Spicejet Offer: ମାତ୍ର ୧୫୧୫ଟଙ୍କାରେ ବିମାନ ଯାତ୍ରା ସୁଯୋଗ, ଶୀଘ୍ର କରନ୍ତୁ ଟିକେଟ୍
Advertisement
Article Detail0/zeeodisha/odisha1826598

Spicejet Offer: ମାତ୍ର ୧୫୧୫ଟଙ୍କାରେ ବିମାନ ଯାତ୍ରା ସୁଯୋଗ, ଶୀଘ୍ର କରନ୍ତୁ ଟିକେଟ୍

Spicejet Offer: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ସ୍ୱାଧିନତା ଦିବସ ଉପଲକ୍ଷେ ସ୍ପାଇସଜେଟ୍ ଦେଲା ବଡ଼ ଅଫର୍ !

Spicejet Offer: ମାତ୍ର ୧୫୧୫ଟଙ୍କାରେ ବିମାନ ଯାତ୍ରା ସୁଯୋଗ, ଶୀଘ୍ର କରନ୍ତୁ ଟିକେଟ୍

Spicejet Offer: ଆଜି ସମଗ୍ର ଦେଶ ସ୍ୱାଧୀନତା ଦିବସ ପାଳନ କରିଛି । ଏହି ଅବସରରେ ଅନେକ କମ୍ପାନୀ ବିଭିନ୍ନ ଅଫର ପ୍ରଦାନ କରିଛନ୍ତି ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ । ଅଗ୍ରଣୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସ୍ପାଇସଜେଟ ପକ୍ଷରୁ ମଧ୍ୟ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର (Attractive offer) ପ୍ରଦାନ କରାଯାଇଛି । ଏହି ଅଫରରେ ଗ୍ରାହକମାନେ ଶସ୍ତାରେ ବିମାନ ଯାତ୍ରାର ସୁଯୋଗ ପାଇପାରିବେ । ଏହି ଅଫର ଗତକାଲି ଠାରୁ ଆରମ୍ଭ ହୋଇଛି ଏବଂ ଅଗଷ୍ଟ ୨୦ ଅଫରର ଶେଷ ସମୟ ରହିଛି । ସ୍ପାଇସଜେଟ୍ ପକ୍ଷରୁ ମିଳୁଥିବା ଅଫରରେ ଆପଣ ଆପଣଙ୍କର ବିମାନ ଯାତ୍ରା ସ୍ୱଳ୍ପ ଟଙ୍କାରେ କରିପାରିବେ । ମାତ୍ର ୧୫୧୫ ଟଙ୍କା ଖର୍ଚ୍ଚ କରି ଆପଣ ଟିକେଟ ବୁକିଂ କରିପାରିବେ । ଜାଣିଲେ ଖୁସି ହେବେ ଯେ, ଏହି ଦରରେ ବିମାନ ଯାତ୍ରାର ସମସ୍ତ ଟିକସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଅର୍ଥାତ ଆପଣଙ୍କୁ ଟିକସ ବାବଦକୁ ଆଉ ଅଧିକ ଟଙ୍କା ଖର୍ଚ୍ଚ ଦେବାକୁ ପଡିବ ନାହିଁ । କେବଳ ସେତିକି ନୁହେଁ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ଆପଣ ଆପଣଙ୍କ ମନ ପସନ୍ଦର ସିଟ୍ (Sheet choice) ମଧ୍ୟ ବାଛିପାରିବେ । ଆହୁରି ଖୁସିର କଥା ଏହା ଯେ, ଆପଣଙ୍କୁ କମ୍ପାନୀ ପକ୍ଷରୁ ୨ ହଜାର ଟଙ୍କା ମୂଲ୍ୟର ଏକ ଟିକେଟ୍ ଭାଉଚର୍ (Ticket Voucher) ପ୍ରଦାନ କରାଯିବ । 

ବିମାନ କମ୍ପାନୀ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏହି ଅଫର ସମ୍ପର୍କରେ ଜନସାଧାରଣଙ୍କ ପାଇଁ ସୂଚନା ଦେଇଛି । ଅଫର ଅନୁଯାୟୀ ଆପଣ ଆସନ୍ତା ବର୍ଷ ଅଗଷ୍ଟ ୧୫ ତାରିଖରୁ ମାର୍ଚ୍ଚ ୩୦, ୨୦୨୪ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ସମୟ ପାଇଁ ଟିକେଟ୍ ବୁକ୍ କରିପାରିବେ । ସୁଲଭ ମୁଲ୍ୟରେ ଆପଣ ଅନେକ ସ୍ଥାନ ବୁଲିବା ପାଇଁ ପୂର୍ବରୁ ଯୋଜନା କରୁଥିଲେ ଏହି ଅଫର ଆପଣଙ୍କ ପାଇଁ ଖୁବ ଲାଭ ଦାୟକ ହେବ । ଏହି ଅଫର ସହ ମିଳୁଥିବା ୨ ହଜାର ଟଙ୍କାର ଫ୍ଲାଇଟ୍ ଭାଉଚର ମଧ୍ୟ ଆପଣ ପରବର୍ତ୍ତି ସମୟରେ ବ୍ୟବହାର କରିପାରିବେ । ଏହି ଅଫର ଗ୍ରାହକଙ୍କୁ ମଧ୍ୟ ଖୁସି କରିଛି । ମାତ୍ର ୧୫୧୫ ଟଙ୍କାର ଅଫରରେ କରିଥିବା ଟେକେଟରେ ଆପଣ ବିମାନରେ ମୁମ୍ବାଇ-ଗୋଆ, ଜାମ୍ମୁ-ଶ୍ରୀନଗର, ଗୋଆ-ମୁମ୍ବାଇ, ଗୁଆହାଟି-ବାଗଡୋଗ୍ରା, ଚେନ୍ନାଇ-ହାଇଦ୍ରାବାଦ ଭଳି ଲୋକପ୍ରିୟ ଘରୋଇ ରୁଟରେ ଯାତ୍ରା କରିପାରିବେ । ଯଦି ଆପଣ ସିଧାସଳଖ ଘରୋଇ ବୁକିଂ କରୁଛନ୍ତି ତେବେ ଏହି ଅଫର ଆପଣଙ୍କୁ ଏକପାଖିଆ ଭଡା ଉପରେ ଲାଗୁ ହେବ । ପ୍ରଥମେ ଆସୁଥିବା ସେବା ହିସାବରେ ଏହି ଅଫର ଅନୁଯାୟୀ ଗ୍ରାହକଙ୍କ ପାଇଁ ସୀମିତ ସିଟ୍ ଉପଲବ୍ଧ ରହିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଲାଭ କୌଣସି ଗ୍ରୁପ୍ ବୁକିଂରେ ମିଳିବ ନାହିଁ । ଏହି ଅଫରକୁ ଅନ୍ୟ କୌଣସି ଅଫର ସହ ମିଶା ହେବ ନାହିଁ । 

କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିକ୍ରୟ ଶେଷ ହେବା ପରେ ଟିକଟ କରିଥିବା ଗ୍ରାହକମାନେ ମାତ୍ର ସାତ ଦିନ ମଧ୍ୟରେ ବୁକିଂ ପିଛା ୨ ହଜାର ଟଙ୍କା ପର୍ଯ୍ୟନ୍ତ ମାଗଣା ଫ୍ଲାଇଟ୍ ଭାଉଚର ପାଇବେ। ଯାହାର ଲାଭ ଗ୍ରାହକମାନେ ଉଠାଇପାରିବେ । ତେବେ ଏହି ଅଫର ପରେ ଅନେକ ଯାତ୍ରୀମାନେ ଖୁସିବ୍ୟକ୍ତ କରିବା ସହ ସମୟସୀମା ମଧ୍ୟରେ ନିଜର ବିମାନ ଟିକେଟ କରିବାକୁ ଯୋଜନା କରୁଛନ୍ତି । ଜଣେ ଗ୍ରାହକ କହିଛନ୍ତି ଯେ, ଏପରି କମ ଦରରେ ବିମାନଯାତ୍ରା ଅନେକଙ୍କ ପାଇଁ ନିଶ୍ଚିତ ଭାବରେ ଖୁସିଦାୟକ ଖବର । କାରଣ ବିମାନରେ ଯାତ୍ରା କରିବା ପାଇଁ ଅନେକ ଗରିବ ଲୋକଙ୍କର ମଧ୍ୟ ସ୍ୱପ୍ନ ଥାଏ କିନ୍ତୁ ଉଚ୍ଚା ଟିକଟ ଦର ପାଇଁ ସେମାନେ ବିମାନ ଯାତ୍ରା କରିପାରନ୍ତି ନାହିଁ । ବର୍ତ୍ତମାନ ସେମାନେ ମଧ୍ୟ ଖୁବ ସହଜରେ ଯାତ୍ରା କରିପାରିବେ ।

Also Read- Tulsi Puja: ଏପରି ଭାବେ ତୁଳସୀ ଗଛରେ ଦିଅନ୍ତୁ ପାଣି, ମିଳିବ ମାଆ ଲକ୍ଷ୍ମୀଙ୍କ ଅପାର କୃପା