Snake Bites: ନାଗ ଚୋଟରେ ଶିଶୁ ସୁରକ୍ଷିତ, ସାପର ମୃତ୍ୟୁ
Advertisement
Article Detail0/zeeodisha/odisha1426178

Snake Bites: ନାଗ ଚୋଟରେ ଶିଶୁ ସୁରକ୍ଷିତ, ସାପର ମୃତ୍ୟୁ

Snake dies after biting child: ଛତିଶଗଡ଼ର ଜସପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜସପୁରରେ ଏକ ଛୋଟ ପିଲାକୁ ସାପ କାମୁଡ଼ିବା ପରେ ପିଲାଟି ସାପକୁ ଦୁଇଥର କାମୁଡ଼ି ଦେଇଥିଲା, ଯେଉଁ କାରଣରୁ ସାପର ମୃତ୍ୟୁ ଘଟିଛି । କିନ୍ତୁ ପିଲାଟି ସୁରକ୍ଷିତ ଅଛି ।

 

ସୌ: ସୋସିଆଲ ମିଡିଆ

Snake dies after biting child: ଛତିଶଗଡର (Chhattisgarh) ଜସପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜସପୁରରେ ଏକ ଛୋଟ ପିଲାକୁ ସାପ କାମୁଡ଼ିବା ପରେ ପିଲାଟି ସାପକୁ ଦୁଇଥର କାମୁଡ଼ି ଦେଇଥିଲା, ଯେଉଁ କାରଣରୁ ସାପର ମୃତ୍ୟୁ ଘଟିଛି । ଆଠ ବର୍ଷ ବର୍ଷୀୟ ଦୀପକ ନିଜ ଘର ପଛରେ ଖେଳୁଥିଲେ । ତାକୁ ସାପର ବିପଦ ବିଷୟରେ ଜଣା ନଥିଲେ । ହଠାତ୍ ଏକ ସାପ ଆସି ପିଲାଟିର ବାହୁରେ ଗୁଡ଼ାଇ ହୋଇ ତାକୁ ଚୋଟ ମାରିଥିଲା । ସାପ କାମୁଡ଼ିବା କାରଣରୁ ଦୀପକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଓ ତାକୁ ନିଜ ବାହୁରୁ କାଢି ପାରୁ ନଥିଲା । ସେତେବେଳେ ତାର ବଞ୍ଚିବାର ଇଚ୍ଛା ତାଙ୍କୁ ସାହସ ଦେଇଥିଲା ଓ ସେ ସାପକୁ କାମୁଡ଼ି ଦେଇଥିଲା, ଯେଉଁ କାରଣରୁ ସାପଟିର ସେହି ସ୍ଥାନରେ ମୃତ୍ୟୁ ହୋଇଥିଲା ।

ଦି ଇଣ୍ଡିଆନ ଏକ୍ସପ୍ରେସକୁ ଦୀପକ କହିଛନ୍ତି ଯେ ସାପ କାମୁଡ଼ିବା କାରଣରୁ ସେ ବହୁତ ଯନ୍ତ୍ରଣା ଅନୁଭବ କରିଥିଲେ । ସବୁକିଛି ହଠାତ୍ ଘଟିଗଲା । ସେ କହିଛନ୍ତି, "ସାପ ମୋ ହାତରେ ଗୁଡ଼ାଇ ମୋତେ କାମୁଡ଼ୁଥିଲା । ମୁଁ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲି, ମୁଁ ସାପରୁ ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରୁଥିଲି କିନ୍ତୁ ଏଥିରୁ ମୁକ୍ତି ପାଇପାରିଲି ନାହିଁ । ମୁଁ ସାପକୁ ଦୁଇଥର କାମୁଡି ଦେଲି, ଯେଉଁ କାରଣରୁ ସାପର ମରି ଯାଇଥିଲା ।"

ଯେତେବେଳେ ସେ ସାପ କାମୁଡ଼ିବା ବିଷୟରେ ପରିବାର ଲୋକଙ୍କୁ କହିଥିଲେ, ପରିବାର ସଦସ୍ୟ ଶୀଘ୍ର ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ଯେଉଁଠାରେ ଦୀପକଙ୍କୁ ଆଣ୍ଟି ସ୍ନେକ ଭେନମ ଦିଆଯାଇଥିଲା । ଏହା ପରେ ଦୀପକଙ୍କୁ ଗୋଟିଏ ଦିନର ଚିକିତ୍ସା ପାଇଁ ହସ୍ପିଟାଲରେ ରଖାଯାଇଥିଲା । ଦୀପକ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ।

ଡାକ୍ତରମାନେ କହିଥିଲେ ଯେ, ଯେତେବେଳେ ସାପ ଦୀପକକୁ ଦଂଶନ କଲା, ସେତେବେଳେ ବିଷ ବାହାରି ନଥିଲା, ଯେଉଁଥିପାଇଁ ଦୀପକଙ୍କର ଜୀବନ ବଞ୍ଚି ଯାଇଛି । ପିଲାଟିକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ବୋଲି ହସ୍ପିଟାଲ ପ୍ରଶାସନ କହିଛି । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି । ସାପର ଡ୍ରାଏ ବାଇଟ ସମୟରେ ବିଷ ନିର୍ଗତ ହୁଏ ନାହିଁ, ଯାହା ପିଲାଟିର ଜୀବନ ରକ୍ଷା କରିଥିଲା ।

ଏହା ବି ପଢ଼ନ୍ତୁ: Rourkela News: ୨୪ ଘଣ୍ଟା ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଝିଅର ଅନ୍ତିମ ସଂସ୍କାର କରିପାରିଲେନି ଅସହାୟ ମା', କାରଣ ଜାଣିଲେ ହେବେ ଚକିତ

ଏହା ବି ପଢ଼ନ୍ତୁ: Old Currency: ଆପଣଙ୍କ ପାଖରେ ଅଛି କି ଏହି ଖାସ୍ ନମ୍ବରର ନୋଟ୍ ତ ମିଳିବ ୩ ଲକ୍ଷ ଟଙ୍କା; ଜାଣନ୍ତୁ କେମିତି...

ଏହା ବି ପଢ଼ନ୍ତୁ: Shyam Saran Negi Passes Away: ସ୍ୱାଧୀନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ, ଜାଣନ୍ତୁ ତାଙ୍କ ଜୀବନ କାଳ ଭିତରେ କେତେ ଥର ଦେଇଥିଲେ ଭୋଟ୍ ?