President Ranil Wickremesinghe: 'ଡଲାର ଭଳି ବ୍ୟବହାର ହେବା ଆବଶ୍ୟକ ଭାରତୀୟ ଟଙ୍କା'
Advertisement

President Ranil Wickremesinghe: 'ଡଲାର ଭଳି ବ୍ୟବହାର ହେବା ଆବଶ୍ୟକ ଭାରତୀୟ ଟଙ୍କା'

Sri Lanka President Ranil Wickremesinghe: ଆମେରିକା ଡଲାର ଭଳି ଭାରତୀୟ ଟଙ୍କା ବ୍ୟବହାର କରାଯିବା ଆବଶ୍ୟକ। ଯଦି ଟଙ୍କା ଡଲାର ଭଳି ସାଧାରଣ ମୁଦ୍ରା ଭାବରେ ବ୍ୟବହୃତ ହୁଏ ତାହେଲେ କୌଣସି ଅସୁବିଧା ନାହିଁ। 

 

President Ranil Wickremesinghe: 'ଡଲାର ଭଳି ବ୍ୟବହାର ହେବା ଆବଶ୍ୟକ ଭାରତୀୟ ଟଙ୍କା'

Sri Lanka President on Indian Rupee: ଭାରତୀୟ ମୁଦ୍ରା ସମ୍ପର୍କରେ ଏକ ଚହଳ ସୃଷ୍ଟି କରିବା ଭଳି ବୟାନ ଦେଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଘେ। ଏନେଇ ଶ୍ରୀଲଙ୍କା ରାଷ୍ଟ୍ରପତି କହିଛନ୍ତି ଯେ ଆମେରିକୀୟ ଡଲାର ଭଳି ମଧ୍ୟ ଭାରତୀୟ ଟଙ୍କା ବ୍ୟବହାର କରାଯିବା ଆବଶ୍ୟକ। ଯଦି ଡଲାର ଭଳି ଟଙ୍କା ସାଧାରଣ ମୁଦ୍ରା ହୋଇଯାଏ, ତାହେଲେ ଏଥିରେ କୌଣସି ଅସୁବିଧା ନାହିଁ। ବର୍ତ୍ତମାନ ଦ୍ରୁତ ଗତିରେ ବିକାଶ କରିବା ପାଇଁ ଭାରତ ପାଖରେ ସୁଯୋଗ ରହିଛି।

ଭାରତୀୟ ଟଙ୍କାଙ୍କୁ (Indian Rupee) ସାଧାରଣ ମୁଦ୍ରା (common currency in the world) ଭାବରେ ବ୍ୟବହାର କରିବାକୁ ଶ୍ରୀଲଙ୍କା (Sri Lanka) ପ୍ରସ୍ତୁତ। ଏନେଇ ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଘେ (President Ranil Wickremesinghe) କହିଛନ୍ତି ଯେ ଶ୍ରୀଲଙ୍କା ଆମେରିକୀୟ ଡଲାର (US Dollar) ଭଳି ଭାରତୀୟ ଟଙ୍କା ବ୍ୟବହାର କରିବାକୁ ଚାହୁଁଛି। ଯଦି ଟଙ୍କା ଏକ ସାଧାରଣ ମୁଦ୍ରା ଭାବରେ ବ୍ୟବହୃତ ହୁଏ ତାହେଲେ ଆମର କୌଣସି ଅସୁବିଧା ନାହିଁ। ଏହା ପରେ ଆମକୁ କେଉଁ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ପଡିବ ତାହା ଦେଖିବାକୁ ହେବ।

Also Read: Indian Currency: ବଡ଼ ଖବର! ବର୍ତ୍ତମାନ ଏହି ଦେଶରେ ଚାଲିବ ଭାରତୀୟ ମୁଦ୍ରା

ଶ୍ରୀଲଙ୍କା ରାଷ୍ଟ୍ରପତି (Sri Lanka President) ଆହୁରି କହିଛନ୍ତି ଯେ ଯେପରି ୭୫ ବର୍ଷ ପୂର୍ବେ ଜାପାନ (Japan), ଦକ୍ଷିଣ କୋରିଆ (South Korea) ଏବଂ ଚୀନ୍ (China) ସମେତ ପୂର୍ବ ଏସୀୟ ଦେଶ (East Asian Nation) ବହୁ ପରିମାଣରେ ବିକଶିତ ହୋଇଥିଲେ। ଏବେ ଭାରତ (India) ଏବଂ ଭାରତ ମହାସାଗରୀୟ ଅଞ୍ଚଳ (Indian Ocean Region) ପାଖରେ ଦ୍ରୁତ ଗତିରେ ବିକାଶ କରିବା ପାଇଁ ସୁଯୋଗ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ (Prime Minister Narendra Modi) ନେତୃତ୍ୱରେ ବିଶ୍ୱ ମଧ୍ୟ ବିକାଶ କରୁଛି। କେବଳ ବିଶ୍ୱ ନୁହେଁ ଭାରତ ମଧ୍ୟ ଦ୍ରୁତ ଗତିରେ ବିକାଶ କରୁଛି। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ରାଜଧାନୀ କଲମ୍ବୋ ଠାରେ ଆୟୋଜିତ ହୋଇଥିବା ଭାରତୀୟ ସିଇଓ ଫୋରମ୍ (Indian CEO Forum Sri Lanka) କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଆସିଛି।

ସୁଧୁରିବାରେ ଲାଗିଛି ଶ୍ରୀଲଙ୍କା ଅର୍ଥନୀତି: ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଘେ
ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଘେ କହିଛନ୍ତି ଯେ ଶ୍ରୀଲଙ୍କା ଭାରତ (India-Sri Lanka Relations) ସହ ରହିଥିବା ଗଭୀର ସମ୍ପର୍କ ତଥା ସମୃଦ୍ଧ ଇତିହାସ, ସାଂସ୍କୃତିକ ଐତିହ୍ୟ ଏବଂ ୨୫୦୦ ବର୍ଷ ପୁରୁଣା ବାଣିଜ୍ୟ ସମ୍ଭନ୍ଧରୁ ଲାଭବାନ ହୋଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି କହିଛନ୍ତି ଯେ ଆମେ ଆର୍ଥିକ ସଙ୍କଟରୁ ବାହାରୁଛୁ। ମନ୍ଥର ଗତି ସତ୍ତ୍ୱେ ଶ୍ରୀଲଙ୍କା ଅର୍ଥନୀତି ସୁଧୁରିବାରେ ଲାଗିଛି।

Also Read: Currency Printing: ମନଇଚ୍ଛା ନୋଟ୍ ଛାପିଥାଏ ଆମେରିକା? ହେଲେ କାହିଁକି ତାହା କରପାରନ୍ତି ନାହିଁ ଭାରତ ସମେତ ଅନ୍ୟ ଦେଶ?

 

ଶ୍ରୀଲଙ୍କା ରାଷ୍ଟ୍ରପତି କହିଛନ୍ତି ଯେ ଯେତେ ଶୀଘ୍ର ଆମେ ନେଇଥିବା ଋଣର ପୁନର୍ଗଠନ ସମାପ୍ତ କରିବୁ, ଆମର ଧ୍ୟାନ ଅଭିବୃଦ୍ଧି ଏଜେଣ୍ଡା ଉପରେ ରହିବ। ଏନେଇ ଆମେ ଅର୍ଥନୀତି, ଦେଶର ଆଇନଗତ ଢାଞ୍ଚା ଏବଂ ବ୍ୟବସ୍ଥାରେ କିଛି ବଡ ପରିବର୍ତ୍ତନ କରିବାକୁ ହେବ। ଯାହା ଦ୍ୱାରା ଆମର ପଥ ଭାରତ ସହିତ ଯୋଡି ହୋଇପାରିବ। ଆସନ୍ତା ୨୧ ତାରିଖ ଶୁକ୍ରବାର ଠାରୁ ୨ ଦିନିଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଘେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।