Sim Card Aadhar Link: ଆପଣଙ୍କ ID ରେ କେତେଟା SIM ରହିଛି ଆକ୍ଟିଭ? ଏହି ୱେବସାଇଟରେ କରନ୍ତୁ ଚେକ୍
Advertisement
Article Detail0/zeeodisha/odisha1440709

Sim Card Aadhar Link: ଆପଣଙ୍କ ID ରେ କେତେଟା SIM ରହିଛି ଆକ୍ଟିଭ? ଏହି ୱେବସାଇଟରେ କରନ୍ତୁ ଚେକ୍

Sim Card Aadhar Link: ଆପଣ ସିମ୍ ଆକ୍ଟିଭ୍ କରାଉଥିବା ସମୟରେ ଆପଣଙ୍କ ID ସାହାଯ୍ୟରେ କିଛି ବଦମାଶ୍ ଫର୍ଜି ସିମ୍ ବାହାର କରିନିଅନ୍ତି । ଯଦିଓ ଏହା ସହଜ ନୁହେଁ । କିନ୍ତୁ ବର୍ତ୍ତମାନ ସମୟରେ ସବୁ ସମ୍ଭବ । ସେପଟେ କ'ଣ ଆପଣଙ୍କ ଅଜାଣତରେ କୌଣସି ସିମ୍ ଆପଣଙ୍କ ID ରେ ଆକ୍ଟିଭ ହୋଇଛି କି...

Sim Card Aadhar Link: ଆପଣଙ୍କ ID ରେ କେତେଟା SIM ରହିଛି ଆକ୍ଟିଭ? ଏହି ୱେବସାଇଟରେ କରନ୍ତୁ ଚେକ୍

Sim Card Aadhar Link: ନିକଟ ଅତୀତରେ ଜାମତାଡ଼ା ସିରିଜର ପାର୍ଟ ୨ ରିଲିଜ୍ ହୋଇଛି । ଏହି ସିରିଜକୁ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି । ଏହି ସିରିଜ ଅନଲାଇନ୍ ଠକେଇ (Online Fraud) କୁ ନେଇ ଲୋକଙ୍କୁ ମଧ୍ୟ ସଚେତନ କରାଇଥାଏ ଓ ଲୋକଙ୍କୁ ସତର୍କ ବି କରାଇଥାଏ । ଏହି ସିରିଜରେ କିଛି ଲୋକ ନକଲି ସିମ୍ (Fake Sim Card) ସାହାଯ୍ୟରେ ଅନଲାଇନ୍ ଠକେଇ କରନ୍ତି । ସେମାନେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରନ୍ତି । ଏଥିପାଇଁ ସେମାନେ ପ୍ରତ୍ୟେକ ଥର ନୂଆ ସିମ୍ (Sim) ବ୍ୟବହାର କରନ୍ତି । ତେବେ ପ୍ରଶ୍ନ ହେଉଛି ସେମାନଙ୍କୁ ଏହି ସିମ୍ କିପରି ମିଳିଥାଏ? 

ଆଜି ଆସନ୍ତୁ ଏହାକୁ ବୁଝିବାକୁ ଚେଷ୍ଟା କରିବା । ଯେତେବେଳେ ଆପଣ ସିମ୍ ଆକ୍ଟିଭ୍ କରାଉଛନ୍ତି ତ ଆପଣଙ୍କ ID ସାହାଯ୍ୟରେ କିଛି ବଦମାଶ୍ ଫର୍ଜି ସିମ୍ ବାହାର କରିନିଅନ୍ତି ।  ଯଦିଓ ଏହା ସହଜ ନୁହେଁ । ସେପଟେ କ'ଣ ଆପଣଙ୍କ ଅଜାଣତରେ କୌଣସି ସିମ୍ ଆପଣଙ୍କ ID ରେ ଆକ୍ଟିଭ ହୋଇଛି କି? ଏହା ଜାଣିବା ପାଇଁ ଆପଣ ନିଜ ଘରେ ବସି କିଛି ପ୍ରକ୍ରିୟା ଅନୁସରଣ କରି, ଏହା ବିଷୟରେ ଜାଣି ପାରିବେ । ତେବେ ଆସନ୍ତୁ ଏହି ପ୍ରକ୍ରିୟା ବିଷୟରେ ଜାଣିବା...

୧. ଅନେକ ଥର ଆପଣ ନିଜେ ଜାଣନ୍ତି ନାହିଁ ଯେ, ଆପଣଙ୍କ ଆଇଡି (Aadhaar Card) ରେ କେତେ ସିମ୍ (Sim Card) ବାହାର କରାଯାଇଛି । ଏଥିପାଇଁ କିଛି ସହଜ ଟିପ୍ସ ଦିଆଯାଇଛି । ଆପଣ ଏହି ସରକାରୀ ୱେବସାଇଟ୍ (https://tafcop.dgtelecom.gov.in/) ସାହାଯ୍ୟରେ ଜାଣିପାରିବେ । ସର୍ବପ୍ରଥମେ ଆପଣଙ୍କୁ ଏହି ୱେବସାଇଟକୁ ଯାଇ ଆପଣଙ୍କର ମୋବାଇଲ୍ ନମ୍ବର ପ୍ରବେଶ କରିବାକୁ ପଡ଼ିବ । ଏହା ପରେ ଆପଣଙ୍କ ଫୋନରେ ଏକ OTP ଆସିବ,  ଯାହାକୁ ୱେବସାଇଟରେ ପ୍ରବେଶ କରିବାକୁ ପଡ଼ିବ ।

୨. ଏହା ପରେ ଆପଣ ସ୍କ୍ରିନରେ ଏକ ତାଲିକା ଦେଖିବେ । ଯେଉଁଠାରେ ଆପଣଙ୍କର ଲିଙ୍କ୍ ହୋଇଥିବା ସିମ୍ କାର୍ଡର ବିବରଣୀ ଲେଖାଯିବ । ଯଦି ଏହି ତାଲିକାରେ ଅନ୍ୟ କୌଣସି ନମ୍ୱର ଅଛି ତେବେ ଆପଣ ମଧ୍ୟ ଏହାକୁ ଯାଞ୍ଚ କରିପାରିବେ । ଯଦି ଆପଣ କୌଣସି ସନ୍ଦେହଜନକ ନମ୍ବର ଦେଖନ୍ତି, ତେବେ ଏହାକୁ ବ୍ଲକ୍ କରିବାର ସୁବିଧା ମଧ୍ୟ ଅଛି ।

ଅଧିକ ପଢ଼ନ୍ତୁ:-ପୁଣି ଆରମ୍ଭ ହେଲା ଟ୍ୱିଟର ୱାର୍; ଶାମିଙ୍କୁ ଜବାବ ଦେଲେ ଶୋଏବ ଅଖତର, ଜାଣନ୍ତୁ କ'ଣ କହିଲେ..

ଅଧିକ ପଢ଼ନ୍ତୁ:-LPG ଗ୍ୟାସ ମୂଲ୍ୟକୁ ନେଇ ଏହି ନିଷ୍ପତ୍ତି ନେଲେ ସରକାର, ପ୍ରଭାବିତ ହେବେ କୋଟି କୋଟି ଗ୍ରାହକ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ରୋହିତ-ରାହୁଲଙ୍କ ସ୍ଥାନ ନେବେ ଏହି ୨ ଷ୍ଟାର୍ ବ୍ୟାଟ୍ସମ୍ୟାନ୍! ହେବେ ଦଳର ଓପେନିଂ ଯୋଡ଼ି

 

୩. ସନ୍ଦେହଜନକ ନମ୍ବରକୁ ବ୍ଲକ୍ କରିବା ପରେ ଆପଣ ଏକ ଟ୍ରାକିଂ ID ପାଇବେ । ଏହାକୁ ଆଧାର କରି ବେଆଇନ ନମ୍ବର ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଆପଣଙ୍କୁ କହିରଖୁଛୁ ଯେ, ଯେକୌଣସି ଗୋଟିଏ ID ରେ କେବଳ ୯ଟି ସିମ୍ ଆକ୍ଟିଭ ହୋଇପାରିବ । ମାତ୍ର ଜାମ୍ମୁ କାଶ୍ମୀର ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ID ରେ କେବଳ ୬ଟି ସିମ୍ ଆକ୍ଟିଭ୍ ହୋଇପାରିବ ।