Car Racing Accident: କାର୍ ରେସିଂ ବେଳେ ବଡ଼ ଅଘଟଣ, ଘଟଣାସ୍ଥଳରେ ୭ ମୃତ
Advertisement
Article Detail0/zeeodisha/odisha2215659

Car Racing Accident: କାର୍ ରେସିଂ ବେଳେ ବଡ଼ ଅଘଟଣ, ଘଟଣାସ୍ଥଳରେ ୭ ମୃତ

Car Racing Accident:ଆହତମାନଙ୍କୁ ଦିତଲୱା ବେସ୍ ହସ୍ପିଟାଲକୁ ନିଆଯାଇଥିଲା ଏବଂ ବର୍ତ୍ତମାନ ସେଠାରେ ଆହତ ମାନଙ୍କର ଚିକିତ୍ସା ଚାଲିଛି। ଅଧିକନ୍ତୁ, ଗୁରୁତର ଆହତ ତିନି ଜଣଙ୍କୁ ବାଦୁଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

 

Car Racing Accident: କାର୍ ରେସିଂ ବେଳେ ବଡ଼ ଅଘଟଣ, ଘଟଣାସ୍ଥଳରେ ୭ ମୃତ

Car Racing Accident: କାର୍ ରେସିଂ ଗେମ୍ ପାଲଟିଗଲା ମୃତ୍ୟୁର ସୌଦାଗର । ରେସିଂ କାର୍ ମାଡ଼ିଯିବାରୁ ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଶ୍ରୀଲଙ୍କାର କଲମ୍ବୋରେ ଆୟୋଜିତ ହୋଇଥିବା ଫକ୍ସ ହିଲ୍ ସୁପର କ୍ରସ୍-୨୦୨୪ରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । କାର୍ ରେସିଂ ଚାଲିଥିବା ବେଳେ ଭାରସାମ୍ୟ ହରାଇ ଲୋକଙ୍କ ଆଡ଼କୁ ମାଡ଼ି ଯାଇଥିଲା ଏହି କାର୍ । ଫଳରେ ଏହି ଦୁର୍ଘଟଣାରେ ୭ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ  ୮ ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । 

ଘଟଣା ପରେ ପ୍ରଶାସନ ନିଜର ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ ରବିବାର ଦିନ ଦିତଲୱା ରେ Fox Hill Super Cross 2024 ପକ୍ଷରୁ ଏକ କାର ରେସିଂ କାର୍ଯ୍ୟକ୍ରମର ପ୍ରସ୍ତୁତି କରାଯାଇଥିଲା। ତେବେ ଭାରସାମ୍ୟ ହରାଇ କାର୍ ଟି ସେଠାରେ ଥିବା ଦର୍ଶକଙ୍କ ଉପରକୁ ଅଚାନକ ମାଡିଯାଇଥିଲା । ଯାହା ଫଳରେ ଦେଖୁ ଦେଖୁ ଏତେ ବଡ଼ ଅଘଟଣ ଘଟିଥିଲା। 

କେମିତି ଘଟିଲା ଏତେବଡ଼ ଦୁର୍ଘଟଣା? 
ସୂଚନାନୁସାରେ, ଦୁଇଟି ହାଇ ସ୍ପିଡ୍ ରେସ୍ କାର୍ ନିୟନ୍ତ୍ରଣ ହରାଇ ସେଠାରେ ଦିଆଯାଇଥିବା ବ୍ୟାରିକେଡ ପାଖରେ ଛିଡ଼ା ହୋଇଥିବା ଦର୍ଶକଙ୍କ ସହ ଧକ୍କା ହୋଇଥିଲା। ଖବର ସରବରାହ ସଂସ୍ଥା ଡେଲି ମିରର୍ (Daily Mirror) ପୋଲିସ୍ ମିଡିଆ ମୁଖପାତ୍ର ଡିଜି ନିହାଲ୍ ଥାଲଡୁଆଙ୍କ ଉଦ୍ଧେଶ୍ୟରେ ସୂଚନା ଦେଇଛି। ଆହତମାନଙ୍କୁ ଦିତଲୱା ବେସ୍ ହସ୍ପିଟାଲକୁ ନିଆଯାଇଥିଲା ଏବଂ ବର୍ତ୍ତମାନ ସେଠାରେ ଆହତ ମାନଙ୍କର ଚିକିତ୍ସା ଚାଲିଛି। ଅଧିକନ୍ତୁ, ଗୁରୁତର ଆହତ ତିନି ଜଣଙ୍କୁ ବାଦୁଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ପ୍ରାଥମିକ ତଦନ୍ତ ପରେ ମୃତ ବ୍ୟକ୍ତିମାନେ ଶ୍ରୀଲଙ୍କାର ଆଭିସାୱେଲା, ମାତାରା, ଆକୁରେସା ଏବଂ ସେଡୁଆ ଅଞ୍ଚଳର ବୋଲି ପୋଲିସ (Colombo Police) କହିଛି ।

Also Read: Odisha news live updates: କଲେଜରେ ଛାତ୍ରୀଙ୍କୁ ହତ୍ୟା ଘଟଣା, ଲଭ୍ ଜିହାଦ ନେଇ ଆଜି କର୍ଣ୍ଣାଟକ ବନ୍ଦ...ପଢନ୍ତୁ ଆଉ କିଛି ଖବର

Also Read: Vastu Tips: ଅନ୍ୟକୁ ଦେଇଥିବା ଏହି ୫ଟି ଜିନିଷ ଆପଣଙ୍କ ଜୀବନକୁ କରିଦେବ ନର୍କ, ରୁହନ୍ତୁ ସାବଧାନ !