Study on Smoking: ପରିବେଶ ନୁହଁ ପରିବାର ପାଇଁ ବି ବିପଦ ଧୂମପାନ, Non-smokersଙ୍କୁ ହୋଇଥାଏ ଏହି ରୋଗ
Advertisement
Article Detail0/zeeodisha/odisha1393307

Study on Smoking: ପରିବେଶ ନୁହଁ ପରିବାର ପାଇଁ ବି ବିପଦ ଧୂମପାନ, Non-smokersଙ୍କୁ ହୋଇଥାଏ ଏହି ରୋଗ

Study on Smoking: ଜଣଙ୍କର ଧୂମପାନ ଦ୍ୱାରା ଅନ୍ୟକୁ ମଧ୍ୟ ରୋଗ ହୋଇଥାଏ।  University of California ଦ୍ୱାରା ନିକଟରେ କରାଯାଇଥିବା ଗବେଷଣାରୁ ଏହା ଜଣାପଡିଛି। ସିଗାରେଟର ଧୂଳିକଣାରୁ ବାହାରୁଥିବା THS ପ୍ରଭାବରେ ମଣିଷର DNA, lipids ଓ proteins ନଷ୍ଟ ହୋଇଥାଏ।

Study on Smoking: ପରିବେଶ ନୁହଁ ପରିବାର ପାଇଁ ବି ବିପଦ ଧୂମପାନ, Non-smokersଙ୍କୁ ହୋଇଥାଏ ଏହି ରୋଗ

Study on Smoking, ନୂଆଦିଲ୍ଲୀ: ଧୂମପାନ ଶରୀର ପାଇଁ କ୍ଷତିକାରଣ ଏହି କଥା ଆମେ ପିଲାବେଳୁ ଶୁଣୁଛେ। ଧୂମପାନ କଲେ ବ୍ୟକ୍ତିଙ୍କୁ ଗଳା କର୍କଟ, ଫୁସଫୁସ ସଂକ୍ରମଣ ଭଳି ଅନେକ ରୋଗ ହୋଇଥାଏ। ତେବେ ଆପଣ ଜାଣନ୍ତି କି, ଆପଣ ଧୂମପାନ କରୁନଥିଲେ ମଧ୍ୟ କର୍କଟ ରୋଗ ହୋଇଥାଏ। ହଁ, ଆଜ୍ଞା ଅନ୍ୟ ଜଣେ ଧୂମପାନ କଲେ ଆପଣଙ୍କୁ କ୍ୟାନସର ହୋଇଥାଏ। University of California ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଏହା ଜଣା ପଡିଛି। ଗବେଷଣାର ରିପୋର୍ଟକୁ journal eBioMedicineରେ ପ୍ରକାଶନ କରାଯାଇଛି। 

University of Californiaର ଗବେଷଣାରୁ ଜଣାପଡିଛି ଯେ, ଧୂମପାନ ସମସ୍ତଙ୍କ ପାଇଁ ବିପଦ। ଜଣେ ଧୂମପାନ କଲେ ତାହାର ପ୍ରଭାବ ଅନ୍ୟ ଜଣଙ୍କ ଉପରେ ମଧ୍ୟ ପଡେ। ଏହା ଧୂମପାନ କରୁଥିବା ଓ କରୁନଥିବା, ଉଭୟଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଏପରିକି ଚର୍ମ କର୍କଟ ଭଳି ରୋଗ ମଧ୍ୟ ହୋଇପାରେ। ସିଗାରେଟ, ବିଡି ଭଳି ସାମଗ୍ରୀ ସେବନ ପରେ ସେଥିରୁ ଡଷ୍ଟ ପାର୍ଟିକଲ ବା ଧୂଳି କଣିକା ବାହାରିଥାଏ, ଯାହାକୁ Thirdhand Smoke ବା THS ବୋଲି କୁହାଯାଇଥାଏ। ଧୂମପାନ ପରେ ଏହି କଣିକା ବାୟୂ ମଣ୍ତଳରେ ଘୁରି ବୁଲେ ଓ ଆମ ଶରୀର ସଂସ୍ପର୍ଷରେ ଆସେ। ଫଳରେ ଆମେ dermatitis ଓ psoriasis ଭଳି ଚର୍ମ ରୋଗରେ ପଡୁ।

Also Read: Parivar Mulakat: ଜେଲରେ ଜୀବନସାଥି ସହ ରଖିପାରିବେ ଶାରୀରିକ ସମ୍ପର୍କ, କେବଳ କରିବାକୁ ପଡ଼ିବ ଏହି କାମ

ଗବେଷକ ଡାକ୍ତର Shane Sakamaki-Ching କହିଛନ୍ତି, "ଗବେଷଣା ବେଳେ ଆମେ ଅନେକ ଲୋକଙ୍କ ଚର୍ମରେ THS ପାଇଥିଲୁ। ଏହା ଶରୀର ପାଇଁ କ୍ଷତିକାରକ। THS ଦ୍ୱାରା କ୍ୟାନ୍ସର, ହୃଦରୋଗ, atherosclerosis ଭଳି ଅନ୍ୟରୋଗ ମଧ୍ୟ ହେବାର ସମ୍ଭାବନା ଅଛି।" ଗବେଷଣାରେ ଧୂମପାନ କରୁନଥିବା ୧୦ ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ସାମିଲ କରାଯାଇଥିଲା। ସେମାନଙ୍କ ବୟସ ୨୨ରୁ ୪୫ ବର୍ଷ ଥିଲା। ସ୍ୱେଚ୍ଛାସେବୀଙ୍କୁ THS ଥିବା ପୋଷାକ ପିନ୍ଧାଇ ୧୫ ମିନିଟ ପର୍ଯ୍ୟନ୍ତ ଚାଲିବା କିମ୍ବା ଧାଇଁବାକୁ କୁହାଯାଇଥିଲା। କିନ୍ତୁ ତାଙ୍କ ପୋଷାକରେ THS ଥିବା ବିଷୟରେ ସେମାନ ଜାଣିନଥିଲେ। ୧୫ ମିନିଟ ପରେ ଯାଞ୍ଚ କଲା ପରେ ସ୍ୱେଚ୍ଛାସେବୀଙ୍କୁ ଚର୍ମରେ ବିପୁଳ ପରିମାଣର THS ଥିବା ଦେଖିବାକୁ ମିଳିଥିଲା।

କେବଳ ଏତିକି ନୁହଁ, ନିୟମିତ ଭାବେ ସ୍ୱେଚ୍ଛାସେବୀଙ୍କ ରକ୍ତ ଓ ମୂତ୍ର ପରୀକ୍ଷା କରାଯାଇଥିଲା। ଯେଉଁଥିରେ ସେମାନଙ୍କ ପ୍ରୋଟିନରେ ଅନେକ ପରିବର୍ତ୍ତନ ଆସିଥିବା ଜଣାପଡିଥିଲା। THS ପ୍ରଭାବରେ DNA, lipids ଓ proteins ନଷ୍ଟ ହେଉଥିବା ଡାକ୍ତର Ching ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସିଗାରେଟ ଟାଣୁଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ପରି ହୋଇଥାଏ। THS ପରିବେଶରେ ଯାଇ ଲୋକଙ୍କ ଚର୍ମ ସଂସ୍ପର୍ଷରେ ଆସେ। ବାହାର ଅପେକ୍ଷା ବନ୍ଦ କୋଠରୀରେ ଏହା ଅଧିକ ପ୍ରଭାବିତ କରିଥାଏ। ତେବଳ ଡାକ୍ତରୀ ଯାଞ୍ଚ ଦ୍ୱାରା ଶରୀରରେ THSର ଉପସ୍ଥିତି ଜଣାପଡେ। 

Also Read: Lucy Letby case: ନୃଶଂସ ନର୍ସ! ଚତୁର୍ଥ ପ୍ରୟାସରେ ସପ୍ତମ ନବଜାତକୁ ହତ୍ୟା, ପରିବାରକୁ ସମବେଦନା ଜଣାଇ ଗିରଫ

ଗବେଷଣା ବେଳେ ୧୦ ଜଣ ସ୍ୱେଚ୍ଛାସେବୀଙ୍କ ଚର୍ଚ୍ଚରେ ବିଶେଷ କିଛି ପରିବର୍ତ୍ତନ ପରିଲିଖିତ ହୋଇନଥିଲା। କିନ୍ତୁ ସେମାନଙ୍କ ରକ୍ତ କଣିକାରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ତେବେ ଏବେ ମଧ୍ୟ ମଣିଷ ଶରୀରରେ THS କିଭଳି ପ୍ରଭାବ ପକାଏ ତାହା ଉପରେ ଗବେଷଣା ଚାଲିଛି। THS ଦ୍ୱାରା ଧୂମପାନ କରୁନଥିବା ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡିବ ଏହା ସୁନିଶ୍ଚିତ। ଧୂମପାନ କରୁଥିବା ମାଲିକଙ୍କ ଠାରୁ ଗାଡି କିଣିବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ବିପଦ। ଯେଉଁ ସ୍ଥାନ ଗୁଡିକରେ ଅଧିକ ଧୂମପାନ ହୁଏ ଯେପରି କାସିନୋ, ହୋଟେଲ ରୁମ, ଧୂମପାନ ପାଇଁ ତିଆରି ସ୍ୱତନ୍ତ୍ର ସ୍ଥାନଠାରୁ ଦୂରେଇ ରହିବା ଉଚିତ ବୋଲି ଅନ୍ୟଜଣେ ଗବେଷକ Prue Talbot କହିଛନ୍ତି।