Success Story: ଟ୍ରକ୍ ଡ୍ରାଇଭର ବନିଲେ ସରକାରୀ ଶିକ୍ଷକ, ଦଶମ ଏବଂ ବିଏରେ ହୋଇଥିଲେ ଫେଲ୍
Advertisement

Success Story: ଟ୍ରକ୍ ଡ୍ରାଇଭର ବନିଲେ ସରକାରୀ ଶିକ୍ଷକ, ଦଶମ ଏବଂ ବିଏରେ ହୋଇଥିଲେ ଫେଲ୍

Success Story: ଭାଇ-ଭଉଣୀଙ୍କୁ ମିଳିଛି ସଫଳତା । ଅନେକ ଚେଷ୍ଟା ପରେ ବିଫଳ ହେବା ପରେ ନିକଟରେ ଅନୁଷ୍ଠିତ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଉଭୟ ଭାଇ ଓ ଭଉଣୀ ଶିକ୍ଷକ ଭାବରେ ନିଯୁକ୍ତି ପାଇଛନ୍ତି ।

Success Story: ଟ୍ରକ୍ ଡ୍ରାଇଭର ବନିଲେ ସରକାରୀ ଶିକ୍ଷକ, ଦଶମ ଏବଂ ବିଏରେ ହୋଇଥିଲେ ଫେଲ୍

Success Story: ଯେକୌଣସି କାର୍ଯ୍ୟ ହେଉନା କାହିଁକି କିଛି ଥର ଥର ଫେଲ୍ ହେବା ସାଧାରଣତଃ ସେହି କାର୍ଯ୍ୟରୁ କିଛି ବ୍ୟକ୍ତି ମୁହଁ ଫେରାଇ ନିଅନ୍ତି ଓ ସଫଳତା ପାଇଁ ଅନ୍ୟ କୌଣସି ରାସ୍ତା ବାଛନ୍ତି । କିନ୍ତୁ ଏହି ଭାଇ-ଭଉଣୀ ଯୋଡି ସେମାନଙ୍କର ପ୍ରଥମ ଚେଷ୍ଟାରେ ବିଫଳତା (Failure) ପାଇବା ପରେ ସେଥିରୁ ଶିକ୍ଷା ଲାଭ କଲେ ଏବଂ ପୁଣିଥରେ ଉଭୟେ ପ୍ରସ୍ତୁତି କରିବାରେ ଲାଗିଲେ । ନିଜର ଶିକ୍ଷକ ହେବାର ଇଚ୍ଛାକୁ ପୂରଣ କରିବା ପାଇଁ ଏକ ଚ୍ୟାଲ୍ଞ୍ଜ୍ ନେଲେ । ସେହି ଚ୍ୟାଲେଞ୍ଜ୍ ଆଜି ଉଭୟଙ୍କୁ ସଫଳତା (Success) ଆଣି ଦେଇଛି । ନିକଟରେ ଅନୁଷ୍ଠିତ ଶିକ୍ଷକ ନିଯୁକ୍ତି ପରୀକ୍ଷା (Teacher recruitment exam) ଲେବୁଲ୍ ୧ରେ ଉଭୟ ଭାଇ ଓ ଭଉଣୀ ଶିକ୍ଷକ ଭାବରେ ମନୋନୀତ ହୋଇଛନ୍ତି।

ଆମେ କହୁଛୁ ଗୁଜୁରାଟରେ ରହୁଥିବା ଖେମରାମ ଚୌଧୁରୀ ଏବଂ ପ୍ରମିଳା ଚୌଧୁରୀଙ୍କ କଥା । ଏହି ସଫଳତା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇଛନ୍ତି । ହେମାୱାସର ଏକ କୃଷକ ପରିବାରର ଭାଇ ଏବଂ ଭଉଣୀ (Brother and sister) ସଫଳତା ପାଇଥିବାରୁ ସମସ୍ତେ ଖୁବ ଖୁସି ଅଛନ୍ତି । ଗତ ବର୍ଷର REET ପରୀକ୍ଷାରେ ଦୁହେଁ ଚେଷ୍ଟା କରି ମଧ୍ୟ ସଫଳତା ପାଇପାରିନଥିଲେ । ଆଜି ନିଜର ସ୍ୱପ୍ନ ପୂରଣ ହୋଇଥିବାରୁ ଦୁହିଁଙ୍କ ବାପା ମାଆ ବହୁତ ଗର୍ବିତ ଅନୁଭବ କରୁଛନ୍ତି ।

ଖେତାରାମ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ପାଠ ପଢିବା ସମୟରେ ପ୍ରତିଦିନ ୧୪ କିଲୋମିଟର ଚାଲି ଚାଲି ଯାଉଥିଲେ । ଦଶମ ପରୀକ୍ଷାରେ ଥରେ ବିଫଳ ହୋଇଥିଲେ କିନ୍ତୁ ପୁଣିଥରେ ଚେଷ୍ଟା କରିବାରୁ ସେ ସଫଳ ହୋଇଥିଲେ । ଏହା ପରେ ସେ ଦ୍ୱାଦଶ ଶ୍ରେଣୀରେ ନାମ ଲେଖାଇ ସଫଳତାର ସହ ପାସ୍ କଲେ । ପରେ ସେ ବିସିଏ (BCA)ରେ ଆଡମିଶନ ନେଇଥିଲେ କିନ୍ତୁ ପରୀକ୍ଷାରେ ବାରମ୍ୱାର ଫେଲ୍ ହେଉଥିଲେ । କିନ୍ତୁ ପାସ୍ କରିବା ପାଇଁ ଉଦ୍ୟମ ଜାରି ରଖି ସେ ଶେଷରେ ସଫଳ ହେଲେ । ଏହା ପରେ ଘରର ଅଭାବ କାରଣରୁ ସେ ପାଠ ଛାଡି ଟ୍ୟାକ୍ସି ଡ୍ରାଇଭର (Taxi driver) ଭାବରେ କାମ କଲେ । ୨୦୧୬ ମସିହାରେ ସେ ଗୁଜୁରାଟରେ ଟ୍ରକ୍ ଡ୍ରାଇଭର ଭାବରେ କାମ କରୁଥିଲେ । ଡ୍ରାଇଭର ଭାବରେ କାମ କରୁଥିବା ସତ୍ୱେ ସେ ୨୦୧୭ ମସିହାରେ ସେ ଚିତ୍ତରଗଡରୁ BSTC କରିଥିଲେ ।

୨୦୨୧ ମସିହାରେ ଖେମରାମ REET ପରୀକ୍ଷା ପାଇଁ ଚେଷ୍ଟା କରିଥିଲେ । ପ୍ରଥମେ ଫେଲ ହୋଇ ପୁଣି ଥରେ ପ୍ରସ୍ତୁତି ଆରମ୍ଭ କଲେ । ସେ ୨୦୨୨ ରେ REET ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ଶେଷରେ ସେ ସଫଳତା ପାଇଲେ । ବାରମ୍ବାର ବିଫଳତା ପରେ ମିଳିଥିବା ସଫଳତାର ଅର୍ଥ ଆଜି ବଦଳି ଯାଇଛି । ଏହା ପ୍ରମାଣିତ କରିଛି ଯେ, ବିଫଳତାର ଆଗରେ ସଫଳତା ଅପେକ୍ଷା କରିଥାଏ । ଖେମରାମଙ୍କ ଭଉଣୀ ପ୍ରମିଳା କହିଛନ୍ତି ଯେ, ଭାଇ ଏବଂ ଭଉଣୀ ଏକାଠି ଶିକ୍ଷକ ଭାବରେ ମନୋନୀତ ହେବା ପରେ ସମଗ୍ର ପରିବାର ଏବଂ ସମ୍ପର୍କୀୟମାନଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ସମସ୍ତେ ଏକ କୃଷକ ପରିବାରର ଭାଇ ଓ ଭଉଣୀଙ୍କ ସଫଳତା ବିଷୟରେ ଚର୍ଚ୍ଚା କରୁଛନ୍ତି । ସେମାନଙ୍କ ମାଆ କହିଛନ୍ତି ଯେ, ଯେଉଁଦିନ ବିଦ୍ୟାଳୟରେ ପାଠ ପଢାଇବା ପାଇଁ ତାଙ୍କ ପିଲା ହାଜର ହେବେ ସେଦିନ ସେ ମଧ୍ୟ ପିଲାଙ୍କ ସହ ବିଦ୍ୟାଳୟକୁ ଯିବେ ।

Also Read- ଜାତୀୟ ପୁରସ୍କାର ପାଇବେ ୭୫ ଶିକ୍ଷକ: ଓଡ଼ିଶାର ୨ ଶିକ୍ଷକ ଓ ୨ ପ୍ରଶିକ୍ଷକଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର