Road Accident: ବସକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୧୭ ମୃତ, ଏକାଧିକ ଆହତ
Advertisement

Road Accident: ବସକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୧୭ ମୃତ, ଏକାଧିକ ଆହତ

Pakistan Road Accident: ପାକିସ୍ତାନରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରକ୍ । ଟ୍ରକ୍ ସହ ବସର ମୁହାଁମୁହିଁ ଧକ୍କା ହେବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକଟିର ବ୍ରେକ୍ ଫେଲ ହୋଇଥିବାରୁ ଏଭଳି ସଡକ ଦୁର୍ଘଟଣା ଘଟିଥିବା କୁହାଯାଉଛି । ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବେର ପାଖତୁନଖ୍ବା ପ୍ରଦେଶରେ ଏହି ଭୀଷଣ ସଡକ ଦୁର୍ଘଟଣା ଘଟିଛି(Pakistan's northwestern Khyber Pakhtunkhwa province) ।

ସୌଜନ୍ୟ- ସୋସିଆଲ ମିଡିଆ

ପୋଲିସର ସୂଚନା ଅନୁସାରେ,ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା କୋହଟ (Kohat) ଇନଡସ୍ ହାଇଓ୍ବେ ନିକଟରେ ଦୁର୍ଘଟଣା ଘଟିଛି  । ଏକ ଯାତ୍ରୀ ବାହୀ ବସଟି ଆସୁଥିବା ସମୟରେ ବୀପରୀତ ଦିଗରୁ ଆସୁଥିବା ଟ୍ରକ ଧକ୍କା ଦେଇଥିଲେ। ଫଳରେ ବସରେ ଥିବା ୧୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସ ଭିତରୁ ଚାପି ହୋଇ ରହିଥିବା ମୃତଦେହ ଗୁଡିକ ଗାଡିରୁ ବାହାର କରିଥିଲା । 

ପରେ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ମେଡିକାଲକୁ ପଠାଇଥିଲା । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରଯାଇଛି ।  ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପାକିସ୍ତାନ ରାଜ୍ୟପାଳ ହାଜି ଗୁଲାମ୍ ଅଲ୍ଲୀ (Governor Haji Ghulam Ali)ଓ ମୁଖ୍ୟମନ୍ତ୍ରୀ ଆଜାମ୍ ଖାନ୍(Caretaker Chief Minister Azam Khan) । ଟ୍ରକଟିର ବ୍ରେକ୍ ଫେଲ ହୋଇଥିବାରୁ ଏଭଳି ସଡକ ଦୁର୍ଘଟଣା ଘଟିଥିବା କୁହାଯାଉଛି । 

ଏହାବି ପଢନ୍ତୁ : Road Accident: ପିକଅପ ଭ୍ୟାନକୁ ପିଟିଲା ଟ୍ରକ, ଘଟଣାସ୍ଥଳରେ ୫ ମୃତ, ଏକାଧିକ ଗୁରୁତର

ଏହାବି ପଢନ୍ତୁ : Tragic Incident: ଗାଡିରେ ଲାଗିଲା ନିଆଁ, ଲୋକଙ୍କ ଆଗରେ ଜଳିଗଲେ ଦମ୍ପତି

ସେହିପରି ନିକଟରେ ,ପାକିସ୍ତାନରେ ଆଉ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଗତ ରବିବାର ଦିନ, ଦ୍ରୁତ ଗତିରେ ଆସୁଥିବା ଯାତ୍ରୀବାହୀ ବସ୍ ରାସ୍ତାରୁ ଖସି ପଡିଥିଲା । ଦକ୍ଷିଣ ପାକିସ୍ତାନର ଲାସବେଲା ଜିଲ୍ଲାର ବେଲା ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିଲା । ବସଟି ବାଲୁଚିସ୍ତାନର ରାଜଧାନୀ କ୍ୱେଟା ରୁ କରାଚି ଅଭିମୁଖେ ଯାଉଥିବା ବେଳେ ବସଟି ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଅତି କମରେ ୩୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଥିବା କୁହାଯାଉଛି।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ସୂଚନା  ଅନୁଯାୟୀ,ବସ୍ ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରକୁ ଯିବାପରେ ଏହି ଦୁର୍ଘଟଣା ଘଟିଥିଲା। ଖାଲରେ ଖସିଯିବା ପରେ ବସ୍ ରେ ନିଆଁ ମଧ୍ୟ ଲାଗିଯାଇଥିଲା। କିନ୍ତୁ, ଦୈନିକ ପାକିସ୍ତାନ ଅନୁଯାୟୀ ୧୮ ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି ।