Odisha News: ଭଡ଼ାରେ ଯିବ ବିମାନବନ୍ଦର, ଟେଣ୍ଡର ଡାକିଲେ ସରକାର
Advertisement
Article Detail0/zeeodisha/odisha2493056

Odisha News: ଭଡ଼ାରେ ଯିବ ବିମାନବନ୍ଦର, ଟେଣ୍ଡର ଡାକିଲେ ସରକାର

ଭୁବନେଶ୍ୱର: ରାଜ୍ୟର ରାଜସ୍ୱ ବୃଦ୍ଧି କରିବା ଉଦ୍ଦେଶ୍ୟରେ ୮ଟି ଏୟାରଷ୍ଟ୍ରିପକୁ ୫ ବର୍ଷିଆ ଲିଜରେ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅବ୍ୟବହୃତ ହୋଇ ପଡ଼ିଥିବା ଏୟାରଷ୍ଟ୍ରିପ ଗୁଡିକୁ ବ୍ୟବସାୟ ଉପଯୋଗୀ କରିବା ସହ ଜରୁରୀକାଳୀନ ସେବାରେ ବ୍ୟବହାର କରିବା ଏବଂ ରାଜସ୍ୱ ଆଦାୟ କରିବା ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ନିଷ୍

Odisha News: ଭଡ଼ାରେ ଯିବ ବିମାନବନ୍ଦର, ଟେଣ୍ଡର ଡାକିଲେ ସରକାର

Odisha News: ଭୁବନେଶ୍ୱର: ରାଜ୍ୟର ରାଜସ୍ୱ ବୃଦ୍ଧି କରିବା ଉଦ୍ଦେଶ୍ୟରେ ୮ଟି ଏୟାରଷ୍ଟ୍ରିପକୁ ୫ ବର୍ଷିଆ ଲିଜରେ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅବ୍ୟବହୃତ ହୋଇ ପଡ଼ିଥିବା ଏୟାରଷ୍ଟ୍ରିପ ଗୁଡିକୁ ବ୍ୟବସାୟ ଉପଯୋଗୀ କରିବା ସହ ଜରୁରୀକାଳୀନ ସେବାରେ ବ୍ୟବହାର କରିବା ଏବଂ ରାଜସ୍ୱ ଆଦାୟ କରିବା ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଏୟାରଷ୍ଟ୍ରିପ ଗୁଡ଼ିକୁ ପାଇଲଟ ଟ୍ରେନିଂ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ। ତେଣୁ କେବଳ ଫ୍ଲାଇଟ ଟ୍ରେନି ଅର୍ଗାନାଇଜେସନକୁ ଟେଣ୍ଡର ମିଳିବ ବୋଲି କୁହାଯାଇଛି। ଓଡ଼ିଶା ବେସାମରିକ ବିମାନ ଚଳାଚଳ ନୀତି ୨୦୨୨ ଅନୁଯାୟୀ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। 

ଏହି ଏୟାରଷ୍ଟ୍ରିପ ଗୁଡ଼ିକ ହେଲା ବଲାଙ୍ଗୀରର ତୁଷୁରା, ସମ୍ବଲପୁରର ଜାମଦାରପାଲ୍ଲୀ, ନୂଆପଡ଼ାର ଗୋଟମା, ବରଗଡ଼ର ସତୀଭଟ୍ଟା, ଫୁଲବାଣୀର ଗୁଡାରୀ, ରାଇରଙ୍ଗପୁରର ଦାଣ୍ଡବୋଷ ଏୟାରଷ୍ଟ୍ରିପ, କେନ୍ଦୁଝରର ରାଇସୁଆଁ ଓ ବଡ଼ବିଲରେ ଥିବା ଏୟାରଷ୍ଟ୍ରିପକୁ ଭଡାରେ ଦେବା ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି ସରକାର। ଟେଣ୍ଡର ସର୍ତ୍ତାବଳୀ ଅନୁସାରେ ଯୋଗ୍ୟ ବିବେଚିଚ ନିଲାମଧାରୀଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଦ୍ୱାରା ନିର୍ଦ୍ଧାରିତ ନିୟମାବଳୀ ଦ୍ୱାରା ପରିଚାଳିତ ହେବାକୁ ପଡ଼ିବ। ଟେଣ୍ଡର ପାଇବାକୁ ଥିବା ସଂସ୍ଥାକୁ ନିଜସ୍ୱ ଖର୍ଚ୍ଚରେ ଏୟାରଷ୍ଟ୍ରିପର ଡିଜାଇନ, ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ କରିବାକୁ ହେବ। ଏହା ସହିତ ୫ ବର୍ଷ ପାଇଁ ଭିତ୍ତିଭୂମି ବିକାଶ କରିବେ। ପରବର୍ତ୍ତି ସମୟରେ ଏହି ଲିଜ ଅବଧୀ ଆଉ 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ। 

ସେହିପରି ଲିଜ ନେଉଥିବା ସଂସ୍ଥା ଗୁଡ଼ିକୁ ବର୍ଗ ମିଟର ପିଛା ୩୦ ଟଙ୍କା ଦେବାକୁ ହେବ ବୋଲି ସରକାର ଚୂଡାନ୍ତ କରିଛନ୍ତି। ଏଥିପାଇଁ ଏୟାରଷ୍ଟ୍ରିପର ରନୱେ ଲମ୍ବ ଧାର୍ଯ୍ୟ କରାଯାଇଛି। ତୁଷୁରାରେ ୧୨୮୫ ମିଟର ଲମ୍ବ ଓ ୩୦ ମିଟର ଚଉଡ଼ା ରହିଥିବା ବେଳେ ଜମାଦାରପଲ୍ଲୀରେ ୧୨୮୦ ମିଟର ଲମ୍ବ ଓ ୧୮ ମିଟର ଚଉଡ଼ା, ନୂଆପଡ଼ାରେ ୯୮୫ ମିଟର ଲମ୍ବ ଓ ୧୫ ମିଟର ଚଉଡା, ଗୁଡାରୀରେ ୧୫୦୦ ମିଟର ଲମ୍ବ ଓ ୧୫ ମିଟର ଚଉଡା, ରାଇରଙ୍ଗପୁରରେ ୮୮୪ ଲମ୍ବ ଓ ୧୫.୨୪ ମିଟର ଚଉଡା, ରାଇସୁଆଁରେ ୯୧୪.୪ ମିଟର ଲମ୍ବ ଓ ୩୦.୪୮ ମିଟର ଚଉଡ଼ା, ବଡ଼ବିଲରେ ୧୦୩୬ ମିଟର ଲମ୍ବ ଓ ୧୫.୨4 ମିଟର ଚଉଡ଼ା ରନୱେ ରହିଛି।