟି  (Bulandshahr,City in Uttar Pradesh) ୟୁପିର ବୁଲନ୍ଦଶାହରରେ ପରିବହନ ବିଭାଗରେ ଠିକା କାମ କରୁଥିଲେ । 
ଏହା ପରେ ସେ  ବିଭିନ୍ନ ନେତାଙ୍କ ସହ ସ୍ପଂର୍ଷସରେ ଆସିଥିସେ।  କାହିଁକିନା ସେ ରାଜନୀତିରେ ପ୍ରବେଶ କରିବା ପାଇଁ ଚାହୁଁଥିଲେ। କିନ୍ତୁ ଏହି ସମୟରେ ନରେଶ ଭାଟି ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ହୋଇଥିଲେ। ସୁନ୍ଦର ଏବଂ ନରେଶ ପ୍ରଥମ ଭଲ ବନ୍ଧୁ ଥିଲେ । ପରେ ନରେଶ ପଞ୍ଚାୟତ ଅଧ୍ୟକ୍ଷ ପଦବୀ ମାଡି ବସିବା ପରେ ସୁନ୍ଦର ତାଙ୍କୁ ହତ୍ୟା କରିଥିଲା। ଏହି ହତ୍ୟା ପାଇଁ ତାଙ୍କୁ କୌଣସି ଦଣ୍ତ ନ ମିଳି ନ ଥିଲା । ପରେ ତାଙ୍କୁ ଗୋଟିଏ  ପରେ ଗୋଟିଏ କ୍ରାଇମ୍ କରିବାକୁ ସୁଯୋଗ ମିଳିଥିଲା। 

ଏ-ହା ଥିଲା ସୁନ୍ଦର ଭାଟି ଗ୍ୟାଙ୍ଗର କାମ: 
ଚୋରା ଗୋ-ଚାଲାଣ, ସୁପାରୀ ନେଇ ହତ୍ୟା, ଚୋରୀ ଓ ଦୁଷ୍କର୍ମ ଭଳି ଅପରାଧରେ ଲିପ୍ତ ଥିଲା ତାଙ୍କ ଗ୍ୟାଙ୍ଗ।  ସୁନ୍ଦର ଭାଟି ଗ୍ୟାଙ୍ଗର ଅପରେଟିଭ୍ ପୁରଭଞ୍ଚଳରେ ଅନେକ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Also Read: Sana Khan: ଇଫତାର ପାର୍ଟିରେ ସ୍ୱାମୀଙ୍କ ଉପରେ ଚିଡ଼ି ଗଲେ ସାନା, ଦେଖନ୍ତୁ ଭିଡ଼ିଓ

Also Read: Muttiah Muralitharan Biopic: ବଡ଼ ପରଦାରେ ନଜର ଆସିବେ ଶ୍ରୀଲଙ୍କାର ଏହି ଫାଷ୍ଟ ବୋଲର, ସିନେମାର ଆସିଲା ଫାଷ୍ଟ ଲୁକ୍