Hathras Satsang: ସତସଙ୍ଗରେ ଦଳାଚକଟା, ଏବେ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2318376

Hathras Satsang: ସତସଙ୍ଗରେ ଦଳାଚକଟା, ଏବେ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ

Hathras Satsang:  ହାଥରସ ସତସଙ୍ଗ ଦଳାଚକଟା ଦୁର୍ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଏଡିଜି ଆଗ୍ରା ଜୋନର ନେତୃତ୍ୱରେ ଏକ କମିଟି ଏହି ବଡ ଦୁର୍ଘଟଣାର ଅନୁସନ୍ଧାନ କରିବ। ଆଲିଗଡ କମିଶନର ମଧ୍ୟ ଏହାର ଅନୁସନ୍ଧାନ କରିବେ।

 

Hathras Satsang: ସତସଙ୍ଗରେ ଦଳାଚକଟା, ଏବେ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ

Hathras Satsang: ଉତ୍ତର ପ୍ରଦେଶର ହାଥରସର ଏକ ସତସଙ୍ଗ ରେ ବଡ଼ ଅଘଟଣ ଘଟିଛି। ସତସଙ୍ଗରେ ଦଳାଚକଟା କାରଣରୁ ଏବେ ସୁଦ୍ଧା ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି।  ତେବେ ୧୦୦ ମୃତକଙ୍କ ମଧ୍ୟରେ ବହୁ ସଂଖ୍ୟାରେ ମହିଳା ଅଛନ୍ତି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ପୋଲିସ ପ୍ରଶାସନ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୂଚନା ପାଇବା ପରେ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳକୁ ଯାଇଛନ୍ତି। ଏହି ସତ୍ୟସଙ୍ଗ ହାଥରସର ଫୁଲରଇ ମୁଗଲଗଡି ଠାରେ ଆୟୋଜିତ ହୋଇଥିଲା । ଏହି ସତସଙ୍ଗ ସରକାର ନାରାୟଣ ବିଶ୍ୱ ହରି ଭୋଲା ବାବାଙ୍କର ବୋଲି କୁହାଯାଉଛି। 

ଏସଏସପି ଏଟା ରାଜେଶ କୁମାର ସିଂ ଦେଇଥିବା ପ୍ରଥମ ସୂଚନାରେ କୁହାଯାଇଛି ଯେ ଏହି ଦଳଚକଟାରେ ବହୁ ମହିଳାଙ୍କର ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ପାଇଁ ୨୭ ଟି ମୃତଦେହ ଆସିଛି, ସେଥିମଧ୍ୟରୁ ୨୩ ଜଣ ମହିଳା, ୩ ଜଣ ଶିଶୁ ଏବଂ ଜଣେ ପୁରୁଷ । ହାଥରସ ସତସଙ୍ଗ ଦଳାଚକଟା ଦୁର୍ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଏଡିଜି ଆଗ୍ରା ଜୋନର ନେତୃତ୍ୱରେ ଏକ କମିଟି ଏହି ବଡ ଦୁର୍ଘଟଣାର ଅନୁସନ୍ଧାନ କରିବ। ଆଲିଗଡ କମିଶନର ମଧ୍ୟ ଏହାର ଅନୁସନ୍ଧାନ କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସରେ (Hathras Accident)ଘଟିଥିବା ଦୁର୍ଘଟଣାର ସୂଚନା ଦେଇଛନ୍ତି। ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସିଏମ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। 

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(Yogi Adityanath) ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଏବଂ ସନ୍ଦୀପ ସିଂଙ୍କୁ ହାଥରସ ଦୁର୍ଘଟଣା ସମ୍ପର୍କରେ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ରମ ଆୟୋଜକଙ୍କ ବିରୋଧରେ ଏଫ୍ଆଇଆର୍ ହେବା ସହ ତଦନ୍ତ ଆଗେଇଛନ୍ତି। ସରକାର ପ୍ରମୁଖ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ସତସଙ୍ଗ କାର୍ଯ୍ୟକ୍ରମ ସମୟରେ ଆରମ୍ଭ ହୋଇଥିବା ଦଳଚକଟାରେ ଭକ୍ତଙ୍କ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି। ଅନୁମତିଠାରୁ ଅଧିକ ସଂଖ୍ୟାରେ ଭକ୍ତଙ୍କ ଆଗମନ ହେତୁ ଏଠାରେ ବିଶୃଙ୍ଖଳା ହୋଇଥିଲା। ପ୍ରଶାସନ କୌଣସି ଠୋସ୍ ବ୍ୟବସ୍ଥା କରିନଥିଲା। ଏହି ଘଟଣା ପୋଲିସର ବଡ ଅବହେଳା ମଧ୍ୟ ସାମ୍ନାକୁ ଆସିଛି।

କାହିଁକି ହେଲେ ଦଳଚକଟା?
ସୂଚନାନୁସାରେ, ରତିଭାନପୁରରେ ଭୋଲେ ବାବାଙ୍କ ସତସଙ୍ଗ୍ ସମୟରେ(Satsang Stampede) ଅନେକ ଭକ୍ତ ପ୍ରବଳ ଗରମ ଯୋଗୁଁ ବେହୋସ ହୋଇଥିଲେ। ଏହା ପରେ, ସତସଙ୍ଗର ସମାପ୍ତି ସମୟରେ, ଗରମ ଓ ଗୁଳୁଗୁଳି ହେତୁ ଲୋକମାନେ ଶୀଘ୍ର ଟେଣ୍ଟ ବାହାରକୁ ଆସିବା ଆରମ୍ଭ କରିଥିଲେଲେ, ଯାହା ଦ୍ୱାରା ଦଳାଚକଟା ହୋଇଥିଲା। ପେଣ୍ଡାଲରୁ ଶୀଘ୍ର ବାହାରିବା ପାଇଁ ଦୌଡା ଦୌଡି ବେଳେ ଲୋକମାନେ ପରସ୍ପରକୁ ଠେଲି ଦେବା ଆରମ୍ଭ କରିଦେଲେ, ଯାହା ଫଳରେ ସେମାନେ ତଳେ ପଡ଼ିଯିବାରୁ ଦଳାଚକଟା ଅତି ଭୟଙ୍କର ରୂପ ନେଇଥିଲା।  ଏହି କାରଣରୁ ଅନେକ ଭକ୍ତ, ବିଶେଷକରି ବୃଦ୍ଧ ମହିଳାମାନେ ତଳେ ପଡ଼ିଯାଇ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି। 

Also Read: HDFC Bank: ଗ୍ରାହକ ମାନଙ୍କୁ ମିଳିଲା ନୋଟିସ୍ ! ଏହିଦିନରୁ UPI ସେବା ବନ୍ଦ

Also Read: Rahu Transit 2024: ରାହୁ କରିଦେବେ କୋଟିପତି! ୮ଜୁଲାଇରୁ ଏହି ୫ରାଶି ଧନବାନ